ଦକ୍ଷିଣ ଆଫ୍ରିକାକୁ ହରାଇଲା ବାଂଲାଦେଶ

ଲଣ୍ଡନ,୩।୬(ଏଏଫପି)- ଚଳିତ ବିଶ୍ୱକପ୍‌ରେ ବାଂଲାଦେଶ ପ୍ରଥମ ବିପର୍ଯ୍ୟୟ ଘଟାଇଛି। ସ୍ଥାନୀୟ କେନିଂଟନ ଓଭାଲ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଟୁର୍ନାମେଣ୍ଟର ପଞ୍ଚମ ମ୍ୟାଚ୍‌ରେ ବାଂଲାଦେଶ ୨୧ ରନରେ ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ଦେଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ୬ ଉଇକେଟ ହରାଇ ୩୩୦ ରନ ସଂଗ୍ରହ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୮ ଉଇକେଟ ହରାଇ ୩୦୯ ରନ କରି ପରାସ୍ତ ହୋଇଛି। ଏଥିସହିତ ଦକ୍ଷିଣ ଆଫ୍ରିକା ଟୁର୍ନାମେଣ୍ଟରେ ଦ୍ୱିତୀୟ ପରାଜୟ ବରଣ କରିଛି। ପୂର୍ବରୁ ଦକ୍ଷିଣ ଆଫ୍ରିକା ଗୁରୁବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଇଂଲଣ୍ଡଠାରୁ ୧୦୪ ରନରେ ହାରିଥିଲା। ଗୋଟିଏ ଉଇକେଟ ନେବା ସହ ୭୫ ରନର ଦମ୍‌ଦାର ପାଳି ଖେଳିଥିବା ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି। ପରବର୍ତ୍ତୀ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୫ ତାରିଖ ବୁଧବାର ସାଉଥାମ୍ପଟନରେ ଭାରତ ସହ ମୁକାବିଲାରେ ଅବତୀର୍ଣ୍ଣ ହେବ।
୩୩୧ ରନର କଷ୍ଟସାଧ୍ୟ ବିଜୟ ଲକ୍ଷ୍ୟର ପିଛାକରି ଦକ୍ଷିଣ ଆଫ୍ରିକା ଭଲ ଆରମ୍ଭ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ଆବଶ୍ୟକ ହାରରେ ରନ ସଂଗ୍ରହ କରିପାରି ନ ଥିଲା। ବାଂଲାଦେଶ ବୋଲରମାନେ ପରିସ୍ଥିତି ଅନୁଯାୟୀ ଉପଯୋଗୀ ପ୍ରଦର୍ଶନ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ ଅଧିନାୟକ ଡୁପ୍ଲେସି ସର୍ବାଧିକ ୬୨ (୫୩ ବଲ, ୫ ଚୌକା, ୧ ଛକା), ଏଡେନ ମାରକ୍ରାମ ୪୫, ଜେପି ଡୁମିନି ୪୫ (୩୭ ବଲ, ୪ ଚୌକା), ରାସି ଭାନ ଡେର ଦୁସେନ ୪୧ (୩୮ବଲ, ୨ ଚୌକା, ୧ ଛକା), ଡେଭିଡ ମିଲର ୩୮, କ୍ୱିଣ୍ଟନ ଡିକକ୍‌ ୨୩ ରନ ସଂଗ୍ରହ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଣ୍ଡିଲ ଫେଲୁକ୍ୱାୟୋ ୮, କ୍ରିସ ମୋରିସ ୧୦ ରନ କରି ଆଉଟ ହୋଇଥିବା ବେଳେ କାଗିସୋ ରାବାଡ଼ା ୧୩ ଓ ଇମ୍ରାନ ତାହିର ୧୦ରନ କରି ଅପରାଜିତ ରହିଥିଲେ। ବୋଲିଂରେ ବାଂଲାଦେଶ ପକ୍ଷରୁ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ସର୍ବାଧିକ ୩, ମହମ୍ମଦ ସୈଫୁଦ୍ଦିନ ୨, ମେହିଦି ହାସନ ମିରାଜ ଓ ସାକିବ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରିଥିଲା। ଦକ୍ଷିଣ ଆଫ୍ରିକା ଭଳି ଏକ ଦୃଢ ଦଳ ତଥା ଶକ୍ତିଶାଳୀ ବୋଲିଂ ଲାଇନ୍‌ଅପ୍‌ ବିପକ୍ଷରେ ବାଂଲାଦେଶ ୬ ଉଇକେଟ ହରାଇ ୩୩୦ ରନ ସଂଗ୍ରହ କରିଛି। ବିଶ୍ୱକପ୍‌ ତଥା ଦିନିକିଆ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଏହା ବାଂଲାଦେଶ ପାଇଁ ସର୍ବାଧିକ ସ୍କୋର ସାବ୍ୟସ୍ତ ହୋଇଛି। ଏହାପୂର୍ବରୁ ୨୦୧୫ରେ ପାକିସ୍ତାନ ବିପକ୍ଷରେ ବାଂଲାଦେଶ ୬ ଉଇକେଟ ହରାଇ ସର୍ବାଧିକ ୩୨୯ ରନ ସଂଗ୍ରହ କରିଥିଲା। ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫିକର ରହିମ, ସାକିବ ଅଲ ହାସନ, ମହମୁଦୁଲ୍ଲା, ସୌମ୍ୟ ସରକାର ଦମ୍‌ଦାର ବ୍ୟାଟିଂ କରିବା ସହ ଦକ୍ଷିଣ ଆଫ୍ରିକା ବୋଲରଙ୍କ ଉଚିତ୍‌ ମୁକାବିଲା କରିଥିଲେ। ତାରକା ଓପନର ତାମିମ ଇକବାଲ ୧୬ ରନ କରି ପ୍ରଥମେ ଆଉଟ ହୋଇଥିଲେ। ୮୦ ବଲର ସମ୍ମୁଖୀନ ହୋଇ ମୁସ୍‌ଫିକର ୮ଟି ଚୌକା ସହ ସର୍ବାଧିକ ୭୮ ରନ ସଂଗ୍ରହ କରିଥିଲେ। ସେହିପରି ୮ ଚୌକା, ୧ ଛକା ସହ ୮୪ଟି ବଲ ଖେଳି ସାକିବ ୭୫, ୩୦ ବଲରୁ ୯ ଚୌକା ସହ ସୌମ୍ୟ ୪୨ ରନ କରି ଆଉଟ ହୋଇଥିଲେ। ମହମୁଦୁଲ୍ଲା ୩୩ଟି ବଲର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହ ୪୬ ରନ କରି ଅପରାଜିତ ରହି ଦଳକୁ ବଡ଼ ସ୍କୋର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହମ୍ମଦ ମିଥୁନ ୨୧ ରନ କରି ଆଉଟ ହୋଇଥିବା ବେଳେ ମେହିଦି ହାସନ ୫ ରନ କରି ଅପରାଜିତ ରହିଥିଲେ। ତୃତୀୟ ଉଇକେଟ ଯୋଡିରେ ମୁସ୍‌ଫିକର ଓ ସାକିବ ୧୪୧ ବଲରୁ ୧୪୨ ରନ ସଂଗ୍ରହ କରି ଦଳକୁ ମଜଭୁତ ସ୍ଥିତି ପ୍ରଦାନ କରିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ତରଫରୁ ଅଭିଜ୍ଞ ସ୍ପିନର ଇମ୍ରାନ ତାହିର, କ୍ରିସ ମୋରିସ ଓ ଆଣ୍ଡିଲ ଫେଲୁକ୍ୱାୟୋ ୨ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ୫୦ ଓଭରରେ ୩୩୦/୬
(ମୁସ୍‌ଫିକର- ୭୮, ସାକିବ- ୭୫, ମହମୁଦୁଲ୍ଲା- ୪୬*, ସୌମ୍ୟ- ୪୨, ମୋସାଡେକ- ୨୬, ଫେଲୁକ୍ୱାୟୋ- ୨/୫୨, ମୋରିସ- ୨/୭୩, ତାହିର- ୨/ ୫୭)।
ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୩୦୯/୮
(ଡୁପ୍ଲେସି- ୬୨, ମାରକ୍ରାମ- ୪୫, ଡୁମିନି- ୪୫, ଦୁସେନ- ୪୧, ମିଲର- ୩୮, ଡିକକ-୨୩, ମୁସ୍ତାଫିଜୁର- ୩/୬୭, ସୈଫୁଦ୍ଦିନ- ୨/୫୭ )


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

‘ବନ୍ଦେ ମାତରମ’: କଂଗ୍ରେସ ପ୍ରସ୍ତାବକୁ ସମାଲୋଚନା କଲା ଭାଜପା

ନୂଆଦିଲ୍ଲୀ,୨୦।୮: ‘ବନ୍ଦେ ମାତରମ’ ଉପରେ ଚାଲିଥିବା ରାଜନୈତିକ ହଟ୍ଟଗୋଳ ମଧ୍ୟରେ, କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) କେବଳ ଏହାର ପ୍ରଥମ ଦୁଇଟି ପଦ ଗାଇବା ପାଇଁ ଏକ…

ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ…

ଘରେ ଶୋଇଥିଲେ ଟିକେଶ୍ୱର, କାମୁଡ଼ିଲା ସାପ: ରାତିଅଧରେ ଏମିତି କାମ କରିବାରୁ ଘଟିଲା…

ଦେବଗଡ,୨୦।୮(ଶଶାଙ୍କ ଶେଖର ଝାଙ୍କର): ସାପ କାମୁଡାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ କଂଟାପାଲି ଗ୍ରାମ ପଞ୍ଚାୟତର ଟୁସୁଳା ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି…

ଆଉ ଏକ ଲଘୁଚାପ: ୨୨ରୁ ପୁଣି ବର୍ଷା, ୧୫ ଜିଲାକୁ ୟେଲୋ ୱାର୍ନିଂ

ଭୁବନେଶ୍ୱର,୧୯ା୮(ସୌମ୍ୟରଞ୍ଜନ ରାଉତ) – ପଛକୁ ପଛ ଲଘୁଚାପ ଯୋଗୁ ପ୍ରବଳ ବର୍ଷା ହେବାରୁ ରାଜ୍ୟରେ ବନ୍ୟା ଦୁର୍ଦ୍ଦଶା ବଢ଼ି ଚାଲିଛି। ଏପରି ସ୍ଥିତିରେ ଆସୁଛି ଆଉ ଏକ…

ଜାତୀୟ ରାଜପଥରେ ପିକ୍‌ଅପ୍‌ ଭ୍ୟାନ୍‌ ଅଟକାଇ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଜେଲ ଗଲେ ୩ ଅଭିଯୁକ୍ତ,୪ ନାବାଳକ…

ଦିଗପହଣ୍ଡି,୧୯।୮(ଅଶେଷ ନାଥ ମିଶ୍ର): ପାଟପୁର ପୋଲିସ ଏକ ବଡ଼ଧରଣର ଡକାୟତି ଘଟଣାର ପର୍ଦ୍ଦାଫାସ କରିଛି। ବ୍ରହ୍ମପୁର-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥର ମାର୍ଥାପୁର ନିକଟରେ ପିକ୍‌ଅପ୍‌ ଭ୍ୟାନ୍‌…

ରାଜ୍ୟର ଅଧିକାର ଛଡ଼ାଇ ନେବ ଏମ୍‌ଏମ୍‌ଡିଆର୍‌ ବିଲ୍‌: ଚେତାଇଲେ ନବୀନ, BJPକୁ ଟାର୍ଗେଟ୍ କରି…

ଭୁବନେଶ୍ୱର,୧୯।୮(ସୁନିତ୍‌ ମିଶ୍ର): ୨୦୦୦ ମସିହାରେ ଯେତେବେଳେ ବିଜେଡି ଶାସନ କ୍ଷମତାକୁ ଆସିଲା, ସେତେବେଳକୁ ଓଡ଼ିଶାର ଅର୍ଥନୀତି ବହୁ ଖରାପ ଅବସ୍ଥାରେ ଥିଲା। ସରକାର ଓଭରଡ୍ରାଫ୍ଟ ଉପରେ ନିର୍ଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri