ଦାରିଙ୍ଗବାଡି ବ୍ଲକ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଏମ୍‌ପି, ବିଧାୟକ

ଦାରିଙ୍ଗବାଡ଼ି,୧୧ା୮(ଡି.ଏନ.ଏ.)- କନ୍ଧମାଳ ଏମ୍‌ପି ଡ. ଅଚ୍ୟୁତ ସାମନ୍ତ ଓ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ରବିବାର ଦାରିଙ୍ଗବାଡ଼ି ବ୍ଲକରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଅଞ୍ଚଳବାସୀଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଛନ୍ତି। ଏମ୍‌ପି ପ୍ରଥମେ ଦାରିଙ୍ଗବାଡ଼ି ଗାନ୍ଧୀ ପାଠାଗାରଠାରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଉଦଘାଟନ କରିଥିଲେ। ପରେ ବିଧାୟକ ପ୍ରଧାନଙ୍କ ସହ ମିଶି ବ୍ଲକ ସଭାଗୃହରେ ସମୀକ୍ଷା ବୈଠକ କରିଥିଲେ ା ବୈଠକରେ ଅଞ୍ଚଳର ବୁଦ୍ଧିଜୀବୀ, ଲୋକପ୍ରତିନିଧି, ବିଭିନ୍ନ ସଙ୍ଗଠନ, ସାହିତ୍ୟ ଏକାଡେମୀ ସଦସ୍ୟ ଯୋଗଦେଇ ଅଞ୍ଚଳର ଆବଶ୍ୟକତା ସମ୍ପର୍କରେ ଏମ୍‌ପି ଏବଂ ବିଧାୟକଙ୍କୁ ଜଣାଇଥିଲେ ା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୬ ଶଯ୍ୟା ଥିବା ବେଳେ ତାହାକୁ ୪୦କୁ ବୃଦ୍ଧି କରିବା, ଅତ୍ୟାଧୁନିକ ଚିକିତ୍ସା ସୁବିଧା ବ୍ୟବସ୍ଥା କରିବାକୁ ନିବେଦନ କରାଯାଇଥିଲା। ଦାରିଙ୍ଗବାଡ଼ିରେ ଥିବା ମୃତଦେହ ବ୍ୟବଚ୍ଛେଦ ଗୃହରେ ଆଲୁଅ ବ୍ୟବସ୍ଥା ଓ ଏକ ପକ୍କା ଗୃହ ନିର୍ମାଣ ପାଇଁ ବୈଠକରେ ଲୋକେ ଦାବି କରିଥିଲେ ା ଗାଁ ଗାଁରେ ବିଶୁଦ୍ଧ ପିଇବା ପାଣି ବ୍ୟବସ୍ଥା ସହ ଶିକ୍ଷା, ସ୍ବାସ୍ଥ୍ୟ ଗମନାଗମନ ସୁବିଧା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଜଣାଇଥିଲେ। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ନିମ୍ନମାନର ହୋଇଥିବା ଅବଗତ କରାଯାଇଥିଲା। ସମସ୍ତ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ଏମ୍‌ପି ସାମନ୍ତ ଓ ବିଧାୟକ ପ୍ରଧାନ କହିଛନ୍ତି। ବୈଠକରେ ସ୍ବତନ୍ତ୍ର ଉନ୍ନୟନ ପରିଷଦର ସଦସ୍ୟ ତଥା ବହୁମୁଖୀ ସମବାୟ ସମିତିର ଅଧ୍ୟକ୍ଷ ଧର୍ମେନ୍ଦ୍ର ପ୍ରଧାନ, ଦିଲୀପ କୁମାର ପ୍ରଧାନ, ଜ୍ୟୋତିରାଜ ପ୍ରଧାନ, କ୍ଷେତ୍ରିବଳ ନାୟକ ପ୍ରମୁଖ ଯୋଗଦେଇଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ବିଦେଶୀ ନାୟକ ଧନ୍ୟବାଦ ଜଣାଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନିଜସ୍ବ ଗୃହକୁ ପ୍ରବେଶ କଲା ବଣିକ ସଙ୍ଘ: ସିମନବାଡ଼ିରେ ଗୃହ ପ୍ରତିଷ୍ଠା, ଉତ୍ସବ ସମ୍ପନ୍ନ

ଦାରିଙ୍ଗବାଡ଼ି,୧୫।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ମା’ ପାଟ୍ଟଖଣ୍ଡା ବଣିକ ସଙ୍ଘ ଶୁକ୍ରବାର ନିଜସ୍ବ ନୂତନ କୋଠାରେ ପ୍ରବେଶ କରିଛି। ଏହି ଅବସରରେ…

ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ, ଦାବିପତ୍ରରେ ଭୂମିହୀନଙ୍କୁ…

ଦାରିଙ୍ଗବାଡ଼ି,୧୫ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ ଶୁକ୍ରବାର ଅଲ୍‌ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ…

ନିଶା ସେବନକୁ ବିରୋଧ କଲେ ପୁଅ, କୀଟନାଶକ ପିଇଦେଲେ ବାପା: ଆଉ ତା’ପରେ…

ଦାରିଙ୍ଗବାଡି, ୧୨।୫ (ଅରୁଣ ସାହୁ):ନିଶା ସେବନ କରି ଘରକୁ ଫେରିଥିଲେ ଜଣେ ବୃଦ୍ଧ। ଆଉ ନିଶା ସେବନକୁ ପୁଅ ବିରୋଧ କରିବାରୁ ବୃଦ୍ଧ ବାପା କୀଟନାଶକ ପିଇଦେଇ…

ଦିଗହରା ହେଉଛି ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ପୁତ୍ତିମୟ ଗନ୍ଧରେ ଫାଟୁଛି ଡଷ୍ଟବିନ୍‌

ଦାରିଙ୍ଗବାଡି, ୧୧।୫ (ଅରୁଣ ସାହୁ):ଓଡିଶାର ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡି ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ଏହାକୁ ବିଶ୍ବସ୍ତରୀୟ ପର୍ଯ୍ୟଟନ କ୍ଷେତ୍ର କରାଯିବାକୁ ଏବେ ରାଜ୍ୟ ସରକାର…

ରାଜକିଶୋରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଗଣଶିକ୍ଷକ ସଂଘ

ଦାରିଙ୍ଗବାଡି,୧୧।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଗଣଶିକ୍ଷକ ସଂଘ ପକ୍ଷରୁ ସାଥି ଶିକ୍ଷକଙ୍କ ଦେହାନ୍ତ ପରେ ସହାୟତାର ହାତ ବଢ଼ାଇଲା ସାଙ୍ଗ ଏଭଳି ଘଟଣାକୁ ନେଇ…

ଆମ୍ବୁଲାନ୍ସ ଅଭାବ, ଗୁରୁତର ରୋଗୀ ହଟହଟା: ହସ୍ପିଟାଲରେ ଚାପା ଉତ୍ତେଜନା, ଧାରଣା ଦେବାକୁ…

ଦାରିଙ୍ଗବାଡି, ୯।୫ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରେ ଆମ୍ବୁଲାନ୍ସ ଅଭାବ କୁ ନେଇ ଦେଖାଯାଇଛି ଉତ୍ତେଜନା। ଦିନ ଦ୍ବିପ୍ରହରରୁ ଗୁରୁତର…

କିଶୋରୀଙ୍କୁ ଶିଖାଇଲେ ସାଇବର ସୁରକ୍ଷା ଥାନା ବୁଲିଲେ ପୋଲିସ …

ଦାରିଙ୍ଗବାଡି, ୮ ।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ପରିସରରେ ଶୁକ୍ରବାର ଅପରାହ୍ନରେ ପୋଲିସ ପକ୍ଷରୁ ଜୁଭେଂଟିକା କାର୍ଯ୍ୟକ୍ରମ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ଅଧ୍ୟକ୍ଷତାରେ…

ଦାରିଙ୍ଗବାଡିରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଭାଇକୁ ହତ୍ୟା କଲେ ଭାଇ

ଦାରିଙ୍ଗବାଡି, ୭।୮ (ଅରୁଣ ସାହୁ):ଜମି ବିବାଦ ନେଲା ଜୀବନ ମାତ୍ର କିଛି ଗୁଣ୍ଠ ଚାଷ ଜମି ପାଇଁ ବଡ଼ ଭାଇ ଜଣଙ୍କ ସାନ ଭାଇକୁ ଜୀବନରେ ମାରିଦେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri