ଦକ୍ଷ କୂଟନୀତିଜ୍ଞ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ
ସବୁ କାର୍ଯ୍ୟରେ ନିଷ୍ଠା ଓ ପ୍ରଚେଷ୍ଟା କାର୍ଯ୍ୟଦକ୍ଷତା ପ୍ରତିପାଦନ କରେ , ଯାହା କରିଛନ୍ତି ବରିଷ୍ଠ କୂଟନୀତିଜ୍ଞ ତଥା ଆମେରିକାରେ ଭାରତର ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା। ତାଙ୍କୁ ଭାରତର ୩୩ତମ ବହିର୍ବ୍ୟାପାର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଆସନ୍ତା ମାସରେ ଏବକାର ବହିର୍ବ୍ୟାପାର ସଚିବ ବିଜୟ କେଶବ ଗୋଖଲେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଶ୍ରୀଙ୍ଗଲା ଦାୟିତ୍ୱ ଗ୍ରହଣ କରିବେ। ବୈଦେଶିକ ନୀତିରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଶା କରାଯାଉଛି।
ଶ୍ରୀଙ୍ଗଲା ୧୯୮୪ରେ ଭାରତୀୟ ବୈଦେଶିକ ସେବା(ଆଇଏଫ୍‌ଏସ୍‌)ରେ ଯୋଗ ଦେଇଥିଲେ। ତାଙ୍କ କୂଟନୈତିକ କ୍ୟାରିୟର ୩୫ ବର୍ଷ ମଧ୍ୟରେ ଦେଶ ଓ ବିଦେଶରେ ସେ ବିଭିନ୍ନ ପଦପଦବୀରେ ଅବସ୍ଥାପିତ ହୋଇ ଦକ୍ଷତାର ସହ ଦାୟିତ୍ୱ ତୁଲାଇଛନ୍ତି। ବାଂଲାଦେଶରେ ଭାରତୀୟ ହାଇ କମିଶନର ଏବଂ ଥାଇଲାଣ୍ଡରେ ଆମ୍ବାସାଡାର ଓ ୟୁନେସ୍କୋ(ଫ୍ରାନ୍ସ), ଜାତିସଂଘରେ ଭାରତର ସ୍ଥାୟୀ ମିଶନ ଭାବେ ନ୍ୟୁୟର୍କ, ଭିଏତ୍‌ନାମ,ଇସ୍ରାଏଲ ଏବଂ ଦକ୍ଷିଣ ଆଫ୍ରିକାରେ କାର୍ଯ୍ୟ କରିଛନ୍ତି। ଶ୍ରୀଙ୍ଗଲା ବହିର୍ବ୍ୟାପାର ମନ୍ତ୍ରଣାଳୟରେ ବାଂଲାଦେଶ,ଶ୍ରୀଲଙ୍କା,ମିୟାନମାର ଓ ମାଲଡେଭିସ୍‌ ଲାଗି ଯୁଗ୍ମ ସଚିବ ରହିଥିଲେ। ଏହି ସମୟରେ ଭାରତ-ବାଂଲାଦେଶ ସଂଯୁକ୍ତ ସୀମା କାର୍ଯ୍ୟକାରୀ ଗ୍ରୁପର ସହ ଅଧ୍ୟକ୍ଷ ରହିବା ସହ ଦୁଇଦେଶ ମଧ୍ୟରେ ଲ୍ୟାଣ୍ଡ ବାଉଣ୍ଡାରି ଏଗ୍ରିମେଣ୍ଟକୁ ଚୂଡାନ୍ତ ରୂପ ଦେବା ଥିଲା ତାଙ୍କ ସଫଳତାର ଆଉ ଏକ ସ୍ବାକ୍ଷର। ଏହି ମନ୍ତ୍ରଣାଳୟରେ ସେ ଜାତିସଂଘର ପଲିଟିକାଲ ଓ ସାର୍କ ଡିଭିଜନର ମୁଖ୍ୟ ଭାବେ ଭାରତର ପକ୍ଷକୁ ମଜଭୂତ କରିପାରିିଥିଲେ । ଏସବୁ ପୂର୍ବରୁ ପ୍ରଥମେ ନଦର୍ନ ଡିଭିଜନର ନିର୍ଦ୍ଦେଶକ ଭାବେ ସେ ନେପାଳ ଏବଂ ଭୁଟାନ ସହିତ କାର୍ଯ୍ୟ କରିବା ସହ ୟୁରୋପ ଓ୍ବେଷ୍ଟ ଡିଭିଜନର ଉପ ସଚିବ ରହିଥିଲେ।
ଏହାପରେ ରାଷ୍ଟ୍ରଦୂତ କାର୍ଯ୍ୟଭାର ନିଜ ମୁଣ୍ଡକୁ ନେଇଥିତ୍ଲେ ଶ୍ରୀଙ୍ଗଲା। ଜାନୁୟାରୀ ୨୦୧୪ରେ ପ୍ରଥମେ ଥାଇଲାଣ୍ଡରେ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇ ଜାନୁୟାରୀ ୨୦୧୬ ଯାଏ କାର୍ଯ୍ୟ କରିଥିଲେ। ଥାଇଲାଣ୍ଡରେ ସବୁଠୁ କମ୍‌ ବୟସରେ ରାଷ୍ଟ୍ରଦୂତ ହେବାରେ ଗୌରବ ହାସଲ କରିବାରେ ଶ୍ରୀଙ୍ଗଲା ହେଉଛନ୍ତି ପ୍ରଥମ ଭାରତୀୟ । ପରେ ଜାନୁୟାରୀ ୨୦୧୬ରୁ ଜାନୁୟାରୀ ୨୦୧୯ ବାଂଲାଦେଶରେ ଭାରତୀୟ ରାଷ୍ଟ୍ରଦୂତ ରହିଥିବା ସମୟରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସର୍ମ୍ପକରେ ଅଭୂତପୂର୍ବ ଅଗ୍ରଗତି ତାଙ୍କ ଦକ୍ଷତାର ସାକ୍ଷୀ। ତାଙ୍କ ପ୍ରଚେଷ୍ଟାରେ ୨୦୧୭ ଏପ୍ରିଲରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା ଭାରତ ଗସ୍ତରେ ଆସିଥିଲେ ଓ ଏହାକୁ ଦ୍ୱିପାକ୍ଷିକ ସମ୍ପର୍କର ସୁବର୍ଣ୍ଣ ଯୁଗ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିହିତ କରିଥିଲେ। ତାଙ୍କ ଉପରେ ଦେଶ ଆହୁରି ଭରସା କରିଥିଲା ଯେତେବେଳେ ୫୫ ବର୍ଷ ବୟସରେ ସେ ଜାନୁୟାରୀ ୨୦୧୯ରେ ଆମେରିକାରେ ଭାରତର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଥିଲେ। ଆମେରିକାରେ ସର୍ବ କନିଷ୍ଟ ରାଷ୍ଟ୍ରଦୂତ ହେବାରେ ବି ସେ ହେଉଛନ୍ତି ପ୍ରଥମ ଭାରତୀୟ। ସେବେଠାରୁ ସେ ଭାରତ- ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆଗକୁ ନେଇପାରିଛନ୍ତି। ପାକିସ୍ତାନର ସୀମାପାର ଆତଙ୍କବାଦ ବିରୋଧରେ ଦୁଇ ଦେଶକୁ ଏକାଠି କରିବାର ଶ୍ରେୟ ମିଳିଛି ଶ୍ରୀଙ୍ଗଲାଙ୍କୁ। ଭିସା ଜାଲିଆତିରେ ଅଭିଯୁକ୍ତ ୧୨୯ ଭାରତୀୟଙ୍କୁ ମୁକ୍ତି କରିବାରେ ତାଙ୍କ ଭୂମିକା ସ୍ବୀକାର୍ଯ୍ୟ। ହାଭାର୍ଡ କେନେଡି ସ୍କୁଲରେ ଛାତ୍ର ଓ ଶିକ୍ଷକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ,ଭାରତୀୟ ଅର୍ଥନୀତିର ରଥ ଭାରତକୁ ସୁପରପାଓ୍ବାର ଆଡକୁ ବାଟ କଢାଇନେବ। ଭାରତ ୨୦୨୫ ସୁଦ୍ଧା ୫ ଟ୍ରିଲିୟନ ଡଲାର ଇକୋନୋମୀରେ ପହଞ୍ଚିବ ବୋଲି ସେ ଆଶାବାଦୀ।
ଆନ୍ତର୍ଜାତିକ ଅର୍ଥନୀତି, ଜଳବାୟୁ ପରିବର୍ତ୍ତନ,ଭାରତ- ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଓ କୂଟନୀତି ସମ୍ପର୍କିତ ଲେଖା ତାଙ୍କ ଲେଖକୀୟ ପରିଚୟ ପ୍ରଦାନ କରେ। ଖବରକାଗଜ ଓ ବିଭିନ୍ନ ପତ୍ରିକାରେ ପ୍ରକାଶିତ ତାଙ୍କର ପ୍ରତିଟି ଲେଖା ତାଙ୍କ ଉଚ୍ଚ ଭାବନାର ଗୋଟିଏ ଗୋଟିଏ ଦୃଷ୍ଟାନ୍ତ। କ୍ୟାରିୟରରେ ଉକତ୍ର୍ଷତା ଲାଭ ଓ ଦେଶ ଲାଗି ତାଙ୍କ ନିରନ୍ତର ସେବା ନିମନ୍ତେ ଆଜମେରର ମାୟୋ କଲେଜ ପକ୍ଷରୁ ତା’ର ଏହି ପୂର୍ବତନ ଛାତ୍ରଙ୍କୁ ୨୦୧୭ରେ ଜେଟି ଗିବଶନ ପୁରସ୍କାର ପ୍ରଦାନ କରାଯାଇଛି। ସିକିମର ଆସିଏଫ୍‌ଏଆଇ ୟୁନିଭର୍ସିଟି ତାଙ୍କୁ ସମ୍ମାନ ସୂଚକ ଡ୍ଯଯରେଟ ଡିଗ୍ରୀ ମଧ୍ୟ ପ୍ରଦାନ କରିଛି।
ଶ୍ରୀଙ୍ଗଲା ୧ ମଇ ୧୯୬୨ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ସ୍ତ୍ରୀ ହେମାଲ ଓ ଗୋଟିଏ ସନ୍ତାନକୁ ନେଇ ତାଙ୍କ ପରିବାର। ରାଜସ୍ଥାନର ଆଜମେରସ୍ଥିତ ମାୟୋ କଲେଜରେ ସ୍କୁଲ ଶିକ୍ଷା ଶେଷ କରିବା ପରେ ସେଣ୍ଟ୍‌ ଷ୍ଟିଫେନ୍ସ କଲେଜ , ଦିଲ୍ଲୀ ବିିଶ୍ୱବିଦ୍ୟାଳୟରୁ ସ୍ନାତକ(ସମ୍ମାନ) ହାସଲ କରିଛନ୍ତି। ଭାରତୀୟ ବିଦେଶ ସେବାରେ ଯୋଗ ଦେବା ପୂର୍ବରୁ ଶ୍ରୀଙ୍ଗଲା କର୍ପୋରେଟ୍‌ ସେକ୍ଟର୍‌ରେ କାର୍ଯ୍ୟ କରୁଥିଲେ। ଶ୍ରୀଙ୍ଗଲା ଇଂଲିଶ ଓ ଭାରତୀୟ ଭାଷା ବ୍ୟତୀତ ଫ୍ରେଞ୍ଚ,ଭିଏତ୍‌ନାମିଜ୍‌, ନେପାଳି ଭାଷାରେ ବି କଥା ହୋଇପାରନ୍ତି। ସେ ବୈଦେଶିକ ନୀତିଠାରୁ ଆରମ୍ଭ କରି ସାଂସ୍କୃତିକ କୂଟନୀତି ଯାଏ ସବୁ କ୍ଷେତ୍ରରେ ବକ୍ତୃତା ପ୍ରଦାନ ଓ ଛାତ୍ର,ଶିକ୍ଷକ, ଉଦ୍ୟୋଗପତି,ସିଇଓ,ବୈଜ୍ଞାନିକ, ରାଜନେତା,ବୁଦ୍ଧିଜୀବୀ ତଥା କୂଟନୀତିଜ୍ଞଙ୍କ ସହ ବୌଦ୍ଧିକ ଆଲେଚନା କରିବା ତାଙ୍କ ବହୁମୁଖୀ ପ୍ରତିଭାର ଏକ ପରିଚୟ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

ଏଇ ଭାରତରେ

ଟ୍ରେନ୍‌ରେ ଏକ ଭ୍ରାମ୍ୟମାଣ ହସ୍ପିଟାଲ ବିଭିନ୍ନ ଷ୍ଟେଶନକୁ ଯାଇ ରୋଗୀଙ୍କ ଚିକିତ୍ସା କରୁଛି। ଏହା ମହାରାଷ୍ଟ୍ରର ଭୁଶାଓ୍ବାଲ ରେଲଓ୍ବେ ଡିଭିଜନର ଚେଷ୍ଟା ଯୋଗୁ ସମ୍ଭବ ହୋଇଛି। ଜାନୁଆରୀ…

ଆଚରଣ-ଉଚ୍ଚାରଣରେ ପ୍ରଭେଦ

ମାନବ ସଭ୍ୟତା ଓ ସଂସ୍କୃତିର ମୂଳଦୁଆ ହେଉଛି ନୈତିକତା, ସହନଶୀଳତା ଏବଂ ସଦ୍‌ଭାବନା। ଏକ ସୁସ୍ଥ ସମାଜ ଗଠନ ପାଇଁ ମଣିଷର କଥା ଓ କାର୍ଯ୍ୟ ମଧ୍ୟରେ…

ଦୋଷ କୁମ୍ଭାରର ନା ମାଟିର

ହଁ ହଁ ସମୁଦୀ। ଇଏ ମୋ ପୁଅ। ଏକୋଇର ବଳା ବିଶିକେଶନ। ଜନମରୁ ଗେହ୍ଲା। ଅଧିକ ସ୍ନେହ ଦେଇ ବଢ଼େଇଛି। ଦିନେ ବି ମୋ ଗାଉଁଲି ଗାଁକୁ…

ଜନସାଂଖ୍ୟିକ ପରିବର୍ତ୍ତନ ଓ ଅର୍ଥନୀତି

ହ୍ରାସ ପାଉଥିବା ଜନ୍ମହାର ଏବଂ ବୃଦ୍ଧି ପାଉଥିବା ଆୟୁଷ ଜନସାଂଖି୍ୟକ ପରିବର୍ତ୍ତନକୁ ସୂଚିତ କରିଛି। ବିଶ୍ୱସ୍ତରରେ ଗତ ଶତାବ୍ଦୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri