ଖରିଫ ଚାଷ ପାଇଁ ୨୪ରେ ଛଡ଼ାଯିବ ପାଣି, ଘୋଡ଼ାହାଡ଼ ଡ୍ୟାମରେ ହେଲା ବୃଷ୍ଟିଯଜ୍ଞ

ଦିଗପହଣ୍ଡି, ୧୭ା୭ (ଅଶେଷ ନାଥ ମିଶ୍ର): ଖରିଫ ଧାନ ଚାଷ ନିମନ୍ତେ ଚଳିତ ବର୍ଷ ମଧ୍ୟ ଦିଗପହଣ୍ଡି ବ୍ଲକ୍‌ ଖମାରି ଗାଁ ନିକଟରେ ଥିବା ଘୋଡ଼ାହାଡ଼ ଡ୍ୟାମରେ ୨୪ତାରିଖ ଶୁକ୍ରବାର ଘୋଡ଼ାହାଡ଼ ପାଣି ପଞ୍ଚାୟତ ଶୀର୍ଷ କମିଟି ଓ ଜଳସେଚନ ବିଭାଗ ମିଳିତ ଆନୁକୂଲ୍ୟରେ ବୃଷ୍ଟିଯଜ୍ଞ ଓ ଡ୍ୟାମର ମୁଖ୍ୟଦ୍ବାର ପୂଜା କରାଯାଇଛି। ସଭାପତି ରମେଶ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ ଘୋଡ଼ାହାଡ଼ ଜଳସେଚନ ବିଭାଗ ସହକାରୀନ ନିର୍ବାହୀ ଯନ୍ତ୍ରୀ ଇଂ.ଗଙ୍ଗାଧର ଦାସ, ସହକାରୀ ଯନ୍ତ୍ରୀ ଇଂ.କ୍ଷୀରୋଦ ବେହେରା, ଇଂ.ଦେବରାଜ ଗୌଡ଼, ଅନୁଜ ଯନ୍ତ୍ରୀ ଇଂ.ରାଜ କୁମାର ପ୍ରଧାନ, ପୂର୍ବତନ ସଭାପତି ବିଦ୍ୟାଧର ମହାପାତ୍ର, କୋଷାଧ୍ୟକ୍ଷ ରାମନାଥ ବିଷୋୟୀ, ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଚିତ୍ରସେନ ଗୌଡଙ୍କ ସମେତ ୨୧ ଟି ପାଣି ପଞ୍ଚାୟତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ଖରିଫ ଧାନ ଚାଷ ନିମନ୍ତେ ଡ୍ୟାମରୁ ବାମ ଓ ଡାହାଣ କେନାଲ ଯୋଗେ ଆସନ୍ତା ଶୁକ୍ରବାର ଠାରୁ ପାଣି ଛଡାଯିବା ନେଇ ନିଷ୍ପତ୍ତି ହୋଇଛି। ଡ୍ୟାମ ସ୍ଥିତ ଶ୍ରୀହନୁମାନ ମନ୍ଦିର ପରିସରରେ ବର୍ଷାକୁ ଆବାହନ କରି ମୁଖ୍ୟ ପଣ୍ଡିତ ରଞ୍ଜନ ତ୍ରିପାଠୀଙ୍କ ଦ୍ବାରା ପ୍ରଥମେ ବୃଷ୍ଟିଯଜ୍ଞ କରାଯାଇଥିଲା। ଏଥିରେ ଗୋଲଣ୍ଡା ଗ୍ରାମ ୨ ନଂ.ପାଣି ପଞ୍ଚାୟତ ସମ୍ପାଦକ ନିରଞ୍ଜନ ପାଣିଗ୍ରାହୀ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିଲେ। ଘୋଡାହାଡ଼ ଜଳସେଚନ କାର୍ଯ୍ୟାଳୟ କର୍ମଚାରୀ ପ୍ରଦୀପ ଚନ୍ଦ୍ର ମହାନ୍ତି, ବିନୋଦ ଗୌଡ଼, ଅଭିମନ୍ୟୁ ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଡ୍ୟାମର ଜଳଧାରଣ କ୍ଷମତା ୧୧୭.୮୦ ମିଟର ଥିବା ବେଳେ ଶୁକ୍ରବାର ସୁଦ୍ଧା ଡ୍ୟାମରେ ୯୧.୬୦ ପ୍ରତିଶତ ୧୧୬. ୯୧ ମିଟର ପାଣି ମହଜୁଦ ରହିଥିବା ଘୋଡ଼ାହାଡ଼ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଏକୁଟିଆ ଦେଖି ଜବରଦସ୍ତି ଉଠାଇ ନେଇ ୮ ବର୍ଷର ନାବାଳିକାକୁ ବଳାତ୍କାର: ଅଭିଯୁକ୍ତ କୁଶୁନୁ ମୁଣ୍ଡାଙ୍କୁ…

ପାଟଣା,୧୭।୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୮ ବର୍ଷର ନାବାଳିକାକୁ ବଳାତ୍କାର କରାଯାଇଥିବା ନେଇ ଏକ ସଂଗୀନ ଅଭିଯୋଗ ସାମ୍ନାକୁ ଆସିଛି।…

ଦେଶୀ ମଦ କାରବାର, ୨ ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୧୭ା୭ (ମନ୍ମଥ ମିଶ୍ର): ଅଡବା ଥାନା ପୋଲିସ ଗମ୍ଭାରିଗାଁ ଗ୍ରାମରେ ଦେଶୀ ମଦ ପ୍ରସ୍ତୁତି ଓ ବିକ୍ରି କରିବା ବିରୋଧରେ ଚଢ଼ାଉ କରି ୨ଙ୍କୁ ଗିରଫ…

ଟୋକନ ମିଳିଲାନି, ବିକ୍ରି ହେଲାନି ଧାନ: ପ୍ରଶାସନ ନ ଶୁଣିବାରୁ ଓକିଲ ସଂଘର ଦ୍ୱାରସ୍ଥ ହେଲା କୃଷକ ସଂଗଠନ

ବରଗଡ଼,୧୭।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଗତ ଜୁନ୍ ମାସ ୩୦ ତାରିଖରୁ ରବିଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହୋଇଯାଇଥିଲେ ମଧ୍ୟ ହଜାର ହଜାର ଚାଷୀ ଧାନ ବିକ୍ରିରୁ…

ରାଷ୍ଟ୍ରପତିଙ୍କ ତପ୍ତପାଣି ଗସ୍ତ କାର୍ଯ୍ୟକ୍ରମକୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି, ସ୍ଥିତି ପରଖିଲେ ଜିଲାପାଳ, ଏସ.ପି

ଦିଗପହଣ୍ଡି,୧୭|୭(ଅଶେଷ ନାଥ ମିଶ୍ର) ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଞ୍ଜାମ – ଗଜପତି ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ଉଷ୍ମ ପସ୍ରବଣ ତପ୍ତପାଣି ପରିଦର୍ଶନ କାର୍ଯ୍ୟକ୍ରମ କୁ ଦୃଷ୍ଟିରେ ରଖି…

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ: ଭାଜପା ସାମିଲ ହେଲେ ଗୁଡାରି ବ୍ଲକ ଅଧ୍ୟକ୍ଷ, ସମୀକରଣ ଉପରେ…

ଗୁଡାରି, ୧୭।୭ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ଶବର ଶୁକ୍ରବାର ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟି (ଭାଜପା)ରେ ସାମିଲ…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର; ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!

ନୂଆଦିଲ୍ଲୀ,୧୭।୭: ଯଦି ଆପଣ ଦୈନନ୍ଦିନ ଜୀବନରେ ୟୁପିଆଇ (UPI) ମାଧ୍ୟମରେ ବଡ଼ ଧରଣର ଆର୍ଥିକ କାରବାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦେଶରେ…

ପାଗଳ ବିଲୁଆ ଆତଙ୍କ: ଶିକ୍ଷୟିତ୍ରୀଙ୍କ ସହ ଏକାଧିକ ଲୋକ ଓ ପ୍ରାଣୀସମ୍ପଦ ଗୁରୁତର,ବନ ବିଭାଗ ଚୁପ

ଦାରିଙ୍ଗବାଡି, ୧୭।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବନାଞ୍ଚଳର ଗ୍ରୀନବାଡି ସମେତ ତାର ଆଖପାଖ ଅଞ୍ଚଳରେ ଗତ ୨ ଦିନ ହେଲା ପାଗଳ ବିଲୁଆ କାମୁଡ଼ାରେ ଏକାଧିକ…

ଦିନିକିଆ ବିଶ୍ୱକପ୍ ୨୦୨୭ ଫର୍ମାଟ୍ ବଦଳାଇଲା ICC; ଜୟ ଶାହାଙ୍କ ନିଷ୍ପତ୍ତିକୁ ତୀବ୍ର ବିରୋଧ କଲେ ୪ ଦେଶର ଅଧିନାୟକ

ନୂଆଦିଲ୍ଲୀ,୧୭।୭: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବିଆରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ୱକପ୍‌ର ଫର୍ମାଟ୍‌ରେ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ହଠାତ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri