Posted inଜାତୀୟ

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ପାସ୍‌ପୋର୍ଟ ମନା

ନୂଆଦିଲ୍ଲୀ,୭ା୩: ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କୁ ଆଉ ମିଳିବ ନାହିଁ ପାସ୍‌ପୋର୍ଟ। ଯେଉଁ କର୍ମଚାରୀମାନେ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି କିମ୍ବା ଯାହାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗରେ ମାମଲା ରୁଜୁ ପାଇଁ ସରକାର ଅନୁମତି ଦେଇଛନ୍ତି, ସେମାନେ ପାସ୍‌ପୋର୍ଟ ପାଇପାରିବେ ନାହିଁ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଓ ବହିର୍ବ୍ୟାପାର ମନ୍ତ୍ରଣାଳୟ ସହ ପରାମର୍ଶ କରି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ଥିବା ଗାଇଡ୍‌ଲାଇନ୍‌ର ସମୀକ୍ଷା କରାଯାଇଥିଲା। ଏହା ପରେ ଉକ୍ତ ପଦକ୍ଷେପ ନିଆଯାଇଛି। ନୂଆ ନିୟମ ଅନୁସାରେ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କୁ ପାସ୍‌ପୋର୍ଟ ପ୍ରଦାନ ପୂର୍ବରୁ ଭିଜିଲାନ୍ସ ମଞ୍ଜୁରୀ ଆବଶ୍ୟକ। ଭିଜିଲାନ୍ସ କ୍ଳିୟରାନ୍ସ ନ ମିଳିଲେ ସେମାନଙ୍କୁ ପାସ୍‌ପୋର୍ଟ ଦିଆଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗର ସଚିବମାନଙ୍କୁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ପତ୍ର ଲେଖି ଅବଗତ କରାଯାଇଛି। ଚାକିରିରୁ ନିଲମ୍ବିତ ହୋଇଥିବା ଅଧିକାରୀ କିମ୍ବା ଯାହାଙ୍କ ବିରୋଧରେ ଆପରାଧିକ ମାମଲାରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଚାର୍ଜଶିଟ ଦାଖଲ କରାଯାଇଥିବ ତାଙ୍କର ଭିଜିଲାନ୍ସ ମଞ୍ଜୁରୀକୁ ବାତିଲ କରାଯିବ। ସେହିପରି ଦୁର୍ନୀତି ନିବାରଣ ଆଇନ କିମ୍ବା ଅନ୍ୟ କୌଣସି ଆପରାଧିକ ମାମଲାକୁ କୋର୍ଟ ସଂଜ୍ଞାନକୁ ନେଇଥିଲେ ସମ୍ପୃକ୍ତ ଅଧିକାରୀଙ୍କୁ ପାସ୍‌ପୋର୍ଟ ପ୍ରଦାନ ନିମନ୍ତେ ଭିଜିଲାନ୍ସ ମଞ୍ଜୁରୀ ଦିଆଯିବ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଭାରତୀୟ ପାସ୍‌ପୋର୍ଟ ହାସଲ କରିବାକୁ ଚାହୁଁଥିବା କାର୍ଯ୍ୟରତ ଅଧିକାରୀମାନଙ୍କ କ୍ଷେତ୍ରରେ ପାସ୍‌ପୋର୍ଟ ଆଇନ, ୧୯୬୭ର ଧାରା ୬(୨) ପ୍ରଯୁଜ୍ୟ ହେଉଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଯଦି ଭାରତ ବାହାରେ ଜଣେ ଆବେଦନକାରୀଙ୍କ ଉପସ୍ଥିତି ସମ୍ପୃକ୍ତ ଦେଶ ସହ ଆମର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଥାଏ କିମ୍ବା ତାଙ୍କୁ ଯାତ୍ରା ଦସ୍ତାବିଜ ପ୍ରଦାନ କରିବା ଜନହିତରେ ନୁହେଁ ବୋଲି କେନ୍ଦ୍ର ସରକାର ଅନୁଭବ କରନ୍ତି ତେବେ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ପାସ୍‌ପୋର୍ଟ ନ ଦେବା ପାଇଁ ନିଷ୍ପତ୍ତି ନେଇପାରିବେ। ଧାରା ୬(୨)ରେ ଏହି ବ୍ୟବସ୍ଥା ରହିଛି। ଅନୁରୂପ ଭାବେ ଜଣକ ବିରୋଧରେ କୌଣସି କୋର୍ଟ ପକ୍ଷରୁ ଓ୍ବାରେଣ୍ଟ କିମ୍ବା ହାଜିର ପାଇଁ ସମନ ଅଥବା ଗିରଫ ପରଓ୍ବାନା ଜାରି କରାଯାଇଥିବ ତା’ ହେଲେ ତାଙ୍କୁ ବିମାନରେ ବିଦେଶ ଯାତ୍ରା ଲାଗି ପାସ୍‌ପୋର୍ଟ ଦିଆଯିବ ନାହିଁ। ଯେଉଁ ଆବେଦନକାରୀଙ୍କୁ ଭାରତ ଛାଡ଼ିବା ପାଇଁ ବାରଣ କରି କଟକଣା ସମ୍ବଳିତ ନିର୍ଦ୍ଦେଶନାମା ଜାରି ହୋଇଥିବ ତାଙ୍କୁ ମଧ୍ୟ ପାସ୍‌ପୋର୍ଟ ମିଳିବ ନାହିଁ ବୋଲି ଏହି ଆଇନରେ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ସାରା ଦେଶରେ ହେବ SIR, ନିର୍ବାଚନ କମିଶନ କହିଲେ କେବେ ଆରମ୍ଭ ହେବ ପ୍ରକ୍ରିୟା, ଜାଣନ୍ତୁ ତାଲିକାରେ ପ୍ରଥମେ ରହିଛି କେଉଁ ରାଜ୍ୟ

ନୂଆଦିଲ୍ଲୀ,୧୯।୨: ଭୋଟର ତାଲିକାକୁ ଅଧିକ ସ୍ବଚ୍ଛ ଏବଂ ତ୍ରୁଟିମୁକ୍ତ କରିବା ପାଇଁ ଭାରତୀୟ ନିର୍ବାଚନ କମିଶନ (ECI) ଏକ ଦେଶବ୍ୟାପୀ SIR (ବିଶେଷ ସଘନ ସଂଶୋଧନ) ପ୍ରକ୍ରିୟା…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

ନିଆଁ ଲାଗି ପଦା ହେଉଛି ଜଙ୍ଗଲ, ବେଫିକର ବନବିଭାଗ; ଫୋନ ଉଠାଉନାହାନ୍ତି ରେଞ୍ଜର, ACF 

ଭବାନୀପାଟଣା, ୧୯।୨ (ଉତ୍ତମ କୁମାର ଦାଶ)- ପରିବେଶକୁ ସନ୍ତୁଳନ ତଥା ପ୍ରଦୁଷଣରୁ ରକ୍ଷା କରିବା ପାଇଁ ସରକାର ଗ୍ରାମାଞ୍ଚଳର ଜଙ୍ଗଲଗୁଡିକର ସୁରକ୍ଷା ସହ ନୂତନ ଜଙ୍ଗଲ ସୃଷ୍ଟି…

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri