Posted inଜାତୀୟ

ଦୁର୍ନୀତିଗ୍ରସ୍ତ ବାବୁଙ୍କୁ ପାସ୍‌ପୋର୍ଟ ମନା

ନୂଆଦିଲ୍ଲୀ,୭ା୩: ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀମାନଙ୍କୁ ଆଉ ମିଳିବ ନାହିଁ ପାସ୍‌ପୋର୍ଟ। ଯେଉଁ କର୍ମଚାରୀମାନେ ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି କିମ୍ବା ଯାହାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗରେ ମାମଲା ରୁଜୁ ପାଇଁ ସରକାର ଅନୁମତି ଦେଇଛନ୍ତି, ସେମାନେ ପାସ୍‌ପୋର୍ଟ ପାଇପାରିବେ ନାହିଁ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି।
କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଓ ବହିର୍ବ୍ୟାପାର ମନ୍ତ୍ରଣାଳୟ ସହ ପରାମର୍ଶ କରି କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ ଥିବା ଗାଇଡ୍‌ଲାଇନ୍‌ର ସମୀକ୍ଷା କରାଯାଇଥିଲା। ଏହା ପରେ ଉକ୍ତ ପଦକ୍ଷେପ ନିଆଯାଇଛି। ନୂଆ ନିୟମ ଅନୁସାରେ ସରକାରୀ କର୍ମଚାରୀ ଓ ଅଧିକାରୀମାନଙ୍କୁ ପାସ୍‌ପୋର୍ଟ ପ୍ରଦାନ ପୂର୍ବରୁ ଭିଜିଲାନ୍ସ ମଞ୍ଜୁରୀ ଆବଶ୍ୟକ। ଭିଜିଲାନ୍ସ କ୍ଳିୟରାନ୍ସ ନ ମିଳିଲେ ସେମାନଙ୍କୁ ପାସ୍‌ପୋର୍ଟ ଦିଆଯିବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସମସ୍ତ ବିଭାଗର ସଚିବମାନଙ୍କୁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ପତ୍ର ଲେଖି ଅବଗତ କରାଯାଇଛି। ଚାକିରିରୁ ନିଲମ୍ବିତ ହୋଇଥିବା ଅଧିକାରୀ କିମ୍ବା ଯାହାଙ୍କ ବିରୋଧରେ ଆପରାଧିକ ମାମଲାରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଚାର୍ଜଶିଟ ଦାଖଲ କରାଯାଇଥିବ ତାଙ୍କର ଭିଜିଲାନ୍ସ ମଞ୍ଜୁରୀକୁ ବାତିଲ କରାଯିବ। ସେହିପରି ଦୁର୍ନୀତି ନିବାରଣ ଆଇନ କିମ୍ବା ଅନ୍ୟ କୌଣସି ଆପରାଧିକ ମାମଲାକୁ କୋର୍ଟ ସଂଜ୍ଞାନକୁ ନେଇଥିଲେ ସମ୍ପୃକ୍ତ ଅଧିକାରୀଙ୍କୁ ପାସ୍‌ପୋର୍ଟ ପ୍ରଦାନ ନିମନ୍ତେ ଭିଜିଲାନ୍ସ ମଞ୍ଜୁରୀ ଦିଆଯିବ ନାହିଁ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ଭାରତୀୟ ପାସ୍‌ପୋର୍ଟ ହାସଲ କରିବାକୁ ଚାହୁଁଥିବା କାର୍ଯ୍ୟରତ ଅଧିକାରୀମାନଙ୍କ କ୍ଷେତ୍ରରେ ପାସ୍‌ପୋର୍ଟ ଆଇନ, ୧୯୬୭ର ଧାରା ୬(୨) ପ୍ରଯୁଜ୍ୟ ହେଉଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।
ଯଦି ଭାରତ ବାହାରେ ଜଣେ ଆବେଦନକାରୀଙ୍କ ଉପସ୍ଥିତି ସମ୍ପୃକ୍ତ ଦେଶ ସହ ଆମର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ପ୍ରତିକୂଳ ପ୍ରଭାବ ପକାଉଥାଏ କିମ୍ବା ତାଙ୍କୁ ଯାତ୍ରା ଦସ୍ତାବିଜ ପ୍ରଦାନ କରିବା ଜନହିତରେ ନୁହେଁ ବୋଲି କେନ୍ଦ୍ର ସରକାର ଅନୁଭବ କରନ୍ତି ତେବେ ବିଭାଗୀୟ କର୍ତ୍ତୃପକ୍ଷ ତାଙ୍କୁ ପାସ୍‌ପୋର୍ଟ ନ ଦେବା ପାଇଁ ନିଷ୍ପତ୍ତି ନେଇପାରିବେ। ଧାରା ୬(୨)ରେ ଏହି ବ୍ୟବସ୍ଥା ରହିଛି। ଅନୁରୂପ ଭାବେ ଜଣକ ବିରୋଧରେ କୌଣସି କୋର୍ଟ ପକ୍ଷରୁ ଓ୍ବାରେଣ୍ଟ କିମ୍ବା ହାଜିର ପାଇଁ ସମନ ଅଥବା ଗିରଫ ପରଓ୍ବାନା ଜାରି କରାଯାଇଥିବ ତା’ ହେଲେ ତାଙ୍କୁ ବିମାନରେ ବିଦେଶ ଯାତ୍ରା ଲାଗି ପାସ୍‌ପୋର୍ଟ ଦିଆଯିବ ନାହିଁ। ଯେଉଁ ଆବେଦନକାରୀଙ୍କୁ ଭାରତ ଛାଡ଼ିବା ପାଇଁ ବାରଣ କରି କଟକଣା ସମ୍ବଳିତ ନିର୍ଦ୍ଦେଶନାମା ଜାରି ହୋଇଥିବ ତାଙ୍କୁ ମଧ୍ୟ ପାସ୍‌ପୋର୍ଟ ମିଳିବ ନାହିଁ ବୋଲି ଏହି ଆଇନରେ ସ୍ପଷ୍ଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିପକ୍ଷରେ ପ୍ରାର୍ଥୀ ବଦଳାଇଲା ବିଏସ୍‌ପି

ଲକ୍ଷ୍ନୌ,୧୯।୪: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ବିଏସ୍‌ପି ଏହାର ପ୍ରାର୍ଥୀଙ୍କ ଆଉ ଏକ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୧୧ ଜଣ...

କଂଗ୍ରେସ ପ୍ରାର୍ଥୀ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

‘ଭାଜପାର ପ୍ରଥମ ଦିନ ଫ୍ଲପ୍‌ ହୋଇଗଲା’

ଲକ୍ଷ୍ନୌ,୧୯।୪: ସମାଜବାଦୀ ପାର୍ଟୀ ନେତା ଅଖିଳେଶ ଯାଦବ ଲୋକ ସଭା ନିର୍ବାଚନର ପ୍ରଥମ ଦିନର ଭୋଟିଂକୁ ନେଇ ଭାଜପାକୁ କଟାକ୍ଷ କରିଛନ୍ତି। ଭାଜପାର ପ୍ରଥମ ଦିନ...

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri