Posted inଖେଳ

ଟି୨୦ ସିରିଜ: ଭାରତର କ୍ଲିନ୍‌ ସୁଇପ୍‌

ଗୁୟାନା, ୭।୮(ପି.ଟି.)- ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ଭାରତ ୫ଟି ବଲ୍‌ ବାକି ଥାଇ ୭ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି। ଏଥିସହ ଭାରତ ୩-୦ରେ ସିରିଜ କ୍ଲିନ୍‌ ସୁଇପ୍‌ କରିଛି। ଟସ୍‌ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଘରୋଇ ଦଳ ୨୦ ଓଭରରେ ୬ ଉଇକେଟ ହରାଇ ୧୪୬ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୧୯.୧ ଓଭରରେ ୩ ଉଇକେଟ ହରାଇ ୧୫୦ ରନ କରି ବିଜୟ ହାସଲ କରିଥିଲା। ଅଧିନାୟକ ବିରାଟ କୋହଲି ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅର୍ଦ୍ଧଶତକ ହାସଲ କରି ଦଳକୁ ଜିତାଇଥିଲେ। ମାତ୍ର ୪ ରନ ଦେଇ ୩ ଉଇକେଟ ଅକ୍ତିଆର କରିଥିବା ଦ୍ରୁତ ବୋଲର ଦୀପକ ଚହର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଓ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ମ୍ୟାନ୍‌ ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି।
୧୪୭ ରନ ଚ୍ୟାଲେଞ୍ଜିଂ ଟାର୍ଗେଟର ପିଛା କରି ଭାରତ ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କୁ ହରାଇ ପ୍ରାରମ୍ଭିକ ଝଟ୍‌କା ଖାଇଥିଲା। ୩ ରନକରି ଥିବାବେଳେ ଧାଓ୍ବନ ଫାଇନଲେଗ୍‌ରେ ସେଲଡନ କଟ୍ରେଲଙ୍କୁ କ୍ୟାଚ୍‌ ଦେଇ ଓସେନ ଥୋମାସଙ୍କ ଶିକାର ହୋଇଥିଲେ। ଅନ୍ୟତମ ଓପନର ଲୋକେଶ ରାହୁଲ ୧୮ ବଲରୁ ୨ ଚୌକା ଓ ୧ ଛକା ସହ ୨୦ ରନକରି ଫାବିଆନ ଆଲେନଙ୍କ ବଲ୍‌ରେ ଉଇକେଟକିପର ନିକୋଲାସ ପୁରନଙ୍କୁ କ୍ୟାଚ ଦେଇ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ତୃତୀୟ ଉଇକେଟରେ କୋହଲି ଓ ପନ୍ତ ୭୭ ବଲରୁ ୧୦୬ ରନକରି ଦଳକୁ ବିଜୟ ଦ୍ୱାରରେ ପହଞ୍ଚାଇଥିଲେ। ତେବେ କୋହଲି ୪୫ ବଲରୁ ୬ ଚୌକା ସହ ୫୯ ରନର ଅର୍ଦ୍ଧଶତକୀୟ ପାଳି ଖେଳି ଥୋମାସଙ୍କ ବଲ୍‌ରେ ପଏଣ୍ଟରେ ଲୁଇସ୍‌ଙ୍କୁ ସିଧା କ୍ୟାଚ୍‌ ଦେଇ ପ୍ୟାଭିଲିୟନ ଫେରିଥିଲେ। ପନ୍ତ ଚମତ୍କାର ବ୍ୟାଟିଂ କରି ୪୨ଟି ବଲ ଖେଳି ୪ ଚୌକା ଓ ୪ ଛକା ସହ ୬୫ ରନ କରି ଅପରାଜିତ ରହିଥିଲେ ଓ ଛକା ମାରି ଦଳକୁ ଜିତାଇଥିଲେ। ମନୀଷ ପାଣ୍ଡେ ୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଓ୍ବେଷ୍ଟଇଣ୍ଡିଜ୍‌ ତରଫରୁ ଥୋମାସ ୨ ଓ ଆଲେନ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଓ୍ବେଷ୍ଟଇଣ୍ଡିଜ ମାତ୍ର ୧୪ ରନରେ ୩ ଉଇକେଟ ହରାଇଥିଲା। ୨୬ ବର୍ଷୀୟ ଦ୍ରୁତ ବୋଲର ଦୀପକ ଚହର ପ୍ରଥମ ୩ଟି ଯାକ ଉଇକେଟ ଅକ୍ତିଆର କରି ଘରୋଇ ଦଳର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ସୁନୀଲ ନାରିନ ୨ ରନ କରି ଦୀପକଙ୍କ ବଲ୍‌ରେ ନବଦୀପ ସଇନିଙ୍କୁ ମିଡ୍‌ଅନ୍‌ରେ କ୍ୟାଚ୍‌ ଦେଇଥିଲେ। ଏହାପରେ ଇଭିନ ଲୁଇସ୍‌ ୧୦ ଓ ଶିମରନ ହେଟମେୟର ୧ ରନ କରି ଦୀପକଙ୍କ ଦ୍ୱାର ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଚତୁର୍ଥ ଉଇକେଟରେ କିରନ ପୋଲାର୍ଡ ଓ ନିକୋଲାସ ପୁରନ ୫୬ ବଲ୍‌ରୁ ୬୬ ରନକରି ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। ପୁରନ ୨୩ ବଲରୁ ଗୋଟିଏ ଲେଖାଏ ଚୌକା ଓ ଛକା ବଳରେ ୧୭ ରନକରି ସଇନିଙ୍କ ବଲ୍‌ରେ ଉଇକେଟକିପର ରିଷଭ ପନ୍ତଙ୍କୁ କ୍ୟାଚ୍‌ ଦେଇଥିଲେ। ପୋଲାର୍ଡ ୪୫ ବଲରୁ ୧ ଚୌକା ଓ ୬ ଛକା ୫୮ ରନ କରିଥିବା ବେଳେ ସଇନିଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ। ଅଧିନାୟକ କାର୍ଲୋସ ବ୍ରାଥଓ୍ବେଟ୍‌ ଦ୍ରୁତ ଗତିରେ ରନ୍‌ କରିବାକୁ ଯାଇ ଗୋଟିଏ ଛକା ସହ ୧୦ ରନକରି ପଦାର୍ପଣ କରିଥିବା ଲେଗ୍‌ ସ୍ପିନର ରାହୁଲ ଚହରଙ୍କ ବଲ୍‌ରେ ଲଙ୍ଗଅନ୍‌ରେ ଓ୍ବାଶିଂଟନ ସୁନ୍ଦରଙ୍କୁ କ୍ୟାଚ୍‌ ଦେଇଥିଲେ। ଶେଷରେ ସପ୍ତମ ଉଇକେଟରେ ୧୬ଟି ବଲରୁ ଫାବିଆନ ଆଲେନ ଓ ରୋଭମ୍ୟାନ ପାଓ୍ବେଲ ୧୬ଟି ବଲ ଖେଳି ଅପରାଜିତ ୨୭ ରନ କରି ୫ଦଳକୁ ସମ୍ମାନଜନକ ସ୍କୋର ପ୍ରଦାନ କରିଥିଲେ। ପାଓ୍ବେଲ୍‌ ୨୦ ବଲରୁ ୧ ଚୌକା ଓ ୨ ଛକା ସହ ୩୨ ଓ ଆଲେନ ୫ ବଲ୍‌ରୁ ୧ ଛକା ସହ ୮ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଭାରତ ତରଫରୁ ଦୀପକ ସର୍ବାଧିକ ୩, ସଇନି ୨, ରାହୁଲ ଚହର ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ଭାରତୀୟ ଦଳରେ ୩ଟି ପରିବର୍ତ୍ତନ କରାଯାଇଥିଲା। ତାରକା ଓପନର ରୋହିତ୍‌ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା। ତାଙ୍କ ସ୍ଥାନରେ ଲୋକେଶ ରାହୁଲ ଦଳରେ ସ୍ଥାନ ପାଇଥିଲେ। ୨୦ ବର୍ଷୀୟ ଲେଗ୍‌ ସ୍ପିନର ରାହୁଲ ଚହର ପଦାର୍ପଣ କରିଥିବା ବେଳେ ତାଙ୍କ ସମ୍ପର୍କୀୟ ଭାଇ ତଥା ଦ୍ରୁତ ବୋଲର ଦୀପକ ଚହର ମଧ୍ୟ ଦଳରେ ସାମିଲ ହୋଇଥିଲେ। ରବୀନ୍ଦ୍ର ଜାଡେଜା ଓ ଯୁବ ଦ୍ରୁତ ବୋଲର ଖଲିଲ ଅହମ୍ମଦଙ୍କୁ ବାଦ୍‌ ଦିଅଯାଇଥିଲା। ଜାଡେଜାଙ୍କ ବଦଳରେ ରାହୁଲ ଚହର ଓ ଖଲିଲଙ୍କ ବଦଳରେ ଦୀପକଙ୍କୁ ସୁଯୋଗ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ମୁହଁରେ ତୁଣ୍ଡି ବାନ୍ଧି ଦେଇଛନ୍ତି ୩ ଦଳ: ସିଜିମାଳି ଘଟଣାରେ ସମସ୍ତେ ନୀରବ

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍‌ର ସିଜିମାଳି ବକ୍ସାଇଟ୍‌ ଖଣିକୁ ୨୦୨୩ ଫେବୃଆରୀ ୨୧ରେ ବେଦାନ୍ତ ଲିଜ୍‌ ନେଇଥିଲା। ସେବେଠାରୁ ଏହାକୁ ସ୍ଥାନୀୟ ଆଦିବାସୀ ଲୋକମାନେ…

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

କାହାକୁ ଚିୟର କରିବେ ଗିଲ୍‌ ନା ଅର୍ଜୁନ: ଏମିତି ପ୍ରତିକ୍ରିୟା ଦେଲେ ସାରା ତେନ୍ଦୁଲକର, ଦେଖନ୍ତୁ VIDEO

ଲକ୍ଷ୍ନୌ,୧୧।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଦୁଇଟି ମ୍ୟାଚ ଖେଳାଯିବ। ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ ଗୁଜରାଟ ଟାଇଟାନ୍ସ ଖେଳିବେ। ମ୍ୟାଚ ପୂର୍ବରୁ ସାରା ତେନ୍ଦୁଲକରଙ୍କ ଏକ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri