ତୁଟୁନି ସମସ୍ୟା : ରୋଗୀ ହଇରାଣ

କେନ୍ଦୁଝର, ୨୫ା୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତରଙ୍କ ଉପସ୍ଥିତି ଓ ଅନୁପସ୍ଥିତିକୁ ନେଇ କୌଣସି ସୂଚନା ଦିଆଯାଉ ନ ଥିବାରୁ ରୋଗୀ ହନ୍ତସନ୍ତ ହେଉଛନ୍ତି। ଟିକେଟ କାଟି ଡାକ୍ତରଙ୍କ କ୍ୟାବିନ ଆଗରେ ରୋଗୀମାନେ ଅପେକ୍ଷା କରି ନିରାଶରେ ଫେରୁଛନ୍ତି।  ଏକପକ୍ଷରେ ଡିଏମ୍‌ଏଫ୍‌ ଅର୍ଥରେ ରୋଗୀ ଓ ସାଧାରଣ ଲୋକଙ୍କୁ ସୂଚନା ଦେବା ପାଇଁ ଲଗାଯାଇଥିବା ବ୍ୟୟବହୁଳ ଡିଜିଟାଲ କିଓସ୍କୋ କିଛିଦିନ ହେଲା ଅଚଳ ହୋଇ ପଡ଼ିଥିଲେ ହେଁ ତାହା ସଜଡ଼ା ଯାଉନାହିଁ ା ଏହାଦ୍ୱାରା ରୋଗୀମାନଙ୍କୁ ସୂଚନା ମିଳୁନାହିଁ ା ଅନ୍ୟପକ୍ଷରେ ଡାକ୍ତରମାନଙ୍କ ଉପସ୍ଥିତି ଓ ଅନୁପସ୍ଥିତି ସମ୍ପର୍କରେ ସୂଚନା ପ୍ରଦର୍ଶନ କରାଯାଉ ନ ଥିବାରୁ ରୋଗୀ ମାନେ ବହୁ ଅସୁବିଧା ଭୋଗୁଛନ୍ତିି ା ଏଭଳି ଏକ ଦୃଷ୍ଟାନ୍ତ ବୁଧବାର ଦେଖିବାକୁ ମିଳିଥିଲା।

ଚର୍ମରୋଗ ବିଶେଷଜ୍ଞ ଡାକ୍ତର ଦୁଇଦିନ ହେଲା ଅନୁପସ୍ଥିତ ଅଛନ୍ତି। ତାଙ୍କ ବସିବା କ୍ୟାବିନ ଖୋଲାରହୁଛି ା ଆସୁଥିବା ରୋଗୀଙ୍କୁ ଡାକ୍ତରଙ୍କୁ ଦେଖାଇବା ପାଇଁ ଟିକେଟ କାଉଣ୍ଟରରୁ ଟିକେଟ ଦିଆଯାଉଛି ା କିନ୍ତୁ ରୋଗୀ କ୍ୟାବିନ ସମ୍ମୁଖରେ ବସି ବସି ଘରକୁ ନିରାଶ ହୋଇ ଫେରିବା ପରେ ବୁଧବାର ପୁଣି ଅପେକ୍ଷାରେ ବସିଥିବା ଅଭିଯୋଗ ହୋଇଛି ା ତେବେ ଏ ନେଇ ଡାକ୍ତରଖାନାରେ ତନାଘନା କରିବା ପରେ ଜଣାପଡିଲା ଡାକ୍ତର ଛୁଟିରେ ଅଛନ୍ତି ା ଏହାପରେ ଡାକ୍ତରଖାନା କର୍ମଚାରୀ ଅପେକ୍ଷାରତ ରୋଗୀଙ୍କୁ ସୂଚନା ଦେବା ସହ ଆଉଟ୍‌ଡୋରରେ ଥିବା ଡାକ୍ତରଙ୍କୁ ରୋଗ ଦେଖାଇବା ପାଇଁ ପଠାଯାଇଥିଲା। ଡାକ୍ତର ଅନୁପସ୍ଥିତିକୁ ନେଇ ସେମାନଙ୍କୁ କେହି ସୂଚନା ଦେଉନାହାନ୍ତି କିମ୍ବା ବାହାରେ କୌଣସି ସୂଚନା ନ ଥିବାରୁ ରୋଗୀମାନେ ଜାଣି ପାରୁନାହାନ୍ତି ା ମଙ୍ଗଳବାର ଫେରିବା ପରେ ବୁଧବାର ପାଖାପାଖି ୧ ଘଣ୍ଟା ଅପେକ୍ଷା କରିଥିବା ୪୦ କି.ମି. ଦୂରରୁ ଆସିଥିବା ରୂପବତୀ ମହାନ୍ତ କହିଛନ୍ତି। ସେହିପରି ନରଣପୁରରୁ ଆସିଥିବା ହରେକୃଷ୍ଣ ବେହେରା, ଝୁଣ୍ଟୁରୀ ବେହେରା, ଜଗନ୍ନାଥପୁରରୁ ଆସିଥିବା ମାନୀ ଜେନାଙ୍କ ସମେତ ବହୁ ରୋଗୀ ଅପେକ୍ଷା କରିବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ା ଏନେଇ ସିଡିଏମ୍‌ଓ ଡ. ଚୌଧୁରୀ ସ୍ବରୂପ ମିଶ୍ର କହିଛନ୍ତି ଯେ, ରୋଗୀମାନେ ପ୍ରଥମେ ଆଉଟ୍‌ଡୋରରେ ଦେଖାଇବା ପରେ ସେଠାରୁ ବିଶେଷଜ୍ଞ ଡାକ୍ତରଙ୍କ ପାଖକୁ ଯିବା କଥା ା ତେବେ ଡାକ୍ତରଙ୍କ ଅନୁପସ୍ଥିତି ସମ୍ପର୍କିତ ସୂଚନା ଦେବା ପାଇଁ ବ୍ୟବସ୍ଥା କରାଯିବ। ଏପରି କି ଡ୍ୟୁଟି ସମୟରେ ଡାକ୍ତରଙ୍କୁ ସିଟ୍‌ରେ ନ ପାଇ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଙ୍କୁ ଠିକ୍‌ ସୂଚନା କେହି ଦେଇପାରୁ ନ ଥିବାରୁ ବିଶେଷକରି ଗ୍ରାମାଞ୍ଚଳରୁ ଆସୁଥିବା ରୋଗୀମାନେ ବହୁ ଅସୁବିଧା ଭୋଗୁଛନ୍ତି ା ଉପଯୁକ୍ତ ତଦାରଖ ଅଭାବରୁ ଜିଲା ମୁଖ୍ୟ ଡାକ୍ତରଖାନାରେ ଏଭଳି ସମସ୍ୟା ନେଇ ସିଡିଏମ୍‌ଓ ଏବଂ ଏଡିଏମ୍‌ଓ ପଦକ୍ଷେପ ନେବାକୁ ଦାବି ହେଉଛି ା


Enter your email to get our daily news in your inbox.

All Right Reserved By Dharitri.Com

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ଶ୍ରୀକାନ୍ତଙ୍କ ପ୍ରାର୍ଥିତ୍ୱରୁ ତ୍ରିମୁଖୀ ଲଢ଼େଇ

ବାଲେଶ୍ୱର,୧୬ା୪(ମାନସ ବିଶ୍ୱାଳ):ବାଲେଶ୍ୱର ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଶ୍ରୀକାନ୍ତ ଜେନାଙ୍କ ନାମ ଘୋଷଣା କରାଯାଇଛି। ପୂର୍ବରୁ ଭାଜପାରୁ ପ୍ରତାପ ଷଡ଼ଙ୍ଗୀ ଓ ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri