ଅନୁଗୋଳ ଅଫିସ୍, ୬।୨ – ମେଡିକାଲ ହେଉ କି ଆର୍ଟିଓ କିମ୍ବା ଅନ୍ୟାନ୍ୟ ଅଫିସ, ଅନୁଗୋଳ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାଲିଛି ଦଲାଲ ରାଜ। ଏଥିଯୋଗୁ ସାଧାରଣ ଲୋକମାନେ ଠକାମିର ଶିକାର ହେଉଥିବାବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜୁଥିବା ବାରମ୍ବାର ଅଭିଯୋଗ ହେଉଛି। ରାଜ୍ୟ ସରକାର ସରକାରୀ ଅଫିସକୁ ଦଲାଲ୍ମୁକ୍ତ କରିବାକୁ ଗୁରୁତ୍ୱ ଦେଉଥିଲେ ବି ଅନୁଗୋଳରେ ଏହାର ବ୍ୟତିକ୍ରମ ଚର୍ଚ୍ଚାର ବିଷୟ ହୋଇଛି।
ସହରବାସୀଙ୍କ କହିବା ଅନୁଯାୟୀ, ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ମେଡିକାଲ, ତହସିଲ, ତାମଡା କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଫିସରେ ଏବେ ବି ଏକାଧିକ ଦଲାଲ ସକ୍ରିୟ ରହିଛନ୍ତି। ସେମାନଙ୍କୁ ଧରାଯିବା କି ତଡ଼ାଯିବା ତ ଦୂରର କଥା ତାଗିଦ କରାଯିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ବିଭିନ୍ନ କାର୍ଯ୍ୟନେଇ ଆସୁଥିବା ଜନସାଧାରଣ ଏହି ଦଲାଲ୍ଙ୍କ କବଳରେ ପଡ଼ୁଛନ୍ତି। ସରକାରୀସ୍ତରରେ ଯେଉଁ କାର୍ଯ୍ୟ ପାଇଁ ୫ ଟଙ୍କା ଖର୍ଚ୍ଚ ହେବା କଥା ଦଲାଲଙ୍କ ଯୋଗୁ ସେମାନେ କାନମୁଣ୍ଡା ଆଉଁସି ୨୫ ଟଙ୍କା ଖର୍ଚ୍ଚ କରି ଫେରୁଛନ୍ତି। ଜିଲା କାର୍ଯ୍ୟାଳୟରେ ଏପରି ଦୁଇଜଣ ଦଲାଲଙ୍କୁ ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି। ଜଣେ ତହସିଲ ଓ ଜିଲା କାର୍ଯ୍ୟାଳୟରେ ଡେରା ପକାଇ ଚୁପ୍ଚାପ ବିଭିନ୍ନ କାର୍ଯ୍ୟ କରାଇ ନେଉଥିବା କୁହାଯାଉଥିବା ବେଳେ ଅନ୍ୟଜଣେ ଦୀର୍ଘଦିନ ଧରି ଏଠାରେ ରାଜ ଚଳାଇଛନ୍ତି। ବିଭିନ୍ନ ସମୟରେ ତାଙ୍କୁ ଜିଲା କାର୍ଯ୍ୟାଳୟ ପଛ ପାର୍ଶ୍ୱ ଓ ଅନୁଗୋଳ ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳୁଛି। ବିଭିନ୍ନ ଲୋକଙ୍କ ସହ ଡିଲ୍ କରିବା ପରେ ସେ ଜିଲା କାର୍ଯ୍ୟାଳୟରେ ପଶି କାର୍ଯ୍ୟ କରିନେଉଥିବା ଆଲୋଚନା ହେଉଛି। ସେହିପରି ଏହି ଦଲାଲଙ୍କ କବଳରୁ ଅନୁଗୋଳ ତହସିଲ ମଧ୍ୟ ବାଦ୍ ପଡ଼ିନାହିଁ। ବିଭିନ୍ନ କାର୍ଯ୍ୟ ନେଇ ଗ୍ରାମାଞ୍ଚଳରୁ ଏଠାକୁ ଦୈନିକ ଆସୁଥିବା ଲୋକଙ୍କୁ କାମ କରାଇ ଦେବାର ପ୍ରତିଶ୍ରୁତି ଦେଇ ଦଲାଲମାନେ ବେଶ୍ ଅର୍ଥ ରୋଜଗାର କରୁଛନ୍ତି। ଗତବର୍ଷ ମେଡିକାଲ ଓ ପରିବହନ କାର୍ଯ୍ୟାଳୟରେ ଦଲାଲଗିରି କରୁଥିବା କହି ଅନୁଗୋଳ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଏବେ ବିଭିନ୍ନ କାର୍ଯ୍ୟାଳୟରେ ଦଲାଲ୍ମାନେ ସକ୍ରିୟ ଥିଲେ ବି ପୋଲିସ କାହିଁକି ଚୁପ୍ ରହିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ଏଥିପ୍ରତି ଦୃଷ୍ଟି ଦିଆଯିବ। କେଉଁ ଦଲାଲ୍ କେଉଁଠି ବୁଲୁଛନ୍ତି ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କାଲି ୨ ଟ୍ରେନ୍ ବାତିଲ, ୧୪ର ଗତିପଥ ପରିବର୍ତ୍ତନ, ଜାଣି ନିଅନ୍ତୁ କେଉଁ କେଉଁ…
ଭୁବନେଶ୍ୱର,୨୯ା୧୦(ସୁଚିସ୍ମିତା ସାହୁ): ବାତ୍ୟା ଓ ବର୍ଷାଜନିତ ପରିସ୍ଥିତି ଏବଂ ରେଳଧାରଣା ନିକଟରେ ଜଳସ୍ତର ବୃଦ୍ଧି ଯୋଗୁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ବିଶାଖାପାଟଣା ରେଳ ଡିଭିଜନ ଅନ୍ତର୍ଗତ…
ଜୋଲାପୁଟ ଡ୍ୟାମ୍ର ୮ ଗେଟ୍ ଖୋଲିଲା
ନନ୍ଦପୁର,୨୯ା୧୦(ତୁଷାର କାନ୍ତ ମହାନ୍ତି): ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଲଗାଣ ବର୍ଷା ଯୋଗୁ ପାତାଳୀ ଓ ମାଛକୁଣ୍ଡ ନଦୀ ଦେଇ କୋରାପୁଟ ଜିଲା ନନ୍ଦପୁର ବ୍ଲକ୍ର ଜୋଲାପୁଟ ଜଳଭଣ୍ଡାର…
କାଲି ଗଞ୍ଜାମ-ଗଜପତି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବନ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶମାର୍ଗରୁ….
ଭୁବନେଶ୍ୱର/ଛତ୍ରପୁର, ୨୯।୧୦(ସୁନିତ୍ ମିଶ୍ର/ଦିଲ୍ଲୀପ ସାମଲ): ସ୍ପେଶାଲ ରିଲିଫ କମିଶନର(ଏସ୍ଆର୍ସି)ଙ୍କ କାର୍ଯ୍ୟାଳୟସ୍ଥିତ ରାଜ୍ୟ ଜରୁରିକାଳୀନ ନିୟନ୍ତ୍ରଣ କକ୍ଷଠାରେ ଗୁରୁବାର ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ବାତ୍ୟା ଅର୍ଣ୍ଣବକୁ…
କାଲି ମିଳିବ ୨୪ତମ ପିଏମ୍ କିଷାନ କିସ୍ତି, ରାଜ୍ୟର ୩୫.୩୯ ଲକ୍ଷ ଚାଷୀଙ୍କ…
ଭୁବନେଶ୍ୱର, ୨୯।୧୦(ସୁନିତ୍ ମିଶ୍ର): ପିଏମ୍ କିଷାନ ଉତ୍ସବ ଦିବସ ଅବସରରେ ଶୁକ୍ରବାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍ କିଷାନ) ଯୋଜନାର ୨୪ତମ କିସ୍ତି ପ୍ରଦାନ କରାଯିବ। ଏହି…
ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଭୟଙ୍କର ଦୁର୍ଘଟଣା: ବ୍ୟାରିକେଡ଼ରେ ପିଟିହୋଇ ହୁତୁହୁତୁ ହୋଇ ଜଳିଗଲା କାର୍, ୨ ଯାତ୍ରୀ…
ଜୁନାଗଡ଼, ୨୯।୧୦ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ହାତୀ ନଦୀ ପୋଲ ନିକଟରେ ଗୁରୁବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ମୋଟର…
ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଚାଇନାକୁ ପରାସ୍ତ କରି ଭାରତର ବିଜୟ ଧାରା ଜାରି
ଜଳନ୍ଧର,୨୯ା୧୦: ଡିଫେଣ୍ଡିଂ ଚାମ୍ପିୟନ ଭାରତୀୟ ହକି ଦଳ ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ବିଜୟ ଧାରା ଜାରି ରଖିଛି। ଗୁରୁବାର ଅନୁଷ୍ଠିତ ମ୍ୟାଚ୍ରେ ଅଧିନାୟକ…
ଆମ୍ବୁଲାନ୍ସରେ ଭୟଙ୍କର ବିସ୍ଫୋରଣ: ୧୦ ମୃତ
କରାଚୀ, ୨୯ା୧୦ : ଦକ୍ଷିଣ ପାକିସ୍ତାନର ଏକ ସରକାରୀ ଚିକିତ୍ସାଳୟ ପରିସରରେ ଠିଆ ହୋଇଥିବା ଏକ ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟି ଜଣେ ରୋଗୀଙ୍କ…
ଚିକେନ୍ କିଣିବାକୁ ଯାଇ ବିବାହିତ ଯୁବକ ନିଖୋଜ: ସୁଇଚ୍ ଅଫ୍ ଅଛି ମୋବାଇଲ୍ ଫୋନ୍, ପାଟଣା ଥାନାର ଦ୍ୱାରସ୍ଥ…
ପାଟଣା, ୨୯।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ସାଧୁପଡ଼ାରେ ଭଡ଼ାଘରେ ରହୁଥିବା ଜଣେ ବିବାହିତ ଯୁବକ ଚିକେନ୍ କିଣିବାକୁ ବଜାରକୁ ଯାଇ…

