ଜୋର୍‌ ଧରିଲା ସରକାର ମୋତେ ରୋଜଗାର ଦିଅ ନାରା

ବାରିପଦା ଅଫିସ, ୨୪ା୨- ଜିଲାକୁ ବେକାରମୁକ୍ତ କରିବା ପାଇଁ ଦାବିପତ୍ର ପ୍ରଦାନ ସହିତ ବିକ୍ଷୋଭ ପ୍ରଦର୍ଶନ କରାଗଲା। ହେଲେ କିଛି ବି ଫଳପ୍ରଦ ହେଲା ନାହିଁ। ଆଉ ନୁହେଁ ଏଥର ବେକାରମୁକ୍ତ ମୟୂରଭଞ୍ଜ ରଥ ଗଠନ କରାଯାଇ ଜିଲାର ବିଭିନ୍ନ ସ୍ଥାନରେ ବୁଲି ଜନସାଧାରଣଙ୍କୁ ସଚେତନ କରାଇବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଯିବ। ଆସନ୍ତା ମାର୍ଚ୍ଚ ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ରଥ ଜିଲାର ବିଭିନ୍ନ ସ୍ଥାନରେ ବୁଲି ଜିଲାରେ ସବୁ କିଛି ସମ୍ବଳ ଥିଲା ବେଳେ କାହିଁକି ଯୁବତୀ ଯୁବକମାନେ ବେକାର ହୋଇ ବୁଲୁଛନ୍ତି ସେ ନେଇ ଲୋକମାନଙ୍କୁ ଜଣାଇବ। ସରକାର ମୋତେ ରୋଜଗାର ଦିଅ ନାରା ସାରା ଜିଲାରେ କମ୍ପିବ। ରବିବାର ଯୁବଛାତ୍ର ସଂଗଠନ ଭଞ୍ଜସେନା ଓ ଦଳିତ ଆଦିବାସୀ ମହାସଂଘ ଦ୍ୱାରା ବାରିପଦା ସ୍ମୃତି ଭବନଠାରେ ଆୟୋଜିତ ହୋଇଥିବା ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ହୋଇଛି।
ମାର୍ଚ୍ଚ ୧୨ ତାରିଖରେ ବେତନଟୀଠାରୁ ଏହି ରଥ ବାହାରି ଜିଲାର ସମସ୍ତ ବ୍ଲକ ପରିକ୍ରମା କରିବ। ବେକାରମୁକ୍ତ ମୟୂରଭଞ୍ଜ ରଥ କିପରି ସୂଚାରୁରୂପେ ଯାତ୍ରା କରିବ ସେ ନେଇ ମଧ୍ୟ ପ୍ରସ୍ତୁତି ବୈଠକରେ ଆଲୋଚନା ହୋଇଥିଲା। ଶିମିଳିପାଳର ସୁରକ୍ଷା ସମେତ ଜିଲାର ପର୍ଯ୍ୟଟନସ୍ଥଳୀର ବିକାଶ, ବନ୍ୟଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ କରିବା, ଜିଲାର ବନ୍ଦ ହୋଇ ପଡ଼ି ରହିଥିବା ଛୋଟ ବଡ଼ କଳକାରଖାନା ଗୁଡ଼ିକ କାର୍ଯ୍ୟକ୍ଷମ କରି ବେକାରମୁକ୍ତ ମୟୂରଭଞ୍ଜ ଗଠନ କରିବା ଲାଗି ସଂଘ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ଦାବି କରୁଛି। ଶିମିଳପାଳର ସମ୍ପୂର୍ଣ୍ଣ ସୁରକ୍ଷା ସମେତ ଏହାର ଚତୁଃପାର୍ଶ୍ୱରେ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଶତାଧିକ ପର୍ଯ୍ୟଟନସ୍ଥଳୀକୁ ବିକଶିତ କରାଯାଇ ପାରିଲେ ବର୍ଷତମାମ ସେ ସ୍ଥାନକୁ ପର୍ଯ୍ୟଟକମାନଙ୍କ ଆଗମନ ହୁଅନ୍ତା। ଶିମିଳିପାଳ ଅଭୟାରଣ୍ୟରେ ଥିବା ଦୁର୍ଲଭ ଔଷଧୀୟ ବୃକ୍ଷଗୁଡ଼ିକୁ ଚିହ୍ନଟ କରି ଏହାକୁ ବାହାରକୁ ରପ୍ତାନି କରାଯିବା ସହିତ ଜିଲାରେ ଆୟୁର୍ବେଦ ଔଷଧ ନିର୍ମାଣ ଶିଳ୍ପ ପ୍ରତିଷ୍ଠା କରାଯାଇ ପାରନ୍ତା । ସବାଇ ଘାସ ଶିଳ୍ପ ଓ ବାଉଁଶ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି କାଗଜକଳ ଓ ବାଉଁଶ କୁଟୀରଶିଳ୍ପ କରାଯାଇ ପାରିଲେ ଜିଲାରେ ବେକାରି ସଂଖ୍ୟା ହ୍ରାସ ହୋଇପାରନ୍ତା ବୋଲି ପ୍ରସ୍ତୁତି ବୈଠକରେ ମତ ପ୍ରକାଶ ପାଇଥିଲା। ଆବାହକ କଳିଙ୍ଗ କେଶରୀ ଜେନା, ରାକେଶ ସିଂ, ପିଣ୍ଟୁ ମାଇତି, ରାକେଶ ବେହେରା, ବାଜୁନ ହାଁସଦା, ସଂଯୁକ୍ତା ବସା, ଶିବ ଦ୍ୱିବେଦୀ, ଇଶାନ ସିଂ, ପ୍ରଫେସର ଗୋପବନ୍ଧୁ ମହାନ୍ତ, ପୂର୍ବତନ ଏମ୍‌ପି ରାମଚନ୍ଦ୍ର ହାଁସଦା, ରମେଶ କୁମାର ସିଂ, ଅସିତ ପତି, ଭାନୁମିତ୍ରକ ଆଚାର୍ଯ୍ୟଙ୍କ ସମେତ ଏକାଧିକ କର୍ମକର୍ତ୍ତା, ବୁଦ୍ଧିଜୀବୀମାନେ ପ୍ରସ୍ତୁତି ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲରୁ ଫେରୁଥିଲେ: ରାସ୍ତାରେ ଚାଲିଗଲା ଜୀବନ

ଛତ୍ରପୁର, ୧୨।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଚମାଖଣ୍ଡି ଥାନା ଅନ୍ତର୍ଗତ ରେଗିଡ଼ି ଛକ ନିକଟରେ ଶୁକ୍ରବାର ଘଟିଥିବା ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ…

ବଡ଼ଭାଇଙ୍କୁ ଲୁହା ପାଇପରେ ହତ୍ୟା: ସାନ ଭାଇ ଗିରଫ

ଭେଡେନ, ୧୨/୯ (ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ରୁଷୁଡ଼ା ଫାଣ୍ଡି ଅଧୀନସ୍ଥ ଲୁଇସିରା-ଖଲିଆପାଲି କୁଚିଆ ମଦଭାଟି ନିକଟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଡ଼ଭାଇଙ୍କୁ…

ନନ୍ଦନକାନନରେ ଦେଖାଦେଲେ ୧୪ ପ୍ରଜାତିର ବିଦେଶୀ ପ୍ରାଣୀ

ବାରଙ୍ଗ, ୧୨/୧୦ (ଲିଙ୍ଗରାଜ ରାଉତ): ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଶୁକ୍ରବାର ବିଳମ୍ବିତ ରାତିରେ ଗୁଜରାଟର ‘ରାଧା କୃଷ୍ଣ ମନ୍ଦିର ହାତୀ କଲ୍ୟାଣ ଟ୍ରଷ୍ଟ’ (RKTEWT) ପକ୍ଷରୁ ଦାନ…

ଦିଗପହଣ୍ଡି ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଦିଗପହଣ୍ଡି, ୧୨।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ନିକଟସ୍ଥ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ-୨୦୨୬’ ଅନୁଷ୍ଠିତ ହୋଇଯାଇଛି।…

ରିସର୍ଟରେ ଲାଗିଲା ନିଆଁ: ହଠାତ୍‌ ପ୍ରଚଣ୍ଡ ଶବ୍ଦ ହେବାରୁ….

ଦାରିଙ୍ଗବାଡ଼ି,୧୨।୯(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରିକୁଟି ପଞ୍ଚାୟତ ଅଞ୍ଚଳରେ ଥିବା ଏକ ଘରୋଇ ରିସର୍ଟର ଗୋଟିଏ କଟେଜରେ ଅଗ୍ନିକାଣ୍ଡ ଘଟି ଏହା ସମ୍ପୂର୍ଣ୍ଣ ଜଳିପୋଡ଼ି…

କିଡନୀ ରୋଗୀଙ୍କୁ ମାନବିକତାର ହାତ ବଢ଼ାଇଲେ ବାବୁ ଭାଇ ଫ୍ୟାନ କ୍ଲବ

ଭଞ୍ଜନଗର, ୧୨।୯ (ବାବୁଲା ପ୍ରଧାନ): ମାନବିକତାର ହାତ ବଢ଼ାଇ ଜଣେ ଅସହାୟ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର…

ଆଲୁମିନି କନେକ୍ଟ କ୍ୟାମ୍ପେନ ଉଦ୍‌ଘାଟିତ: ପୁରାତନ ଛାତ୍ରୀଙ୍କୁ ଦୃଢ଼ ନେଟୱର୍କରେ ଯୋଡ଼ିବା ଲକ୍ଷ୍ୟ

ଭଞ୍ଜନଗର,୧୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ‘ଆମ ଗୌରବ ଆମ କଲେଜ ପରିଚାଳନା ସଂଗଠନ’ ଆନୁକୂଲ୍ୟରେ ଆଲୁମିନି…

ମହେନ୍ଦ୍ରତନୟା ଗାଧୋଇବାକୁ ଯାଇଥିଲେ ଦୁର୍ଗା: ହଠାତ୍‌ ଘଟିଲା…

ପାରଳାଖେମୁଣ୍ଡି,୧୨।୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଅମରା ନିକଟ ମହେନ୍ଦ୍ରତନୟା ନଦୀରେ ଗାଧୋଇବାବେଳେ ଜଣେ ବୃଦ୍ଧ ଭାସିଯାଇ ନିଖୋଜ ହୋଇଛନ୍ତି। ସେ ହେଲେ ଦୁର୍ଗା ପ୍ରସାଦ ପାଣିଗ୍ରାହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?