Posted inଖେଳ

ଟ୍ରେନିଂ ସେଣ୍ଟରର ଅଭାବ ଅନୁଭବ କରୁଛନ୍ତି ଦିଲୀପ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ସଫଳ କରାଟେକାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଦିଲୀପ କୁମାର ଜେନା। ରାଜ୍ୟସ୍ତରରେ ପର୍ଯ୍ୟାପ୍ତ ସଫଳତା ସହିତ ଜାତୀୟ କରାଟେରେ ସ୍ବର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରି ନିଜ କ୍ୟାରିୟରକୁ ରୁଦ୍ଧିମନ୍ତ କରିଥିବା ଦିଲୀପ ଅନ୍ତର୍ଜାତୀୟ ସ୍ତରରେ ସାଉଥ୍‌ ଏସିଆନ କରାଟେ ଚାମ୍ପିୟନଶିପ୍‌ରେ ମଧ୍ୟ ଏକ ରୌପ୍ୟ ପଦକ ହାସଲ କରିଛନ୍ତି। ଛୋଟ ବେଳରୁ ଉତ୍କଳ କରାଟେ ସ୍କୁଲରେ ଫିଟ୍‌ନେସ ଗୁରୁ ଡ. ହରିପ୍ରସାଦ ପଟ୍ଟନାୟକଙ୍କଠାରୁ କୋଚିଂ ନେଇ ଆଗକୁ ବଢ଼ିଥିବା ଏହି ଦୃଢ଼ ମନୋଭାବ ସମ୍ପନ୍ନ କରାଟେକା ଏବେ କରୋନା ଭାଇରସ୍‌ ସଂକ୍ରମଣ ଜନିତ ଲକ୍‌ଡାଉନ୍‌ ସ୍ଥିିତିରେ ଘରେ ରହିଛନ୍ତି। କୋଚ୍‌ ହରିପ୍ରସାଦଙ୍କଦ୍ୱାରା ଧାର୍ଯ୍ୟ କରାଯାଇଥିବା କାର୍ଯ୍ୟସୂଚୀ ଅନୁସାରେ ସେ ଘରେ ସୀମିତ ପରିବେଶ ମଧ୍ୟରେ ଟ୍ରେନିଂ ଜାରି ରଖିଥିବା ପ୍ରକାଶ କରିଛନ୍ତି। ୧୯୯୦ ଏପ୍ରିଲ ୧୫ରେ ଜନ୍ମିତ ଦିଲୀପଙ୍କ ମା’ ପ୍ରିୟାମଣି ଏବଂ ବାପା ହେଉଛନ୍ତି ନନ୍ଦକିଶୋର ଜେନା।
”ଲକ୍‌ଡାଉନ୍‌ ସ୍ଥିତିରେ ଏବେ ଅଭ୍ୟାସ ସ୍ଥଳ କରାଟେ ସ୍କୁଲକୁ ଯିବା ସମ୍ଭବ ହେଉନାହିଁ। ତେଣୁ ହରି ସାର୍‌ଙ୍କ ପରାମର୍ଶକ୍ରମେ ଘରେ ଯେତିକି ସମ୍ଭବ ସେତିକି ଟ୍ରେନିଂ କରି ନିଜକୁ ଫିଟ୍‌ ରଖୁଛି। ସକାଳେ କାର୍ଡିଓ (ସ୍କିପିଂ, ରନିଂ, ଷ୍ଟ୍ରେଚିଂ, କିକ୍‌) ଟ୍ରେନିଂ କରୁଛି। ଦିନବେଳା ବହି ପଢ଼ାପଢ଼ି କରି ସମୟ ବିତାଉଥିବାବେଳେ ଅପରାହ୍ନରେ ଫିଜିଓଥେରାପି (କାନ୍ଧର ଶକ୍ତି ବଢ଼ାଇବା ପାଇଁ ଷ୍ଟ୍ରେନ୍ଥ ଏକ୍ସରସାଇଜ୍‌) ଟ୍ରେନିଂ ସମ୍ପର୍କରେ ଆମକୁ ଯାହା ଶିଖା ଯାଇଥିଲା ତାହା ଅଭ୍ୟାସ କରୁଛି। ଟୁର୍ନାମେଣ୍ଟ ସମୟରେ ବାମ କାନ୍ଧରେ ଆଘାତ ପାଇଥିବାରୁ ମୁଁ ଚିକିତ୍ସା ପାଇଁ କଳିଙ୍ଗ ଷ୍ଟାଡିୟମରେ ଥିବା ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫରମାନ୍ସ ସେଣ୍ଟର(ଏବିଟିପି) ଯାଇଥିଲି। ତେଣୁ ଏବିଟିପିର ଡାକ୍ତର ଅନ୍‌ଲାଇନ୍‌ରେ ଯେଉଁ କୋର୍‌ ଟ୍ରେନିଂ କରାଇଥାଆନ୍ତି ସେହି ଅଭ୍ୟାସ ମୁଁ କରିିଥାଏ।ସନ୍ଧ୍ୟାରେ କମ୍ପ୍ୟୁଟରରେ କରାଟେର ପୁରୁଣା ଭିଡିଓ ଦେଖି ଟେକ୍ନିକ ସମ୍ପର୍କରେ ଜ୍ଞାନ ଆହରଣ କରୁଛି। ଅବସର ସମୟରେ ବହି (ୟୁ କ୍ୟାନ ୱିନ୍‌, ରିଚ୍‌ ଡାଡ୍‌-ପୁଅର ଡାଡ୍‌) ପଢ଼ୁଛି। ସବୁକିଛି ଚାଲିଥିଲେ ହେଁ ପ୍ରତି ମୁହୂର୍ତ୍ତରେ ଉତ୍କଳ କରାଟେ ସ୍କୁଲର ଅଭାବ ଅନୁଭବ ହେଉଛି। ସତେ ଯେପରି କେଉଁଠି ଫସିକି ରହିଯିବାପରି ଲାଗୁଛି ବୋଲି କହିଛନ୍ତି ଦିଲୀପ। ପୂର୍ବରୁ ପରିବାର ସହିତ ସମୟ କାଟିବା ସମ୍ଭବ ହେଉ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

ଦିନେ ତାଙ୍କୁ କୋଳରେ ଧରିଥିଲେ ମେସି, ଆଜି ପଡ଼ିଆରେ ହରାଇବା ପରେ କହିଲେ..

ନୂଆଦିଲ୍ଲୀ,୨୦।୭: ଫାଇନାଲରେ ଆର୍ଜେଣ୍ଟିନାକୁ ୧-୦ରେ ପରାସ୍ତ କରି ସ୍ପେନ ୨୦୨୬ ଫିଫା ବିଶ୍ୱକପ ଟାଇଟଲ ଜିତିଛି। ଏହି ମ୍ୟାଚରେ ପ୍ରଶଂସକଙ୍କ ଆଖି ସମସ୍ତ ଷ୍ଟାର ଖେଳାଳିଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri