ଦିନେ ଯାତ୍ରା ଦେଖୁ ନ ଥିଲେ, ଏବେ ଯାତ୍ରା କଳାକାର

ଓଡ଼ିଆ ଯାତ୍ରା ଜଗତର ଜଣେ ଆଗଧାଡ଼ିର ଯୁବ କଳାକାର ହେଉଛନ୍ତି ଅରୁଣ କୁମାର ଲେଙ୍କା। ଲୋକପ୍ରିୟ ନାଟକ ‘ଗୁପ୍ତ ସମ୍ପର୍କ’ରେ ଜନଜାତି ଚରିତ୍ରରେ ଅଭିନୟ କରି ସେ ଲୋକଲୋଚନକୁ ଆସିଥିଲେ। ନାଟକର ବଡ଼ଭାଇ ଭୂମିକାରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଣ୍ଟିଥିଲେ ଅରୁଣ। ଢେଙ୍କାନାଳ ଜିଲାର ସରଦେଈପୁର ଗଁାରେ ଜୟକୃଷ୍ଣ ଲେଙ୍କା ଏବଂ ଅମୂଲ୍ୟ ଲେଙ୍କାଙ୍କ କୋଳରେ ଜନ୍ମଗ୍ରହଣ କରିଥିବା ଅରୁଣ ୧୯୯୭ ମସିହାରେ ଆସିଲେ ଯାତ୍ରାକୁ। ତେବେ ଯାତ୍ରାକୁ ଆସିବା ନେଇ ତାଙ୍କର କୌଣସି ଯୋଜନା ନ ଥିଲା। ଏପରି କି ନା ସେ ଯାତ୍ରା କରିଥିଲେ ନା ଯାତ୍ରା ଦେଖୁଥିଲେ। ଓଲଟି ଯେତେବେଳେ ସାଙ୍ଗମାନେ କହୁଥିଲେ, ଚାଲ ଅମୁକ ଜାଗାରେ ଯାତ୍ରା ହେଉଛି ଦେଖିବାକୁ ଯିବା ସେତେବେଳେ ସେ ହସି ଉଡ଼େଇ ଦେଉଥିଲେ। କହୁଥିଲେ ରାତିରେ ନ ଶୋଇ କିଏ ଯିବ ଯାତ୍ରା ଦେଖିବାକୁ। ମାତ୍ର ଭାଗ୍ୟ ତାଙ୍କୁ ଯାତ୍ରାକୁ ଆଣିବା ପାଇଁ ହିଁ ଯୋଜନା କରିଥିଲା। ସେଥିଲାଗି ଗୋଟେ ଝୁଙ୍କ୍‌ରେ ଅରୁଣ ଆସି ଯୋଗଦେଲେ ଭାରତ ଗଣନାଟ୍ୟରେ। ତେବେ ଯାତ୍ରାକୁ ଆସିବା ପରେ ଆରମ୍ଭ ହେଲା ତାଙ୍କର ଅସଲ ସଂଘର୍ଷ। ପାର୍ଟ ତ ମିଳିଲା ନାହିଁ; ସେ ପାର୍ଟିର ପେଟି, ଚେୟାର ବୋହି ନିଜର ଗୁଜୁରାଣ ମେଣ୍ଟେଇଲେ। କଦବା କ୍ୱଚିତ ଗୁଣ୍ଡା ହୋଇ ନ ହେଲେ କନ୍‌ଷ୍ଟେବଳ ହେଇ ମଞ୍ଚକୁ ଯିବାର ସୁଯୋଗ ମିଳୁଥିଲା। ସେଥିରେ ପୁଣି ନା ଥିଲା ଡାଏଲଗ ନା ଥିଲା ଆକ୍ଟିଂ। କେବଳ ପୋଷାକ ପିନ୍ଧି ମଞ୍ଚକୁ ଯିବା ଆଉ ଆସିବା। ଏମିତିରେ ଗୋଟିଏ ବର୍ଷ ବିତିଲା। ସେ ଭାରତ ଗଣନାଟ୍ୟ ଛାଡ଼ି ଜଗଦ୍ଧାତ୍ରୀ ଗଣନାଟ୍ୟରେ ଯୋଗଦେଲେ। ଏଇ ଜଗଦ୍ଧାତ୍ରୀରେ ହିଁ ସେ ଜଣେ ଆକ୍ଟର ଭାବରେ ଯୋଗଦେଲେ। ଅନୁଷ୍ଠାନର ନାଟକ ମାଣିକ, ମହାପାତ୍ର ଘର ବଡ଼ବୋହୂ, ଅଗଷ୍ଟ ପନ୍ଦର ଭାରତ ବନ୍ଦ ଆଦି ନାଟକରେ ତାଙ୍କୁ ରୋଲ୍‌ ମିଳିଲା। ଭଲ ଚେହେରା ସାଙ୍ଗକୁ ମୁଣ୍ଡରେ ମେଞ୍ଚେ ଚୁଟି ରଖିଥିଲେ। ତେଣୁ ତାଙ୍କୁ ନେଗେଟିଭ୍‌ ଭୂମିକା ପାଇଁ ବଛାଗଲା। ଆଉ ତାହା ବି ତାଙ୍କର ପସନ୍ଦ ଥିଲା। ଇତିମଧ୍ୟରେ ସେ ଯାତ୍ରାରେ ୨୨ବର୍ଷ ଅତିକ୍ରାନ୍ତ କରି ସାରିଲେଣି। ଦୁର୍ଗାଶ୍ରୀ, ତାରପୁର ଅପେରା, ଉତ୍ତରାୟଣୀ ଅପେରା ସାତଶଙ୍ଖ, ଶିବମ୍‌ ଗଣନାଟ୍ୟ, ଅପେରା ମା’ ତାରିଣୀ, ଚିନ୍ମୟୀ ଗଣନାଟ୍ୟ, ବାଣେଶ୍ୱରୀ ଆଦି ଅନୁଷ୍ଠାନରେ ଅଭିନୟ କରି ଏବେ ତିନିବର୍ଷ ଧରି ଯାତ୍ରାଶ୍ରୀ ବିଶ୍ୱଦରବାରରେ ନିଜର ଅଭିନୟ ଜାରି ରଖିଛନ୍ତି। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ଓଏମ୍‌ପି ଛକରେ ଝିଅଟି କିଏ, ନାଲି ସୁଇଟର ନେପାଳି ଝିଅ, ଗୋଲାପି ଦିଦି, କହିବାକୁ ମୋତେ ଲାଜ ଲାଗୁଛି, ଚନ୍ଦ୍ରମଣି ତୁ ମରିଯା, ମିଛ କହିବାକୁ କିଅଁା ଡରିବି, ଦୁନିଆ କହିବ କିଏ ମୋ ସ୍ବାମୀ, ଗୁପ୍ତ ସମ୍ପର୍କ, ଆକାଶ କଇଁଆ ଚିଲିକା ମାଛ, ତମ କଥା ଭାରି ମନେପଡୁଛି ଏବଂ ଆହୁରି ଅନେକ। ଗୋଟେ ସମୟରେ ସେ ଯାତ୍ରାକୁ ଆସିବା କଥା ଘରେ ଜାଣି ନ ଥିଲେ। ଜାଣିବା ପରେ ମନଊଣା ବି କରିଥିଲେ। ହେଲେ ଏବେ ତାଙ୍କୁ ନେଇ ପରିବାର ବେଶ ଖୁସି। ବାପା ଓ ମା’ଙ୍କ ଆଶୀର୍ବାଦ ତଥା ପତ୍ନୀ ସବିତା ଲେକାଙ୍କ ପ୍ରେରଣା ତାଙ୍କୁ ଆଗକୁ ଆଗେଇଯିବାରେ ସହାୟକ ହେଉଛି ବୋଲି କହନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?