Posted inଖେଳ

ଦଳ ଚୟନ ନେଇ ଦ୍ୱନ୍ଦ୍ୱରେ କୋହଲି: ରାହାନେ, ରୋହିତ୍‌ କିମ୍ବା ପଞ୍ଚମ ବୋଲର

ଆଣ୍ଟିଗୁଆ, ୨୧।୮(ପି.ଟି.)- ଗୁରୁବାରଠାରୁ ଏଠାରେ ଭାରତ ଓ ଘରୋଇ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଆରମ୍ଭ ହେବ। ତେବେ ମ୍ୟାଚ୍‌ ପାଇଁ ଅନ୍ତିମ ଏକାଦଶ ଚୟନ ନେଇ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ଓ ଅଧିନାୟକ ବିରାଟ କୋହଲି ଦ୍ୱନ୍ଦ୍ୱରେ ପଡିଛନ୍ତି। ସିନିୟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଓ ଅଜିଙ୍କ୍ୟ ରାହାନେଙ୍କ ମଧ୍ୟରୁ କାହାକୁ ଖେଳାଇବେ ସେ ନେଇ କୋହଲି ଦ୍ୱନ୍ଦ୍ୱରେ ପଡିଛନ୍ତି। ପୁଣି ଏହି ଦୁଇଜଣଙ୍କ ମଧ୍ୟରୁ ଜଣକୁ ଖେଳାଇବେ କିମ୍ବା ବଦଳରେ ପଞ୍ଚମ ବୋଲରକୁ ଖେଳାଇବେ ସେ ନେଇ କୋହଲି ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇ ପାରିନାହାନ୍ତି।
ଯଦି ଭାରତ ୪ଜଣ ବୋଲରଙ୍କୁ ଖେଳାଏ ତା,ହେଲେ ଟେଷ୍ଟ ଉପ ଅଧିନାୟକ ରାହାନେ ଓ ଦିନିକିଆ ଉପ ଅଧିନାୟକ ରୋହିତଙ୍କ ମଧ୍ୟରୁ ଜଣକୁ ଖେଳାଯାଇପାରିବ। ଭାରତ ସଢ଼େ ୭ ମାସ ପରେ ଟେଷ୍ଟ ଖେଳିବାକୁ ଯାଉଛି। ତେଣୁ କୋଚ ରବି ଶାସ୍ତ୍ରୀ ଓ କୋହଲି ଷଷ୍ଠ ବ୍ୟାଟ୍ସମ୍ୟାନଙ୍କୁ ଖେଳାଇବେ ନା ଜଣେ ଅତିରିକ୍ତ ବୋଲଙ୍କୁ ଖେଳାଇବେ ତାହା ଦେଖିବାକୁ ବାକି ରହିଲା। ଯଦି ପରମ୍ପରା ଅନୁଯାୟୀ ଭାରତ ରଣନୀତି ସ୍ଥିର କରେ ତା,ହେଲେ ମୟଙ୍କ ଅଗ୍ରଓ୍ବାଲ ଓ ଲେକେଶ ରାହୁଲ ଇନିଂସ ଓପନ୍‌ କରିବେ। ତେବେ ଗତ ଅଷ୍ଟ୍ରେଲିଆ ବିପକ୍ଷ ସିରିଜର ଅନ୍ତିମ ଦୁଇଟି ଟେଷ୍ଟରେ ରାହୁଲଙ୍କୁ ବାଦ୍‌ ଦିଆଯାଇ ତାଙ୍କ ସ୍ଥାନରେ ହନୁମା ବିହାରୀଙ୍କୁ ସୁଯୋଗ ଦିଆଯାଇଥିଲା। ତେବେ ବିହାରୀ ଅଧିକ ରନ ସଂଗ୍ରହ କରି ନ ଥିଲେ। ସେ ନୂଆ ବଲ୍‌କୁ ଅଧିକ ସମୟ ଧରି ଖେଳିଥିଲେ। ଯାହା ଫଳରେ ମୟଙ୍କ ଓ ଚେତେଶ୍ୱର ପୂଜାରା ଖେଳିବାରେ ସହଜ ଅନୁଭବ କରିଥିଲେ। ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ବିହାରୀ ୩ ନମ୍ବର ବ୍ୟାଟିଂ କରି ଅର୍ଦ୍ଧଶତକ ହାସଲ କରିଥିଲେ। ଯଦି ଟେଷ୍ଟରେ ଗତ ଏକବର୍ଷ ଧରି ରାହୁଲଙ୍କ ଦୁର୍ବଳ ଫର୍ମକୁ ବିଚାର କରାଯାଏ ତା,ହେଲେ ହନୁମାଙ୍କୁ ଇନିଂସ ଓପନ କରିବାର ସୁଯୋଗ ମିଳିପାରେ। ପୂଜାର ୩ ଓ କୋହଲି ୪ ନମ୍ବରରେ ବ୍ୟାଟିଂ କରିବେ। ତେବେ ଏହାପରେ ସମସ୍ୟା ଆରମ୍ଭ ହେଉଛି। ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୬ ନମ୍ବରରେ ବ୍ୟାଟିଂ କରିବେ। ଆହତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୭ ନମ୍ବରରେ ବ୍ୟାଟିଂ କରିବେ। ଏପରିସ୍ଥଳେ ରାହାନେ କିମ୍ବା ରୋହିତଙ୍କୁ କୋହଲି ୫ ନମ୍ବରରେ ବ୍ୟାଟିଂ କରିବାର ସୁଯୋଗ ଦେଇପାରନ୍ତି। ଟେଷ୍ଟରେ ରୋହିତ ଶେଷଥର ପାଇଁ ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିଲେ। ପୁଣି ସେ ଅଭ୍ୟାସ ମ୍ୟାଚ୍‌ରେ ରୋହିତ ମଧ୍ୟ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ଅନ୍ୟପଟେ ରାହାନେ ଅଭ୍ୟାସ ମ୍ୟାଚ୍‌ରେ ଭଲ ରନ୍‌ ସଂଗ୍ରହ କରିପାରି ନ ଥିଲେ। ପୁଣି ସେ ହାମ୍ପିସାୟାର ତରଫରୁ କାଉଣ୍ଟି ଖେଳିଥିଲେ ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଯଦି ଦୁଇଜଣଙ୍କୁ ଖେଳାଯାଏ ତା,ହେଲେ ୪ ଜଣ ବୋଲରଙ୍କୁ ନେଇ କୋହଲି ପଡିଆକୁ ଓହ୍ଲାଇବେ। ୩ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା, ମହମ୍ମଦ ସାମି, ଇଶାନ୍ତ ଶର୍ମାଙ୍କ ସମେତ ରବିଚନ୍ଦ୍ରନ ଅଶ୍ୱିନ୍‌ କିମ୍ବା କୁଲଦୀପ ଯାଦବଙ୍କୁ ଜଣେ ସ୍ପିନର ଭାବେ ଟିମ୍‌ ମ୍ୟାନେଜମେଣ୍ଟ ଖେଳାଇପାରେ। ପୁଣି ଯଦି ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ଖେଳାଯାଏ ତା,ହେଲେ ଜାଜେଡାଙ୍କୁ ବାହାରେ ବସିବାକୁ ପଡିବ। ଏପଟେ ଉଷ୍ନ ପରିବେଶରେ ବୋଲରମାନେ କ୍ଳାନ୍ତ ହେବା ସ୍ବାଭାବିକ। ପୁଣି ଓଭର ରେଟ୍‌କୁ ବଜାୟ ରଖିବାକୁ ହେଲେ ଦଳ ଆହୁରି ସମସ୍ୟାର ସମ୍ମୁଖୀନ ହେବ।
ମ୍ୟାଚ୍‌ ଜିତିବାକୁ ହେଲେ ୨୦ ଉଇକେଟ ହାସଲ କରିବାକୁ ପଡିବ। ତେଣୁ ୫ଜଣ ବୋଲରଙ୍କୁ ଖେଳାଇବା ସପକ୍ଷରେ କୋହଲି ସବୁବେଳେ ରହିଆସିଛନ୍ତି। ଜଣେ ସ୍ପିନରଙ୍କ ସହ କୋହଲି ଉମେଶ ଯାଦବଙ୍କୁ ଖେଳାଇବାକୁ ଆଦୌ ପଛାଇବେ ନାହିଁ ବୋଲି ମନେହୁଏ। ଓ୍ବେଷ୍ଟଇଣ୍ଡିଜ ଏ’ ବିପକ୍ଷରେ ଉମେଶ ଭଲ ପ୍ରଦର୍ଶନ କରିଥିଲେ। ତେବେ ସବୁକିଛି ନିର୍ଭର କରେ ସ୍ଥାନ ଭିଭିଆନ ରିଚାଡର୍‌ସ ଷ୍ଟାଡିୟମରେ କିଭଳି ଉଇକେଟ ବା ଟ୍ରାକ୍‌ କ୍ୟୁରେଟରମାନେ ତିଆରି କରୁଛନ୍ତି। ୪ଜଣ ବୋଲରଙ୍କୁ ନେଇ ଭାରତ ୨୦ଟି ଉଇକେଟ ହାସଲ କରିପାରିବ ବୋଲି କୁହାଯାଉଛି। ତେବେ ବିଶ୍ୱ ଟେଷ୍ଟ ଚାମ୍ପିନଶିପ୍‌ର ଏହି ପ୍ରଥମ ମୁକାବିଲାରେ ସେ ରିସ୍କ ନେବେକି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri