ଦର୍ଶକ ମୋ ପାଇଁ ସବୁକିଛି

”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ ତାଙ୍କ ସହ ଯିବାକୁ କହନ୍ତି, ତେବେ ମୋ ଭାଇକୁ ଛାଡ଼ି ଯାଇପାରିବି ନାହିଁ।“ ଏପରି ଏକ ଭାବପ୍ରବଣ ଡାଏଲଗ ମାନସପଟକୁ ଆସିଲେ ସ୍ବତଃ ମନେପଡ଼ିଯାଏ ଅପେରା ଜଗତର ଅନ୍ୟତମ ସୁପରହିଟ୍‌ ନାଟକ ତଥା ଶିବାନୀ ଗଣନାଟ୍ୟ ପରିବେଷିତ ‘ମୋ ପେଁକାଳି ବଜେଇ ଦେ’ (ରଚନା-ଅନନ୍ତ ଓଝା, ନିର୍ଦ୍ଦେଶନା-ରମେଶ ମହାନ୍ତି, ସଙ୍ଗୀତ-ମନ୍ମଥ ମିଶ୍ର) କଥା। ଏହାର ଭାଇ ଚିନ୍ମୟ ଜଗଦ୍ଦେବ ଏବଂ ଭଉଣୀ ସସ୍ମିତା ଜଗଦ୍ଦେବ ଓରଫ ମିତା ଚରିତ୍ର ଏବେ ମଧ୍ୟ ଯାତ୍ରାପ୍ରେମୀଙ୍କ ମନରେ ସତେଜ ହୋଇ ରହିଛି। ଭାଇ ଭୂମିକାରେ ଲୋକପ୍ରିୟ ଅଭିନେତା କୈଳାସ ବେହେରାଙ୍କୁ ସେତେବେଳେ ଏହି ନାଟକ ରାତାରାତି ଷ୍ଟାର ବନେଇ ଦେଇଥିଲା। ବାକି ରହିଲା ଭଉଣୀ ଭୂମିକାରେ ସୁକାନ୍ତି ପାଢ଼ୀଙ୍କ କଥା। ଏଥିରେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କ ହୃଦୟରେ ତାଙ୍କ ପାଇଁ ସୃଷ୍ଟି କରିଥିଲା ସ୍ବତନ୍ତ୍ର ପରିଚୟ। ଅପେରା ଜଗତରେ ଦୀର୍ଘ ୩୦ ବର୍ଷର ମାରାଥନ୍‌ ଯାତ୍ରା ପରେ ଏବେ ବି ସେହି ନାଟକର ଅବିସ୍ମରଣୀୟ ସ୍ମୃତିଗୁଡ଼ିକୁ ରୋମନ୍ଥନ କରନ୍ତି ସୁକାନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାରରେ ସ୍ବାମୀ ତଥା ଅଭିନେତା ଗୌର ପାଢ଼ୀଙ୍କ ସହ ନିଜର ଅଭିନୟ ଜାରି ରଖିଥିବା ଏହି ବର୍ଷିୟାନ ଅଭିନେତ୍ରୀ କହନ୍ତି, ‘ମୋ ପେଁକାଳି ବଜେଇ ଦେ’ ନାଟକ ମୋ ଅଭିନୟ କ୍ୟାରିୟରର ଏକ ମାଇଲ ଖୁଣ୍ଟ। ମଞ୍ଚ ଉପରୁ ଅଭିନୟ ସାରି ଫେରିବା ପରେ ଅନେକ ଦର୍ଶକ ମୋତେ ଦେଖିବାକୁ ଅପେକ୍ଷା କରି ରହିଥାଆନ୍ତି। ତାଙ୍କ ସହ କଥା ହେବା ବେଳେ ମୁଁ ଅଧିକାଂଶ ସମୟରେ ଭାବପ୍ରବଣ ହୋଇପଡ଼େ। କେତେକ ଦର୍ଶକ ମଧ୍ୟ ମୋତେ ଭେଟି ଶୁଭେଚ୍ଛା ଜଣାଇବାକୁ ମୋ ରୁମ୍‌କୁ ଆସିଛନ୍ତି। ସେଭଳି ସ୍ମୃତିଗୁଡ଼ିକ ମୋ ମନରେ ସବୁଦିନ ପାଇଁ ସତେଜ ହୋଇ ରହିବ।’ ଏହାବ୍ୟତୀତ ‘ଫୁଲ ବଉଳବେଣୀ’, ‘ବାଜି ମାରିଲେ ହାରିବ’, ‘ଫଗୁଣ ଦେଇଛି ପହିଲି ଚିଠି’, ‘ମିତା ମହାନ୍ତି ମିଛ କହନ୍ତି’ ଆଦି ଅନେକ ନାଟକ ସୁକାନ୍ତିଙ୍କ ଅଭିନୟ କ୍ୟାରିୟରକୁ ଆଗକୁ ଆଗେଇ ନେବାରେ ଯଥେଷ୍ଟ ସହାୟକ ହୋଇଥିଲା। ନିଜ ଗଁାରେ ପରିବେଷିତ ନାଟକ ପୂର୍ବରୁ ଅନୁଷ୍ଠିତ ନୃତ୍ୟନାଟିକା ‘କଂସ ବଧ’ରେ ରାଧା ଚରିତ୍ରରୁ ତାଙ୍କର ଆରମ୍ଭ ହୁଏ ଅଭିନୟ ଜୀବନ। ବେଶ୍‌ କେତୋଟି ନାଟକରେ ନାୟିକା ସାଜି ନାୟିକା ତାଲିକାର ଶୀର୍ଷରେ ରହିଥିବା ଏହି ଅଭିନେତ୍ରୀ ଏବେ ମା’ ଭୂମିକାରେ ଅଭିନୟ କରୁଛନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାର ପରିବେଷିତ ନାଟକ ‘ଆକାଶ କଇଁଆ ଚିଲିକା ମାଛ’, ‘ତମ କଥା ଭାରି ମନେପଡୁଛି’ ଏବଂ ‘ବର୍ଷା ରାତିର ସାଥୀ’ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

ସୌରାଷ୍ଟ୍ରରୁ ଖେଳିବେ ଜାଡେଜା

ରାଜକୋଟ,୯ା୧୦: ରଣଜୀ ଟ୍ରଫି ୨୦୨୬-୨୭ ସିଜନରେ ଛତିଶଗଡ଼ ବିପକ୍ଷ ଓପନିଂ ମ୍ୟାଚରେ ସୌରାଷ୍ଟ୍ର ପକ୍ଷରୁ ଭାରତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡେଜା ଖେଳିବେ। ଜୟଦେବ ଉନାଡକଟ ତାଙ୍କ ଅଧିନାୟକ…

୧୦୦ରୁ ଊର୍ଦ୍ଧ୍ୱ ଅଫିସକୁ ଅଗ୍ନିଶମ ବିଭାଗର କଡ଼ା ନୋଟିସ

ପାରଳାଖେମୁଣ୍ଡି,୯ା୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର କେତେକ ପ୍ରମୁଖ ସରକାରୀ କାର୍ଯ୍ୟାଳୟରେ ଅଗ୍ନି ର୍ନିବାପକ ଯନ୍ତ୍ର ନ ଥିବା ଅଭିଯୋଗ ହୋଇଛି। ତହସିଲ, ଜିଲା କୋଷାଗାର ଓ ନିବନ୍ଧକ…

ଗଞ୍ଜାମ କଲେଜ ଛାତ୍ର ସଂସଦ ନିର୍ବାଚନ: ବିଜୁ ଛାତ୍ର ଜନତା ଦଳ ସମର୍ଥିତ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ଗଞ୍ଜାମ, ୯।୧୦ (ବିଦ୍ୟାଧର ସାହୁ): ଆସନ୍ତା ୧୫ ତାରିଖରେ ଗଞ୍ଜାମ କଲେଜରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ। ଏହାକୁ ନେଇ କଲେଜ ପରିସର ଚଳଚଞ୍ଚଳ ହୋଇଉଠିଛି।…

ଘରେ ପଶି ନଗଦ ଟଙ୍କା ଓ ସୁନା ଅଳଙ୍କାର ଚୋରି ମାମଲା: ଆସିଲା ବଡ଼ ରାୟ

ଦିଗପହଣ୍ଡି, ୯।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଅନ୍ତର୍ଗତ ପଦ୍ମନାଭପୁର ପଞ୍ଚାୟତର ଚୈତନ୍ୟପୁର ଗ୍ରାମର ଏନ୍‌. ରାଜିୟା ରେଡ୍ଡୀଙ୍କ ଘରୁ ନଗଦ ଟଙ୍କା,…

ଚଳନ୍ତା ସ୍କୁଲ ବସ୍‌ରେ ନାଗସାପ, ଡ୍ରାଇଭରଙ୍କ ପାଦରେ ଗୁଡ଼ାଇ ହୋଇଯିବା ପରେ…

କେସିଙ୍ଗା,୯ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ସୀମାନ୍ତରେ ଥିବା ସଇଁତଳା ବ୍ଲକର ବେଲଗାଁ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ନିୟୋଜିତ ଥିବା ବସ୍‌ ନଂ ଓ ୦୩-ଏନ, ୬୯୪୫ରେ…

LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍‌, ଏମିତି କରିପାରିବେ ବୁକିଂ…

ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?