ଅନୁଗୋଳ ଅଫିସ୍, ୬।୨ – ମେଡିକାଲ ହେଉ କି ଆର୍ଟିଓ କିମ୍ବା ଅନ୍ୟାନ୍ୟ ଅଫିସ, ଅନୁଗୋଳ ଜିଲାର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଚାଲିଛି ଦଲାଲ ରାଜ। ଏଥିଯୋଗୁ ସାଧାରଣ ଲୋକମାନେ ଠକାମିର ଶିକାର ହେଉଥିବାବେଳେ ପ୍ରଶାସନ ନୀରବଦ୍ରଷ୍ଟା ସାଜୁଥିବା ବାରମ୍ବାର ଅଭିଯୋଗ ହେଉଛି। ରାଜ୍ୟ ସରକାର ସରକାରୀ ଅଫିସକୁ ଦଲାଲ୍ମୁକ୍ତ କରିବାକୁ ଗୁରୁତ୍ୱ ଦେଉଥିଲେ ବି ଅନୁଗୋଳରେ ଏହାର ବ୍ୟତିକ୍ରମ ଚର୍ଚ୍ଚାର ବିଷୟ ହୋଇଛି।
ସହରବାସୀଙ୍କ କହିବା ଅନୁଯାୟୀ, ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ, ମେଡିକାଲ, ତହସିଲ, ତାମଡା କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ ଅଫିସରେ ଏବେ ବି ଏକାଧିକ ଦଲାଲ ସକ୍ରିୟ ରହିଛନ୍ତି। ସେମାନଙ୍କୁ ଧରାଯିବା କି ତଡ଼ାଯିବା ତ ଦୂରର କଥା ତାଗିଦ କରାଯିବାକୁ ମଧ୍ୟ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ବିଭିନ୍ନ କାର୍ଯ୍ୟନେଇ ଆସୁଥିବା ଜନସାଧାରଣ ଏହି ଦଲାଲ୍ଙ୍କ କବଳରେ ପଡ଼ୁଛନ୍ତି। ସରକାରୀସ୍ତରରେ ଯେଉଁ କାର୍ଯ୍ୟ ପାଇଁ ୫ ଟଙ୍କା ଖର୍ଚ୍ଚ ହେବା କଥା ଦଲାଲଙ୍କ ଯୋଗୁ ସେମାନେ କାନମୁଣ୍ଡା ଆଉଁସି ୨୫ ଟଙ୍କା ଖର୍ଚ୍ଚ କରି ଫେରୁଛନ୍ତି। ଜିଲା କାର୍ଯ୍ୟାଳୟରେ ଏପରି ଦୁଇଜଣ ଦଲାଲଙ୍କୁ ଦେଖିବାକୁ ମିଳୁଥିବା ଚର୍ଚ୍ଚା ହେଉଛି। ଜଣେ ତହସିଲ ଓ ଜିଲା କାର୍ଯ୍ୟାଳୟରେ ଡେରା ପକାଇ ଚୁପ୍ଚାପ ବିଭିନ୍ନ କାର୍ଯ୍ୟ କରାଇ ନେଉଥିବା କୁହାଯାଉଥିବା ବେଳେ ଅନ୍ୟଜଣେ ଦୀର୍ଘଦିନ ଧରି ଏଠାରେ ରାଜ ଚଳାଇଛନ୍ତି। ବିଭିନ୍ନ ସମୟରେ ତାଙ୍କୁ ଜିଲା କାର୍ଯ୍ୟାଳୟ ପଛ ପାର୍ଶ୍ୱ ଓ ଅନୁଗୋଳ ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳୁଛି। ବିଭିନ୍ନ ଲୋକଙ୍କ ସହ ଡିଲ୍ କରିବା ପରେ ସେ ଜିଲା କାର୍ଯ୍ୟାଳୟରେ ପଶି କାର୍ଯ୍ୟ କରିନେଉଥିବା ଆଲୋଚନା ହେଉଛି। ସେହିପରି ଏହି ଦଲାଲଙ୍କ କବଳରୁ ଅନୁଗୋଳ ତହସିଲ ମଧ୍ୟ ବାଦ୍ ପଡ଼ିନାହିଁ। ବିଭିନ୍ନ କାର୍ଯ୍ୟ ନେଇ ଗ୍ରାମାଞ୍ଚଳରୁ ଏଠାକୁ ଦୈନିକ ଆସୁଥିବା ଲୋକଙ୍କୁ କାମ କରାଇ ଦେବାର ପ୍ରତିଶ୍ରୁତି ଦେଇ ଦଲାଲମାନେ ବେଶ୍ ଅର୍ଥ ରୋଜଗାର କରୁଛନ୍ତି। ଗତବର୍ଷ ମେଡିକାଲ ଓ ପରିବହନ କାର୍ଯ୍ୟାଳୟରେ ଦଲାଲଗିରି କରୁଥିବା କହି ଅନୁଗୋଳ ପୋଲିସ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ଏବେ ବିଭିନ୍ନ କାର୍ଯ୍ୟାଳୟରେ ଦଲାଲ୍ମାନେ ସକ୍ରିୟ ଥିଲେ ବି ପୋଲିସ କାହିଁକି ଚୁପ୍ ରହିଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ନେଇ ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି, ଏଥିପ୍ରତି ଦୃଷ୍ଟି ଦିଆଯିବ। କେଉଁ ଦଲାଲ୍ କେଉଁଠି ବୁଲୁଛନ୍ତି ଅନୁଧ୍ୟାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଛାତ ଉପରେ ଶର୍ଟ ଉଡାଇଲେ ଯୁବକ, ଉଦ୍ଧାର ପାଇଁ ପହଞ୍ଚିଲା ହେଲିକପ୍ଟର: ନେପାଳର ବନ୍ୟାର ଛାତିଥରା ଭିଡିଓ ଭାଇରାଲ
କାଠମାଣ୍ଡୁ,୨୮।୮: ପ୍ରକୃତି ନେପାଳରେ ତାଣ୍ଡବ ସୃଷ୍ଟି କରିଛି। ସବୁଠି ପାଣି, କାଦୁଅ ଏବଂ ବିନାଶ ଦୃଶ୍ୟମାନ ହେଉଛି। ନଦୀଗୁଡ଼ିକ ପ୍ରବାହିତ ହେଉଛି, ରାସ୍ତାଗୁଡ଼ିକ ଭାସି ଯାଇଛି ଏବଂ…
ଅବ୍ୟବସ୍ଥା ଘେରରେ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର: ବର୍ଷା ଦିନେ ଛାତରୁ ଝରୁଛି ପାଣି
କର୍ଲାମୁଣ୍ଡା,୨୮।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଛାତରୁ ବର୍ଷା ହେଲେ ପାଣି ଝରୁଥିବାରୁ ରୋଗୀ ଓ ସ୍ବାସ୍ଥ୍ୟକର୍ମୀ ଅସୁବିଧାରେ ପଡ଼ୁଥିବା…
ବିଧାନସଭାର ପୁରୁଣା ପରମ୍ପରା ଭାଙ୍ଗିଲେ ମୁଖ୍ୟମନ୍ତ୍ରୀ ବିଜୟ: କଲେ ଏମିତି କାମ, ସମସ୍ତେ ଆଶ୍ଚର୍ଯ୍ୟ
ଚେନ୍ନାଇ,୨୮।୮: ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟ ଗୁରୁବାର ବିଧାନସଭାରେ ଏକ ପୁରୁଣା ପରମ୍ପରା ଭାଙ୍ଗି ଚର୍ଚ୍ଚାକୁ ଆସିଛନ୍ତି। ବିଧାନସଭାର ଅପରାହ୍ନ ଅଧିବେଶନ ସମୟରେ ସେ ନିଜ ପାଇଁ ନିର୍ଦ୍ଧାରିତ…
ଜିଲାପାଳ, ସିଡିଓ, ପୌରାଧ୍ୟକ୍ଷା, ଇଓଙ୍କୁ ରାଖି ବାନ୍ଧିଲେ ସଫେଇ କର୍ମଚାରୀ
ବଲାଙ୍ଗୀର,୨୮ା୮(ସୁନିଲ କୁମାର ମହାନ୍ତି): ପବିତ୍ର ରକ୍ଷା ବନ୍ଧନ ଅବସରରେ ଶୁକ୍ରବାର ବଲାଙ୍ଗୀର ମ୍ୟୁନିସିପାଲିଟି ପକ୍ଷରୁ ସ୍ବତନ୍ତ୍ର ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ‘ସୁରକ୍ଷାର ସାକ୍ଷୀ ରାଖି’ ପାଳନ କରାଯାଇଛି।…
ବଡ଼ ଘୋଷଣା କରି ଫ୍ୟାନ୍ସଙ୍କୁ ନିରାଶା କଲେ ଏହି ଫେମସ୍ ସିଙ୍ଗର୍, ସଙ୍ଗୀତରୁ…
ମୁମ୍ବାଇ: ପ୍ରସିଦ୍ଧ ଗାୟକ ଓ ମ୍ୟୁଜିକ କମ୍ପୋଜର ଅମାଲ ମଲିକ ନିଜ କ୍ୟାରିୟରକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଅଗଷ୍ଟ ୨୭ ତାରିଖ ଗୁରୁବାର ସେ…
ନେପାଳ ବନ୍ୟାରେ ଜୀବନ ରକ୍ଷା କଲା ହାଇଡ୍ରୋପାୱାର ସୁଡ଼ଙ୍ଗ, ବଞ୍ଚିଗଲେ ୩୫୦
କାଠମାଣ୍ଡୁ,୨୮।୮: ନେପାଳରେ ବିନାଶକାରୀ ବନ୍ୟା ମଧ୍ୟରେ ଅପର ତ୍ରିଶୂଳୀ ହାଇଡ୍ରୋପାୱାର ପ୍ରକଳ୍ପର ଏକ ସୁଡ଼ଙ୍ଗ ଶତାଧିକ ଲୋକଙ୍କ ପାଇଁ ଜୀବନରକ୍ଷକ ପାଲଟିଛି। ବନ୍ୟାଜଳ ସହ ମାଟି, ପଥର…
ରାକ୍ଷୀ ମଉକାରେ ଚଉକା: ସ୍ତ୍ରୀଙ୍କୁ ବାପଘରେ ଛାଡ଼ିବାକୁ ଯାଉଥିଲେ ସ୍ବାମୀ, ବାଟରେ ମିଠା କିଣିବାକୁ ପଠାଇ ପ୍ରେମିକ ସହ…
ପାଟନା,୨୮।୮: ବିହାରର ମଧେପୁରା ଜିଲାରୁ ରକ୍ଷାବନ୍ଧନ ଦିନ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପତ୍ନୀଙ୍କୁ ତାଙ୍କ ବାପଘରେ ଛାଡ଼ିବା ପାଇଁ ବାଇକରେ ନେଇ ଯାଉଥିବା ଜଣେ…
ଭୋଟର ତାଲିକାରୁ ଶତାଧିକ ଯୋଗ୍ୟ ନାଗରିକଙ୍କ ନାଁ କାଟିବାକୁ ଷଡ଼ଯନ୍ତ୍ର, ଅଭିଯୋଗ ଆଣି ବିଜେଡି କହିଲା…
ଧାମନଗର,୨୮ା୮(ସନ୍ତୋଷ କୁମାର ମହାପାତ୍ର): ଭଦ୍ରକ ଜିଲା ଧାମନଗର ଏନଏସି ଅଞ୍ଚଳରେ ଶତାଧିକ ଯୋଗ୍ୟ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ୍ ଦେବା ପାଇଁ ଜାଲିଆତି ଓ ଷଡ଼ଯନ୍ତ୍ର…
Archives

