Odisha Elections 2024
Posted inଜାତୀୟ

ଟ୍ରାଫିକ୍‌ ପୋଲିସ ଅଟକାଇବାରୁ ନିସ୍ତୁକ ଛେଚିଲେ ଯୁବତୀ

ନୂଆଦିଲ୍ଲୀ,୧୭।୭: ପଶ୍ଚିମ ଦିଲ୍ଲୀ ମାୟାପୁରୀରେ ଜଣେ ଯୁବତୀ ଟ୍ରାଫିକ୍‌ ପୋଲିସଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଚାଳକଙ୍କ ସହ ଯୁବତୀଙ୍କୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ, ମଙ୍ଗଳବାର ସନ୍ଧ୍ୟାରେ ବିନା ହେଲମେଟ୍‌ରେ ଯୁବତୀଙ୍କ ସହ ଜଣେ ଚାଳକ ବାଇକ୍‌ରେ ଯାଉଥିବା ବେଳେ ଟ୍ରାଫିକ୍‌ ପୋଲିସ ତାଙ୍କୁ ଅଟକାଇଥିଲା। ସେହି ସମୟରେ ପଛରେ ବସିଥିବା ଯୁବତୀ  ହଠାତ୍‌ ଗାଡ଼ିରୁ ଓହ୍ଲାଇ ପୋଲିସଙ୍କୁ ଠେଲାପେଲା କରି ବିଚ୍‌ ରାସ୍ତାରେ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ। ରାସ୍ତାରେ ବହୁ ଲୋକ ଜମା ହୋଇଯାଇଥିଲେ ମଧ୍ୟ ତାଙ୍କୁ ଅଟକାଇବାକୁ କେହି ସାହସ କରି ନ ଥିଲେ। ଏହି ଘଟଣାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାପରେ ବାଇକ ଚାଳକ ଆନନ୍ଦ ପାଣ୍ଡେ ଓ ଯୁବତୀଙ୍କ ନାଁରେ ଟ୍ରାଫିକ ପୋଲିସ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଦୁହିଁଙ୍କୁ ଗିରଫ କରିଛି। ତେବେ ଯୁବତୀ ଓ ଚାଳକ ନିଶାଗ୍ରସ୍ତ ଥିଲେ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ: ମୃତଦେହ ଚିହ୍ନଟ ପାଇଁ ହେବ ଡିଏନ୍‌ଏ ପରୀକ୍ଷା

ରାଜକୋଟ,୨୬ା୫: ଗୁଜରାଟର ରାଜକୋଟରେ ଥିବା ଟିଆର୍‌ପି ଗେମିଂ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୯ ପିଲାଙ୍କ ସମେତ ୨୮ ଜଣଙ୍କ ମୃତ୍ୟୁ ଘଟଣା ଏହାର ନିରାପତ୍ତା...

ବାପ-ପୁଅଙ୍କୁ ମାରିଦେଲେ ମାଓବାଦୀ

ଛତ୍ରା,୨୬ା୫: ଝାଡ଼ଖଣ୍ଡର ଛତ୍ରା ଜିଲାରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ବାପ-ପୁଅଙ୍କୁ ହତ୍ୟା କରିଛନ୍ତି। କୁଣ୍ଡା ଥାନା ଅଧୀନ ହିନ୍ଦିଆକାଲା ଗ୍ରାମରେ ଏହି ଘଟଣା ଘଟିଛି।...

ଶେଷ ପର୍ଯ୍ୟାୟ ନିର୍ବାଚନ ପୂବରୁ ଅଖିଳେଶଙ୍କୁ ଝଟକା? ଭାଜପାରେ ସାମିଲ ହେବେ…

ଲକ୍ଷ୍ନୌ,୨୬।୫: ୨୦୨୪ ଲୋକ ସଭା ନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟି କ୍ରମାଗତ ଭାବରେ ଅସୁବିଧାର ସମ୍ମୁଖୀନ ହେଉଛି, ସମାଜବାଦୀ ପାର୍ଟିର ବହୁ ବିଶିଷ୍ଟ ନେତା ଦଳ...

ସ୍ଥଳଭାଗ ଛୁଇଁଲା ବାତ୍ୟା ‘ରେମାଲ’: ବଢୁଛି ପବନର ବେଗ

ନୂଆଦିଲ୍ଲୀ/ଭୁବନେଶ୍ୱର, ୨୬।୫: ବଙ୍ଗୋପସାଗରରେ ବାତ୍ୟା ‘ରେମାଲ’ ଅଧିକ ଘନୀଭୁତ ହୋଇ ରବିବାର ଭୀଷଣ ବାତ୍ୟାର ରୂପ ନେଇ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ...

ଭାଜପା ପ୍ରଚାର ଗାଡି ଉପରକୁ ଆକ୍ରମଣ, ଭାଙ୍ଗିଲା କାଚ

ପାଟନା,୨୬।୫: ବର୍ତ୍ତମାନ ସମଗ୍ର ଦେଶରେ ଏକ ନିର୍ବାଚନ ପରିବେଶ ଅଛି। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପରେ ବକ୍ସର ଜିଲାରେ ମଧ୍ୟ ରାଜନୀତି ଶିଖରରେ ରହିଛି। ଯେଉଁଠାରେ...

ମୋଦି କେବଳ ୨୦-୨୫ ଲୋକଙ୍କ ପାଇଁ, ହିମାଚଳ ପ୍ରଦେଶ ସଭାରେ ଭାଜପାକୁ ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୬।୫:ରାହୁଲ ଗାନ୍ଧୀ ହିମାଚଳ ପ୍ରଦେଶର ନାହାନରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଭାଜପା ଉପରେ ଖୁବ ବର୍ଷିଥିଲେ। ରାହୁଲ ଗାନ୍ଧୀ...

ଅଖିଳେଶଙ୍କ ସୁରକ୍ଷାରେ ତ୍ରୁଟି, ମଞ୍ଚ ଉପରକୁ ଚଢିଗଲେ ଯୁବକ

ବଲିଆ,୨୬।୫: ଦେଶରେ ୬ ଟି ପର୍ଯ୍ୟାୟ ଭୋଟ ଶେଷ ହୋଇଛି। ଗତକାଲି ଅର୍ଥାତ୍‌ ୨୫ମେ’ରେ, ଉତ୍ତର ପ୍ରଦେଶର ୧୪ ଟି ଆସନରେ ଷଷ୍ଠ ପର୍ଯ୍ୟାୟ ଭୋଟ...

୭ ନବଜାତକଙ୍କ ମୃତ୍ୟୁ ମାମଲା: ହସ୍ପିଟାଲ ମାଲିକ ଗିରଫ

ନୂଆଦିଲ୍ଲୀ,୨୬ା୫:ପୂର୍ବ ଦିଲ୍ଲୀର ବିବେକ ବିହାର ଅଞ୍ଚଳରେ ଥିବା ନିଉବର୍ନ ବେବି କେୟାର ହସ୍ପିଟାଲରେ ଶନିବାର ରାତିରେ ନିଆଁଲାଗି ୭ ନବଜାତକଙ୍କ ମୃତ୍ୟୁ ଘଟିଛି। ୧୬ଟି ଦମକଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri