ଟ୍ରେନ୍‌ରେ ମାନବ ଚାଲାଣ ରୋକିବାକୁ ଗୁରୁତ୍ୱ

କଟକ ଅଫିସ,୨୬ା୨: ରାଜ୍ୟସ୍ତରୀୟ ରେଳ ସୁରକ୍ଷା କମିଟିର ଚଳିତବର୍ଷର ପ୍ରଥମ ତ୍ରୈମାସିକ ବୈଠକ ମଙ୍ଗଳବାର ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଡିଜିପି ଅଭୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୋଲିସ, ରେଲଓ୍ବେ ସହ ଅନ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଟ୍ରେନ୍‌ରେ ମାନବ ଚାଲାଣ ର଼୍ୟାକେଟ୍‌ ସକ୍ରିୟ ହୋଇପଡିଛି। ବର୍ତ୍ତମାନ ଏହା ପୋଲିସ ବିଭାଗର ଚିନ୍ତା ବଢାଇଛି। ତେଣୁ ଏହାକୁ ରୋକାଯିବା ପାଇଁ ଷ୍ଟେଶନଗୁଡ଼ିକରେ କଡାକଡି ଯାଞ୍ଚ ଲାଗି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ସେହିପରି ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ମହିଳା ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବାକୁ ଅଭୟ ନିର୍ଦ୍ଦେଶ ଦେଇଥିଲେ।
ଏହି ବୈଠକରେ ମୋଟ୍‌ ୯ଟି ବିଷୟ ଉପରେ ଆଲୋଚନା କରାଯାଇଥିଲା। ବିଭାଗ କାର୍ଯ୍ୟାଳୟ ମଧ୍ୟରେ ଉତ୍ତମ ସମନ୍ବୟ ରଖିବାକୁ ଗୁରୁତ୍ୱ ଦିଆଯାଇଥିଲା। ବିଶେଷକରି ରେଳ ସୁରକ୍ଷା ବଳ(ଆର୍‌ପିଏଫ୍‌), ଜିଆରପି ଏବଂ ରେଳ ବିଭାଗର କର୍ମଚାରୀଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯିବ। କୌଣସି ଦୁର୍ଘଟଣାକୁ ଏଡାଇବା ପାଇଁ ଅଧିକାରୀମାନେ ଏକାଠି ତ୍ୱରିତ ଯୋଜନା ପ୍ରସ୍ତୁତ କରିବା ଉଚିତ। ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିବା ମାତ୍ରେ ତାହାର ମୁକାବିଲା ପାଇଁ ସମସ୍ତେ ତତ୍ପର ହେବା ଆବଶ୍ୟକ। ଦୁର୍ବୃତ୍ତମାନେ ନିଶାଦ୍ରବ୍ୟ ଚାଲାଣ ପାଇଁ ଟ୍ରେନ୍‌କୁ ବ୍ୟବହାର କରୁଛନ୍ତି। ନିଶା କାରବାରକୁ ରୋକାଯିବା ଓ ଷ୍ଟେଶନରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ସେହିଭଳି ଆଇନ୍‌ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା, ଅସାମାଜିକ ଲୋକଙ୍କ ଗତିବିଧି ଉପରେ ନଜର ରଖିବା ଓ ଷ୍ଟେଶନଗୁଡିକରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଗତ କିଛିବର୍ଷ ଭିତରେ ମାଓବାଦୀମାନେ ଟ୍ରେନ୍‌ ଉପରେ ଆକ୍ରମଣ କରିଛନ୍ତି। ଟ୍ରେନ୍‌ ଲାଇନ୍‌କୁ କ୍ଷତିକରି ଦୁର୍ଘଟଣା ଘଟାଉଛନ୍ତି। ଏଣୁ ମାଓବାଦୀଙ୍କ ଆସନ୍ନ ଆକ୍ରମଣ ଏବଂ ଗତିବିଧିକୁ ମୁକାବିଲା କରାଯିବା ଉପରେ ଆଲୋଚନା କରାଯାଇଥିଲା। ଷ୍ଟେଶନ, ଟ୍ରେନ୍‌ରେ ଭିକ୍ଷାବୃତ୍ତି କରୁଥିବା ଶିଶୁ ଓ ଭିନ୍ନକ୍ଷମଙ୍କୁ ରୋକାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏହି ବୈଠକରେ ଏଡିଜିପି (ରେଲୱେ) ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଆଇଜି ରାଜା ରାମ୍‌, ଦକ୍ଷିଣପୂର୍ବ ରେଲୱେର ଆର୍‌ପିଏଫ୍‌ ଆଇଜି ଡି.ବି. କିଶୋର, ସ୍ବତନ୍ତ୍ର ଗୋଇନ୍ଦା ଶାଖା(ଏସ୍‌ଆଇବି)ର ଯୁଗ୍ମ ନିର୍ଦ୍ଦେଶକ ରାଜେଶ ସୁବର୍ଣ୍ଣ, ଏସ୍‌ଆଇଡବ୍ଲ୍ୟୁ ଡିଆଇଜି ଅନିରୁଦ୍ଧ କୁମାର ସିଂ, ବିଳାସପୁର ଉପପ୍ରଧାନ ମୁଖ୍ୟ ସୁରକ୍ଷା ଆୟୁକ୍ତ କୁମାର ନିଶ୍ଚନ୍ତ, ପୂର୍ବତଟ ରେଲୱେର ଉପ ମୁଖ୍ୟଯନ୍ତ୍ରୀ ବି.ବି. ମୋହନ, କଟକ ରେଲୱେ ଏସ୍‌ପି ଅଶୋକ କୁମାର ବିଶ୍ୱାଳ ଏବଂ ରାଉରକେଲା ରେଲୱେ ଏସ୍‌ପି ତ୍ରିନାଥ ପଟେଲ୍‌ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri