ଟାର୍ଗେଟ୍‌ ନାହିଁ, ଖୋଲା ଆକାଶ ତଳେ ପଡି ରହିଛି ଧାନ

ସୋନପୁର,୧୫।୧(ନି.ପ୍ର.) – ଚଳିତ ବର୍ଷ ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ଅମଳ ଭଲ ହୋଇଛି । ତେବେ ମିଲର୍ସଙ୍କ ମନମାନି ସାଙ୍ଗକୁ କେତେକ ପ୍ୟାକ୍ସର କ୍ରୟ ଟାର୍ଗେଟ୍‌ ବୃଦ୍ଧି ହୋଇ ନଥିବାରୁ ଧାନର ଅଭାବି ବିକ୍ରି ସମସ୍ୟା ସୃଷ୍ଟି ହୋଇଛି । ଟାର୍ଗେଟ୍‌ ସରି ଥିବାରୁ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣୁ ନାହାନ୍ତି । ମିଲର୍ସ ମଣ୍ଡିକୁ ଟ୍ରକ୍‌ ପଠାଉ ନାହାନ୍ତି। ଚାଷୀ ମଣ୍ଡିରେ ଧାନ ରଖି ଶୀତ କାକରରେ ଜଗି ରହିଛନ୍ତି । ଅଧିକାଂଶ ପ୍ୟାକ୍ସର ଗୋଦାମ ଘର ନାହିଁ। ଆଉ ଯେଉଁଠି ଗୋଦାମ ଘର ଅଛି ତାହା ପ୍ୟାକ୍ସ ଅଫିସଠାରୁ ଦୂରରେ। ସେଗୁଡିକ ଚାଷୀଙ୍କ ବ୍ୟବହାରରେ ଆସୁନି। ଏଭଳି ସ୍ଥିତିରେ ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ପଡି ରହିଛି। ଅନ୍ୟପକ୍ଷେ ଜିଲା ଯୋଗାଣ ବିଭାଗ ଧାନକ୍ରୟ କରିବା ପାଇଁ ଅଧିକ ଟାର୍ଗେଟ୍‌ ରାଜ୍ୟ ଯୋଗାଣ ନିଗମକୁ ମାଗିଛି। କିନ୍ତୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସରକାରଙ୍କ ପକ୍ଷରୁ ଏହି ଟାର୍ଗେଟ୍‌ ମିଳିନି। ଜିଲାରେ ଗତ ନଭେମ୍ବର ୧୫ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଛି। ଖରିଫ ଧାନ ବିକ୍ରି ପାଇଁ ୪୭ ହଜାର ୯୯୦ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪୬ ହଜାର ୯୮୭ଜଣ ଚାଷୀଙ୍କ ଆଧାର ଯାଞ୍ଚ ହୋଇଛି ।
ସୁବର୍ଣ୍ଣପୁର ଜିଲାର ୪୧ , ବରଗଡ ଓ ସମ୍ବଲପୁର ଜିଲାର ୧୩ ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି। ଜିଲାର ୬୫ଟି ପ୍ୟାକ୍ସ ଓ ୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠିଙ୍କ ଦ୍ୱାରା ଧାନ କ୍ରୟ ହେଉଛି। ତେବେ ବାହାର ଜିଲାର ମିଲର୍ସମାନେ ମଣ୍ଡିକୁ ନ ଆସି ସ୍ଥାନୀୟ ଜଣେ ଦଲାଲଙ୍କ ଜରିଆରେ କଟ୍‌ନି ଛଟ୍‌ନି କରି ଚାଷୀଙ୍କ ଧାନ ନେଉଛନ୍ତି। ପ୍ରଶାସନ କିମ୍ବା ପ୍ୟାକ୍ସସ୍ତରୀୟ କମିଟି ଏହାକୁ ରୋକି ପାରୁନି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜିଲାର ୨୯ହଜାର ୩୬୪ ଚାଷୀଙ୍କଠାରୁ ମୋଟ ୨୨ଲକ୍ଷ ୮୩ହଜାର ୨୦୧କୁଇଣ୍ଟାଲ ଧାନକ୍ରୟ ହୋଇଛି। ତେବେ ପୂର୍ବବର୍ଷ ଭଳି ଜିଲାରେ ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନ କ୍ରୟ। ଏଫଏକ୍ୟୁ ଆଳ ଦେଖାଇ ମିଲର୍ସମାନେ କୁଇଣ୍ଟାଲ ପ୍ରତି ୩ରୁ ୪କେଜି ଧାନ କାଟି ନେଉଛନ୍ତି। ଅନ୍ୟପକ୍ଷେ ବିନିକା ବ୍ଲକର ଶଙ୍କରା, ଡୁଙ୍ଗୁରିପାଲି ବ୍ଲକର ଚେରୁପାଲି, ସୁନାପାଲି, ଦିଗଶିରା, ବୀରମହାରାଜପୁର ବ୍ଲକର ହିଲୁଙ୍ଗ, ଉଫୁଲା, ସୋନପୁର ବ୍ଲକର ଲଛିପୁର, ଉଲୁଣ୍ଡା ଓ ତରଭା ବ୍ଲକର ବିଭିନ୍ନ ମଣ୍ଡିରେ ଧାନ ପଡି ରହିଛି। ଶଙ୍କରା ପ୍ୟାକ୍ସରେ ୨୬ ହଜାର କୁଇଣ୍ଟାଲ ଧାନକ୍ରୟ ହୋଇଥିବା ବେଳେ ଆହୁରି ୩୦ ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଅଛି। ମାତ୍ର ଟାର୍ଗେଟ ନଥିବାରୁ ଧାନକ୍ରୟ ବନ୍ଦ ଅଛି । ଏଠାରେ ଗୋଦାମ ଘର ନଥିବାରୁ ଖୋଲା ଆକାଶ ତଳେ ଅଢେଇ ହଜାର ବସ୍ତା ଧାନ ପ୍ରାୟ ୮ ଦିନ ହେବ ରହିଛି। ଲଛିପୁର, ଚେରୁପାଲି, ଦିଗଶିରାରେ ସମାନ ଅବସ୍ଥା। ଧାନ ଉଠୁ ନ ଥିବାରୁ ଚାଷୀ ଅସନ୍ତୋଷ ସୃଷ୍ଟି ହୋଇଛି । ହିଲୁଙ୍ଗ ପ୍ୟାକ୍ସରେ ୧୨ ହଜାର ବସ୍ତା ଧାନ, ଉଫୁଲାରେ ୪ ହଜାର ବସ୍ତା ଧାନ ପଡି ରହିଛି। କିଛି ସ୍ଥାନରେ ଟାର୍ଗେଟ୍‌ ଥିବା ସତ୍ତ୍ୱେ ଟ୍ୟାଗିଂ ହୋଇଥିବା ମିଲର୍ସ ମଣ୍ଡିକୁ ଯାଉ ନାହାନ୍ତି। ଏ ସମ୍ପର୍କରେ ସହକାରୀ ଜିଲା ଯୋଗାଣ ଅଧିକାରୀ ସୁବୋଧ ହୋତା କୁହନ୍ତି, ମିଲର୍ସଙ୍କ ଉପରେ ଆହୁରି ୬ ଲକ୍ଷ କୁଇଣ୍ଟାଲ ଧାନର ଟାର୍ଗେଟ୍‌ ଅଛି । ପୁଣି ଦିନେ ଦୁଇ ଦିନ ଭିତରେ ଟାର୍ଗେଟ୍‌ ଆସିବ । ଚାଷୀଙ୍କ ଧାନ କିଣିବାରେ କୌଣସି ଅସୁବିଧା ନାହିଁ । ପୁଷପୁନି ପାଇଁ ଗତ ୫ ଦିନ ହେବ ବିଭିନ୍ନ ମଣ୍ଡିରୁ ଧାନ ଉଠି ପାରି ନଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଘୋଡ଼ାହାଡ଼ ନଦୀରେ ଗାଧୋଇବା ବେଳେ ବୃଦ୍ଧ ନିଖୋଜ: କୂଳରେ ପଡ଼ିଛି ଆଶାବାଡ଼ି, କୁମ୍ଭୀର ଭୟରେ…

ଦିଗପହଣ୍ଡି,୯|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ଗ୍ରାମ ସାଉଁଟିଆ ସାହିର ହରି ସାହୁ(୮୧) ନାମକ ଜଣେ ବୃଦ୍ଧ ଗାଁ ନିକଟ ଘୋଡାହାଡ ନଦୀକୁ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri