Posted inଖେଳ

ଡୋପ୍‌ ଅପରାଧ: ଅଲିମ୍ପିକ ସ୍ବର୍ଣ୍ଣ ବିଜୟୀ ୮ବର୍ଷ ବାସନ୍ଦ

ଲାଉସାନେ, ୨୮ା୨ (ଏଏଫ୍‌ପି)-ଚାଇନାର ୩ଥର ଅଲିମ୍ପିକ ସୁଇମିଂ ସ୍ବର୍ଣ୍ଣ ପଦକ ବିଜୟୀ ସନ୍‌ ୟାଙ୍ଗ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେ ଡୋପିଂ ସାମ୍ପଲ ଦେବାକୁ ମନା କରି ଦେଇଥିବାରୁ ତାଙ୍କୁ ୮ବର୍ଷ ବାସନ୍ଦ ଦଣ୍ଡ ଭୋଗିବାକୁ ପଡ଼ିବ। କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌) ଶୁକ୍ରବାର ବହୁ ପ୍ରତିକ୍ଷିତ ରାୟ ପ୍ରଦାନ ପରେ ଏହା ସ୍ପଷ୍ଟ ହୋଇଛି। ସନ୍‌ ହେଉଛନ୍ତି ଚାଇନାର ଜଣେ ଜଣାଶୁଣା ଆଥ୍‌ଲେଟ। ପୂର୍ବରୁ ୨୦୧୪ରେ ଡୋପିଂ ପାଇଁ ଥରେ ବାସନ୍ଦ ହୋଇ ସାରିଛନ୍ତି। ୨୦୧୮ରେ ଏକ ଟେଷ୍ଟିଂ ସେସନରେ ସନ୍‌ ନିଜର ରକ୍ତ ସାମ୍ପଲକୁ ଏକ ହାମରେ ପିଟି ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଆବଶ୍ୟକ ପ୍ରମାଣ ନ ଥିବା ଦର୍ଶାଇ ଇଣ୍ଟରନ୍ୟାଶନାଲ ସୁଇମିଂ ଫେଡେରେଶନ (ଫିନା) ଏହି ଚାଇନିଜ ଆଥଲେଟଙ୍କୁ ଆଣ୍ଟି ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗରୁୁ ଦୋଷମୁକ୍ତ ଘୋଷଣା କରିଥିଲା। ଓ୍ବାଲର୍‌ଡ ଆଣ୍ଟି ଡୋପିଂ ଏଜେନ୍ସି (ଓ୍ବଡା) ଏଥିରେ ସନ୍ତୁଷ୍ଟ ନ ନ ଥିଲା, ବରଂ ଫିନାର ଏହି ରୁଲିଂକୁ କାସ୍‌ରେ ଚ୍ୟାଲେଞ୍ଜ କରିଥିଲା। ପ୍ରତିଯୋଗିତା ବାହାରେ ଅନୁଷ୍ଠିତ ଡୋପ୍‌ ଟେଷ୍ଟରୁ ନିଜକୁ ଦୂରେଇ ରଖିଥିବାରୁ ସନ୍‌ଙ୍କୁ ୨ ରୁ ସର୍ବାଧିକ ୮ ବର୍ଷ ପର୍ଯ୍ୟନ୍ତ ବାସନ୍ଦ କରିବା ଲାଗି କ୍ରୀଡ଼ାର ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲା। ଚାଇନାର ଏହି ଷ୍ଟାର ସନ୍ତରଣକାରୀ ଡୋପିଂ ନିୟମ ଉଲ୍ଲଂଘନ କରି ପୂର୍ବରୁ ଥରେ ଦଣ୍ଡିତ ହୋଇ ସାରିଛନ୍ତି। ସେ ଆଉଥରେ ଏହି ଅପରାଧ କରିଥିବାରୁ ତାଙ୍କୁ କଠୋର ଦଣ୍ଡ ଦିଆଯିବା ଉଚିତ୍‌ ବୋଲି ଓ୍ବାଡା କହିଥିଲା। ସନ୍‌ କିନ୍ତୁ ନିଜକୁ ନିର୍ଦ୍ଦୋଷ ବୋଲି ଦର୍ଶାଇବା ସହ କାସ୍‌ର ଏହି ରୁଲିଂ ବିରୋଧରେ ସୁଇସ୍‌ ଫେଡେରାଲ କୋର୍ଟରେ ଚ୍ୟାଲେଞ୍ଜ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

ବରଯାତ୍ରୀ ପ୍ରସେଶନ୍‌ରେ ସଂଘର୍ଷ: ଚାଲିଗଲା ଯୁବକଙ୍କ ଜୀବନ

ବଞ୍ଚୋ/ଆନନ୍ଦପୁର,୧୪।୭(ପ୍ରଦୋଷ ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁ ଗ୍ରାମରେ ବରଯାତ୍ରୀ ସମୟରେ ଡିଜେ ବାଜା ଏବଂ ନାଚକୁ କେନ୍ଦ୍ର କରି ୨…

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ବିଜେଡିକୁ ନେଇ ବଡ଼ କଥା କହିଲେ ପ୍ରଭାତ ବିଶ୍ୱାଳ: କୁରୁବଂଶ ଭଳି…

ଭୁବନେଶ୍ୱର, ୧୩।୭: ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ପୁଣି ଥରେ ବୟାନବାଜି ଜୋର ଧରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ‘ବିଶ୍ୱାସଘାତକ’ ବୋଲି କହିଥିବା ପ୍ରସଙ୍ଗରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri