ଟ୍ରେନ୍‌ରେ ଯାତ୍ରୀଙ୍କୁ ଠେଲିଦେବାକୁ କିନ୍ନରଙ୍କ ଉଦ୍ୟମ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନ୍‌ରେ ଟଙ୍କା ମାଗିବାକୁ କିନ୍ନରମାନଙ୍କୁ ବାରଣ କରାଯାଇଛି। ସେମାନେ ଯେପରି ଷ୍ଟେଶନ ନ ମାଡ଼ନ୍ତି ସେଥିଲାଗି ରେଳ ସୁରକ୍ଷା ବଳ (ଆର୍‌ପିଏଫ) ଓ ଜେନେରାଲ ରେଲ୍‌ଓ୍ବେ ପୋଲିସ (ଜିଆର୍‌ପି) ପକ୍ଷରୁ କଟକଣା ଲାଗୁ କରାଯିବା ସହ ବିଭିନ୍ନ କିନ୍ନର ବସ୍ତିକୁ ଯାଇ ସଚେତନ କରାଯାଉଛି। କିନ୍ନରମାନେ ଟ୍ରେନରେ ଚଢି ଟଙ୍କା ମାଗୁଥିବା ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଲ୍‌ଓ୍ବେ ଏଡିଜି ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ବି କିନ୍ନରମାନେ ବିଭିନ୍ନ ଟ୍ରେନ୍‌ରେ ବୁଲି ବୁଲି ଯାତ୍ରୀଙ୍କଠାରୁ ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଟଙ୍କା ନ ଦେଲେ ହଇରାଣ କରୁଛନ୍ତି। ଉଲଗ୍ନ ହୋଇ ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି। ଏପରି କି ଟ୍ରେନ୍‌ରୁ ଠେଲି ଦେବାକୁ ଧମକ ଦେବା ସହ ଉଦ୍ୟମ ମଧ୍ୟ କରୁଛନ୍ତି। ଗତ ୨୩ ତାରିଖରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେକ୍ସ(୧୮୪୬୩)ରେ ଜଣେ କିନ୍ନର ଘଣ୍ଟାଏ ଧରି ଏଭଳି ଉତ୍ପାତ କରୁଥିବା ଦେଖିବାକୁ ମିଳିଛି। କିନ୍ନରଙ୍କ ଏଭଳି ଆକ୍ରୋଶର ସମ୍ମୁଖୀନ ହୋଇଥିବା ଜଣେ ଯାତ୍ରୀ ନିଜ ମୋବାଇଲ୍‌ ଫୋନ୍‌ରେ ଭିଡିଓ ଶୁଟିଂ କରିବା ସହ ତାହାକୁ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ପୋଷ୍ଟ କରିଛନ୍ତି। ଉକ୍ତ ଭିଡିଓ ଭାଇରାଲ ହେବା ପରେ ଗୁରୁବାର ରେଲ୍‌ଓ୍ବେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସତ୍ୟତା ଜଣାପଡିବା ପରେ ସମ୍ପୃକ୍ତ କିନ୍ନରଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, କିନ୍ନରମାନଙ୍କୁ ଷ୍ଟେଶନ ଆସିବାକୁ ମନା କରାଯାଇଥିଲେ ମଧ୍ୟ କେତେଜଣ ଲୁଚିଛପି ଟ୍ରେନ୍‌ରେ ଚଢି ଟଙ୍କା ମାଗୁଛନ୍ତି। ଯେଉଁ ଟ୍ରେନରେ ଏଭଳି ଘଟଣା ଘଟୁଛି ସୋସିଆଲ ମିଡିଆରେ ନ ଛାଡି ଆର୍‌ପିଏଫ୍‌ କିମ୍ବା ଜିଆର୍‌ପିରେ ରିପୋର୍ଟ କରିବାକୁ ସେ ଯାତ୍ରୀଙ୍କୁ ନିବେଦନ କରିଛନ୍ତି।
ମିଳିଥିବା ସୂଚନାନୁସାରେ, ପ୍ରଶାନ୍ତି ଏକ୍ସପ୍ରେକ୍ସ ଭୁବନେଶ୍ୱର ଷ୍ଟେଶନ ଛାଡିବା ପରେ ଉକ୍ତ କିନ୍ନରଙ୍କୁ ଦଖିବାକୁ ପାଇଥିଲେ। ସେ ଯାତ୍ରୀଙ୍କ ନିକଟକୁ ଯାଇ ଟଙ୍କା ମାଗିଥିଲେ। କେତେଜଣ ଯାତ୍ରୀ ପ୍ରଥମେ ଟଙ୍କା ଦେବାକୁ ମନା କରିବାରୁ ସେ ଉଲଗ୍ନ ହୋଇ ଗାଳିଗୁଲଜ କରିଥିଲେ। ଟଙ୍କା ଦେବାକୁ ମନା କରିବାରୁ ଜଣେ ଯୁବକଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ଉପସ୍ଥିତ ଅନ୍ୟ ଯାତ୍ରୀମାନେ ବିରୋଧ କରିବାରୁ କିନ୍ନର ଜଣକ ଆଗ ଷ୍ଟେଶନରେ ଦେଖିନେବି ବୋଲି ଧମକ ଦେଇଥିଲେ। ପରେ ଉକ୍ତ ଯାତ୍ରୀଙ୍କୁ କିନ୍ନର ଜଣକ ଟାଣିନେଇ ଟ୍ରେନର ଡୋର ନିକଟରେ ଠେଲି ଦେବାକୁ ଉଦ୍ୟମ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଘଟଣା ରେଲ୍‌ଓ୍ବେ କର୍ତ୍ତୃପକ୍ଷ ଓ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ ଦିନରେ ଗୋଟିଏ ପରିବାରର ଚାଲିଗଲା ୨ ଜଣଙ୍କ ଜୀବନ: କକାଙ୍କ ମୃତ୍ୟୁ ପରେ ପୁତୁରାଙ୍କ ମୃତ୍ୟୁ

ଅମରପାଲି,୧୫ା୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳରେ କିଡ୍‌ନୀ ରୋଗ ଏବେ ମହାମାରୀର ରୂପ ନେଇଛି। କିଛି ଦିନ ପୂର୍ବରୁ ବୀରମହାରାଜପୁର ଉପଖଣ୍ଡର ୪ ଜଣ...

‘ଇତିହାସ ହୋଇଯିବ କଂଗ୍ରେସ…ଯେମିତି ଔରଙ୍ଗଜେବ’, ମୋଦିଙ୍କୁ କବର ଦେବା ବୟାନକୁ ନେଇ ଭାଜପା କହିଲା…

ନୂଆଦିଲ୍ଲୀ,୧୫।୧୨: ରାଜଧାନୀ ଦିଲ୍ଲୀରେ ରବିବାର ‘ଭୋଟ ଚୋର, ଗଦ୍ଦି ଛିଡ଼’ ରାଲିରେ କଂଗ୍ରେସ ଭାଜପା ଉପରେ ଆକ୍ରମଣକୁ ତୀବ୍ର କରିଥିଲା, ଶାସକ ଦଳ ନେହେରୁ ପରିବାରକୁ...

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ଥିବା ମଣିଷ ଲକ୍ଷ୍ୟ ହାସଲ ନ ହେବା ଯାଏ ଥକିଯାଏ ନାହିଁ। ସବୁ ବାଧା ଏପରିକି ସୁଯୋଗକୁ ମଧ୍ୟ ପଛକରି ସେଠାରେ ପହଞ୍ଚିଯାଆନ୍ତି...

ଡଙ୍ଗରୁଣୀର ବାଟରେ ପ୍ରାଥମିକ ଶିକ୍ଷା

ଆମ୍ବଗଛ ଭିତରୁ ଧୀରେ ଧୀରେ ଶୀତୁଆ ଖରା ପିଲାଙ୍କ ଉପରେ ଅଣେଇହୋଇ ଆସୁଥାଏ। ରାୟଗଡ଼ା ଜିଲା ବିଷମକଟକ ବ୍ଲକ୍‌ର ନିର୍ଗୁଣ୍ଡି ଗାଆଁ। ଗାଆଁ ଭିତରୁ ପବନ...

ଜିଜ୍ଞାସାର ମହାଯଜ୍ଞ

ସ୍ତକଟିଏ ପ୍ରକାଶ ପାଇଲେ ପୁସ୍ତକର ସ୍ରଷ୍ଟା ଚାହେଁ ତା’ର ବହୁଳ ପ୍ରସାରଣ। କାରଣ ବହି ଖାଲି ଲେଖିଦେଲେ ହେବନି, ତାହା ପଢ଼ାଯିବା ଦରକାର। ପଢ଼ିବା ପାଇଁଁ...

ଏଆଇରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର

ନ୍ୟୁୟର୍କ,୧୫।୧୨: କୃତ୍ରିମ ବୁଦ୍ଧମତ୍ତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କ୍ଷେତ୍ରରେ ଭାରତ ବିଶ୍ୱର ୩ୟ ସର୍ବାଧିକ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ବିବେଚିତ ହୋଇଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟଳୟ ପକ୍ଷରୁ...

କଂଗ୍ରେସରୁ ବିଦା ହେଲେ ମୋକିମ

ଭୁବନେଶ୍ୱର,୧୫ା୧୨: ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ ହୋଇଛନ୍ତି।...

‘ଭାଜପା ଡିଏନ୍‌ଏରେ ଭୋଟ୍‌ ଚୋରି’

ନୂଆଦିଲ୍ଲୀ,୧୫ା୧୨(ପି.ଟି.); ଭାଜପାର ଡିଏନ୍‌ଏରେ ‘ଭୋଟ ଚୋରି’ ପ୍ରବୃତ୍ତି ରହିଛି। କଂଗ୍ରେସ ସତ୍ୟ ସହ ଛିଡ଼ା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri