Posted inଖେଳ

ଟେନିସ ବେଟିଂ: ଟପ୍‌ ୩୦ ମଧ୍ୟରୁ ଜଣେ ଖେଳାଳି ସମ୍ପୃକ୍ତ

ବର୍ଲିନ, ୧୬।୧୨ (ଏଏଫ୍‌ପି)- ଏଟିପି ମାନ୍ୟତାର ଶ୍ରେଷ୍ଠ ୩୦ ମଧ୍ୟରେ ସ୍ଥାନ ପାଇଥିବା ଜଣେ ଖେଳାଳିଙ୍କ ସମେତ ମୋଟ ୧୩୫ ଜଣ ଟେନିସ ଖେଳାଳି ଅନ୍ତର୍ଜାତୀୟ ବେଟିଂ ସ୍କାଣ୍ଡାଲରେ ଜଡ଼ିତ ରହିଛନ୍ତି ବୋଲି ଜର୍ମାନ ମିଡିଆ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ଦୈନିକ ଖବରକାଗଜ ‘ଡାଇ ଓ୍ବେଲ୍ଟ’ ଓ ବ୍ରଡ୍‌କାଷ୍ଟର ଜେଡିଏଫ୍‌ ପକ୍ଷରୁ ପ୍ରକାଶିତ ମିଳିତ ରିପୋର୍ଟ ଅନୁଯାୟୀ ବିଶ୍ୱ ପୁରୁଷ ସିଙ୍ଗଲ୍ସର ଶ୍ରେଷ୍ଠ-୩୦ରେ ରହିଥିବା ଜଣେ ଖେଳାଳି ଏଥିରେ ସଂପୃକ୍ତ ରହିଛନ୍ତି। ଏହି ଖେଳାଳି ଜଣଙ୍କ ମଧ୍ୟ ୩ଟି ଏଟିପି ଟାଇଟଲ୍‌ ଜିତିଛନ୍ତି। ‘ଆମେ ଆର୍ମେନିଆର ଏକ ବେଟିଂ ମାଫିଆ ନେଟ୍‌ଓ୍ବର୍କ ବିଷୟରେ କହୁଛୁ, ଯାହାକି ୟୁରୋପର ୭ଟି ଦେଶକୁ ବିସ୍ତାରିତ ହୋଇଛି ଏବଂ ବଡ଼ ଧରଣର ହେରଫେର୍‌ କରୁଛି’ ବୋଲି ବେଲଜିୟମର ଷ୍ଟେଟ୍‌ ପ୍ରୋସିକ୍ୟୁଟର ଏରିକ୍‌ ବିସ୍‌ଚପ୍‌ କହିଛନ୍ତି। ଏହି ସ୍କାଣ୍ଡାଲ ମ୍ୟାଚ୍‌ ଫିକ୍ସ ଭଳି ଶହ ଶହ ଛୋଟ ବେଟ୍‌ରେ ଜଡ଼ିତ ରହି ପ୍ରତି କେସ୍‌ରେ ୧୦ ଲକ୍ଷ ୟୁରୋ ଲାଭ କରିଥାନ୍ତି। ଆର୍ଜେଣ୍ଟିନାର ପୂର୍ବତନ ଖେଳାଳି ମାର୍କୋ ତ୍ରୁଙ୍ଗେଲିଟି ଜେଡିଏଫ୍‌ ଓ ଡାଏ ଓ୍ବେଲ୍ଟକୁ ସାକ୍ଷାତକାର ଅବସରରେ କହିଛନ୍ତି, ତାଙ୍କୁ ମଧ୍ୟ ମ୍ୟାଚ୍‌ ଫିକ୍ସର ପକ୍ଷରୁ ଯୋଗଯୋଗ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆରମ୍ଭ ହେଲା SIR କାର୍ଯ୍ୟକ୍ରମ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଲକ୍ଷ୍ୟରେ…

ବରଗଡ଼,୩୦ା୫(ପ୍ରେମାନନ୍ଦ ଖମାରୀ): ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଓଡ଼ିଶାର ସମସ୍ତ ଯୋଗ୍ୟ ଭୋଟରଙ୍କ ନାମକୁ ଭୋଟର ତାଲିକାରେ ସାମିଲ କରିବା ଏବଂ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ…

କାଳବୈଶାଖୀରେ ଚଉମୁହାଣି ଫେରିଘାଟ ଦିଗହରା: ଚାଳକଙ୍କ ସାହସିକତା ଯୋଗୁ ଯାତ୍ରୀ…

ମହାକାଳପଡ଼ା,୩୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବରକନ୍ଧା ପଞ୍ଚାୟତ ସଂଲଗ୍ନ ମହାନଦୀ ଅପର ପାର୍ଶ୍ୱରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ପଶ୍ଚିମ ଉତ୍ତର…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଜିଲା ପ୍ରଶାସନର ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ…

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି। ଏହି ସଙ୍କଟ ଆଗକୁ…

SIRର ଲକ୍ଷ୍ୟ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତ: ପ୍ରତି ଘରକୁ ୩ ଥର ଯିବେ ବିଏଲଓ

ଭଞ୍ଜନଗର,୩୦।୫(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସଆଇଆର ଉପରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଛି। ଏନେଇ ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରୁ ଶନିବାର ଏକ…

ରାଜପଥରୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ:ମାଡ଼ିବସିଲା ପୋଲିସ

ଧର୍ମଶାଳା,୩୦।୫(ଶିବ ପ୍ରସାଦ ମହାନ୍ତି):ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ସାରୋଇ ନିକଟରେ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବାବେଳେ ଲୋକଙ୍କ ସହଯୋଗରେ ଲୁଟେରାକୁ…

‘ଅଦ୍ଭୁତ ସୂର୍ଯ୍ୟା’! ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସାରେ ଶତମୁଖ ଅମିତାଭ ବଚ୍ଚନ; କହିଲେ- ଏହି ବୟସରେ ଆମେ…

ନୂଆଦିଲ୍ଲୀ,୩୦।୫: ଆଇପିଏଲର କ୍ୱାଲିଫାୟର୍‌-୨ରେ ଶୁକ୍ରବାର ରାଜସ୍ଥାନ ରୟାଲ୍ସ (RR) ଗୁଜରାଟ ଟାଇଟନ୍ସ (GT) ହାତରୁ ପରାଜୟର ସମ୍ମୁଖୀନ ହୋଇଛି। ଏହି ପରାଜୟ ସହ ଦଳ ଟୁର୍ନାମେଣ୍ଟରୁ ବାହାରି…

ଖୋଲିବ ହର୍ମୁଜ ପ୍ରଣାଳୀର ତାଲା! ଦ୍ରୁତ ଗତିରେ ଚାଲିବ ଭାରତୀୟ ଜାହାଜ, ଖୁସିରେ ସର୍ବନିମ୍ନ ସ୍ତରକୁ ଖସିଲା…

ନୂଆଦିଲ୍ଲୀ,୩୦।୫: ଖୁସି ଖବର! ଇନ୍ଧନ ସଙ୍କଟ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି। ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିଚୁକ୍ତିର ସମ୍ଭାବନା ଦ୍ରୁତ ଗତିରେ ବୃଦ୍ଧି ପାଉଛି…

ଲୋପ ପାଇବାରେ ଲାଗିଛି ତାଳଗଛ: ବଢ଼ି ଚାଲିଛି ପ୍ରାକୃତିକ ବିପର୍ଯ୍ୟୟ

ପଦ୍ମପୁର,୩୦ା୫(ପ୍ରଦୀପ୍ତ ଦାଶ):କାହିଁ କେଉଁ କାଳରୁ ପ୍ରାକୃତିକ ବିପର୍ଯ୍ୟୟ ରୋକିବାରେ ତାଳଗଛର ଗୁରୁତ୍ୱ ଭୂମିକା ବହନ କରିଆସୁଛି। ବାତ୍ୟା ସମୟରେ ତାଳଗଛ ଭୟଙ୍କର ପବନ ଓ ବଜ୍ରପାତକୁ ବହୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri