Posted inଖେଳ

ଦିନିକିଆ ସିରିଜରେ ସ୍ମିଥ୍‌ ଅଧିନାୟକ

ଅହମଦାବାଦ,୧୫ା୩(ପି.ଟି.): ନିୟମିତ ଅଧିନାୟକ ପ୍ୟାଟ୍‌ କୁମିନ୍ସଙ୍କ ସ୍ଥାନରେ ଷ୍ଟିଭ୍‌ ସ୍ମିଥ୍‌ ଅଧିନାୟକ ଦାୟିତ୍ୱ ବହନ କରିବେ। ଅନ୍ତିମ ଦୁଇ ଟେଷ୍ଟରେ ସ୍ମିଥ୍‌ ଷ୍ଟାଣ୍ଡଇନ୍‌ କ୍ୟାପ୍‌ଟେନ ରହିଥିବା ବେଳେ ଦିନିକିଆ ସିରିଜ୍‌ ପାଇଁ ମଧ୍ୟ ତାଙ୍କୁ ଅଧିନାୟକ ରଖାଯିବ ବୋଲି ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଆଣ୍ଡ୍ର୍ୟୁ ମ୍ୟାକ୍‌ଡୋନାଲ୍ଡ ସୂଚନା ଦେଇଛନ୍ତି। ଦିଲ୍ଲୀ ଟେଷ୍ଟ ପରେ ମା’ଙ୍କ ଅସୁସ୍ଥତା ପାଇଁ କୁମିନ୍ସ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଅହମଦାବାଦ ଟେଷ୍ଟ ପୂର୍ବରୁ ମା’ଙ୍କ ଦେହାନ୍ତ ଘଟିଥିଲା। ଶୁକ୍ରବାରଠାରୁ ଦିନିକିଆ ସିରିଜ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ଶୋକରେ ଥିବା କୁମିନ୍ସ ଭାରତ ଫେରିବେ ନାହିଁ ବୋଲି ମ୍ୟାକଡୋନାଲ୍ଡ ସ୍ପଷ୍ଟ କରିଛନ୍ତି। ଦୁଃଖର ମୁହୂର୍ତ୍ତରେ ଅଷ୍ଟ୍ରେଲିଆ ଦଳ କୁମିନ୍ସଙ୍କ ସହିତ ରହିଛି ବୋଲି ସେ କହିଛନ୍ତି। ତେବେ ତାଙ୍କର ବଦଳ ଖେଳାଳିଙ୍କ ନାମ ଏଯାଏ ଘୋଷଣା କରାଯାଇ ନାହିଁ। ପ୍ରଥମ ଦୁଇ ଟେଷ୍ଟରେ କୁମିନ୍ସ ଅଧିନାୟକ ରହିଥିବା ବେଳେ ପରବର୍ତ୍ତୀ ଦୁଇ ଟେଷ୍ଟରେ ସ୍ମିଥ୍‌ ନେତୃତ୍ୱ ନେଇଥିଲେ। ଇନ୍ଦୋର ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ ହୋଇଥିବା ବେଳେ ଅହମଦାବାଦର ଟେଷ୍ଟ ଡ୍ର’ରେ ଶେଷ ହୋଇଥିଲା। ବର୍ତ୍ତମାନ ଅଷ୍ଟ୍ରେଲିଆ ଦଳ ଆହତ ସମସ୍ୟା ଦେଇ ଗତି କରୁଛି। ହାର୍ମଷ୍ଟ୍ରିଙ୍ଗ ସର୍ଜରୀ ପାଇଁ ଝେ ରିଚାର୍ଡସନ୍‌ ବାଦ୍‌ ପଡିଥିବା ବେଳେ ନାଥାନ ଏଲିସଙ୍କୁ ବଦଳ ଖେଳାଳି ଭାବରେ ଘୋଷଣା କରାଯାଇଥିଲା। କହୁଣି ଆଘାତ ପାଇଁ ଅନ୍ତିମ ଦୁଇ ଟେଷ୍ଟରୁ ବାଦ୍‌ ପଡିଥିବା ଡେଭିଡ୍‌ ଓ୍ବାର୍ନରଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି। କୁମିନ୍ସଙ୍କ ସ୍ଥାନରେ ଇଂଲଣ୍ଡରେ ଅଧିନାୟକ ରହିଥିବା ଜୋଶ ହେଜେଲଉଡ୍‌ ମଧ୍ୟ ଆକିଲିସ୍‌ ଇଞ୍ଜୁରୀ କାରଣରୁ ବାଦ୍‌ ପଡିଛନ୍ତି। ଆଷ୍ଟନ ଆଗର ଦିନିକିଆ ସିରିଜ ପାଇଁ ଫେରିଥିବା ବେଳେ ଆଡାମ ଜାମ୍ପାଙ୍କ ସହିତ ସେ ସ୍ପିନ୍‌ ବିଭାଗ ସମ୍ଭାଳିବେ। ଆହତ ସମସ୍ୟାରୁ ଫେରିଥିବା ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଓ ମିଚେଲ୍‌ ମାର୍ଶ ମଧ୍ୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉଜୁଡ଼ିଗଲା ଫସଲ, ଜିଲାପାଳଙ୍କ ସ୍ମାରକପତ୍ର ପ୍ରଦାନ କରି ଚାଷୀ…

ଦିଗପହଣ୍ଡି,୭ା୧୧(ଅଶେଷ ନାଥ ମିଶ୍ର): ବାତ୍ୟା ଅର୍ଣ୍ଣବ ପରବର୍ତ୍ତୀ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇବା ଦାବିରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗଞ୍ଜାମ…

୨ ଛକା ମାରି ବିଶ୍ୱରେକର୍ଡ କଲେ ରୋହିତ ଶର୍ମା: ଭାଙ୍ଗିଲେ ପାକିସ୍ତାନ କ୍ରିକେଟର୍‌ଙ୍କ ରେକର୍ଡ

ୱେଲିଂଟନ,୭।୧୧: ଭାରତୀୟ କ୍ରିକେଟ୍ର ଷ୍ଟାର୍‌ ବ୍ୟାଟର ରୋହିତ ଶର୍ମା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଆଉ ଏକ ବଡ଼ ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମ୍ୟାଚ୍‌ରେ…

‘ମା’, ତୁମକୁ ନେଇ ଗର୍ବିତ’: ସୋନିଆ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ରାହୁଲଙ୍କ ଭାବପୂର୍ଣ୍ଣ ବାର୍ତ୍ତା

ନୂଆଦିଲ୍ଲୀ,୭।୧୧: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତାଙ୍କର ଆଗାମୀ ପୁସ୍ତକ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ (Belonging: A Journey of Love)…

‘ଅତ୍ୟନ୍ତ ଦୁଃଖଦ ଦିନ…’ ମହମ୍ମଦ ସାମିଙ୍କ ଅବସର ନେଇ ଦୁଃଖ ପ୍ରକାଶ କଲେ ଭାରତୀୟ ଦଳର ବୋଲିଂ କୋଚ

ନୂଆଦିଲ୍ଲୀ,୭।୧୧: ଭାରତର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଶୁକ୍ରବାର ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ତାଙ୍କର ଏହି ଅବସର ଘୋଷଣା ପ୍ରଶଂସକମାନଙ୍କୁ ଦୁଃଖିତ କରିଥିବା…

IND vs NZ: ମ୍ୟାଚ ଚାଲିଥିବା ବେଳେ ନିଜର playing XI (ଖେଳାଳି ଦଳ)ରେ ହଠାତ ପରିବର୍ତ୍ତନ କରି ସମସ୍ତଙ୍କୁ ଚମକାଇ ଦେଲା ନ୍ୟୁଜିଲ୍ୟାଣ୍ଡ

ନୂଆଦିଲ୍ଲୀ,୭।୧୧: ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଚୂଡ଼ାନ୍ତ ଏକାଦଶରେ ହଠାତ ଏକ ପରିବର୍ତ୍ତନ କରାଯାଇଛି। ବ୍ଲେୟାର ଟିକନରଙ୍କ ସ୍ଥାନରେ ମ୍ୟାଟ ଫିଶରଙ୍କୁ ଦଳରେ…

ମଦ ବିକ୍ରିକୁ ତୀବ୍ର ବିରୋଧ: ତାତିଲେ ଗ୍ରାମବାସୀ, ଭାଙ୍ଗିଲେ କାଉଣ୍ଟର ଆଜ୍‌ବେଷ୍ଟସ୍‌

ନୟାଗଡ଼,୭ା୧୧(ଲୋକନାଥ ମିଶ୍ର): ଗାଁରେ ମଦ ବିକ୍ରିକୁ ନେଇ ତେଜିଛି ଅସନ୍ତୋଷ। ମଦ ବିକ୍ରି ବନ୍ଦ କରିବା ଦାବିରେ ଏକଜୁଟ ହୋଇ ରାସ୍ତାରୋକୋ କରିଛନ୍ତି ଗ୍ରାମବାସୀ। ନୟାଗଡ଼ ବ୍ଲକ…

ଖାତା ଖୋଲୁ ଖୋଲୁ ମାତ୍ର ୧ ରନ କରି ଇତିହାସ ସୃଷ୍ଟି କଲେ ବିରାଟ କୋହଲି; ପଛରେ ପଡ଼ିଗଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୭।୧୧: ୱେଲିଂଟନର ବେସିନ ରିଜର୍ଭ (ହେନରୀ ଓଭାଲ) ଠାରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଚାଲିଛି। ନ୍ୟୁଜିଲ୍ୟାଣ୍ଡ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ୧୩୪…

ODI ଇତିହାସରେ ୨୪ ବର୍ଷ ମଧ୍ୟରେ ଯାହା କେବେ ଘଟି ନଥିଲା, ତାହା ବର୍ତ୍ତମାନ ଘଟିଛି

ନୂଆଦିଲ୍ଲୀ,୭।୧୧: ୱେଲିଂଟନରେ ଖେଳାଯାଉଥିବା ଦ୍ୱିତୀୟ ଦିନିକିଆ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଦଳ ମାତ୍ର ୧୩୪ ରନରେ ଅଲଆଉଟ ହୋଇଯାଇଛି। ଏହି ସିରିଜରେ ଏହା କ୍ରମାଗତ ଦ୍ୱିତୀୟ ଥର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?