Posted inଖେଳ

ଡୋପ୍‌ ଜାଲରେ ଟପ୍‌ ଭାରୋତ୍ତୋଳକ

ନୂଆଦିଲ୍ଲୀ,୧୭।୭- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିବା ହିମାଂଶୁ କୁମାର ଚାଙ୍ଗ, ଏସିଆନ ବ୍ରୋଞ୍ଜ ପଦକଧାରୀ ଲଭପ୍ରୀତ ସିଂ, ରାଜ୍ୟଗୋଷ୍ଠୀ ଯୁବ ଚାମ୍ପିୟନଶିପ୍‌ ରୌପ୍ୟ ପଦକ ବିଜେତା ଲଲିଥା ଗାରା ଓ ଜାତୀୟ ଚାମ୍ପିୟନ ସାହିଲ ଶର୍ମା (୧୦୨ କେଜି) ଭାରୋତ୍ତୋଳନ କ୍ରୀଡ଼ାରେ ନୂଆ କରି ଡୋପ ଜାଲରେ ଧରା ପଡ଼ିଛନ୍ତି। ଏମାନେ ଚଳିତ ବର୍ଷ ଫେବୃୟାରୀରେ ବିଶାଖାପାଟଣାଠାରେ ଅନୁଷ୍ଠିତ ୭୧ତମ ପୁରୁଷ ଓ ୩୪ତମ ମହିଳା ସିନିୟର ନ୍ୟାଶନାଲ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ବେଳେ ହୋଇଥିବା ଡୋପ ଟେଷ୍ଟରେ ବିଫଳ ହୋଇଛନ୍ତି। ଏହି କ୍ରୀଡ଼ାରେ ଆଥ୍‌ଲେଟମାନେ କୌଣସି ପ୍ରତିଯୋଗିତାବେଳେ ନିଜ ପ୍ରଦର୍ଶନରେ ଉନ୍ନତି ଆଣିବା ଲାଗି ନିଷିଦ୍ଧ ଔଷଧ ବ୍ୟବହାର କରନ୍ତି। ଏଥିଯୋଗୁ ବିଭିନ୍ନ ବର୍ଗରେ ଅନ୍ତର୍ଜାତୀୟ ଇଭେଣ୍ଟରେ ସଫଳତା ପାଇସାରିଥିବା ଆଥ୍‌ଲେଟ ଡୋପ ଟେଷ୍ଟରେ ବିଫଳ ହେଉଛନ୍ତି। ବର୍ତ୍ତମାନ ଡୋପ ଟେଷ୍ଟରେ ବିଫଳ ହୋଇଥିବା ନୂଆ ଆଥ୍‌ଲେଟ୍‌ଙ୍କ ତାଲିକା ଆସିବା ପରେ ଭାରତୀୟ ଓ୍ବେଟଲିଫ୍ଟିଂ ଫେଡେରେଶନ (ଆଇଡବ୍ଲ୍ୟୁଏଲଏଫ୍‌) ଓ ଜାତୀୟ ଆଣ୍ଟି ଡୋପିଂ ସଂସ୍ଥା ଉପରେ ପ୍ରଶ୍ନ ଉଠିଛି। ନିଷିଦ୍ଧ ଔଷଧ ସମ୍ପର୍କରେ ଆଥ୍‌ଲେଟ ଓ କୋଚ୍‌ଙ୍କୁ ଶିକ୍ଷା ଦେବା ଏହି ଦୁଇ ସଂସ୍ଥାର ଦାୟିତ୍ୱ। ଉଲ୍ଲେଖଥାଉ କି, ଆଇଡବ୍ଲ୍ୟୁଏଲଏଫ୍‌ ଆଗରୁ ସଙ୍କଟରେ ପଡ଼ିଛି। ଅନ୍ତର୍ଜାତୀୟ ଓ୍ବେଟଲିଫ୍ଟିଂ ଫେଡେରେଶନର ନୂଆ ନିୟମ ଅନୁଯାୟୀ, ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ କୌଣସି ଦେଶରେ ୨୦ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ଆଥ୍‌ଲେଟ ଡୋପ ଟେଷ୍ଟରେ ବିଫଳ ହେଲେ ୨୦୨୦ ଟୋକିଓ ଅଲିମ୍ପିକ୍ସରେ ସେହି ଦେଶ କେବଳ ଜଣେ ପୁରୁଷ ଓ ଜଣେ ମହିଳା ଆଥ୍‌ଲେଟଙ୍କୁ ପଠାଇପାରିବ। ଯଦି ସମାନ ସମୟ ମଧ୍ୟରେ କୌଣସି ଦେଶର ୧୦ରୁ ୧୯ ଆଥଲେଟ ଡୋପରେ ବିଫଳ ହୁଅନ୍ତି, ତେବେ ଉକ୍ତ ଦେଶର ୪ ଜଣ ଭାରୋତ୍ତୋଳକ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିପାରିବେ। ଏହା ବ୍ୟତୀତ ଦେଶର ଟପ୍‌ ଭଲିବଲ ଖେଳାଳି ଅମିତ କୁମାର ମଧ୍ୟ ଡୋପରେ ବିଫଳ ହୋଇଛନ୍ତି। ଏମାନଙ୍କୁ ଆଣ୍ଟି ଡୋପିଂ ନିୟମ ଭଙ୍ଗ କରିବା ଲାଗି ନାଡା ପକ୍ଷରୁ ସାମୟିକ ଭାବେ ବାସନ୍ଦ କରାଯାଇଛି। ସେମାନଙ୍କୁ ଆଣ୍ଟି ଡୋପିଂ ଡିସିପ୍ଲିନାରି ପ୍ୟାନେଲ (ଏଡିଡିପି) ନିକଟରେ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୌତମ ଗମ୍ଭୀର ପ୍ରଶିକ୍ଷକ ପଦ ଛାଡିବା ପରେ ପ୍ରଥମ ମ୍ୟାଚ ଜିତିଲେ ଅଧିନାୟକ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୩।୭: ପ୍ରଥମ ଟି-୨୦ ମ୍ୟାଚରେ ଭାରତୀୟ ଦଳ ଜିମ୍ବାୱେକୁ ୭ ୱିକେଟରେ ପରାସ୍ତ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଏହା ଟି-୨୦ ଦଳର ପ୍ରଥମ ବିଜୟ। ଉଲ୍ଲେଖନୀୟ…

ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ପ୍ରଥମ ଟି୨୦ ଜିତିଲା ଭାରତ

ହରାରେ,୨୩ା୭: ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ ବଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ୭ ଉଇକେଟରେ ଜିମ୍ବାଓ୍ବେକୁ ପରାସ୍ତ କରିଛି। ଟି୨୦ ମ୍ୟାଚ୍‌ରେ ଭାରତୀୟ ଦଳର…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

୨ବର୍ଷ ପରେ ଦମଦାର ପ୍ରତ୍ୟାବର୍ତ୍ତନ, ପ୍ରଥମ ବଲ୍‌ରେ ୱିକେଟ୍ ନେଇ ଇତିହାସ ରଚିଲେ ମୟଙ୍କ

ନୂଆଦିଲ୍ଲୀ,୨୩।୭: ମୟଙ୍କ ଯାଦବ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଦୁଇ ବର୍ଷରୁ ଅଧିକ ସମୟ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ତାଙ୍କର ପ୍ରଥମ…

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri