Posted inଭଦ୍ରକ

ଟାୱାର ବସାଇବା ନଁ।ରେ ମାଗୁଥିଲେ ଟଙ୍କା: ଜଣଙ୍କୁ ଧରି ପୋଲିସ ଜିମା

ତିହିଡ଼ି,୨୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଭାଟପଡ଼ା ପଞ୍ଚାୟତ ଅଧୀନ ମିର୍ଜାପୁର ଗ୍ରାମରେ ବୁଧବାର ମୋବାଇଲ ଟାୱାର ବସାଇବା ନଁ।ରେ ଜଣେ ବ୍ୟକ୍ତି ଟଙ୍କା ଆଦାୟ ପାଇଁ ଉଦ୍ୟମ କରୁଥିଲେ। ସେହି ବ୍ୟକ୍ତି ଜଣଙ୍କ କୌଣସି ମୋବାଇଲ କମ୍ପାନୀର କର୍ମକର୍ତ୍ତା ନୁହେଁ ବୋଲି ଗ୍ରାମବାସୀ ଜାଣିବା ପରେ ତାଙ୍କୁ ପୋଲିସ ଜିମା ଦେଇଛନ୍ତି। ପୂର୍ବରୁ ତିହିଡ଼ିର କେତେକ ଅଞ୍ଚଳରେ ମୋବାଇଲ ଟାୱାର ବସାଇବା ନଁ।ରେ ଟଙ୍କା ଆଦାୟ କରି ନିଆଯାଇଥିବା ଜଣାପଡ଼ିଥିଲା। ବୁଧବାର ଅପରାହ୍ନରେ ଜଣେ ବ୍ୟକ୍ତି ନିଜକୁ ଏକ ମୋବାଇଲ କମ୍ପାନୀର ଏଜେଣ୍ଟ ବୋଲି ଦର୍ଶାଇ ମିର୍ଜାପୁର ଗ୍ରାମର କେଶବ ବେହେରାଙ୍କୁ ଭେଟିଥିଲେ। ତାଙ୍କ ଜାଗାରେ ମୋବାଇଲ ଟାୱାର ବସାଯିବ ବୋଲି କହି ସେ ୧୦ ହଜାର ଟଙ୍କା ଅଗ୍ରିମ ମାଗିଥିଲେ। କେଶବଙ୍କର ସନ୍ଦେହ ହେବାରୁ ସେ ଅନ୍ୟ କେତେଜଣ ଗ୍ରାମବାସୀଙ୍କ ସହ ଏ ସମ୍ପର୍କରେ କଥା ହୋଇ ସେହି ବ୍ୟକ୍ତିଙ୍କୁ ନେଇ ପୋଲିସକୁ ହସ୍ତାନ୍ତର କରିଥିଲେ। ସମ୍ପୃକ୍ତ ବ୍ୟକ୍ତି ନିଜର ପରିଚୟ ପ୍ରକାଶ କରି ନ ଥିବାବେଳେ ପୋଲିସ ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷା, ଆଜି ଏହି ଜିଲାରେ ସମସ୍ତ ସ୍କୁଲ ଛୁଟି

ଭଦ୍ରକ,୧୪।୭(ସନାତନ ରାଉତ): ଭଦ୍ରକ ଜିଲାରେ ଲଗାଣ ବର୍ଷା ଜାରି ରହିଛି । ଏହି କାରଣରୁ ଜିଲାର ସମସ୍ତ ସ୍କୁଲକୁ ମଙ୍ଗଳବାର ଛୁଟି ଘୋଷଣା କରାଯାଇଛି । ପରିସ୍ଥିତିକୁ…

ସହିଦ ପୀଠର ମର୍ଯ୍ୟାଦାକୁ ଆଘାତ? ମଙ୍ଗଳପୁର–ସହିଦ ପୀଠ ରାସ୍ତାରେ ମଦ ଦୋକାନକୁ ତୀବ୍ର ବିରୋଧ; ଅନ୍ୟତ୍ର…

ଧାମନଗର,୧୧ା୭(କାଳନ୍ଦି ବେହେରା): ଭଦ୍ରକ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ତଥା ଲୋକଙ୍କ ଭାବାବେଗର ପ୍ରତୀକ ‘ସହିଦ ପୀଠ’ ନିକଟରେ ମଦ ଦୋକାନ ଖୋଲିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri