ଟାଙ୍କି ଥାଇ ପାଣି ଚିନ୍ତା: କାମରେ ଆସୁନି ୫୦ଲକ୍ଷ ଟଙ୍କାର ପ୍ରକଳ୍ପ

ଭୁବନ, ୨୦।୭(ଡି.ଏନ.ଏ.) – ଗ୍ରାମାଞ୍ଚଳବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବେଶ୍‌ ତତ୍ପରତା ଦେଖାଉଛନ୍ତି ସରକାର। ଏଥିପାଇଁ ଆରମ୍ଭ ହୋଇଛି ‘ବସୁଧା’। ଏହି ଯୋଜନା ଆନୁକୂଲ୍ୟରେ ଡିପ୍‌ ବୋରଓ୍ବେଲ ମାଧ୍ୟମରେ ଓଭରହେଡ୍‌ ପାଣିଟାଙ୍କି କରି ଯୋଗାଣ କରାଯାଉଛି ଶୁଦ୍ଧ ଜଳ। ହେଲେ ପ୍ରଶାସନିକ ଉଦାସୀନତାରୁ ମାତ୍ର ଦିନ କେଇଟାରେ ଲକ୍ଷ୍ୟଚ୍ୟୁତ ହୋଇପଡୁଛି ଏପରି ବହୁମୁଖୀ ଯୋଜନା। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ଗ୍ରାମରେ। ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାରେ ତିଆରି ହୋଇଥିବା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାର କିଛି ଦିନ ମଧ୍ୟରେ ସ୍ଥାଣୁ ପାଲଟିଛି। ହାତପାହାନ୍ତାରେ ଟାଙ୍କି ଥାଇ ଦୂଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକେ, ଯାହା ସରକାରୀ କଳର ଅବହେଳାକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛି।
ବର୍ଷ ତମାମ ଜଳକଷ୍ଟ ଭୋଗୁଥିବା ବାଲିବୋ, କେଶରପୁର, ନୂଆ ବାଲିବୋ ଅଞ୍ଚଳର ୨୦୦୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବାକୁ ୨୦୧୨ରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଡିପ୍‌ ବୋରଓ୍ବେଲ ଖୋଳାଯାଇଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ପାଇପ୍‌ ବିଛାଯାଇ ସିଧାସଳଖ ହେଉଥିଲା ଜଳ ଯୋଗାଣ। ହେଲେ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ନଜରରେ ରଖି ପାନୀୟ ଜଳ ପ୍ରକଳ୍ପର କଳେବର ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରାଗଲା। ଫଳସ୍ବରୂପ ୨୦୧୭ରେ ନିର୍ମିତ ହେଲା ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଓଭରହେଡ୍‌ ପାଣିଟାଙ୍ଗି । ଏଥିରେ ଖର୍ଚ୍ଚ ହେଲା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା। ଲୋକାର୍ପଣ ହେବାର କିଛିଦିନ ଯାଏ ପ୍ରକଳ୍ପରୁ ଜଳ ଯୋଗାଣ ସ୍ବାଭାବିକ ଭାବେ ଚାଲିଥିଲା। ଗତ ମାର୍ଚ୍ଚରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା ସମ୍ପ୍ରସାରଣ କାମ କରାଯିବାବେଳେ ଠିକାଦାରଙ୍କ ଦାୟିତ୍ୱହୀନତାରୁ ବିଛାଯାଇଥିବା ପାଇପ ନଷ୍ଟ ହୋଇଯାଇଛି। ମୁଖ୍ୟ ପାଇପ୍‌କୁ ବାଦ୍‌ ଦେଲେ ଗ୍ରାମାଞ୍ଚଳକୁ ସଂଯୋଗ ହୋଇଥିବା ପାଇପ୍‌ଗୁଡ଼ିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେବେଠାରୁ ପାଣି ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହାକୁ ମରାମତି କରିବା ଦିଗରେ ବିଭାଗୀୟ ଅଧିକାରୀ ଧ୍ୟାନ ଦେଉନାହାନ୍ତି। ଫଳରେ ବାଲିବୋ, କେଶରପୁର, ନୂଆ ବାଲିବୋ ଅଞ୍ଚଳର ହଜାର ହଜାର ଲୋକମାନେ ନାହିଁ ନ ଥିବା ହୀନସ୍ତା ହେଉଛନ୍ତି। ଅନ୍ୟ ଉପାୟ ନ ଥିବାରୁ ସେମାନେ ବାଧ୍ୟହୋଇ ଖୋଲାକୂଅର ଦୂଷିତ ଜଳ ବ୍ୟବହାର କରୁଛନ୍ତି। ପ୍ରକଳ୍ପ ଥିବା ସତ୍ତ୍ୱେ ପାଣି ନ ମିଳିବା ପରିତାପର ବିଷୟ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏ ନେଇ ସରପଞ୍ଚ ସନ୍ତୋଷ କୁମାର ଖୁଣ୍ଟିଆ କୁହନ୍ତି, ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ବିଭାଗ ପାଇପ୍‌ ବିଛାଇବା କାମରେ ବିଳମ୍ବ କରୁଛି। ଏହାର ତୁରନ୍ତ ପ୍ରତିକାର କରିବାକୁ ପଞ୍ଚାୟତ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିପାଇଁ ସେଣ୍ଟ୍ରାଲ ଫଣ୍ଡରୁ ୩ଲକ୍ଷ ଟଙ୍କା ଅର୍ଥ ବ୍ୟୟ କରି କ୍ଷତିଗ୍ରସ୍ତ ପାଇପ୍‌ ଲାଇନ୍‌ ମରାମତି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ପରେ ଗ୍ରାମାଞ୍ଚଳକୁ ଜଳଯୋଗାଣ ସ୍ବାଭାବିକ ହୋଇପାରିବ। ଏ ସଂକ୍ରାନ୍ତରେ ବିଭାଗୀୟ ସହକାରୀ ଯନ୍ତ୍ରୀ ସରଫରାଜ୍‌ ଖଁା କୁହନ୍ତି, ବିନା ସୂଚନାରେ ଠିକାଦାର ମନଇଚ୍ଛା ରାସ୍ତା ଖୋଳିଦେବା ଯୋଗୁ ପାଇପ୍‌ ଫାଟିଯାଇଛି। ନୂତନ ପାଇପ୍‌ ବିଛାଇବା ପାଇଁ ୧୦ ଲକ୍ଷ ଟଙ୍କାର ବଜେଟ କରାଯାଇଛି। ଖୁବଶୀଘ୍ର ଏହି କାମ ଆରମ୍ଭ ହେବ ଏବଂ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri