ଥାନାରେ ପାରମ୍ପରିକ ଦଶହରା ପର୍ବ ପାଳନ, ମହୁଲି ମଦ ସହ ପହଞ୍ଚିଲା ଛେଳି

ଦାରିଙ୍ଗବାଡ଼ି,୮।୧୦(ଡି.ଏନ.ଏ.):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଳକ ଅଞ୍ଚଳରେ ଶାରଦୀୟ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଏହି ଅବସରରେ ଦାରିଙ୍ଗବାଡ଼ି ଏବଂ ସିମନବାଡ଼ିଠାରେ ସ୍ବତନ୍ତ୍ର ପୁଜାମଣ୍ଡପ କରାଯାଇ ମା’ଦୁର୍ଗାଙ୍କ ମୃଣ୍ମୟୀ ମୁର୍ତ୍ତିରେ ପୂଜାର୍ଚ୍ଚନା କରାଯାଇଛି। ଉକ୍ତ ବ୍ଳକର ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ଥାନା ପରିସର ମଧ୍ୟରେ ମଧ୍ୟ ଦଶହରା ପୂଜା ପାଳନ କରାଯାଇଛିା ଦାରିଙ୍ଗବାଡ଼ି ଥାନାରେ ପାରମ୍ପରିକ ତଥା ଲୋକ ସଂସ୍କୃତିକୁ ନେଇ ନିଆରା ଢ଼ଙ୍ଗରେ ପାରମ୍ପରିକ ପୁଜାର୍ଚ୍ଚନା କରାଯାଇଛି ା ପ୍ରତିବର୍ଷ ଦଶହରା ଦିନ ଉକ୍ତ ବ୍ଳକର ଗ୍ରୀନବାଡ଼ି ପଞ୍ଚାୟତବାସୀ ଶତାଧିକ ମହିଳା ପୁରୁଷ ଗ୍ରାମରେ ସ୍ବତନ୍ତ୍ର ଭାବେ ମହୁଲିମଦ ପ୍ରସ୍ତୁତ କରି ମହୁଲି ମଦ ସହ ଏକ ଛେଳିକୁ ନେଇ ବିରାଟ ଶୋଭାଯାତ୍ରାରେ ଆସି ଥାନାରେ ପହଞ୍ଚିଥାନ୍ତି ା ଥାନା ପକ୍ଷରୁ ତାଙ୍କୁ ଫୁଲଚନ୍ଦନ ଦେଇ ସ୍ବାଗତ କରାଯାଏା କାହିଁ କେଉଁ କାଳରୁ ଏହି ପାରମ୍ପରିକ ପୁଜାର୍ଚ୍ଚନା କରାଯାଉଥିବା ଗ୍ରୀନବାଡ଼ି ବାସିନ୍ଦା କହିଛନ୍ତି। ପରେ ବାଦ୍ୟଯନ୍ତ୍ର ମହୁରୀ, ଢ଼ୋଲ ବାଦ୍ୟରେ ଏକ ଶୋଭାଯାତ୍ରାରେ ଗ୍ରୀନବାଡ଼ି ବାସୀ ଥାନା ଅଧିକାରୀଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ତାଙ୍କ ସରକାରୀ ବାସଭବନରୁ ଫୁଲଚନ୍ଦନ ଦେଇ ନୂତନ ବସ୍ତ୍ର ପିନ୍ଧିବାକୁ ଦେଇ ସ୍ବାଗତ କରି ଥାନା ପରିସର ମଧ୍ୟରେ କରାଯାଇଥିବା ପୂଜା ମଣ୍ଡପକୁ ନେଇ ଆସିଥାନ୍ତି ା ସେହିପରି ଆଇଆଇସି କୌଶିକ ମାଝୀ, ସବଇନ୍ସପେକ୍ଟର ଗୋପାଳକୃଷ୍ଣ ଆଗୁପାତ୍ର, ସୌମ୍ୟରଜଂନ ଜେନା ଏବଂ ଏଏସଆଇ ଆର.ଭିମୋରାଓ ରେଡ୍ଡିଙ୍କୁ ଗ୍ରୀନବାଡ଼ିବାସୀ ଶୋଭାଯାତ୍ରାରେ ତାଙ୍କୁ ତାଙ୍କ ବାସଭବନରୁ ପୂଜା ମଣ୍ଡପ ପର୍ଯ୍ୟନ୍ତ ଆଣିଥିଲେ। ପରେ ସେଠାରୁ ବିରାଟ ଶେଭାଯାତ୍ରାରେ ଗ୍ରୀନବାଡ଼ିବାସୀଙ୍କ ସହ ଥାନା ଅଧିକାରୀ ମାଝୀ ଓ ଅନ୍ୟ କର୍ମଚାରୀମାନେ ଜଳତୁଠକୁ ଯାଇ ଗଙ୍ଗା ପୂଜା କରି କଳସରେ ପାଣି ଉଠାଇ ପୁଜାମଣ୍ଡପକୁ ନେଇ ଆସିଥିଲେ। ସେଠାରେ ମା’ ଦୁର୍ଗାଙ୍କୁ ପୁଜାର୍ଚ୍ଚନା କରାଯିବା ସହ ଗ୍ରୀନବାଡ଼ି ବାସୀ ଆଣିଥିବା ମହୁଲୀମଦ ଏବଂ ଛେଳିକୁ ପୂଜା କରାଯାଇଥିଲା। ଛେଳିକୁ ବଳି ପୁଜା କରାଯାଉଥିଲା କିନ୍ତୁ ପର୍ଯ୍ୟାୟ କ୍ରମେ ଜନସଚେତନ ହେବା ପରେ ଏବେ କାକୁଡ଼ି କିମ୍ବା କଖାରୁ ବଳି ଚଢ଼ାଯାଇଥିଲା ବୋଲି ମୁଖ୍ୟପୂଜକ ବୁଲୁ ତ୍ରୀପାଠି କହିଛନ୍ତି। ଏଭଳି ପରମ୍ପରାକୁ ଦେଶ ସ୍ବାଧିନତା ପୂର୍ବରୁ ଶତାଧିକ ବର୍ଷ ହେଲା ଚାଲିଆସିଛି ତତ୍କାଳ ଥାନା ଅଧିକାରୀ ମା’ପାଟଖଣ୍ଡାଙ୍କ ପୂଜାର୍ଚ୍ଚନା ସହ ଏହି ପରମ୍ପରାକୁ ଆରମ୍ଭ କରିଥିବା ଗ୍ରୀନବାଡ଼ି ଗ୍ରାମର ସଂସ୍କୃତିପ୍ରେମୀ ତଥା କବି ବିଦେଶୀ ନାୟକ କହିଛନ୍ତିା


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?