ଥାନାରେ ଖତ ଖାଉଛି ଜବତ ଗାଡି

ବ୍ରହ୍ମପୁର ଅଫିସ,୨୯ା୯-ଏବେ ସବୁ ଥାନାର ଅବସ୍ଥା ଏକା ପରି ଜବତ ହେଉଥିବା ଗାଡିରେ ଭର୍ତ୍ତି ହେଲାଣି ଥାନା କ୍ୟାମ୍ପସ। ଦୀର୍ଘ ବର୍ଷ ଧରି ପଡି ରହିଥିବା ଗାଡିଗୁଡିକ ମାଟି ଖାଇ ନଷ୍ଟ ହେବାକୁ ବସିଲାଣି। ଆଗରୁ ଥାନାରେ ସିଜ ହୋଇ ରହିଥିବା ଜିନିଷ ଓ ଗାଡିଗୁଡିକ ନିଲାମ ହେଉଯାଉଥିଲା। ଫଳରେ କ୍ୟାମ୍ପସରେ ଆଉ ଏପରି ଅଳିଆ ଆବର୍ଜନା ହୋଇ ଏଗୁଡ଼ାକ ଦୀର୍ଘଦିନ ଧରି ପଡି ରହୁ ନ ଥିଲା। କିନ୍ତୁ ୨୦୦୯ରେ ଆଇନରେ ପରିବର୍ତ୍ତନ କରାଯାଇ ଏହି ଜବତ ଗାଡି ଗୁଡିକ ଥାନାରୁ ବାହାର କରିବା ପାଇଁ ଆବଶ୍ୟକ କାଗଜପତ୍ର ଏବଂ ଏ ସଂକ୍ରାନ୍ତୀୟ କେସର ସମାଧାନ ନ ହେବା ଯାଏ ତାହା ପଡି ରହୁଛି। ସେପଟେ କୋର୍ଟରେ କେସ୍‌ ସମାଧାନ ହେବା ବେଳକୁ ଗାଡି ଖରାବର୍ଷା ଖାଇ ନଷ୍ଟ ହୋଇଯାଉଛି। ୫ ବର୍ଷ ମଧ୍ୟରେ ଗଞ୍ଜାମ ଜିଲାର ବିଭିନ୍ନ ଗ୍ରାମାଞ୍ଚଳ ଥାନା ସମେତ ବ୍ରହ୍ମପୁର ସହରର ଟାଉନ ଥାନା, ବୈଦ୍ୟନାଥପୁର, ଗୋଷାଣୀନୂଆଗଁା ଓ ବଡବଜାର ଥାନାଗୁଡିକରେ ଏହି ଜବତ ଗାଡି ସଂଖ୍ୟା ବୃଦ୍ଧି ପାଉଛି। ବିଶେଷ କରି ଚୋରି ଓ ଲୁଟ ମାମଲାରେ ବ୍ୟବହୃତ ବହୁତ ନମ୍ବର ବିହୀନ ବାଇକ୍‌ ରହିଛି। ଏଣୁ ଲୁଟେରାମାନେ କୋର୍ଟ କଚେରୀ ଧନ୍ଦାରେ ନ ପସି ଅନ୍ୟତ୍ର ଗାଡି ଚୋରି କରି ବ୍ୟବହାର କରୁଛନ୍ତି। ବିଭିନ୍ନ ସମୟରେ ଗଞ୍ଜେଇ ଚୋରା ଚାଲାଣ, ଚୋରି ଓ ଲୁଟ ଗାଡି ଯାଞ୍ଚ ବେଳେ ପୋଲିସ ହାତରେ ଧରା ହେଉଥିବା ବେଳେ ସେହି ଗାଡିଗୁଡିକ ନେବାକୁ ଲୁଟେରାମାନେ ପସନ୍ଦ କରୁନାହାନ୍ତି। ଏହି ସବୁ ଜବତ ଗାଡି ଗୁଡିକ ବର୍ଷ ବର୍ଷ ଧରି ପଡିରହୁଛି। ଫଳରେ ଥାନାରେ ଅଳିଆ ଆବର୍ଜନା ଜମା ହୋଇ ରହିବା ସହ ଅପରିଷ୍କାର ହେଉଛି। ଥାନା କ୍ୟାମ୍ପସର ଅର୍ଦ୍ଧାଧିକ ଜାଗା ମାଡି ବସିଥିବା ଏହି ଗାଡି ଗୋଦାମ ପାଇଁ ଅନ୍ୟ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରିବାରେ ମଧ୍ୟ ବାଧା ଉପୁଜୁଛି। ଏନେଇ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ କୁମାର ମିଶ୍ର କୁହନ୍ତି, ଯାଞ୍ଚ ବେଳେ ଯେଉଁ ସବୁ ଗାଡି ପୋଲିସ ଧରୁଛି ସେତେବେଳେ ଆବଶ୍ୟକ କାଗଜପତ୍ର ପୋଲିସ ନିକଟରେ ଦାଖଲ କରି ମାଲିକ ଗାଡି ନେଇଯାଉଛନ୍ତି। ବେଆଇନ ଭାବେ ଗଞ୍ଜେଇ ଚାଲାଣ ଓ ଲୁଟରେ ବ୍ୟବହାର ଗାଡି ଗୁଡିକ ପୋଲିସ ସିଜ କରୁଛି। ସେ ଗୁଡିକ ରିଲିଜ କରିବା ପାଇଁ କୋର୍ଟ ଅନୁମତିର ଆବଶ୍ୟକତା ରହିଛି। ଏବେ କେବଳ ସେହି ଗାଡିଗୁଡିକ ରିଲିଜ ନ ହୋଇ ଥାନାରେ ପଡି ରହିଛି। ପୋଲିସ ଯଥାସମ୍ଭବ ସେ ସବୁ ଜବତ ଗାଡିକୁ ରଖୁଛି। ଥାନା ପରିସର ଯଥାସମ୍ଭବ ପରିଷ୍କାର ରଖିବାକୁ ପୋଲିସ ପ୍ରୟାସ ଜାରି ରଖିଛି ବୋଲି ଅତିରିକ୍ତ ଏସପି ମିଶ୍ର କହିଛନ୍ତି।
ଥାନାରେ ଖତ ଖାଉଛି ଜବତ ଗାଡି


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ଭୋଟର ଦେଶର ଭବିଷ୍ୟତ: ଏସଆଇଆର ଉପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ ଆଇ ଆର ଉପରେ ଏକ ସଚେତନତା…

୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ: ୨ ବନ୍ଧୁକ ସହ ୩ ଜୀବନ୍ତ…

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଶୁକ୍ରବାର ବାରୁଡ଼ା ଗ୍ରାମର ଏକ ଗଣ୍ତଗୋଳ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ…

ସନ୍ଧ୍ୟାରେ ମନ୍ଦିରରେ ତାଲା ଦେଇ ଯାଇଥିଲେ ପୂଜାରୀ, ସକାଳକୁ ଗଲା ବେଳକୁ ଯାହା ଦେଖିଲେ…

ଦିଗପହଣ୍ଡି,୧୨।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ଗ୍ରାମ ଶ୍ରୀ ତୁମ୍ବେଶର ଶୈବପୀଠ ପରିସରରେ ଥିବା ଦାନବାକ୍ସକୁ କେହି ଦୁର୍ବୃତ୍ତ ଭାଙ୍ଗି…

ଜିଲାରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ: ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲାପାଳ

ଛତ୍ରପୁର, ୧୨।୬ (ଦିଲ୍ଲୀପ ସାମଲ) : ଜିଲା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ନିରାକରଣ ନେଇ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏନେଇ…

ଏଲ ନିନୋର ପ୍ରଭାବରେ କମ୍‌ ବର୍ଷା! ଚିନ୍ତାରେ ପଡିଲେ ଚାଷୀ, ସମସ୍ୟାର ସମାଧାନ ପାଇଁ…

ଛତ୍ରପୁର, ୧୨।୬ (ଦିଲୀପ ସାମଲ): ଗଞ୍ଜାମ ଜିଲାର ଚାଷୀମାନଙ୍କ ମୁଖ୍ୟ ସମସ୍ୟାର ସମାଧାନ ନିମନ୍ତେ ଋଷିକୁଲ୍ୟା ରୟତ ମହାସଭାର ଆହ୍‌ବାନକ୍ରମେ ଏକ ସଭା ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ…

ଜେଲ୍ ୱାର୍ଡରଙ୍କ ଦବଙ୍ଗଗିରି! ବିଚ୍ ରାସ୍ତାରେ ଯୁବକଙ୍କୁ ଚାପୁଡ଼ା, ଭିଡିଓ ଭାଇରାଲ

ବ୍ରହ୍ମପୁର,୧୨।୬(ସୁବାସ ଚନ୍ଦ୍ର ପାଢ଼ୀ) : ବ୍ରହ୍ମପୁର ମଣ୍ଡଳ କାରାଗାର ମୁଖ୍ୟ ଫାଟକ ସମ୍ମୁଖରେ ଜେଲ ଓ୍ବାର୍ଡର ଜଣେ ଯୁବକଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ ହେଉଛି ।…

ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହରରେ ଲାଗିଲା ଷ୍ଟ୍ରିଟ ଲାଇଟ, ଅଞ୍ଚଳରେ ଖୁସିର ଲହରୀ

ଗଞ୍ଜାମ,୧୨।୬(ବିଦ୍ୟାଧର ସାହୁ ): ଗଞ୍ଜାମ ସହରବାସୀଙ୍କ ବହୁ ଦିନର ଦାବି ପୂରଣ ହୋଇଛି । ବିଳମ୍ବରେ ହେଲେ ମଧ୍ୟ ଗଞ୍ଜାମ ସହର ବଡ଼ ବଜାର, ସାନ ବଜାର…

ବ୍ରହ୍ମପୁରରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ଲଜ୍‌କୁ ନେଇ ବଳାତ୍କାର କଲେ ପୁରୁଷବନ୍ଧୁ, ତାପରେ….

ବ୍ରହ୍ମପୁର,୧୨।୬(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକା ଛାତ୍ରୀଙ୍କୁ ଲଜ୍‌କୁ ନେଇ ବଳାତ୍କାର ଅଭିଯୋଗରେ ବ୍ରହ୍ମପୁର ନିମଖଣ୍ଡି ଥାନା ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଧରିଛି। ଗୁରୁବାର ତାଙ୍କୁ ଜୁଭେନାଇଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri