ଥୁଆମୁଳ ରାମପୁର ବ୍ଲକରେ ସ୍ବାସ୍ଥ୍ୟ ସେବା ଅପହଁଚ୍‌: ଭଗବାନ ଭରସାରେ ଅଂଚଲର ରୁଗୀ

ଭବାନୀପାଟଣା,୨୯।୫(ଡି.ଏନ.ଏ.): ପାହାଡ଼ ଜଂଗଲ ଘେରା କଳାହାଣ୍ଡି ଜିଲାର ଥୁଆମୁଳ ରାମପୁର ବ୍ଲକରେ ପାଖାପାଖି ୭୫ ଭାଗ ଆଦିବାସୀ ଲୋକ୍‌ ବାସ କରୁଛନ୍‌। ବ୍ଲକର ଅନେକ ଗାଁବାସୀ ଆଏଜ୍‌ ବି ମଉଲିକ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍‌। ଇ ଅଂଚଲ ଭୁଖମରି, ପିଲା ବିକ୍‌ରି, ରୋଗ୍‌ବାଗ୍‌ ଜନିତ ମୁରତୁରେ ଆଗରୁ ନାଁ କମେଇଛେ।
ସୂଚନା ହିସାବେ ଥୁ.ରାମପୁର ବ୍ଲକର ୧୭ରୁ ଅଧ୍‌କା ଗଁା ଇନ୍ଦ୍ରାବତୀ ଜଲ ଭଣ୍ଡାର ଭିତରେ ରହିଛେ। ଇ ଗଁାବାସୀମାନେ ସବୁପରକାର ମଉଲିକ ସୁବିଧା ସୁଯୋଗରୁ ବଁଚିତ ହେଇ ରହିଛନ୍‌। ଖାଏଦ୍‌ ଅଭାବୁ ଇମାନେ ଜଂଗଲି କଁଦା, ଫଲମୁଲ, ଆମ୍‌ ଟଁାକୁଆ, ଜଂଗଲି ଶାଗ୍‌ ଖାଉଛନ୍‌। ସେନ୍‌ତା ଜଂଗଲର ନାଲ ନଲିଆ, ଝରନ୍‌ର ପାଏନ୍‌କେ ପିଇବା ଖାଏବାରେ ବେଭାର କରୁଛନ୍‌। ଗୁଟେ ଜାଗାର ପାଏନ୍‌କେ ଗାଈଗୋରୁ, ଛେଲମେଢ଼ି, ଜଂଗଲି ଜଁତୁ, ମୁନୁଷ ବେଭାର କରୁଛନ୍‌। ଯେନ୍‌ଥିରଲାଗି ଅଂଚଲବାସୀ ଅନେକ୍‌ ପରକାର ରୋଗ୍‌ବାଗ୍‌ରେ ପଡ଼ୁଛନ୍‌। ଇଠାନେ ଝାଡ଼ାବଁାତି ଲେଖେଁ ରୋଗ୍‌ ଦେଖାଦେଲେ ଅଲପ୍‌ ଦିନ୍‌ ଭିତରେ ଉନିଅଁା ଗଁାମାନକେ ବହପି ଯାଉଛେ। ସେନ୍‌ତା ରାସ୍‌ତାଘାଟ ଅଭାବ ସଂଗେ ଚିକିସତ୍ା ସୁବିଧା ଅଭାବୁ ଅନେକ ସମିଆରେ ଲୋକ୍‌ ରୋଗ୍‌ରେ ପଡ଼ି ମରୁଛନ୍‌। ଇତାକେ ଧିଆନ୍‌ରେ ରଖି ରାଏଜ୍‌ ସରକାର ଅଡ୍ରିଠାନେ ‘ଓଭା’, କେରପାଇ ଆର କାଣିଗୁମା ଠାନେ ‘ସ୍ବରାଜ’, ନାକରୁଣ୍ଡିରେ ‘ସେବା’ ଲେଖେଁ ବେସରକାରୀ ଅନୁଷ୍ଠାନର ସାହାଯ୍‌ରେ ସ୍ବାସ୍ଥ୍ୟ ସେବା ଯୁଗେଇ ଦେଉଛନ୍‌। ହେଲେ ଇ ସ୍ବାସ୍ଥ୍ୟ କେନ୍ଦ୍ରମାନକେ ଦରକାର ହିସାବେ କରମଚାରୀ ନଁାଇଁନ, ଯେନ୍‌ଥିରଲାଗି ରୁଗୀ ନାନା ପରକାର ସମସିଆର ସାମନା କରୁଛନ୍‌। ବ୍ଲକର ଥୁ.ରାମପୁର, ଗୋପାଳପୁର, ବଡ଼ଛତ୍ରଙ୍ଗ, ଅଡ୍ରି, ନାକରୁଣ୍ଡି, ମହୁଲପାଟଣା ଆର ଗୋପିନାଥପୁର ସ୍ବାସ୍ଥ୍ୟ ଉପକେନ୍ଦ୍ରମାନକେ ମହିଲା ଆର ପୁରୁଷ ସ୍ବାସ୍ଥ୍ୟ କରମୀକଁର ଘୋର ଅଭାବ ରହିଛେ। ସେନ୍‌ତା ଖୋଦ୍‌ ଥୁ.ରାମପୁର ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବେବସ୍‌ତା ଅତି ଦୁରବଲ। ଇଠାନେ ଆଏଜ୍‌ତକ ଝନେ ବି ବିଶେଷଜ୍ଞ ଡାକ୍‌ତର ନିଯୁକ୍ତ ନାଇଁ ହେଇପାରି। ଡାକ୍‌ତରଖାନାରେ ୬ ଝନ୍‌ ଡାକ୍‌ତର ନିୟୋଜିତ ହେବାର ବେବସ୍‌ତା ଥିଲେ ବି ୨ ଝନ୍‌ ଡାକ୍‌ତରରେ ରୁଗୀସେବା ଚାଲିଛେ। ସେନ୍‌ତା ୮ ଝନ୍‌ ଏ.ଏନ୍‌.ଏମ୍‌ ଜାଗାରେ ୩ ଝନ୍‌ ରହିଛନ୍‌। ଡାକ୍‌ତରଖାନାରେ ଏହେଦେ ବି ଗୁଟେ ଶବ ବୁହା ଗାଡ଼ିର ଅଭାବ ରହିଛେ। ସେନ୍‌ତା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କରମଚାରୀକର ରହିବାର ଲାଗି ଘର ନଁାଇଁନ। ଯେନ୍‌କେତେ ଘର ଅଛେ ସେଟା ବି ବିପଦ ଅବସ୍‌ତାରେ ରହିଛେ। ଏନ୍‌ତାଥି ଡାକ୍‌ତର, କରମଚାରୀମାନେ ନିଜର ଜୀବନ୍‌କେ ପାଏନ୍‌ଛଡ଼େଇ ଇ ଘରମାନକେ ରହୁଛନ୍‌। ଆଗ୍‌କେ ବରଷା ଦିନ୍‌ ଆସୁଛେ, ଇ ସମିଆରେ ଅଂଚଲରେ ଝାଡ଼ାବଁାତି, ମ୍ୟାଲେରିଆ ହେବାର ବହୁତ୍‌ ସମ୍‌ଭାବନା ରହିଛେ। ଇ ଦିଗେ ଜିଲା ପରଶାସନ ଆର ସ୍ବାସ୍ଥ୍ୟ ବିଭାଗ ଆଗତୁରା ସଜାଗ ରହି ପଦକ୍ଷେପ ନେବାକେ ଅଂଚଲବାସୀ ଦାବି କରିଛନ୍‌। ନାଇଁହେଲେ ଇ ସମିଆରେ ଚିକିସତ୍ା ଅଭାବୁ କେତେ ଲୁକ୍‌କର ଜୀବନ୍‌ ଯିବା କିଛି କହି ନାଇଁହୁଏ। ଇ ବାବ୍‌ଦେ ସିଡିଏମ୍‌ଓ ଡା.ବନଲତା ଦେବୀକୁଁ ପଚରାଲାରୁ ସ୍ବାସ୍ଥ୍ୟ କେନ୍ଦ୍ର ଆର କରମଚାରୀକର ଘର ସମସିଆ ବାବ୍‌ଦେ ବିଭାଗୀୟ ଉଚ କତୁରପକ୍ଷକୁଁ କହିଛେଁ। ନିରବାଚନ ଆଚରନବିଧି ଲାଗି ସମସିଆର ସମାଧାନରେ ବିଲମ୍‌ ହେଇଛେ। ଯେତେ ଜଲ୍‌ଦି ହେବା ସମସିଆର ସମାଧାନ ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସଜଡ଼ା ଭିତ୍ତିଭୂମିରୁ ମୁହଁ ମୋଡ଼ୁଛନ୍ତି ପିଲା: ୫ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ୨ ଶ୍ରେଣୀ କକ୍ଷ, ୨ ଶିକ୍ଷକ

ସମ୍ବଲପୁର,୮ା୯(ପ୍ରମୋଦ ବହିଦାର):ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ୧୧୨ ବର୍ଷର ପୁରୁଣା ଖଣ୍ଡୁଆଳ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ସମ୍ପ୍ରତି ଦୁର୍ବଳ ଭିତ୍ତିଭୂମି ଏବଂ ଶିକ୍ଷକ ଅଭାବରେ ଚାଲିଛି।…

ସ୍ତ୍ରୀଙ୍କୁ ଗୁଳିକଲେ ସ୍ବାମୀ: ରେଢ଼ାଖୋଲର ଲାଣ୍ଡିମାଲ ଗାଁରେ ଚାଞ୍ଚଲ୍ୟ

ରେଢ଼ାଖୋଲ, ୭।୯: ସମ୍ବଲପୁର ଜିଲା ରେଢ଼ାଖୋଲ ଅଞ୍ଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି।…

ଠକେଇ-ବ୍ଲାକ୍‌ମେଲିଂ ଘଟଣାର ପର୍ଦ୍ଦାଫାଶ: ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଧରି…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ଘଟିଥିବା ଦୁଇଟି ପୃଥକ୍‌ ସାଇବର ଅପରାଧ ମାମଲାରେ ସାଇବର ପୋଲିସକୁ ବଡ଼ ସଫଳତା ମିଳିଛି। ଉତ୍ତରାଖଣ୍ଡରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସମ୍ୱଲପୁର, ୬ା୯ (ବି.ଶଙ୍କର): ପରମ୍ପରା ଓ ରୀତିନୀତି ଅନୁସାରେ ପଶ୍ଚିମଓଡ଼ିଶାର କୃଷିଭିତ୍ତିକ ଗଣପର୍ୱ ନୂଆଁଖାଇ ପାଇଁ ଶନିବାର ଲଗ୍ନ ଧାର୍ଯ୍ୟ ହୋଇଛି। ଇଷ୍ଟ ଦେବୀ ସମଲେଇଙ୍କ ରାଶି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri