ତହସିଲ ଆଗରେ ଆଦିବାସୀଙ୍କ ମେଳି

ଜଳେଶ୍ୱର, ୨୨।୧(ସ୍ବ.ପ୍ର.)-ଜଳେଶ୍ୱର ତହସିଲ ଅନ୍ତର୍ଗତ ଆରୁହା ପଞ୍ଚାୟତର ନିମପୁରଠାରେ ସରକାରୀ ସ୍ଥାନକୁ ଜବରଦଖଲ କରି ରହିଥିବା ଆଦିବାସୀମାନେ ସେମାନଙ୍କ ନାମରେ ନାମିତ କରିବା ଲାଗି ଦାବି କରି ଆସୁଥିବା ବେଳେ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ବରଂ ୩ ଦିନ ମଧ୍ୟରେ ଉଚ୍ଛେଦ ନୋଟିସ୍‌ ଦେଇଥିବାରୁ ମଙ୍ଗଳବାର ଶତାଧିକ ଆଦିବାସୀ ମହିଳା ଓ ପିଲାଙ୍କୁ ଧରି ତହସିଲ ସମ୍ମୁଖରେ ବିକ୍ଷୋଭ କରିଛନ୍ତି ା ଏନେଇ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି।
ଖାତା ନଂ. ୨୭୨ ଖସଡା ନଂ. ୩୨୧, ୩୨୬, ୩୨୩, ୩୮୫ରେ ପ୍ରାୟ ୫୯ଜଣ ଆଦିବାସୀ ବସବାସ କରି ଆସୁଛନ୍ତି। ଗତ ୧୮ତାରିଖରେ ତହସିଲଦାରଙ୍କ ପକ୍ଷରୁ ସରକାରୀ ସ୍ଥାନରୁ ଉଚ୍ଛେଦ କରାଯିବା ପାଇଁ ୨୧ତାରିଖ ଧାର୍ଯ୍ୟ କରାଯାଇ ଥିବାବେଳେ ମଙ୍ଗଳବାର ଆଦିବାସୀଙ୍କ ପକ୍ଷରୁ ଜୟନାରାୟଣ ଜେନା ନେତୃତ୍ୱରେ ବିକ୍ଷୋଭ କରାଯାଇଛି। ଆଦିବାସୀ ମଞ୍ଚର ସମ୍ପାଦକ କେଦାର ସିଂ ଅତୀତରେ ଏ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଜଣାଇ ଆସୁଥିଲେ ମଧ୍ୟ ବାଲେଶ୍ୱର ସଦର ଉପଜିଲାପାଳଙ୍କ କୋର୍ଟରେ ଏକ ମିସ୍‌ ପିଟିସନ ୮୬୭ ତା ୪ା୧୧ା୧୯ ଦାଏର କରିଥିଲେ। ଉପଜିଲାପାଳ ଏଥିନେଇ ଜଳେଶ୍ୱର ତହସିଲଦାରଙ୍କୁ ତଦନ୍ତ କରି ଆଇନ ଅନୁଯାୟୀ କାଯର୍‌ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ପରବର୍ତ୍ତୀ ସମୟରେ ତହସିଲଦାର ସେମାନଙ୍କ ବିରୋଧରେ ଏଲ୍‌ଇ କେସ୍‌ କରି ଜରିମାନା ମଧ୍ୟ ଆଦାୟ କରିସାରିଛନ୍ତି। ତେଣୁ ସେମାନେ ବସବାସ କରି ଆସୁଥିବା ସ୍ଥାନକୁ ପଟ୍ଟା ପ୍ରଦାନ କରିବାକୁ ଲକ୍ଷ୍ମଣ ସରେନ୍‌, ଗଙ୍ଗାଧର ସିଂ, ମନ ସିଂ, ଚୈତନ ସିଂ, ଦୀପୁ ମୁର୍ମୁ, କୁନା କିସ୍କୁ, କାଦ ସିଂ, ମାଧବ ମୁର୍ମୁ, ଲତା ସିଂ ପ୍ରମୁଖ ଶତାଧିକ ବ୍ୟକ୍ତି ନିଜର ହକ୍‌ ପାଇଁ ମେଳି ବାନ୍ଧିଥିଲେ। ମାତ୍ର ତହସିଲଦାର ଭୟରେ ମୁଖ୍ୟ ଫାଟକରେ ତାଲା ପକାଇବା ଯୋଗୁ ଉତ୍ତେଜନା ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ପୌର ନିର୍ବାଚନ ପାଇଁ ଦିଗପହଣ୍ଡି ବିଜେଡିର ସଜବାଜ, ପ୍ରତି ୱାର୍ଡରେ ଗଠନ ହେବ ଦଳୀୟ କମିଟି

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କମାପଡିଆ ସ୍ଥିତ ଶ୍ରୀ ନୀଳକଣ୍ଠେଶ୍ଵର ଶୈବ ପୀଠ ପ୍ରାଙ୍ଗଣରେ ଦିଗପହଣ୍ଡି ନଗର ବିଜୁ ଜନତା ଦଳ…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri