ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ:କ୍ଷତିପୂରଣ ଦାବିରେ ରାସ୍ତାରୋକୋ,ପ୍ରଶାସନ ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକୋ

ରାୟଗଡ଼ା ଅଫିସ, ୨।୯: ରାୟଗଡ଼ା ଜିଲା କୋଲନରା ବ୍ଲକ ଭୂଜବଳ ଗ୍ରାମ ସୀତାକଟା ବ୍ରିଜ ନିକଟରେ ସୋମବାର ଏକ ମାଲବାହୀ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବାବେଳେ ଅନ୍ୟଜଣେ ଗୁରୁତର ଅଛନ୍ତି। ସ୍ଥାନୀୟ ଲୋକେ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଅଞ୍ଚଳବାସୀ ରାସ୍ତାରୋକ କରିଥିଲେ। ଫଳରେ ଦିନ ୨ଟା ପର୍ଯ୍ୟନ୍ତ ଉକ୍ତ ରାସ୍ତା ଦେଇ ଗାଡି ଚଳାଚଳ ବନ୍ଦ ଥିଲା। ପ୍ରଶାସନିକ ଅଧିକାରୀମାନେ ସେଠାରେ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।
ପ୍ରକାଶ ଯେ, କୋଲନରାରୁ ରାୟଗଡ଼ା ଅଭିମୁଖେ ଯାଉଥିବା ଏକ ମାଲବାହୀ ଟ୍ରକ ସୀତାକଟା ବ୍ରିଜ ନିକଟ ଜାତୀୟ ରାଜପଥ ୩୨୬ରେ ଭାରସମ୍ୟ ହରାଇ ସାଇକେଲ ଆରୋହୀ ଗୁଆବଂଶ ଚୈତନ୍ୟ(୪୫)ଓ ପଥଚାରୀ ବୀରସେନ ସିଂ(୫୦) ଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଗୁଆବଂଶ ଚୈତନ୍ୟ ପ୍ରାଣ ହରାଇ ଥିବାବେଳେ ଏଥିରେ ବୀରସେନ ଗୁରୁତର ହୋଇଥିଲେ। ଘଟଣାସ୍ଥଳରୁ ଟ୍ରକ ଡ୍ରାଇଭର ଫେରାର ଅଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଜିଲାମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ମୃତକଙ୍କ ପରିବାର ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅଞ୍ଚଳବାସୀ ରାସ୍ତାରୋକୋ କରିଥିଲେ। ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ବନ୍ଦ ଥିଲା। ବିଡିଓ ତାପସ ଭୋଇ ଓ ଚାନ୍ଦିଲି ଥାନା ଆଇଆଇସି ଅଜିତ୍‌ କୁମାର ସ୍ବାଇଁ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ୩ଦିନ ମଧ୍ୟରେ ଘଟଣାର ସମାଧାନ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିଲେ। ରେଡ୍‌କ୍ରସ୍‌ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଠାଣି ସାମନ୍ତ ଗଣିତ ମେଧା ପରୀକ୍ଷା: ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଚମତ୍କାର ସଫଳତା

ଛତ୍ରପୁର, ୧।୯ (ଦିଲ୍ଲୀପ ସାମଲ): ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷାରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ…

ଚାକିରି ଛାଡି ନିଜର ବିଜନେସ୍‌ ସାମ୍ରାଜ୍ୟ ତିଆରି କରନ୍ତି ଏହି ୨ ରାଶି, ବସ୍‌ ହେବାର ରହିଛି କ୍ୱାଲିଟି…

ଅଧିକାଂଶ ଲୋକ ଚାକିରିକୁ ଏକ ସୁରକ୍ଷିତ ବିକଳ୍ପ ବୋଲି ଭାବନ୍ତି। ପ୍ରତି ମାସରେ ଦରମା ମିଳୁଥାଉ, କାମ ଚାଲିଥାଉ ଏବଂ ରିସ୍କ (ବିପଦ) କମ ଥାଉ। ଏହି…

ସାରା ରାଜ୍ୟରେ ଲଘୁଚାପ ବର୍ଷା: ବୁଧବାର ପାଇଁ ୩ ଜିଲାକୁ ୟେଲୋ ଓ୍ବାର୍ନିଂ…

ଭୁବନେଶ୍ୱର, ୧ା୯(ବନ୍ଦନା ସେଠୀ) – ସାରା ରାଜ୍ୟରେ ଲଘୁଚାପ ବର୍ଷା ଲାଗି ରହିଛି। ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲାରେ ଅଧିକ ବର୍ଷା ହୋଇଛି। ଲଘୁଚାପଟି ମଙ୍ଗଳବାର ସକାଳ…

ସଂକ୍ରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ମିଳିବ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’: ବରଗଡ଼ ଜିଲାରେ ଖୁସିର ଲହରୀ

ଝାରବନ୍ଧ, ୧।୯ (ଦେବେନ୍ଦ୍ର ସାହୁ): ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ଅଭିନବ ଶିକ୍ଷଣ ପଦ୍ଧତି ପାଇଁ ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ସଂକ୍ରି ସରକାରୀ…

୭ମ ରାଜ୍ୟସ୍ତରୀୟ କୁଡୋ ମାର୍ଶାଲ ଆର୍ଟ ପ୍ରତିଯୋଗିତାରେ ଦେବଗଡ଼ ଜିଲାର ବାଜିମାତ: ହାତେଇଲେ ୮ ସ୍ୱର୍ଣ୍ଣ, ୧ ରୌପ୍ୟ…

ଦେବଗଡ଼, ୧।୯ (ଶଶାଙ୍କ ଶେଖର ଝାଙ୍କର): କଟକର ସରସ୍ୱତୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଡିଟୋରିୟମଠାରେ ଅଗଷ୍ଟ ୨୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଦୁଇ ଦିନ ଧରି ଅନୁଷ୍ଠିତ…

ମୋରୁମ ଖାଦାନରେ ଚାପି ହୋଇ ନାବାଳକ ମୃତ୍ୟୁ ଘଟଣା: ଜେଲ ଗଲେ ଟ୍ରାକ୍ଟର ମାଲିକ-ଚାଳକ

ଦିଗପହଣ୍ଡି, ୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଉସ୍ତପଲ୍ଲୀ ଗ୍ରାମ ନିକଟସ୍ଥ ମୋରୁମ ଖାଦାନରେ ପଥର ତଳେ ଚାପି…

ପ୍ରତି କଥାରେ ଝଗଡା କରନ୍ତି ଏହି ୩ ରାଶି, ଦେହକୁ ନେଇଯାଆନ୍ତି ଛୋଟ-ଛୋଟ କଥା…

ଆପଣଙ୍କ ସାଙ୍ଗ ମହଲରେ ମଧ୍ୟ ନିଶ୍ଚୟ ଏମିତି କେହି ଥିବେ, ଯିଏ ଛୋଟ କଥାକୁ ନେଇ ଯୁକ୍ତିତର୍କ (ତର୍କ-ବିତର୍କ) ଆରମ୍ଭ କରିଦିଅନ୍ତି। କଥା ସରିବା ବଦଳରେ ଲମ୍ୱା…

କାଜୁଗଛରେ ଡେରା ଜମାଇଥିଲା ୧୨ ଫୁଟର ଅହିରାଜ, ବନ କର୍ମଚାରୀଙ୍କ କଠିନ ଉଦ୍ୟମ ପରେ…

ପାଟଣା, ୧।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନ ଅଧୀନ କୁମୁଳାବାହାଳି ଗାଁ ନିକଟସ୍ଥ ଏକ କାଜୁଗଛରୁ ମଙ୍ଗଳବାର ପ୍ରାୟ ୧୨…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri