ଦାସିଗଁ। ମଣ୍ଡି: କୁଇଣ୍ଟାଲ ପିଛା ୫କି.ଗ୍ରା କଟନି ଅଭିଯୋଗ

ଜୁନାଗଡ଼/ଦାସିଗଁ।,୧।୬(ଡି.ଏନ୍‌.ଏ.)
କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦାସିଗଁ। ମଣ୍ଡି ନାନା ଅବ୍ୟବସ୍ଥା ମଧ୍ୟଦେଇ ଚାଲିଛି। ମଣ୍ଡିରେ ନିଯୁକ୍ତ ସ୍ଥାନୀୟ ମିଲର୍ସ ଏବଂ ଏଜେଣ୍ଟମାନେ ମନଇଚ୍ଛା କାମ କରୁଥିବା ଅଭିଯୋଗ ହୋଇଛି। ଚିହ୍ନା ଚାଷୀଙ୍କ ଧାନ ପ୍ରଥମେ ଉଠାଉଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ମିଲର୍ସ ଏଜେଣ୍ଟକୁ ବଦଳାଇ ନୂତନ ଏଜେଣ୍ଟ ନିଯୁକ୍ତି କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି। ସେହିପରି ମଣ୍ଡରେ କୁଇଣ୍ଟାଲ ପିଛା ୫କି.ଗ୍ରା ଧାନ କଟନି କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷେ କାଳବୈଶାଖୀ ପ୍ରଭାବର ଅଞ୍ଚଳରେ ବର୍ଷା ହେଉଥିବା ବେଳେ ଧାନ ଫସଳ ନଷ୍ଟ ହେବା ଆଶଙ୍କା କରି ଚାଷୀମାନେ ବାଧ୍ୟହୋଇ କଟନିରେ ମିର୍ଲସଙ୍କୁ ଧାନ ବିକ୍ରି କରି ଦେଉଛନ୍ତି। ଏହି ମଣ୍ଡି ସପ୍ତାହର ସବୁଦିନ ଚାଲିବାକୁ ଥିବାବେଳେ ଏଠାରେ ଧାନ ଉଠାଣ କରିବା ପାଇଁ ବାଲାଜୀ ରାଇସ୍‌ ମିଲ, ତ୍ରିପୁରା ଫୁଡ୍‌ ପ୍ରଡକ୍ଟ, ଏସ୍‌.ଏମ୍‌ ରାଇସ୍‌ ମିଲ ମାଲଗୁଡା, ନୀଲକଣ୍ଠ ଉଦୌଗ, ଶ୍ରୀକ୍ରିର୍ଷ୍ଣା ରାଇସ୍‌ ମିଲ, ସିଦ୍ଦାର୍ଥ ରାଇସ୍‌ ମିଲ, ଆର୍‌କେ ଏଗ୍ରୋ ଏକ୍ସପୋଟର୍‌ସ, ଡିକେ ରାଇସ୍‌ ମିଲକୁ ଦାୟିତ୍ୱ ଦିଆଯାଇଛି। ଦାସିଗଁା ମଣ୍ଡିରେ ଦାସିଗଁା ସମେତ ତାଲପଦର, ପଦମପୁର, ବାନ୍ଧନପଲା, ମାଲପଡା, ଚୋରଖସିଗୁଡା ଆଦି ଗ୍ରାମର ଶତାଧିକ ଚାଷୀ ଧାନ ବିକ୍ରି କରିଥାନ୍ତି। ଗତ ୩ଦିନ ଭିତରେ ଏଠାରେ ୩୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ପ୍ରାୟ ୨ହଜାରରୁ ଊର୍ଦ୍ଧ୍ୱ କୁଇଣ୍ଟାଲ ଧାନ ଉଠାଣ ହୋଇଥିବା ସ୍ଥାନୀୟ ପ୍ୟାକ୍ସ ପକ୍ଷରୁ ଜଣାପଡିଛି। ଏ ନେଇ ଦାସିଗଁା ପ୍ୟାକ୍ସ ମୁଖ୍ୟ କାର୍ଯ୍ୟନିର୍ବାହୀ ବିଷ୍ଣୁପ୍ରସାଦ ସାହୁଙ୍କୁ ପଚାରିବାରୁ ଧାନକୁ ଦେଖି କଟନି କରାଯାଉଛି। ସେହିପରି ମିର୍ଲସ ଏଜେଣ୍ଟଙ୍କ ରାଜୁତି ବିଷୟରେ ପଚାରିବାରୁ ମଣ୍ଡି ବିଲମ୍ବ ଯୋଗୁ ଏପରି ବିଶୃଙ୍ଖଳା ହେଲା ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri