ଦୁର୍ଦ୍ଦଶା ଭୋଗୁଛନ୍ତି ବଡ଼ଶିଲିଙ୍ଗା ପଞ୍ଚାୟତବାସୀ:କର୍ଦ୍ଦମାକ୍ତ ରାସ୍ତା ମୁଖ୍ୟ ସମସ୍ୟା

ଗଣିଆ,୨୮।୮(ଡି.ଏନ.ଏ.)-ନୟାଗଡ ଜିଲା ଗଣିଆ ବ୍ଲକ ବଡଶିଲିଙ୍ଗା ପଞ୍ଚାୟତବାସୀଙ୍କୁ ଦୁର୍ଦ୍ଦଶା ସତେ ଯେମିତି ପିଛା ଛାଡୁନି ା ଉକ୍ତ ପଞ୍ଚାୟତରେ ସଦାସର୍ବଦା ବହୁବିଧ ସମସ୍ୟା ଲାଗି ରହୁଛି। ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରୁନଥିବା ଉକ୍ତ ପଞ୍ଚାୟତବାସୀ ଗମନାଗମନ ପାଇଁ ଆଜି ବି ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ା
ବଡଶିଲିଙ୍ଗା ପଞ୍ଚାୟତକୁ ସଂଯୋଗ କରୁଥିବା ୧୫ କିଲୋମିଟର ମୁଖ୍ୟ ରାସ୍ତା ସାରା ଖାଲଖମାରେ ପରିଣତ ହୋଇଛି ା ଫଳରେ ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡୁଛି । ପରିସ୍ଥିତି ଏଭଳି ହେଉଛି ଯେ, ସାଇକେଲ ଟିଏ ଯିବା କଷ୍ଟକର ହୋଇପଡୁଛି ା ରାସ୍ତାର ଦୁରବସ୍ଥା ଯୋଗୁ ବିଭିନ୍ନ କାର୍ଯ୍ୟ ପାଇଁ ଉକ୍ତ ପଞ୍ଚାୟତର ଲୋକମାନେ ଛାମୁଣ୍ଡିଆ ଓ ଗଣିଆ ଆସିବାକୁ ହେଲେ ଅଧିକ ଖର୍ଚ୍ଚାନ୍ତ ହୋଇ ଦଶପଲ୍ଲା ଦେଇ ଆସିବାକୁ ପଡୁଛି । ଅନ୍ୟପକ୍ଷେ ରାସ୍ତା ସମସ୍ୟା ଯୋଗୁ ଏହି ପଞ୍ଚାୟତବାସୀ ଆମ୍ବୁଲାନ୍ସ ପରି ଜରୁରିକାଳୀନ ସେବା ମଧ୍ୟ ପାଇପାରୁ ନ ଥିବା ଅଭିଯୋଗ କରିଛନ୍ତି ା
ଯେ, ବଡ଼ମୂଳଠାରୁ ବଡ଼ଶିଲିଙ୍ଗା ପଞ୍ଚାୟତକୁ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ପଞ୍ଚାୟତବାସୀଙ୍କ ତରଫରୁ ଦୀର୍ଘଦିନ ଧରି ପ୍ରଶାସନ ନିକଟରେ ଦାବି ହୋଇଆସୁଥିଲା ା ସରକାରଙ୍କ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଛାମୁଣ୍ଡିଆ ପଞ୍ଚାୟତର ବଡ଼ମୂଳ ପିଡବ୍ଲୁଡି ରାସ୍ତାଠାରୁ ବଡ଼ଶିଲିଙ୍ଗା ପଞ୍ଚାୟତର ଶିଖରଗୋଛା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ୨୦୧୮ ଜୁନ୍‌ରେ ନୂତନ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ା ତେବେ ଗତ ଜୁଲାଇ ଶେଷ ସୁଦ୍ଧା ସମ୍ପୃକ୍ତ ଠିକାଦାର ଏହି ରାସ୍ତାର ସମସ୍ତ କଲଭର୍ଟ କାର୍ଯ୍ୟ ଶେଷ କରିଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରି ନ ଥିବା ଦେଖିବାକୁ ମିଳିଛି ା ଏହି ରାସ୍ତାର କେତେକ ସ୍ଥାନରେ ବିଛାଯାଇଥିବା ମାଟି ମୋରମ ବର୍ଷାରେ ଧୋଇଯିବା ସହ କାଦୁଅ ଖାଲଖମାରେ ପରିଣତ ହୋଇଛି ା ବିଶେଷକରି ଗତ କିଛିଦିନ ଧରି ଲଘୁଚାପଜନିତ ବର୍ଷା ଯୋଗୁ ଏହି ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡୁଛି ା ଅପରପକ୍ଷେ ଗତ ଦୁଇ ଦିନ ତଳେ ଲଗାଣ ବର୍ଷାରେ ପାହାଡ଼ରୁ ମାଟି ଅତଡ଼ା ଖସି ରାସ୍ତା ଜାମ୍‌ ହୋଇଥିଲା ା ଏହି ରାସ୍ତା ଉପରେ ମାଟି ପଥର ଗଦା ହୋଇ ରହିବା ଦ୍ୱାରା ଉକ୍ତ ପଞ୍ଚାୟତବାସୀ ରବିବାର ମଧ୍ୟାହ୍ନରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଯାତାୟାତ କରି ପାରୁ ନ ଥିଲେ। ଯାତାୟାତ ସମ୍ପୂର୍ଣ୍ଣ ଠପ୍‌ ହୋଇପଡ଼ିଥିଲା ା ସୋମବାର ଅପରାହ୍ନରେ ବନ୍ୟପ୍ରାଣୀ ବିଭାଗର କେତେକ ଅସ୍ଥାୟୀ କର୍ମଚାରୀ ରାସ୍ତାରୁ ମାଟି ପଥର ହଟାଇବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା ା ତେବେ ଚଳିତ ବର୍ଷାଋତୁରେ ରାସ୍ତାର ଖାଲୁଆ ସ୍ଥାନଗୁଡିକରେ ମୋରମ ବିଛାଗଲେ ଅଞ୍ଚଳର ସମସ୍ୟା ଦୂର ହୋଇପାରନ୍ତା ବୋଲି ବଡ଼ଶିଲିଙ୍ଗା ସରପଞ୍ଚ ପୁଷ୍ପଲତା ନାୟକ କହିଛନ୍ତି ା ଏ ସମ୍ପର୍କରେ ଗଣିଆ ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠଯନ୍ତ୍ରୀ ଲକ୍ଷ୍ମୀକାନ୍ତ ରାଉତଙ୍କୁ ପଚାରିବାରୁ ବର୍ଷାଋତୁ ପରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ା ତେବେ ରାସ୍ତାରେ ପିଚୁ ବଦଳରେ ସିମେଣ୍ଟ କଂକ୍ରିଟରେ ନିର୍ମାଣ କରାଯିବ ବୋଲି କହିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ…

ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: କାଳବୈଶାଖୀର ସୁଯୋଗ ନେଇ…

ନୟାଗଡ଼,୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଜାମୁକଣସ୍ଥିତ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗୁରୁବାର ରାତିରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍‌ ନ ଥିବାବେଳେ…

ବିଲକୁ ଖତ ନେଇ ଯାଇଥିଲେ ଚାଷୀ, ହଠାତ୍‌ ମାରିଲା ବିଜୁଳି-ଘଡ଼ଘଡ଼ି, ଆଉ ତା’ ପରେ…

ଖଣ୍ଡପଡ଼ା,୩୦ା୪(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ରୟତି ଢୋଲମରା ଗ୍ରାମପଞ୍ଚାୟତ ଅଧୀନ ମଇଁଶିବିନ୍ଧା ଗ୍ରାମର ଜନୈକ ଗରିବ ଚାଷୀ ଭଗବାନ ନାୟକଙ୍କ ପୁତ୍ର…

ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ: ମିଳିନି ପରିଚୟ, ଘଟଣାସ୍ଥଳରେ ପୋଲିସ

ନୂଆଗାଁ , ୨୨।୪ (ଧନେଶ୍ୱର ସାହୁ ): ନୟାଗଡ ଜିଲା ନୂଆଗାଁ ଥାନା ଆଛୁପଡା ନିକଟବର୍ତ୍ତୀ ସ୍ଥାନରେ ବୁଧବାର ଟ୍ରେନରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଏସ୍‌ଡିପିଓଙ୍କୁ ପଡ଼ିଲା ମହଙ୍ଗା: ରାତି ୧୨ଟାରେ ଫୋନ୍‌ କରି କହୁଥିଲେ ଏମିତି…

ନୟାଗଡ଼,୨୧ା୪(ଲୋକନାଥ ମିଶ୍ର): ମହିଳାଙ୍କୁ ଯୌନ ନିର୍ଯାତନା ଦେବା ମହଙ୍ଗା ପଡ଼ିଛି। ନୟାଗଡ଼ ଜିଲା ଖଣ୍ଡପଡ଼ା ସବ୍‌ଡିଭିଜନାଲ ପୋଲିସ ଅଫିସର (ଏସ୍‌ଡିପିଓ) ମଦନ ମୋହନ ପ୍ରଧାନଙ୍କ ମଙ୍ଗଳବାର ମୁଖ୍ୟାଳୟକୁ…

ସମାଲୋଚନା ପରେ ବଦଳିଲା ନିଷ୍ପତ୍ତି, ନୟାଗଡ଼ରେ ୨୦ ରୁ ୨୩ ସମସ୍ତ ବିଦ୍ୟାଳୟ ଛୁଟି

ନୟାଗଡ଼, ୧୯।୪(ଲୋକନାଥ ମିଶ୍ର): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲା ପ୍ରଶାସନ ଜିଲାର ସମସ୍ତ ପ୍ରକାର ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡ଼ିକୁ ଚଳିତ…

ଚିତାବାଘ ଛାଲ-ବଜ୍ରକାପ୍ତା କାତି ଚୋରା ଚାଲାଣ କରୁଥିଲେ ମା’-ପୁଅ; ମାଡିବସିଲା ବନ ବିଭାଗ, ବଜ୍ରକାପ୍ତାକୁ ୧୬୪ ଖଣ୍ଡ…

ନୟାଗଡ଼,୧୬।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଦଶପଲ୍ଲା ରେଞ୍ଜ କୁଜାମେଣ୍ଡି ବିଟ ହାଉସ ଅଞ୍ଚଳରୁ ଚିତାବାଘର ଛାଲ ଓ ୧୬୪ ଖଣ୍ଡ ବଜ୍ରକାପ୍ତା କାତି ଜବତ ହୋଇଛି ।…

ଭାରସାମ୍ୟ ହରାଇ ଓଲଟିଲା ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ, ଦଶରୁ ଉର୍ଦ୍ଧ୍ଵ…

ନୟାଗଡ଼/ଭାପୁର,୧୦।୪ (ଲୋକନାଥ ମିଶ୍ର/ପ୍ରଭାତ ବରାଡ): ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଫତେଗଡ ଥାନା ବଡସହରା ପଞ୍ଚାୟତର ମାନସିକଧାରୀ ଦଣ୍ଡୁଆଙ୍କ ଅଟୋ ଗାଡି ଓଲଟି ପଡିବାରୁ ଦଶରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri