Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି୨୦ ବିଶ୍ୱକପ୍‌ ପ୍ରସ୍ତୁତି ଲକ୍ଷ୍ୟରେ ଭାରତ

ଧର୍ମଶାଳା, ୧୫।୯(ପି.ଟି.)- ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ। ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ଷ୍ଟାଡିୟମରେ ରବିବାର ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିବାରୁ ଏହି ସିରିଜ ଉଭୟ ଦଳ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଏକ ଉଚ୍ଚକୋଟୀର ପ୍ରତିଭାସମ୍ପନ୍ନ ଭାରତୀୟ ଦଳ ବିଶ୍ୱକପ୍‌ ପ୍ରସ୍ତୁତି ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ।
ଦିନିକିଆ ବିଶ୍ୱକପ୍‌ରେ ସେମିଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହେବା ପରେ ଭାରତ ଏହି ତିକ୍ତ ଅନୁଭୂତିକୁ ଅବଶ୍ୟ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରେ ଭୁଲିଥିଲା। ଟି୨୦ ସିରିଜରେ ଭାରତ ୩-୦ରେ ଘରୋଇ ଓ୍ବେଷ୍ଟଇଣ୍ଡିକୁ ହରାଇଥିଲା। ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ କ୍ୱିଣ୍ଟନ ଡିକକ୍‌ଙ୍କ ଦକ୍ଷିଣ ଆଫ୍ରିକା ବିପକ୍ଷ ଏହି ସିରିଜରେ ଅବଶ୍ୟ ଚାପର ସମ୍ମୁଖୀନ ହେବ। ଦକ୍ଷିଣ ଆଫ୍ରିକା ଦଳରେ କ୍ୱିଣ୍ଟନ ଡିକକ୍‌ ଓ କାଗିସୋ ରାବାଡ଼ାଙ୍କ ଭଳି ପ୍ରତିଭାସମ୍ପନ୍ନ ଖେଳାଳି ରହିଛନ୍ତି। ରାବାଡ଼ା କିମ୍ବା ଡେଭିଡ ମିଲରଙ୍କ ଗୋଟିଏ ଭଲ ସ୍ପେଲ୍‌ ଭାରତକୁ ସମସ୍ୟାରେ ପକାଇପାରେ। ସେହିପରି ଫାଫ୍‌ ଡୁପ୍ଲେସି ଓ ହାସିମ ଅମଲାଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ଟେଷ୍ଟ ସ୍ପେଶାଲିଷ୍ଟ ଟେମ୍ବା ବଭୁମା ଓ ଅନରିଚ୍‌ ନୋର୍ଜଙ୍କୁ ନିଜର ଦକ୍ଷତା ପ୍ରମାଣ କରିବାକୁ ହେବ। ଆସନ୍ତା ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ହେବା ପୂର୍ବରୁ ଭାରତ ପାଖାପାଖି ୨୦ଟି ମ୍ୟାଚ୍‌ ଖେଳିବାର ସୁଯୋଗ ହାସଲ କରିବ। ତେଣୁ ଅଧିନାୟକ କୋହଲିଙ୍କ ସମେତ ହେଡ୍‌ କୋଚ ରବି ଶାସ୍ତ୍ରୀ ଏକ ଶକ୍ତିଶାଳୀ ତଥା ସନ୍ତୁଳିତ ଦଳ ଗଠନ ଉପରେ ଗୁରୁତ୍ୱ ଦେବା ଆଶା କରାଯାଉଛି। ଆଗାମୀ ୧୩ ମାସ ମଧ୍ୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳାଯିବ। ତେବେ ଏହି ସମୟ ଅବଧିରେ ଟିମ୍‌ ମ୍ୟାନେଜମେଣ୍ଟକୁ ଏକାଧିକ ପ୍ରଶ୍ନର ଉତ୍ତର ଦେବାକୁ ହେବ।
ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ତଥା କାର୍ଯ୍ୟଭାର ଯୋଗୁ କୋହଲି, ତାଙ୍କ ଡେପୁଟି ରୋହିତ ଶର୍ମା, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାଙ୍କୁ ଯଥେଷ୍ଟ ବିଶ୍ରାମ ଦେବାର ଆବଶ୍ୟକତା ରହିଛି। ମହେନ୍ଦ୍ର ସିଂ ଧୋନୀ ଅବସର ନେଇ ନିଜେ ନିଷ୍ପତ୍ତି ନେବେ। ତେବେ ତାଙ୍କୁ ଦଳରେ ସାମିଲ କରାଯିବ କି ନା ସେ ନେଇ ଟିମ୍‌ ମ୍ୟାନେଜମେଣ୍ଟ ସହ ଚୟନ କମିଟି ନିଶ୍ଚିତ ଭାବେ ଦ୍ୱନ୍ଦ୍ୱରେ ଥିବେ। ରିଷଭ ପନ୍ତଙ୍କ ବେପରୁଆ ବ୍ୟାଟିଂ କୋହଲି ଓ ଶାସ୍ତ୍ରୀଙ୍କୁ ଚିନ୍ତାରେ ପକାଇଛି। ମନୀଷ ପାଣ୍ଡେ ପ୍ରତିଭା ସମ୍ପନ୍ନ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆଶାନୁରୂପ ବ୍ୟାଟିଂ କରିବାରେ ବିଫଳ ହୋଇଛନ୍ତି। ତେଣୁ ୪ ନମ୍ବରରେ ପାଣ୍ଡେ କିମ୍ବା ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଦମ୍‌ଦାର ପ୍ରଦର୍ଶନ କରିଥିବା ଶ୍ରେୟାସ ଆୟାର ବ୍ୟାଟିଂ କରିବା ଆଶା କାରଯାଉଛି। ସ୍ପିନ୍‌ ଯୋଡି ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ପୁଣି ଦମ୍‌ ଦେଖାଇବା ଆଶା କରାଯାଉଛି। ସେହିପରି ରାଜସ୍ଥାନ ଯୁବ ସ୍ପିନର ରାହୁଲ ଚହରଙ୍କ ଭବିଷ୍ୟତ ଉଜ୍ଜ୍ୱଳ ବୋଲି କୁହାଯାଉଛି।
ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଭଲ ଫର୍ମରେ ଅଛନ୍ତି। ରବୀନ୍ଦ୍ର ଜାଡେଜା ମଧ୍ୟ ଅଭିଜ୍ଞତାରୁ ଫାଇଦା ଉଠାଇବା ଆଶା କରାଯାଉଛି। ଉଭୟ ଭଲ ବ୍ୟାଟିଂ କରିବା ସହ ଭଲ ସ୍ପିନ୍‌ ମଧ୍ୟ ବୋଲିଂ କରିଥାନ୍ତି। ଦଳରେ ମଧ୍ୟ ବ୍ୟାକ୍‌ଅଫ୍‌ ଫିଙ୍ଗର ସ୍ପ୍ରିଣ୍ଟର ଓ୍ବାଶିଂଟନ ସୁନ୍ଦର ରହିଛନ୍ତି। ଦ୍ରୁତ ବୋଲିଂରେ ଯଶପ୍ରୀତ ବୁମ୍‌ରାଙ୍କ ଅନୁପସ୍ଥିତିରେ ଦୀପକ ଚହର, ନବଦୀପ ସଇନି, ଖଲିଲ ଅହମ୍ମଦ ଦାୟିତ୍ୱ ସମ୍ଭାଳିବେ। ବିଶ୍ୱକପ୍‌ ପୂର୍ବରୁ ଆଗାମୀ ୧୩ ମାସ କୋହଲି ଓ ଶାସ୍ତ୍ରୀଙ୍କ ପାଇଁ ଏକ ପ୍ରକାର ଆହ୍ବାନ ସୃଷ୍ଟି କରିଛି। ସିରିଜ ତଥା ଗସ୍ତର ପ୍ରଥମ ମ୍ୟାଚ୍‌ ହୋଇଥିବାରୁ ଉଭୟ ଦଳ ବିଜୟୀ ହେବା ପାଇଁ ପ୍ରୟାସ କରିବେ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାଓ୍ବନ, ଲୋକେଶ ରାହୁଲ, ଶ୍ରେୟାସ ଆୟାର, ମନୀଷ ପଣ୍ଡେ, ରିଷଭ ପନ୍ତ (ଉଇକେଟ- କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଜେଡା, କ୍ରୁନାଲ ପାଣ୍ଡ୍ୟା, ଓ୍ବାଶିଂଟନ ସୁନ୍ଦର, ରାହୁଲ ଚହର, ଖଲିଲ ଅହମ୍ମଦ, ଦୀପକ ଚହର ଓ ନବଦୀପ ସଇନି।
ଦକ୍ଷିଣ ଆଫ୍ରିକା ଦଳ: କ୍ୱିଣ୍ଟନ ଡିକକ୍‌ (ଅଧିନାୟକ), ରାସି ଭାନ ଡେର ଡୁସେନ (ଉପ- ଅଧିନାୟକ), ଟେମ୍ବା ବଭୁମା, ଜୁନିୟର ଡାଲା, ବିଜର୍ନ ଫର୍ଚ୍ୟୁନ୍‌, ବେଉରାନ ହେଣ୍ଡ୍ରିକ୍ସ, ରିଜା ହେଣ୍ଡ୍ରିକ୍ସ, ଡେଭିଡ ମିଲର, ଅନରିଚ୍‌ ନୋର୍ଜ, ଆଣ୍ଡିଲ ଫେଲୁକ୍ୱାଓ, ଡ୍ବେନ ପ୍ରିଟୋରିୟସ, କାଗିସୋ ରାବାଡ଼ା, ତାବରେଜ ଶାମସି ଓ ଜର୍ଜ ଲିଣ୍ଡେ।
ସ୍ଥାନ: ଧର୍ମଶାଳା
ସମୟ: ସନ୍ଧ୍ୟା ୭ଟା
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟଓ୍ବର୍କ


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରୁ ଘରକୁ ଫେରୁଥିଲେ, ଜାତୀୟ ପାରା ଆଥ୍‌ଲେଟଙ୍କୁ ହତ୍ୟା,:ରକ୍ତ ଜୁଡ଼ୁବୁଡ଼ୁ…

ଗାଜିଆବାଦ, ୩୦।୫: ଉତ୍ତର ପ୍ରଦେଶର ଗାଜିଆବାଦ ଅଞ୍ଚଳରୁ ଏକ ଅଭାବନୀୟ ତଥା ଦୁଃଖଦ ଖବର ସାମ୍ନାକୁ ଆସିଛି। ଜାତୀୟ ସ୍ତରର ପାରା ଖେଳାଳୀ ଚିରାଗ ତ୍ୟାଗୀଙ୍କୁ ନିର୍ମମ…

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆକ୍ସନ ମୁଡ୍‌ରେ ଦାରିଙ୍ଗବାଡି ପୋଲିସ୍: ସପ୍ତାହରେ ଏକାଧିକ ଗାଡ଼ି ଜବତ, ନିୟମ ଖିଲାପକାରୀଙ୍କ ନିଦ ହଜାଇଲେ…

ଦାରିଙ୍ଗବାଡି, ୩୦।୫ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ପୋଲିସ ଏବେ ଆକ୍ସନ ମୁଡ୍‌ରେ। ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀ ଏବଂ ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ପୋଲିସ…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri