ଡାକ୍ତରଙ୍କୁ ମାଡ଼ ମାରିବା ଘଟଣା: ୨ ଗିରଫ

ଠାକୁରମୁଣ୍ଡା,୨୭ା୯(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନାରେ ଗତ ୨୩ ତାରିଖରେ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା। ଉତ୍ତେଜିତ ରୋଗୀଙ୍କ ସମ୍ପର୍କୀୟମାନେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଠେଲାପେଲା କରିବା ସହ ଓ ମାଡ଼ ମାରିଥିବ ଅଭିଯୋଗ ହୋଇଥିଲା। ଏହି ଘଟଣାର ତଦନ୍ତ କରି କରଞ୍ଜିଆ ପୋଲିସ ମୃତ ମହିଳାଙ୍କ ପରିବାରର ୨ ଜଣଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ଉଲ୍ଲେଖଯୋଗ୍ୟ ଯେ, କରଞ୍ଜିଆ ଏନଏସି ଅନ୍ତର୍ଗତ ୬ ନମ୍ବର ଓ୍ବାର୍ଡର ଦିଲ୍ଲୀପ କୁମାର ସାହୁଙ୍କ ସ୍ତ୍ରୀ ମାନ୍ଦାକିନୀଙ୍କର ଚିକିତ୍ସାଧିନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ମୃତ ମହିଳାଙ୍କ ସମ୍ପର୍କିୟମାନେ ଡା.ଲଷ୍ମୀଧର ମହାନ୍ତଙ୍କୁ ଠେଲାପେଲା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଥିନେଇ ଡାକ୍ତରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଚଳାଇଛନ୍ତି। ଫଳରେ ରୋଗୀମାନେ ଚିକିତ୍ସା ସେବା ନ ପାଇ ଅନ୍ୟତ୍ର ପଳାଇ ଯାଉଛନ୍ତି। ଏହି ଡାକ୍ତରଖାନାରେ ୨୨ ଜଣ ଡାକ୍ତରଙ୍କ ଆବଶ୍ୟକତା ଥିବାବେଳେ ମାତ୍ର ୮ ଜଣ ଡାକ୍ତର ଅଛନ୍ତି। ଗଣ୍ଡଗୋଳ ପରେ ଡାକ୍ତରମାନେ ଜିଲାପାଳ, ଏସପିଙ୍କୁ ଭେଟିବାକୁ ବାରିପଦା ଯାଇଥିଲେ। ପ୍ରତ୍ୟେହ ୩୦୦ରୁ ଊଦ୍ଧର୍‌ବ ରୋଗୀ ଡାକ୍ତରଖାନାକୁ ଆସୁଥିବା ବେଳେ ୨ ଦିନ ହେବ ରୋଗୀମାନେ ଏହି ଡାକ୍ତରଖାନାକୁ ଆସୁନାହାନ୍ତି। ଅଘୋଷିତ କାର୍ଯ୍ୟ ବନ୍ଦ ଯୋଗୁଁ ପ୍ରସୂତି ଓ ରୋଗୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରଙ୍କ ଅଭିଯୋଗ କ୍ରମେ ୨ ଜଣ ଗିରଫ ହୋଇଥିବା ବେଳେ ମୃତ ମହିଳାଙ୍କ ସ୍ବାମୀ ଦିଲ୍ଲୀପ କୁମାର ସାହୁ ଚିକିତ୍ସା ଅବହେଳାରୁ ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri