ଦର୍ଶକ ଦେଖିବେ ମଥୁରାର ମୟୂରୀ ନୃତ୍ୟ

ଅନୁଗୋଳ ଅଫିସ୍‌, ୬।୨ – ଆସନ୍ତା ୭ ତାରିଖରେ ଅନୁଗୋଳ ଷ୍ଟାଡିୟମରେ ଆରମ୍ଭ ହେବ ଅଷ୍ଟମ ଅନୁଗୋଳ ଜିଲା ମହୋତ୍ସବ। ତିନି ଦିନ ଧରି ହେବାକୁ ଥିବା ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଜିଲା ସଂସ୍କୃତି ପରିଷଦ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏପରି କି ଅତିଥି ତାଲିକା ମଧ୍ୟ ଚୂଡ଼ାନ୍ତ ହୋଇଥିବା ଅନୁଗୋଳ ଜିଲାପାଳ ମନୋଜ କୁମାର ମହାନ୍ତି ବୁଧବାର ସର୍କିଟ ହାଉସଠାରେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଚଳିତ ବର୍ଷ ଅନୁଗୋଳବାସୀ ପ୍ରଥମ ଥର ପାଇଁ ମଥୁରାର ମୟୂରୀ ନୃତ୍ୟ ଦେଖିବା ସହ ଏହାର ମଜା ମଧ୍ୟ ଉଠାଇବେ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଜିଲା ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ମହୋତ୍ସବ ଅବସରରେ ଓରମାସ୍‌ ପକ୍ଷରୁ ପଲ୍ଲିଶ୍ରୀ ମେଳା ମଧ୍ୟ ଆୟୋଜିତ ହେବ। ଏହା ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ। ମହୋତ୍ସବ ଉଦ୍‌ଘାଟନୀ ସନ୍ଧ୍ୟାରେ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏଥିସହ ଜିଲାର ବିଧାୟକମାନେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ। ଦ୍ୱିତୀୟ ସନ୍ଧ୍ୟାରେ ଉତ୍ତରାଞ୍ଚଳ ରାଜସ୍ବ କମିଶନର ନିରଞ୍ଜନ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେବେ। ଉଦ୍‌ଯାପନୀ ଉତ୍ସବରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶାର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି, ଢେଙ୍କାନାଳ ଏମ୍‌ପି ମହେଶ ସାହୁ ଓ ବିଧାୟକମାନେ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିବେ। ପ୍ରତ୍ୟେକ ସନ୍ଧ୍ୟାରେ ଆୟୋଜିତ ହେବାକୁ ଥିବା ସଭାରେ ଜିଲାପାଳ ମନୋଜ କୁମାର ମହାନ୍ତି ସଭାପତିତ୍ୱ କରିବେ। ଉତ୍ସବରେ ଜିଲାର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୫ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଜିଲାର ଐତିହ୍ୟ, ସଂସ୍କୃତି, ପର୍ଯ୍ୟଟନ, ପ୍ରଗତି ଓ ସାମାଜିକ ପ୍ରେକ୍ଷାପଟରେ ପ୍ରସ୍ତୁତ ସ୍ମରଣିକା ଉନ୍ମୋଚନ କରାଯିବ। ଚଳିତବର୍ଷ ସାଂସ୍କୃତିକ ସନ୍ଧ୍ୟାରେ ମଥୁରାର ମୟୂରୀ, ଗଞ୍ଜାମର ପଶୁନୃତ୍ୟ, ଅନୁଗୋଳର ଓଡ଼ିଶୀ ନୃତ୍ୟ-ନୃତ୍ୟ ନିଳୟ, କାକଟପୁରର ଘଟକଳସ, ଆର୍‌ୟନ ନୃତ୍ୟଦଳ, ବଲାଙ୍ଗୀର ନଟରାଜ ନୃତ୍ୟଦଳ ଓ ନବରଙ୍ଗପୁରର ଢେମ୍‌ସା ନୃତ୍ୟ ମୁଖ୍ୟ ଆକର୍ଷଣ ସାଜିବ ବୋଲି ଖବରଦାତା ସମ୍ମିଳନୀରେ ଜିଲାପାଳ କହିଥିଲେ। ୮ଟି ବ୍ଲକ କଳା ସଂସ୍କୃତି ସଂଘ ଓ ୩ଟି ପୌରପରିଷଦ ଓ ବିଜ୍ଞାପିତ ଅଞ୍ଚଳ ଦ୍ୱାରା ଚୟନ ହୋଇଥିବା ଲୋକନୃତ୍ୟ ଦଳଗୁଡ଼ିକ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ଓଲିଉଡ କଳାକାରମାନେ ଦର୍ଶକଙ୍କ ମନୋରଞ୍ଜନ କରିବେ। ଜିଲା ମହୋତ୍ସବରେ ବାଲୁକା କଳା ଓ ଚିତ୍ରକଳା ପ୍ରଦର୍ଶନୀ, ସାହିତ୍ୟ ସମ୍ମିଳନୀ ଓ କବିତା ପାଠୋତ୍ସବ, ଯୋଗ ଓ ପ୍ରାଣାୟାମ ଆଦି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ପଲ୍ଲିଶ୍ରୀ ମେଳାରେ ୮୦ଟି ଷ୍ଟଲ୍‌ କରାଯିବ। ଜିଲା ସଂସ୍କୃତି ପରିଷଦ ପକ୍ଷରୁ ୫୦ଟି ଷ୍ଟଲ କରାଯାଇ ଏଥିରେ ବିଭିନ୍ନ ବିଭାଗ ତଥା ଅଗ୍ରଣୀ ଉଦ୍ୟୋଗଗୁଡ଼ିକ ଅଂଶ ଗ୍ରହଣ କରିବେ। ମେଳା ସ୍ଥଳରେ ଖାଦ୍ୟ ଷ୍ଟଲର ବ୍ୟବସ୍ଥା କରାଯାଇଛି। ଏହି ଉତ୍ସବକୁ ଶୃଙ୍ଖଳାର ସହିତ ପରିଚାଳନା କରିବାକୁ ଆରକ୍ଷୀ, ସ୍ବାସ୍ଥ୍ୟ, ଅଗ୍ନିଶମ, ବିଦ୍ୟୁତ, ଜଳଯୋଗାଣ ଓ ପୌରପାଳିକା ଆଦି ସମସ୍ତ ବିଭାଗ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି। ଏହି ଖବରଦାତା ସମ୍ମିଳନୀରେ ପିଡି ଅତୁଲ୍ୟ କୁମାର ଚମ୍ପତ୍ତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ସଂସ୍କୃତି ଅଧିକାରୀ ଜଗଦୀଶ ରାୟଙ୍କ ସହ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାକଡ଼କୁ ଓଲଟିଲା ଜଗନ୍ନାଥ ଏକ୍ସପ୍ରେସ, ୨୫ ଯାତ୍ରୀ…

ପାଳଲହଡା,୨୧।୭(ଦିବ୍ୟଜ୍ୟୋତି ଦାଶ): ରାସ୍ତାକଡ଼କୁ ଓଲଟିଲା OSRTC ଜଗନ୍ନାଥ ଏକ୍ସପ୍ରେସ । ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାରେ ଓଲଟିପଡିଥିବା ଜଣାପଡିଛି । ଅନୁଗୁଳ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri