ଦେଖନହାରୀ ସାଜିଛେ ପରଶାସନ: ସୀମା ଟପୁଛେ ସାମାଜିକ ବାସଁଦ୍‌ର ଜାତ୍‌ନା

ବାମରା, ୧୫।୧ (ଡି.ଏନ୍‌.ଏ.)-ଝାଡ଼ଖଣ୍ଡ ସୀମଡ଼େଗା ଅଂଚଲରୁ ଆସି ଗଲା ୨୫ ବଛର ହେଲା ବାମରା ବ୍ଲକ କେସାଇବାହାଲରେ ରହୁଥିବାର ପୁସୁ ମାଝିକଁର ପରିବାର ସାମାଜିକ ବାସଁଦ୍‌ର ଶିକାର ହେଇଛନ୍‌। ଉନିଅଁା ଜାତିରେ ବିହା ହେଇଥିବାର ଘଟନାକେ ନେଇ ସମାଜର ଲୋକ୍‌ ପରିବାରକେ ବାସଁଦ୍‌ କରିଥିବାର ଜନାଯାଇଛେ। ଏନ୍‌ତାଥି ତାକର ଝି’ପୁଓ ବିହାଚୁରା ହେଇ ନାଇଁ ପାରବାର।
ସୂଚନା ହିସାବେ ପୁସୁ ଆଏଜ୍‌କେ ୩୦ ବଛର ତଲେ ଭୁକ୍ତା ଜାତିର ବଇଲି ମାଝିକୁଁ ବିହା ହେଇଥିଲେ। ସୀମଡ଼େଗା ଗୋଡ଼ ସମାଜ ତାକର ବିହାକେ ସୀକୁରତି ବି ଦେଇଥିଲା। ପଛେ କେସାଇବାହାଲ ଅଏଲା ଉତାରୁ ସେମାନେ ଥାନୀଅ ଉତ୍ତରଗଁା ଅଂଚଲିକ ଗୋଡ଼ ସମାଜ କମିଟିରେ ମିଶବାର ଲାଗି ଆବେଦନ କରିଥିଲେ। କମିଟି ଝାଡ଼ଖଣ୍ଡ ଗୋଡ଼ ସମାଜର ନିରଦେଶ ଅନ୍‌ସାରେ ୨୦୦୧ରେ ପୁସୁକଁରନୁ ୧୦ ହଜାର ଟଁକା ଜରିମାନା ନେଇ ଜାତିରେ ମିଶେଇଥିଲେ। ହେଲେ ଉପର ବାମଣ୍ଡା ଷ୍ଟେଟ କମିଟି, କୁଚିଣ୍ଡା ପରିଷଦ ଗଲା ୨୫ା୫ା୨୦୧୯ରେ ଗୁଟେ ବଇଠକ କରିଥିଲା। ବଇଠକ୍‌ରେ ବିଚାରକମାନେ ପୁସୁକୁଁ ଜାତିରୁ ବାସଁଦ୍‌ କରିଥିଲେ। ସେନ୍‌ତା ଇ ପରିବାରକେ ଜାତିରେ ମିଶେଇଥିବାର ଉତ୍ତରଗଁା ଆଂଚଲିକ କମିଟିର ନିଷ୍‌ପତିକେ ବେଆଇନ ବଲି କହିଥିଲେ। କମିଟିର ସଭାପତି ମିତ୍ରଭାନୁ ନାୟକ ଆର ସଂପାଦକ ଶଙ୍କର ପ୍ରସାଦ ନାୟକକୁଁ ୧୦ ହଜାର ଆର କମିଟିର ସବୁ ସଦସିଅକୁ ୧ ହଜାର ଟଁକା ଲେଖେଁ ଜରିମାନା କରିଥିଲେ। ଜରିମାନା ନାଇଁଦେଲେ ସଦସିଅମାନକୁ ସାମାଜିକ ବାସଁଦ୍‌ କରାଯିବା ବଲି ବିଚାରକମାନେ କହିଥିଲେ। ଇ ବାବ୍‌ଦେ ଉତ୍ତରଗଁା ଆଂଚଲିକ କମିଟି ସମ୍ବଲପୁର ଜିଲା ପରଶାସନ ଆର କୁଚିଣ୍ଡା ଉପଖଣ୍ଡ ପରଶାସନକେ ଅଭିଯୋଗ କରିଥିଲା। ଅଭିଯୋଗ ଆଧାରରେ ୨ା୧୨ା୨୦୧୯ରେ କୁଚିଣ୍ଡା ଉପଖଣ୍ଡ ପରଶାସନ ଚିଠି ସଂଖ୍ୟା ୭୪୧୦ ଜାରି କରିଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ଆର ସାମାଜିକ ବାଛ୍‌ବିଚାରକେ ନଜରରେ ରଖି ପରଶାସନ ଇ ସବୁରୁ ଦୂରେଇ ରହିବାକେ ତାଗିଦ୍‌ କରିଥିଲା। ଅମାନତିଆ ହେଲେ ଆଇନ ହିସାବେ କଡ଼ା ପଦକ୍ଷେ ନିଆଯିବା ବଲି ଚିଠିରେ ଲେଖା ରହିଛେ। ହେଲେ ଇ ସବୁକେ ବେଖାତିର କରି ଉପର ବାମଣ୍ଡା ଷ୍ଟେଟ କମିଟି ଏଭେ ନିକ୍ତିମାଲ କେଁଦୁପତର ଫଡ଼ିରେ ଗୁଟେ ସଭା କରିଛେ। ୨୦ ଝନ୍‌କରନୁ ୧ ହଜାର ଟଁକା ଲେଖେଁ ଜରିମାନା ଆର ଭୁଜି ଲାଗି ୭ଶହ ଟଁକା ଲେଖେଁ ଅସୁଲ କରି ଜାତି କରିଥିବାର ଅଭିଯୋଗ ହେଇଛେ। ଇଆଡ଼େ ବିନା ପରମାନପତରରେ କାହାରି ବିହାଚୁରା ହେଇ ନାଇଁପାରେ ବଲି ଗୋଡ଼ ସମାଜରେ ରହିଥିବାର ନିୟମ ଲାଗି ପୁସୁକଁର ଝି’ପୁଓ ବିହାଚୁରା ହେଇ ନାଇଁପାରବାର। ଇ ବାବ୍‌ଦେ ପୁସୁ ଅନେକଥର ମହୁଲପାଲି ଥାନା, କୁଚିଣ୍ଡା ଉପଜିଲାପାଳ ଆର ସମ୍ବଲପୁର ଜିଲାପାଳକୁଁ ଅଭିଯୋଗ କରି ନିରାଶ ହେଇଥିବାର ଅଭିଯୋଗ କରିଛନ୍‌। ସେନ୍‌ତା ସୋଲବଗାର ଦେବକରଣ ମାଝିକୁଁ ବି ବିହା ଆଗ୍‌ରୁ ଉନିଅଁା ଜାତି ଝି’ର ସଂଗେ ପେମ୍‌ଭାବ ରଖିଥିବାର ଘଟନାକେ ନେଇ ବାସଁଦ୍‌ କରାଯାଇଛେ। ଇ ବାବ୍‌ଦେ ସାମାଜିକ କରମୀ ରବୀନ୍ଦ୍ର ନାୟକ କହିଛନ୍‌ ଯେ, ଉନିଅଁା ଜାତିରେ ବିହା ହେବାର ସବୁ ବଏସ୍‌କିଆ ଲୁକ୍‌କର ମାନବାଧିକାର ଆର ସାମ୍ବିଧାନିକ ଅଧିକାର। ହେଲେ ଉନିଅଁା ଜାତିରେ ବିହା ହେଲେ ବାସଁଦ୍‌ କରବାରଟା ସେମାନକର ମଉଲିକ ଅଧିକାରକେ ଛିନ୍‌ଲା ଲେଖେଁ ହେଉଛେ। ଅନେକ ଜାଗାରେ ସାମାଜିକ ବିଧିବେବସ୍‌ତା ନଁାରେ ଲୁକ୍‌କୁ ଶୋଷନ୍‌ କରାଯାଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri