ଟ୍ରେଣ୍ଡରେ ଶାଢ଼ି ପ୍ୟାଣ୍ଟ ଫ୍ୟାଶନ

ଟ୍ରାଡିଶନାଲ୍‌ ଶାଢ଼ିକୁ ମଡର୍ନ ଟ୍ବିଷ୍ଟ ଦେବାକୁ ଚାହୁଁଥିଲେ ଶାଢ଼ି ପ୍ୟାଣ୍ଟ ଲୁକ୍‌ ପରଫେକ୍ଟ ଅପ୍ସନ। ଶାଢ଼ିକୁ କ୍ୟାରି କରିବାର ଏହି ଟ୍ରେଣ୍ଡ ଏବେ ଜୋର୍‌ ଧରିଛି। ବିବାହ ହେଉ କି ପାର୍ଟି ଏହି ଲୁକ୍‌ ଷ୍ଟାଇଲିଶ ସହ କମ୍ଫର୍ଟେବଲ ବି ଲାଗେ ।

ସିଲ୍କ ଶାଢ଼ି ସହ ପ୍ୟାଣ୍ଟ- ବିବାହ ଓ ପାର୍ଟି ପାଇଁ ସୁନ୍ଦର ସଲିଡ୍‌ ବର୍ଡର ଥିବା ସିଲ୍କ ଶାଢିରେ ଏମ୍ବ୍ରୋଏଡାରି ବ୍ଲାଉଜ୍‌ ଭଲ ଲାଗିଥାଏ। ତେବେ ଏଥିରେ ମଡର୍ନ ଟଚ୍‌ ଦେବାକୁ ଚାହୁଁଥିଲେ ଏହି ଶାଢ଼ି ସହ ଷ୍ଟ୍ରେଟ୍‌ ପ୍ୟାଣ୍ଟ ଟ୍ରାଏ କରିପାରିବେ। ଯେମିତିକି ମାଜେଣ୍ଟା କଲର୍‌ର ସିଲ୍କ ଶାଢ଼ି ସହ ରୟାଲ୍‌ ବ୍ଲୁ କଲର୍‌ର ଜରି ଓ୍ବାର୍କ ହୋଇଥିବା ବ୍ଲାଉଜ୍‌ ଓ ରୟାଲ୍‌ ବ୍ଲୁ କଲର୍‌ର ପ୍ୟାଣ୍ଟକୁ ପେୟାର୍‌ କଲେ ଗ୍ଲାମର୍ସ ଲୁକ୍‌ ପାଇପାରିବେ। ଆଉ ଆପଣ ସମସ୍ତଙ୍କ ଦୃଷ୍ଟି ଆକର୍ଷଣର କେନ୍ଦ୍ର ପାଲଟିଯିବେ। ଏହା ସହିତ ମ୍ୟାଚିଂ ଜୁଏଲାରି ଟ୍ରାଏ କରନ୍ତୁ। ହାଇ ହିଲ୍ସ ବି ପେୟାର କରିପାରିବେ।
ଧୋତି ପ୍ୟାଣ୍ଟ ସହ ଶାଢ଼ି- ଏହି ଲୁକ୍‌ ଯେତିକି ଷ୍ଟାଇଲିଶ୍‌ ସେତିକି କମ୍ଫର୍ଟେବଲ ବି। ଧୋତି ପ୍ୟାଣ୍ଟର କଲର ସହ ମ୍ୟାଚ୍‌ କରି ପ୍ଲେନ୍‌ ଶାଢ଼ି ଓ ଗର୍‌ଜିୟସ୍‌ ଲଟକନ୍‌ ଲାଗିଥିବା ମେଟାଲିକ୍‌ ସେକ୍ୱିନ୍‌ ବ୍ଲାଉଜ୍‌ ପିନ୍ଧନ୍ତୁ, ଏକ ଷ୍ଟାଇଲିଶ୍‌ ଲୁକ୍‌ ମିଳିବ।
ଚୁଡିଦାର ସହ ବନାରସୀ ଶାଢ଼ି- ଲାଇଟ୍‌ କଲର୍‌ର ବନାରସୀ ଶାଢ଼ି ସହ ଗୋଲ୍ଡେନ୍‌ କଲର ଚୁଡିଦାର ପ୍ୟାଣ୍ଟ ଭଲ ଲାଗିଥାଏ। ଅଣ୍ଟା ପାଖରେ ସରୁ ବେଲ୍ଟ ବାନ୍ଧିପାରିବେ। ଏହି ଲୁକ୍‌ ବେଶ୍‌ ଗ୍ଲାମର୍ସ ଲାଗେ। ଗୋଲ୍ଡେନ୍‌ କଲର୍‌ ହାଇ ହିଲ୍ସ ଏହି ଲୁକ୍‌୍‌କୁ ଆହୁରି ଆକର୍ଷକ କରାଏ।
ଜିନ୍ସ ସହ ଶାଢ଼ି- ଉତ୍ସବ ସମୟରେ ଫେଷ୍ଟିଭ୍‌ ଲୁକ୍‌ ସହ ଗର୍ଲିସ୍‌ ଲୁକ୍‌ ବଜାୟ ରଖିବାକୁ ଚାହୁଁଥିଲେ ଜର୍ଜେଟ୍‌ ଶାଢ଼ି ସହ ଜିନ୍‌ ପ୍ୟାଣ୍ଟ ଟ୍ରାଏ କରିପାରିବେ। ତା’ସହ ଅଣ୍ଟାରେ ବଡ଼ ବକଲ୍‌ ଥିବା ଖାକି ବେଲ୍ଟ ଓ ଲମ୍ବା ହାତ ଥିବା ବୋଟ୍‌ ନେକ୍‌ ବ୍ଲାଉଜ୍‌ ପିନ୍ଧିପାରିବେ। ଫଙ୍କି ବ୍ରେସ୍‌ଲେଟ୍‌ ଓ ଫ୍ଲାଟ୍‌ ଫୁଟ୍‌ଓ୍ବେର ଏଥିରେ ଭଲ ମାନିଥାଏ।
ଷ୍ଟ୍ରେଟ୍‌ ପ୍ୟାଣ୍ଟ ସହ ଶାଢ଼ି- ଷ୍ଟ୍ରେଟ୍‌ ପ୍ୟାଣ୍ଟ ସହ ଶାଢ଼ି ପିନ୍ଧିଲେ ବେଶ୍‌ ଷ୍ଟାଇଲିଶ୍‌ ଲାଗେ। ଏହାସହ କ୍ରପ୍‌ଡ ବ୍ଲାଉଜ୍‌ କିମ୍ବା ଲମ୍ବା ଶାର୍ଟ ଷ୍ଟାଇଲ୍‌ର ବ୍ଲାଉଜ୍‌ ପିନ୍ଧିପାରିବେ। ହାଇହିଲ୍ସ ଏହି ଲୁକ୍‌କୁ ଗ୍ଲାମର୍ସ କରାଏ। ତା’ସହ ମ୍ୟାଚିଂ ହେଭି ଜୁଏଲାରି ଭଲ ଲାଗିଥାଏ।
ଶାଢ଼ି ପ୍ୟାଣ୍ଟ ସହ ବେଲ୍ଟ- ବୋଲ୍ଡ କଲର୍‌ର ପ୍ଲେନ୍‌ ଶାଢି ଓ ମ୍ୟାଚିଂ କଲାଭଳି ପ୍ୟାଣ୍ଟ ସହ ବଡ଼ ବୋଲ୍ଡ ସିଲ୍କ ବେଲ୍ଟ କିମ୍ବା ଏକ ଲିନ୍‌ ମେଟାଲିକ୍‌ ବେଲ୍ଟ ବ୍ୟବହାର କରନ୍ତୁ। ବେଲ୍ଟକୁ ସାମ୍‌ନା ଭାଗରେ ବାନ୍ଧନ୍ତୁ। ବେଲ୍ଟ କଲର୍‌ ସହ ମ୍ୟାଚିଂ ଜୁଏଲାରି ବ୍ୟବହାର କରନ୍ତୁ। ଶାଢି ଓ ପ୍ୟାଣ୍ଟ ପ୍ଲେନ୍‌ ପିନ୍ଧିଲେ ହିଁ ବେଲ୍ଟ ଲୁକ୍‌ ପ୍ରୋମିନେଣ୍ଟ ଲାଗିଥାଏ।
ଫ୍ଲେୟର୍ଡ ପ୍ୟାଣ୍ଟ ସହ ଶାଢ଼ି- ୭୦ ଦଶକର ଫ୍ଲେୟର୍ଡ ବା ବେଲ୍‌ ବଟମ୍‌ ପ୍ୟାଣ୍ଟକୁ ଶାଢ଼ି ସହ ପେୟାର୍‌ କଲେ ବି ଆକର୍ଷକ ଲୁକ୍‌ ମିଳିଥାଏ। ପ୍ଲେନ୍‌ ଶାଢ଼ି ସହ ମ୍ୟାଚିଂ କଲର୍‌ର ଫ୍ଲେୟର୍ଡ କିମ୍ବା ବେଲ୍‌ ବଟମ୍‌ ପ୍ୟାଣ୍ଟ ଆଉ ତା’ସହ ଷ୍ଟୋନ୍‌ ବା ବିଡ୍ସ ଓ୍ବାର୍କ ବ୍ଲାଉଜ୍‌ ଆପଣଙ୍କ ଲୁକ୍‌କୁ ଗ୍ଲାମର୍ସ କରିଦେବ।

ଟିପ୍ସ-

୧. ଏକ ପରଫେକ୍ଟ ଲୁକ୍‌ ପାଇଁ ପ୍ଲିଟ୍‌ଗୁଡ଼ିକୁ ସୁନ୍ଦରଭାବେ କରିବା ସହ ଭଲଭାବେ ପିନ୍‌ ଅପ୍‌ କରନ୍ତୁ, ଯେମିତିକି ତାହା ଖସିବନି।
୨. ଏହି ଗେଟ୍‌ଅପ୍‌ ନେଉଥିବାବେଳେ କମ୍ଫର୍ଟେବଲ ହିଲ୍ସ ବ୍ୟବହାର କରନ୍ତୁ। ଯେମିତିକି ଚଲାବୁଲାରେ ଅସୁବିଧା ନ ହୁଏ।
୩. ନୂଆକରି ଶାଢ଼ି ପିନ୍ଧୁଥିଲେ ହେଭି ଓ୍ବାର୍କ ହୋଇଥିବା ଓ ମୋଟା ଫ୍ୟାବ୍ରିକ୍‌ର ଶାଢ଼ି ପିନ୍ଧନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଦୀପରୁ ଦୀପ କାହିଁକି ଲଗାଯାଏ ନାହିଁ…

ହିନ୍ଦୁ ଧର୍ମରେ ଦୀପ ଜଳାଇବାକୁ ନେଇ ଅନେକ ଧାର୍ମିକ ମହତ୍ତ୍ୱ ରହିଛି। ଦୀପ ଜଳାଇ ଯେହେତୁ ଆମେ ଦେବଦେବୀଙ୍କୁ ଆବାହନ କରିଥାଉ; ତେଣୁ ତାଙ୍କରି ଆଶୀର୍ବାଦରୁ...

ଖରାଦିନେ ଶୋଇବା ପୂର୍ବରୁ କ’ଣ କଲେ ତ୍ୱଚା କରିବ ଗ୍ଲୋ, ଜାଣନ୍ତୁ ସେ ସମ୍ପର୍କରେ…

ଦିନଯାକର ପରିଶ୍ରମ ପରେ ଥକ୍କାପଣ ଯୋଗୁ ଅନେକେ ରାତିରେ ତ୍ୱଚାର ଠିକ୍‌ରେ ଯତ୍ନ ନ ନେଇ ସେମିତି ଶୋଇପଡ଼ନ୍ତି; ଯଦ୍ଦ୍ବାରା ତ୍ୱଚାର ଚମକ ଧୀରେ ଧୀରେ...

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri