Posted inରାଜ୍ୟ

ଝୁଣ୍ଟିଛି ବାଜି ରାଉତ ସମନ୍ବିତ ସାମାଜିକ ଗୃହ ନିର୍ମାଣ ଯୋଜନା: ଆବଣ୍ଟନଗ୍ରାହୀଙ୍କୁ ମିଳୁନି ଘର

ଢେଙ୍କାନାଳ ଅଫିସ, ୧।୬: ଢେଙ୍କାନାଳ ମହିଷାପାଟ ନିକଟରେ ରାଜ୍ୟ ହାଉସିଂ ବୋର୍ଡ ପକ୍ଷରୁ ବାଜି ରାଉତ ସମନ୍ବିତ ସାମାଜିକ ଗୃହ ନିର୍ମାଣ ଯୋଜନାରେ ଘର ନିର୍ମାଣ କରାଯାଉଛି। ହେଲେ ପ୍ରଥମ ପର୍ଯ୍ୟାୟ ଆବଣ୍ଟନଗ୍ରାହୀଙ୍କୁ ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଘର ହସ୍ତାନ୍ତର କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏ ନେଇ ସେମାନେ ବିଭାଗୀୟ ସଚିବଙ୍କୁ ଭେଟି ଫେରାଦ ହୋଇଛନ୍ତି। ପ୍ରକଳ୍ପ ଅଧୀନରେ ୩୯ ଏଚ୍‌ଆଇଜି, ୭୪ ଏମ୍‌ଆଇଜି ଏବଂ ୪୬ ଏଲ୍‌ଆଇଜି ଘର ବିକ୍ରି ଲାଗି ୨୦୧୧ ଡିସେମ୍ବରରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବୋର୍ଡର ଦାବି ଅନୁଯାୟୀ ଘର କିଣିବାକୁ ଇଚ୍ଛୁକ ଲୋକେ ୨୦୧୪ ସେପ୍ଟେମ୍ବର ସୁଦ୍ଧା ୬ କିସ୍ତିରେ ସମସ୍ତ ଟଙ୍କା ଦେଇଥିଲେ। ସର୍ତ୍ତ ଅନୁଯାୟୀ ୨୦୧୪ରେ ଉକ୍ତ ବାସଗୃହ ହସ୍ତାନ୍ତର କରାଯିବା କଥା। କିନ୍ତୁ ନିର୍ଦ୍ଧାରିତ ସମୟ ସୀମାଠାରୁ ୫ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ରାଜ୍ୟ ହାଉସିଂ ବୋର୍ଡ ପକ୍ଷରୁ ଘର ହସ୍ତାନ୍ତର ମଧ୍ୟ କରାଯାଉନାହିଁ କିମ୍ବା କାର୍ଯ୍ୟର ସ୍ଥିତି ସମ୍ପର୍କରେ କୌଣସି ସୂଚନା ଦିଆଯାଉନାହିଁ। ଏଥିରେ ନିରାଶ ହୋଇ ହିତାଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରୁ ଆରମ୍ଭ କରି ଗୃହ ନିର୍ମାଣ ସଂସ୍ଥା ଅଧ୍ୟକ୍ଷ ଏବଂ ସଚିବଙ୍କୁ ବାରମ୍ବାର ଭେଟି ଫେରାଦ ହୋଇଥିଲେ। ଏହାପରେ ଗୃହ ନିର୍ମାଣ ସଂସ୍ଥା ପୁଣି ୨୦ରୁ ୨୨ ପ୍ରତିଶତ ଅଧିକ ଅର୍ଥ ଦାବି କରୁଛି। ଏଥିରେ ୧୪.୪୫% ଅଗ୍ରିମ ସୁଧ କଷିଛି। ନିର୍ଦ୍ଧାରିତ ସମୟର ୫ବର୍ଷ ପରେ ଘର ଦିଆ ନ ଯିବା ଏବଂ ପୁଣି ଥରେ ମୂଲ୍ୟ ବୃଦ୍ଧି କରାଯିବାକୁ ନାପସନ୍ଦ କରିଛନ୍ତି ଆବଣ୍ଟନଗ୍ରାହୀ। ଏ ନେଇ ସେମାନେ ବାଜି ରାଉତ ଆବାସିକ ସଂଘ ନାମକ ଏକ ସଙ୍ଗଠନ ଗଠନ କରି ଭୁବନେଶ୍ୱର ଖାରବେଳନଗରସ୍ଥିତ ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ମୁଖ୍ୟ କାର୍ଯ୍ୟାଳୟରେ ସଚିବଙ୍କୁ ଭେଟି ଫେରାଦ ହୋଇଛନ୍ତି। ଗୃହ ନିର୍ମାଣକାରୀ ସଂସ୍ଥାର ତ୍ରୁଟି ପାଇଁ ଆବଣ୍ଟନଗ୍ରାହୀ କାହିଁକି ଦଣ୍ଡ ଭୋଗିବେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ପ୍ରକଳ୍ପ କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରି ଘର ହସ୍ତାନ୍ତର କରିବାକୁ ସଚିବଙ୍କ ନିକଟରେ ଦାବି କରାଯାଇଥିବା ସଂଘ ସଭାପତି ଗୋପାଳ ଚନ୍ଦ୍ର ସାହୁ ଏବଂ ସମ୍ପାଦକ ରୋହିତ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଟନ, ଚିକେନ ସହ ହଳଦିଆ ମିଠା…, ଏହା ହେଉଛି ବୈଭବଙ୍କ ଶକ୍ତି ପଛର ରହସ୍ୟ, ୧୫ ବର୍ଷ ବୟସରେ ନେଉଛନ୍ତି…

ନୂଆଦିଲ୍ଲୀ,୧।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ବିସ୍ଫୋରକ ବ୍ୟାଟିଂରେ ଏକ ଆକର୍ଷଣ ସୃଷ୍ଟି କରିଛନ୍ତି। ସଚିନ ତେନ୍ଦୁଲକରଙ୍କଠାରୁ ଆରମ୍ଭ କରି ସୁନୀଲ ଗାଭାସ୍କର ପର୍ଯ୍ୟନ୍ତ, ସମସ୍ତେ…

ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି: ପୁରୁଣା ହଟିଲା, ନୂଆ ପ୍ରତି ନାହିଁ ନିଘା

ବରଗଡ଼,୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ପୌରାଞ୍ଚଳରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ପର୍ଯ୍ୟାୟକ୍ରମେ ସହରର ବିଭିନ୍ନ ସ୍ଥାନରେ ଉଚ୍ଛେଦ ଚାଲିଛି। ରବିବାର ବରଗଡ଼ ସରକାରୀ ବସଷ୍ଟାଣ୍ଡରେ ଏହି ପ୍ରକ୍ରିୟା…

ଆଇସ୍‌କ୍ରିମ୍‌ ଖାଉଥିଲେ ସାବଧାନ! କ୍ଷୀର ବଦଳରେ ମିଶୁଛି…

ଭୁବନେଶ୍ୱର,୧ା୬(ବନ୍ଦନା ସେଠୀ): ପିଲାଙ୍କଠାରୁ ବୟସ୍କ ବଜାରରୁ ଯେଉଁ ଆଇସ୍‌କ୍ରିମ୍‌ କିଣି ଖାଉଛନ୍ତି, ତାହା ପ୍ରାୟତଃ କୌଣସି କ୍ଷୀରରୁ ପ୍ରସ୍ତୁତ ହୁଏନାହିଁ, ବରଂ ତାଳ ଗଛରୁ ବାହାରୁଥିବା ଶସ୍ତା…

RCBକୁ ମିଳିଲା ୨୦ କୋଟି, ହେଲେ ବୈଭବଙ୍କୁ ମିଳିଲା କେତେ? ଜାଣନ୍ତୁ…

ନୂଆଦିଲ୍ଲୀ,୧।୬: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫାଇନାଲରେ ଗୁଜରାଟ ଟାଇଟାନ୍ସକୁ ୫ ୱିକେଟରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ପାଇଁ IPL 2026 ଟ୍ରଫି ଜିତିଛି। ଚମତ୍କାର…

ବିଜୟର ଛକା ସହ ପ୍ରେମର ନିବେଦନ… RCBର ଟାଇଟଲ ବିଜୟ ପରେ ବିରୁୁଷ୍କାଙ୍କ ରୋମାଣ୍ଟିକ ମୁଡର ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧।୬: ଆଇପିଏଲ ଇତିହାସରେ RCBର ନାମ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଫାଇନାଲ ମ୍ୟାଚ ଚାଲିଥିବା ସମୟରେ ଷ୍ଟାଡିୟମରେ ଥିବା…

ଚଳନ୍ତା ଅବସ୍ଥାରେ ଆମ୍ବୁଲାନ୍ସରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଭୁବନେଶ୍ୱର,୧ା୬: ଖଣ୍ଡଗିରି ନିକଟ ଜାଗମରାରେ ଏକ ଆମ୍ବୁଲାନ୍ସରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି। ଚଳନ୍ତା ଅବସ୍ଥାରେ ହିଁ ଆମ୍ବୁଲାନ୍ସଟିରେ ନିଆଁ ଲାଗିଯାଇଥିଲା। ଫଳରେ ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି…

ଟ୍ରମ୍ପଙ୍କ ‘ପ୍ରକୃତ ବନ୍ଧୁତା’ କଥାରେ ପାକିସ୍ତାନ ଖୁସି ହେବା ଉଚିତ ନୁହେଁ! ଇରାନ ଖୋଲିଲା ଆମେରିକା ଡାଏରୀ

ତେହରାନ,୧।୬: ଆମେରିକା ପାକିସ୍ତାନକୁ ‘ପ୍ରକୃତ ବନ୍ଧୁ’ ବୋଲି ବର୍ଣ୍ଣନା କରିଛି। ଦୁଇ ରାଷ୍ଟ୍ର ମଧ୍ୟରେ ବଢୁଥିବା ଘନିଷ୍ଠତାକୁ ଦୃଷ୍ଟିରେ ରଖି, ଇରାନ ଇସଲାମାବାଦକୁ ଏକ ଚେତାବନୀ ଦେଇଛି।…

କଳା ତାଲିକାଭୁକ୍ତ ଠିକାଦାରଙ୍କୁ କାମ ନ ଦିଆଯିବା ପାଇଁ ଦାବି

ବରଗଡ଼,୧ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଥାନାଛକ ସମ୍ମୁଖରେ ରହିଥିବା ଧନୁଯାତ୍ରା ତୋରଣ ଭାଙ୍ଗିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ଲାଗି ରହିଛି। ତୋରଣ ନିର୍ମାଣରେ ବ୍ୟାପକ ଅନିୟମିତତା ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri