ତନ୍ତ୍ର ସାଧନା ପଛର ରହସ୍ୟ ଖୋଲିଲା ପୋଲିସ:ଭଉଣୀର ତଣ୍ଟି କାଟି ବଳି ଦେଇଥିଲେ ଭାଇ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି/ ବଙ୍ଗୋମୁଣ୍ଡା, ୮।୧(ଡି.ଏନ୍‌.ଏ.):ନିଜ ମାମୁପୁଅ ଭାଇକୁ ଅପହରଣ କରି ତଣ୍ଟି କାଟି ବଳି ଦେବାର ୧୪ ମାସ ପରେ ତନ୍ତ୍ରସାଧକ ଶୋଭାବନ ରଣା ଜେଲରୁ ଜାମିନରେ ଆସି ସମାନ ଢଙ୍ଗରେ ନିଜ ସାନ ଭଉଣୀଙ୍କୁ ଅପହରଣ କରି ତଣ୍ଟି କାଟି ବଳି ଦେଇଥିଲେ। ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ସାଲେବରଟ ଗଁାରେ ଘଟିଥିବା ଏହି ନାରକୀୟକାଣ୍ଡ ଉପରୁ ପରଦା ହଟିଛି। ମଙ୍ଗଳବାର ତନ୍ତ୍ରସାଧନା ପଛର ରହସ୍ୟ ଖୋଲିଛି ପୋଲିସ। ଏସ୍‌ପି ସନ୍ଦୀପ ମାଡକର ସିନ୍ଧେକେଲା ଥାନାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଏ ନେଇ ସ୍ପଷ୍ଟ କରିଛନ୍ତି।
ତନ୍ତ୍ରଗୁରୁ କୁଞ୍ଜ ରଣାଙ୍କ କୋପରୁ ରକ୍ଷା ପାଇବା ପାଇଁ ଅଭିଯୁକ୍ତ ଶୋଭାବନ (୨୮) ନିଜ ସାନଭଉଣୀ ଜନନୀଙ୍କୁ ଚକାଗୁଜିଆ ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଗୁଜିଆ ପାହାଡ ଉପରେ ବଳି ଦେଇଥିଲେ। ଶୋଭାବନଙ୍କ ସ୍ବୀକାରୋକ୍ତି ଓ ସୂଚନା ଅନୁଯାୟୀ ପୋଲିସ ଟିମ୍‌ ଗୁଜିଆ ପାହାଡ ଉପରୁ ଜନନୀଙ୍କ ମୁଣ୍ଡ ଗଣ୍ଡି ଅଲଗା ମୃତଦେହକୁ ଉଦ୍ଧାର କରିଛି। ବଳିରେ ବ୍ୟବହୃତ ସିନ୍ଦୂର, ଛୁରି ଓ ଜନନୀଙ୍କ ବସ୍ତ୍ର ଜବତ କରାଯାଇଥିବା ଏସ୍‌ପି କହିଛନ୍ତି। ଶୋଭାବନଙ୍କୁ ମଙ୍ଗଳବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।
ଗତ ଡିସେମ୍ବର ୨୪ରେ ସାଲେବରଟ ଗଁାର ମୁସୁରୁ ରଣାଙ୍କ ନାବାଳିକା ଝିଅ ଜନନୀ (୧୨) ନିଖୋଜ ହୋଇଥିଲେ। ନିଖୋଜ ପଛରେ ବଳି ସନ୍ଦେହ କରି ସେହି ମାସ ୨୮ ତାରିଖରେ ସାଲେବରଟ ଗ୍ରାମବାସୀ ସିନ୍ଧେକେଲା ଥାନା ଘେରାଉ କରିବା ସହ ଜନନୀଙ୍କ ବଡଭାଇ ଶୋଭାବନଙ୍କ ଗିରଫ ଦାବି କରିଥିଲେ। ଏହାପରେ ପୋଲିସ ଶୋଭାବନଙ୍କୁ ଅଟକ ରଖି ପଚରା ଉଚରା କରିଥିଲା।
୨୦୧୮ ଅକ୍ଟୋବରରେ ପାରିବାରିକ ସୁଖ ପାଇଁ ତନ୍ତ୍ରଗୁରୁ କୁଞ୍ଜ ରଣାଙ୍କ ସହ ମିଶି ଉନ୍ଦେର ନଦୀରେ ମାମୁପୁଅ ମିଥୁନ୍‌ (୯)ଙ୍କୁ ସେ ବଳି ଦେଇଥିଲେ। ଏହି ଘଟଣାରେ ତନ୍ତ୍ରଗୁରୁ କୁଞ୍ଜ ଓ ତନ୍ତ୍ରସାଧକ ଶୋଭାବନ ଗିରଫ ହୋଇ ଜେଲ ଯାଇଥିଲେ। ଜେଲରେ ଥିତ୍ବା ସମୟରେ କୁଞ୍ଜ କୁଆଡେ ଶୋଭାବନକୁ ତାଗିଦ୍‌ କରିଥିଲେ। ଶୋଭାବନର ଭୁଲ ଯୋଗୁ ତାଙ୍କୁ ଜେଲ ଯିବାକୁ ପଡିଛି ବୋଲି କହିଥିଲେ। ଆଗକୁ ଏହାର ପରିଣାମ ଭୟାବହ ହେବ ବୋଲି କୁଞ୍ଜ କୁଆଡେ ଚରମବାଣୀ ଶୁଣାଇଥିଲେ। ଗୁରୁଙ୍କ କୋପରୁ ବର୍ତ୍ତିବାକୁ ହେଲେ ଜେଲରୁ ବାହାରିବା ପରେ ନିଜ ଭଉଣୀକୁ ବଳି ଦେବାକୁ ପଡିବ ବୋଲି କୁଆଡେ କୁଞ୍ଜ ଶୋଭାବନଙ୍କୁ କହିଥିଲେ। ଗତ ସେପ୍ଟେମ୍ବର ମାସରେ କୁଞ୍ଜ ଓ ଶୋଭାବନ ହାଇକୋର୍ଟରୁ ଜାମିନ୍‌ ପାଇ ଘରକୁ ଫେରିଥିଲେ। ଜେଲରୁ ବାହାରି ଶୋଭାବନ ନିଜ ଭଉଣୀ ଜନନୀଙ୍କୁ ବଳି ଦେବାକୁ ଯୋଜନା କରିଥିଲେ। ଗୁଜିଆ ପାହାଡ ଉପର ଗୁଜେନ୍‌ ଦେବୀଙ୍କ ପାଖରେ ଜନନୀଙ୍କୁ ବଳି ଦେବାର ସମସ୍ତ ପ୍ରସ୍ତୁତ ହୋଇଥିଲା। ଯୋଜନା ମୁତାବକ ସମସ୍ତ ବଳି ସାମଗ୍ରୀ ଆଣିବା ପରେ ଗତ ୨୪ ତାରିଖରେ ଜନନୀଙ୍କୁ ସାଇକେଲରେ ଅପହରଣ କରି ନେଇଥିଲେ ଶୋଭାବନ। ପରେ ଭଉଣୀକୁ ଗୁଜିଆ ଜଙ୍ଗଲକୁ ନେଇ ପୂଜାର୍ଚ୍ଚନା ପରେ ଛୁରିରେ ତଣ୍ଟି କାଟି ବଳି ଦେଇଥିଲେ। ମୁଣ୍ଡ ଓ ଗଣ୍ଡିକୁ ଅଲଗା କରିଦେବା ପରେ ରକ୍ତ ଅର୍ପଣ କରି ନିକଟସ୍ଥ ବୁଦାରେ ମୁଣ୍ଡ, ଗଣ୍ଡି ଓ ଛୁରିକୁ ଲୁଚାଇ ଦେଇଥିଲେ। ସେଠାରୁ ଆସି କାଲ୍‌କୁଟ୍‌ ଗଁା ନିକଟ ମନ୍ଦାରମୁଣ୍ଡା ବନ୍ଧରେ ଜନନୀ ପିନ୍ଧିଥିବା ବସ୍ତ୍ରକୁ ଫିଙ୍ଗି ଦେଇଥିଲେ। ଏହାପରେ ଅପହରଣରେ ବ୍ୟବହୃତ ସାଇକେଲକୁ ଶ୍ରୀରାମ ଓ ତୁକ୍‌ଲା ଗଁା ମଝିରେ ଛାଡି ଦେଇ ଶୋଭାବନ ଫେରାର ହୋଇଯାଇଥିତ୍ବା ଏସ୍‌ପି ମାଡକର ସୂଚନା ଦେଇଛନ୍ତି। ଶୋଭାବନର ବୟାନ ଅନୁଯାୟୀ ସମସ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ କରାଯାଇଥିତ୍ବା ଏସ୍‌ପି କହିଛନ୍ତି। ଏହି ସବୁ ଘଟଣାରେ ତନ୍ତ୍ରଗୁରୁ କୁଞ୍ଜଙ୍କ ଭୂମିକା କ’ଣ ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଜାମିନ୍‌ରେ ବାହାରିବା ପରେ କୁଞ୍ଜ କୁଆଡେ ଚାଲିଯାଇଥିତ୍ବା ଜଣାପଡିଛି। ଖବରଦାତା ସମ୍ମିଳନୀରେ ଏସ୍‌ପି ମାଡକରଙ୍କ ସହ ଅତିରିକ୍ତ ଏସ୍‌ପି ମନୋରଞ୍ଜନ ପଧାନ, ଟିଟିଲାଗଡ ଏସ୍‌ଡିପିଓ ସୁରେନ୍ଦ୍ରନାଥ ଶତପଥୀ, ସିନ୍ଧେକେଲା ଥାନା ଆଇଆଇସି ତଥା ତଦନ୍ତକାରୀ ଅଧିକାରୀ ଅନନ୍ତ ପ୍ରଧାନ ଉପସ୍ଥିତ ଥିଲେ।
ମାତ୍ର ୧୪ ମାସ ଭିତରେ ଦୁଇଜଣ ସମ୍ପର୍କୀୟଙ୍କୁ ଶୋଭାବନ ବଳି ଦେବା ଘଟଣାକୁ ନେଇ ସିନ୍ଧେକେଲା ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଏହି ବଳି ମାମଲାକୁ ଫାଷ୍ଟଟ୍ରାକ କୋର୍ଟରେ ଫଇସଲା କରାଯାଇ ତୁରନ୍ତ ଶୋଭାବନଙ୍କୁ ଫାଶୀ ଦିଆଯାଉ ବୋଲି ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଧରିତ୍ରୀର ପ୍ରଥମ ପୃଷ୍ଠାରେ ‘ସାନଭଉଣୀକୁ ବଳିଦେଲେ ଭାଇ’ ଶୀର୍ଷକରେ ଏକ ରିପୋର୍ଟ ପ୍ରକାଶ ପାଇବା ପରେ ପୋଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri