ତୁଟୁନି ସମସ୍ୟା : ରୋଗୀ ହଇରାଣ

କେନ୍ଦୁଝର, ୨୫ା୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ଉପସ୍ଥିତି ଓ ଅନୁପସ୍ଥିତିକୁ ନେଇ କୌଣସି ସୂଚନା ଦିଆଯାଉ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଟିକେଟ କାଟି ଡାକ୍ତରଙ୍କ କ୍ୟାବିନ ଆଗରେ ରୋଗୀମାନେ ଅପେକ୍ଷା କରି ନିରାଶରେ ଫେରୁଛନ୍ତି।  ଏକପକ୍ଷରେ ଡିଏମ୍‌ଏଫ୍‌ ଅର୍ଥରେ ରୋଗୀ ଓ ସାଧାରଣ ଲୋକଙ୍କୁ ସୂଚନା ଦେବା ପାଇଁ ଲଗାଯାଇଥିବା ବ୍ୟୟବହୁଳ ଡିଜିଟାଲ କିଓସ୍କୋ କିଛିଦିନ ହେଲା ଅଚଳ ହୋଇ ପଡ଼ିଥିଲେ ହେଁ ତାହା ସଜଡ଼ା ଯାଉନାହିଁ ା ଏହାଦ୍ୱାରା ରୋଗୀମାନଙ୍କୁ ସୂଚନା ମିଳୁନାହିଁ ା ଅନ୍ୟପକ୍ଷରେ ଡାକ୍ତରମାନଙ୍କ ଉପସ୍ଥିତି ଓ ଅନୁପସ୍ଥିତି ସମ୍ପର୍କରେ ସୂଚନା ପ୍ରଦର୍ଶନ କରାଯାଉ ନ ଥିବାରୁ ରୋଗୀ ମାନେ ବହୁ ଅସୁବିଧା ଭୋଗୁଛନ୍ତିି ା ଏଭଳି ଏକ ଦୃଷ୍ଟାନ୍ତ ବୁଧବାର ଦେଖିବାକୁ ମିଳିଥିଲା।

ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦୁଇଦିନ ହେଲା ଅନୁପସ୍ଥିତ ଅଛନ୍ତି। ତାଙ୍କ ବସିବା କ୍ୟାବିନ ଖୋଲାରହୁଛି ା ଆସୁଥିବା ରୋଗୀଙ୍କୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଟିକେଟ କାଉଣ୍ଟରରୁ ଟିକେଟ ଦିଆଯାଉଛି ା କିନ୍ତୁ ରୋଗୀ କ୍ୟାବିନ ସମ୍ମୁଖରେ ବସି ବସି ଘରକୁ ନିରାଶ ହୋଇ ଫେରିବା ପରେ ବୁଧବାର ପୁଣି ଅପେକ୍ଷାରେ ବସିଥିବା ଅଭିଯୋଗ ହୋଇଛି ା ତେବେ ଏ ନେଇ ଡାକ୍ତରଖାନାରେ ତନାଘନା କରିବା ପରେ ଜଣାପଡିଲା ଡାକ୍ତର ଛୁଟିରେ ଅଛନ୍ତି ା ଏହାପରେ ଡାକ୍ତରଖାନା କର୍ମଚାରୀ ଅପେକ୍ଷାରତ ରୋଗୀଙ୍କୁ ସୂଚନା ଦେବା ସହ ଆଉଟ୍‌ଡୋରରେ ଥିବା ଡାକ୍ତରଙ୍କୁ ରୋଗ ଦେଖାଇବା ପାଇଁ ପଠାଯାଇଥିଲା। ଡାକ୍ତର ଅନୁପସ୍ଥିତିକୁ ନେଇ ସେମାନଙ୍କୁ କେହି ସୂଚନା ଦେଉନାହାନ୍ତି କିମ୍ବା ବାହାରେ କୌଣସି ସୂଚନା ନ ଥିବାରୁ ରୋଗୀମାନେ ଜାଣି ପାରୁନାହାନ୍ତି ା ମଙ୍ଗଳବାର ଫେରିବା ପରେ ବୁଧବାର ପାଖାପାଖି ୧ ଘଣ୍ଟା ଅପେକ୍ଷା କରିଥିବା ୪୦ କି.ମି. ଦୂରରୁ ଆସିଥିବା ରୂପବତୀ ମହାନ୍ତ କହିଛନ୍ତି। ସେହିପରି ନରଣପୁରରୁ ଆସିଥିବା ହରେକୃଷ୍ଣ ବେହେରା, ଝୁଣ୍ଟୁରୀ ବେହେରା, ଜଗନ୍ନାଥପୁରରୁ ଆସିଥିବା ମାନୀ ଜେନାଙ୍କ ସମେତ ବହୁ ରୋଗୀ ଅପେକ୍ଷା କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ା ଏନେଇ ସିଡିଏମ୍‌ଓ ଡ. ଚୌଧୁରୀ ସ୍ବରୂପ ମିଶ୍ର କହିଛନ୍ତି ଯେ, ରୋଗୀମାନେ ପ୍ରଥମେ ଆଉଟ୍‌ଡୋରରେ ଦେଖାଇବା ପରେ ସେଠାରୁ ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଯିବା କଥା ା ତେବେ ଡାକ୍ତରଙ୍କ ଅନୁପସ୍ଥିତି ସମ୍ପର୍କିତ ସୂଚନା ଦେବା ପାଇଁ ବ୍ୟବସ୍ଥା କରାଯିବ। ଏପରି କି ଡ୍ୟୁଟି ସମୟରେ ଡାକ୍ତରଙ୍କୁ ସିଟ୍‌ରେ ନ ପାଇ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଙ୍କୁ ଠିକ୍‌ ସୂଚନା କେହି ଦେଇପାରୁ ନ ଥିବାରୁ ବିଶେଷକରି ଗ୍ରାମାଞ୍ଚଳରୁ ଆସୁଥିବା ରୋଗୀମାନେ ବହୁ ଅସୁବିଧା ଭୋଗୁଛନ୍ତି ା ଉପଯୁକ୍ତ ତଦାରଖ ଅଭାବରୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଏଭଳି ସମସ୍ୟା ନେଇ ସିଡିଏମ୍‌ଓ ଏବଂ ଏଡିଏମ୍‌ଓ ପଦକ୍ଷେପ ନେବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆଖି ସଂକ୍ରମଣରେ ପୀଡ଼ିତ ମାଖନା ହାତୀ: ବନ ବିଭାଗ ପକ୍ଷରୁ ମାଖନା ହାତୀର ସ୍ୱାସ୍ଥ୍ୟ ନିରୀକ୍ଷଣ

ବାଲେଶ୍ୱର,୧୫।୮( ବାଞ୍ଛାନିଧି ଦେ): ବାଲେଶ୍ୱର ବନ ବିଭାଗ ପକ୍ଷରୁ ଦୀର୍ଘ ୧୫ରୁ ୨୦ ଦିନ ଧରି କୁଲଡ଼ିହା ବନ୍ୟପ୍ରାଣୀ ରେଞ୍ଜ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଏକ ମାଖନା (ଦାନ୍ତହୀନ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପତାକା ଉତ୍ତୋଳନ ପାଇଁ ଲୁହା ପାଇପ୍‌ ଆଣୁଥିଲେ ଶିକ୍ଷକ, ବାଜିଲା ବିଦ୍ୟୁତ ତାର: ଆଉ ତା’ପରେ ଘଟିଲା…

ସିମୁଳିଆ, ୧୫।୮(ସନ୍ତୋଷ କୁମାର ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକ ମଇତାପୁର ଅଞ୍ଚଳରେ ପ୍ରତିଷ୍ଠିତ ରୟାଲ ହାଇସ୍କୁଲ ଓ ରୟାଲ ପବ୍ଲିକ ସ୍କୁଲ ନାମକ ଏକ ଘରୋଇ…

ଜଳକା ନଦୀରେ ବନ୍ୟା, ବସ୍ତା ଇଲେକ୍ଟ୍ରି ଅଫିସରେ ପଶିଲା ପାଣି

ବସ୍ତା,୧୪।୮(ହରିଶଙ୍କର ପାଢ଼ୀ): ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି । ବାଲେଶ୍ବର ବସ୍ତାରେ ଜଳକା ନଦୀରେ ବନ୍ୟା ଆସିବା ଯୋଗୁଁ ଜନଜୀବନ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

ବିଲକୁ ଯାଇଥିବାବେଳେ ଅତର୍କିତ ଆକ୍ରମଣ କଲା ଭାଲୁ, ୨ ଜଣ…

ନୀଳଗିରି, ୧୩।୮ (ପ୍ରଶାନ୍ତ କୁମାର ବିଶ୍ବାଳ): ଗୁରୁବାର ସକାଳେ ବିଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ୨ ଗୁରୁତର ହୋଇଛନ୍ତି। ନୀଳଗିରି ଉପଖଣ୍ଡ ଶ୍ୟାମସୁନ୍ଦରପୁର ପଞ୍ଚାୟତର ଦ୍ବାରିକା…

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପାଣ୍ଠିରେ ନୀଳଗିରି ମେଡିକାଲର ହେବ ଉନ୍ନତି, ଖର୍ଚ୍ଚ ହେବ ଏତିକି କୋଟି…

ନୀଳଗିରି,୧୩ା୮(ପ୍ରଶାନ୍ତ କୁମାର ବିଶ୍ୱାଳ): କେନ୍ଦ୍ରରେଳ, ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଅଶ୍ୱିନୀ କୁମାର ବୈଷ୍ଣବ ମନ୍ତ୍ରିମଣ୍ଡଳର ଜଣେ ଦକ୍ଷ ଏବଂ ସଚ୍ଚୋଟ ମନ୍ତ୍ରୀଭାବେ ପ୍ରଧାନମନ୍ତ୍ରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri