ସୁନ୍ଦରଗଡ଼ରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ : ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁରହିବ

ସୁନ୍ଦରଗଡ଼, ୧୫।୧ (ଡି.ଏନ୍‌.ଏ.)- ଆଗାମୀ ଦିନରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନ ହେବା ପର୍ଯ୍ୟନ୍ତ ଓକିଲଙ୍କ ଆନ୍ଦୋଳନ ଚାଲୁ ରହିବ। ମଙ୍ଗଳବାର ସୁନ୍ଦରଗଡ଼ଠାରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ସମୂହ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସାଧାରଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହକ ଅଶୋକ କୁମାର ଦାଶ ଏହା ପ୍ରକାଶ କରିଛନ୍ତି। ୩୧ ତାରିଖ ଯାଏ ସାମଗ୍ରିକ ଭାବେ ଏହି ଆନ୍ଦୋଳନ ଚାଲୁ ରହିବା ସହ ସ୍ଥାନୀୟ କ୍ଷେତ୍ରରେ ଓକିଲ ସଂଘର ସଭାପତିମାନେ ବିଚାର କରି ଆନ୍ଦୋଳନ କିଭଳି ଆଗକୁ ନେଇ ହେବ ସେ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ସୁପ୍ରିମ କୋର୍ଟକୁ ଯେଉଁ ବିଭ୍ରାନ୍ତିକର ତଥ୍ୟ ଦିଆଯାଇଛି ଓ ସୁପ୍ରିମ କୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ଆମେ ଏ ସମ୍ପର୍କରେ ସୁପ୍ରିମ କୋର୍ଟକୁ ଜଣାଇବୁ। ସୁପ୍ରମକୋର୍ଟ ଆମକଥା ଶୁଣି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ପଥ ସୁଗମ କରିବେ ବୋଲି ଆମେ ଆଶା ପ୍ରକାଶ କରୁଛୁ। ଆନ୍ଦୋଳନରତ ଓକିଲମାନଙ୍କର ଲାଇସେନ୍ସ ବାତିଲ କରିବା ଅଧିକାର କୌଣସି ଓକିଲମାନଙ୍କର ନାହିଁ। ଆମକୁ କାରଣ ଦର୍ଶାଅ ନୋଟିସ ପରେ ଆମେ ଏହାର ଜବାବ ଦେବୁ। ଅତୀତରେ ବହୁତ ଥର ବାର କାଉନସିଲ ଅଫ୍‌ ଇଣ୍ଡିଆ ଆମକୁ ନୋଟିସ ଦେଇଛି ଆମେ ତାର ଜବାବ୍‌ ଦେଇଛୁ ବୋଲି ସେ କହିଛନ୍ତି। କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ଆବାହକ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଗତି ମଣ୍ଡପ ଠାରେ ଏ ବୈଠକରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ସହ ଆବାହକ ସୁରେଶ୍ୱର ମିଶ୍ର, ରଘୁମଣି ପଟେଲ, ସତ୍ୟ ନାରାୟଣ ପଣ୍ଡା, ପ୍ରମୋଦ ଦାଶ, ନିରଞ୍ଜନ ତ୍ରିପାଠୀ, ସମ୍ବଲପୁର ଜିଲା ଓକିଲ ସଂଘ ସଭାପତି ବିଜିୟେନ୍ଦ୍ର ପ୍ରଧାନ, ସୁନ୍ଦରଗଡ଼ ଜିଲା ଓକିଲ ସଂଘ ସଭାପତି ଦୁଷ୍ମନ୍ତ ନାଏକ, ସମ୍ପାଦକ ଅଶୋକ କୁମାର ସ୍ବାଇଁ, ନିମାଇଁ ନାଏକ, ଝାରସୁଗୁଡା ଓକିଲସଂଘର ସ୍ନ୍‌ୀପ ଅଗସ୍ତି, କୁଚିଣ୍ଡା ସଂଘର ପ୍ରମୋଦ ଛୁରିଆ, ରାଜଗାଙ୍ଗପୁର ସଭାପତି ଲବୀନ୍ଦ୍ର ବେହେରା, ପଦ୍ମପୁର ସଂଘର କିଶୋର ମୋହନ, ବରପାଲି ସଂଘର ସଭାପତି ବକ୍ତବ୍ୟ ରଖି ଆନ୍ଦୋଳନର ରୂପରେଖ ସମ୍ପର୍କରେ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ ଓକିଲ ସଂଘର କିଶୋର ନାଏକ, ସ୍ବରାଜ ପଟେଲ, ନରେଶ ନାଏକ, ଉମାଶଙ୍କର ପଟେଲ, ପ୍ରେମ କୁମାର, ପ୍ରତିମା ମିଶ୍ର, ବୁଦ୍ଧଦେବ ନାଏକ, ସୁକାନ୍ତ ପାଣିଗ୍ରାହୀ, ସୁବୋଧ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

ସମ୍ବଲପୁର କଂଗ୍ରେସ ଯୁବନେତା ବିଜେଡି ମୁହାଁ

ସମ୍ବଲପୁର,୨୬ା୪(ଭବାନୀ ଶଙ୍କର ଭୋଇ):ରାଜ୍ୟରେ କଂଗ୍ରେସ ଦଳର ଗୋଟିଏ ପରେ ଗୋଟିଏ ନେତା ଦଳ ଛାଡୁଛନ୍ତି। ରାଜ୍ୟ କିମ୍ବା କେନ୍ଦ୍ରୀୟ ନେତୃତ୍ୱ ନିଜର କର୍ମୀମାନଙ୍କ ଭିତରେ ଉତ୍ସାହ...

ବାପାଙ୍କ ବଦଳରେ ଲଢିବେ ଝିଅ: ୨୭ରେ ଘୋଷଣା କରିପାରେ କଂଗ୍ରେସ

କଟକ,୨୬।୪(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ଏକ ବଡ଼ ସଭା ହେବ ଏବଂ ସେଥିରେ ଦଳ ମହମ୍ମଦ ମୋକିମଙ୍କ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri