ଟାର୍ଗେଟ୍‌ ନାହିଁ, ଖୋଲା ଆକାଶ ତଳେ ପଡି ରହିଛି ଧାନ

ସୋନପୁର,୧୫।୧(ନି.ପ୍ର.) – ଚଳିତ ବର୍ଷ ଭଲ ବର୍ଷା ଓ ଅନୁକୂଳ ପାଗ ଯୋଗୁଁ ସୁବର୍ଣ୍ଣପୁର ଜିଲାରେ ଖରିଫ ଧାନ ଅମଳ ଭଲ ହୋଇଛି । ତେବେ ମିଲର୍ସଙ୍କ ମନମାନି ସାଙ୍ଗକୁ କେତେକ ପ୍ୟାକ୍ସର କ୍ରୟ ଟାର୍ଗେଟ୍‌ ବୃଦ୍ଧି ହୋଇ ନଥିବାରୁ ଧାନର ଅଭାବି ବିକ୍ରି ସମସ୍ୟା ସୃଷ୍ଟି ହୋଇଛି । ଟାର୍ଗେଟ୍‌ ସରି ଥିବାରୁ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣୁ ନାହାନ୍ତି । ମିଲର୍ସ ମଣ୍ଡିକୁ ଟ୍ରକ୍‌ ପଠାଉ ନାହାନ୍ତି। ଚାଷୀ ମଣ୍ଡିରେ ଧାନ ରଖି ଶୀତ କାକରରେ ଜଗି ରହିଛନ୍ତି । ଅଧିକାଂଶ ପ୍ୟାକ୍ସର ଗୋଦାମ ଘର ନାହିଁ। ଆଉ ଯେଉଁଠି ଗୋଦାମ ଘର ଅଛି ତାହା ପ୍ୟାକ୍ସ ଅଫିସଠାରୁ ଦୂରରେ। ସେଗୁଡିକ ଚାଷୀଙ୍କ ବ୍ୟବହାରରେ ଆସୁନି। ଏଭଳି ସ୍ଥିତିରେ ଖୋଲା ଆକାଶ ତଳେ ଚାଷୀଙ୍କ ଧାନ ପଡି ରହିଛି। ଅନ୍ୟପକ୍ଷେ ଜିଲା ଯୋଗାଣ ବିଭାଗ ଧାନକ୍ରୟ କରିବା ପାଇଁ ଅଧିକ ଟାର୍ଗେଟ୍‌ ରାଜ୍ୟ ଯୋଗାଣ ନିଗମକୁ ମାଗିଛି। କିନ୍ତୁ ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ସରକାରଙ୍କ ପକ୍ଷରୁ ଏହି ଟାର୍ଗେଟ୍‌ ମିଳିନି। ଜିଲାରେ ଗତ ନଭେମ୍ବର ୧୫ ତାରିଖରୁ ଖରିଫ ଧାନ କିଣା ଆରମ୍ଭ ହୋଇଛି। ଖରିଫ ଧାନ ବିକ୍ରି ପାଇଁ ୪୭ ହଜାର ୯୯୦ଜଣ ଚାଷୀ ପଞ୍ଜିକୃତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୪୬ ହଜାର ୯୮୭ଜଣ ଚାଷୀଙ୍କ ଆଧାର ଯାଞ୍ଚ ହୋଇଛି ।
ସୁବର୍ଣ୍ଣପୁର ଜିଲାର ୪୧ , ବରଗଡ ଓ ସମ୍ବଲପୁର ଜିଲାର ୧୩ ମିଲର୍ସଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯାଇଛି। ଜିଲାର ୬୫ଟି ପ୍ୟାକ୍ସ ଓ ୧୪ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠିଙ୍କ ଦ୍ୱାରା ଧାନ କ୍ରୟ ହେଉଛି। ତେବେ ବାହାର ଜିଲାର ମିଲର୍ସମାନେ ମଣ୍ଡିକୁ ନ ଆସି ସ୍ଥାନୀୟ ଜଣେ ଦଲାଲଙ୍କ ଜରିଆରେ କଟ୍‌ନି ଛଟ୍‌ନି କରି ଚାଷୀଙ୍କ ଧାନ ନେଉଛନ୍ତି। ପ୍ରଶାସନ କିମ୍ବା ପ୍ୟାକ୍ସସ୍ତରୀୟ କମିଟି ଏହାକୁ ରୋକି ପାରୁନି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଜିଲାର ୨୯ହଜାର ୩୬୪ ଚାଷୀଙ୍କଠାରୁ ମୋଟ ୨୨ଲକ୍ଷ ୮୩ହଜାର ୨୦୧କୁଇଣ୍ଟାଲ ଧାନକ୍ରୟ ହୋଇଛି। ତେବେ ପୂର୍ବବର୍ଷ ଭଳି ଜିଲାରେ ମିଲର୍ସଙ୍କ ମର୍ଜିରେ ଚାଲିଛି ଧାନ କ୍ରୟ। ଏଫଏକ୍ୟୁ ଆଳ ଦେଖାଇ ମିଲର୍ସମାନେ କୁଇଣ୍ଟାଲ ପ୍ରତି ୩ରୁ ୪କେଜି ଧାନ କାଟି ନେଉଛନ୍ତି। ଅନ୍ୟପକ୍ଷେ ବିନିକା ବ୍ଲକର ଶଙ୍କରା, ଡୁଙ୍ଗୁରିପାଲି ବ୍ଲକର ଚେରୁପାଲି, ସୁନାପାଲି, ଦିଗଶିରା, ବୀରମହାରାଜପୁର ବ୍ଲକର ହିଲୁଙ୍ଗ, ଉଫୁଲା, ସୋନପୁର ବ୍ଲକର ଲଛିପୁର, ଉଲୁଣ୍ଡା ଓ ତରଭା ବ୍ଲକର ବିଭିନ୍ନ ମଣ୍ଡିରେ ଧାନ ପଡି ରହିଛି। ଶଙ୍କରା ପ୍ୟାକ୍ସରେ ୨୬ ହଜାର କୁଇଣ୍ଟାଲ ଧାନକ୍ରୟ ହୋଇଥିବା ବେଳେ ଆହୁରି ୩୦ ହଜାର କୁଇଣ୍ଟାଲ ଧାନ କିଣାଯିବାକୁ ଅଛି। ମାତ୍ର ଟାର୍ଗେଟ ନଥିବାରୁ ଧାନକ୍ରୟ ବନ୍ଦ ଅଛି । ଏଠାରେ ଗୋଦାମ ଘର ନଥିବାରୁ ଖୋଲା ଆକାଶ ତଳେ ଅଢେଇ ହଜାର ବସ୍ତା ଧାନ ପ୍ରାୟ ୮ ଦିନ ହେବ ରହିଛି। ଲଛିପୁର, ଚେରୁପାଲି, ଦିଗଶିରାରେ ସମାନ ଅବସ୍ଥା। ଧାନ ଉଠୁ ନ ଥିବାରୁ ଚାଷୀ ଅସନ୍ତୋଷ ସୃଷ୍ଟି ହୋଇଛି । ହିଲୁଙ୍ଗ ପ୍ୟାକ୍ସରେ ୧୨ ହଜାର ବସ୍ତା ଧାନ, ଉଫୁଲାରେ ୪ ହଜାର ବସ୍ତା ଧାନ ପଡି ରହିଛି। କିଛି ସ୍ଥାନରେ ଟାର୍ଗେଟ୍‌ ଥିବା ସତ୍ତ୍ୱେ ଟ୍ୟାଗିଂ ହୋଇଥିବା ମିଲର୍ସ ମଣ୍ଡିକୁ ଯାଉ ନାହାନ୍ତି। ଏ ସମ୍ପର୍କରେ ସହକାରୀ ଜିଲା ଯୋଗାଣ ଅଧିକାରୀ ସୁବୋଧ ହୋତା କୁହନ୍ତି, ମିଲର୍ସଙ୍କ ଉପରେ ଆହୁରି ୬ ଲକ୍ଷ କୁଇଣ୍ଟାଲ ଧାନର ଟାର୍ଗେଟ୍‌ ଅଛି । ପୁଣି ଦିନେ ଦୁଇ ଦିନ ଭିତରେ ଟାର୍ଗେଟ୍‌ ଆସିବ । ଚାଷୀଙ୍କ ଧାନ କିଣିବାରେ କୌଣସି ଅସୁବିଧା ନାହିଁ । ପୁଷପୁନି ପାଇଁ ଗତ ୫ ଦିନ ହେବ ବିଭିନ୍ନ ମଣ୍ଡିରୁ ଧାନ ଉଠି ପାରି ନଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

ନିର୍ବାଚନ ପୂର୍ବରୁ ଝଟ୍‌କା: ବିଜେଡି ଛାଡ଼ିଲେ ପୂର୍ବତନ ପୌରାଧ୍ୟକ୍ଷ

ଝାରସୁଗୁଡ଼ା,୧୮ା୪(ସଞ୍ଜୟ ମାଲି): ଝାରସୁଗୁଡ଼ା ଜିଲା ବେଲପାହାଡ଼ ଟାଉନ ବିଜେଡି ସଭାପତି ତଥା ବେଲପାହାଡ଼ ପୌର ପରିଷଦ ପୂର୍ବତନ ଅଧ୍ୟକ୍ଷ କୈଳାସ ନାଏକ ବିଜେଡି ଛାଡିଥିବା ନେଇ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri