ନୂଆଦିଲ୍ଲୀ, ୬ା୬ (ପି.ଟି.)-ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ ମୋଟର ସ୍ପୋଟର୍ସ ଫେଡେରେଶନ ସୁପାରିସ କରିଥିବା ନାମ ତାଲିକାରେ ଜେହାନ ଦାରୁବାଲାଙ୍କ ନାମ ସ୍ଥାନ ପାଇ ନ ଥିବାରୁ ଅନେକେ ଏନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଜେହାନ ହେଉଛନ୍ତି ଦେଶର ଭାବୀ ଫର୍ମୁଲା ଓ୍ବାନ ରେସର। ତାଙ୍କ ନାମ ନ ପଠାଇ ଐଶ୍ୱର୍ଯ୍ୟା ପିସେଙ୍କ ନାମ ସୁପାରିସ କରାଯିବା ଉଚିତ୍ ହୋଇ ନାହିଁ ବୋଲି ଅନେକେ ମୋଟର ସ୍ପୋଟର୍ସ ପ୍ରେମୀ ମତବ୍ୟକ୍ତ କରିଛନ୍ତି। ଫେଡେରେଶନ ଅଫ୍ ମୋଟର ସ୍ପୋଟର୍ସ କ୍ଲବ ଅଫ୍୍ ଇଣ୍ଡିଆ (ଏଫ୍ଏମ୍ଏସ୍ସିଆଇ ) ପିସେ, ଅଗ୍ରଣୀ ବାଇକର ସି.ଏସ୍. ସନ୍ତୋଷ ଏବଂ ୨୦୧୬ ଏସିଆ ମାକ୍ସ କାର୍ଟିଂ ଚାମ୍ପିୟନ ଶାହାନ ଅଲି ମହସିନ୍ଙ୍କ ନାମ ଦେଶର ଦ୍ୱିତୀୟ ଶ୍ରେଷ୍ଠ କ୍ରୀଡ଼ା ସମ୍ମାନ ପାଇଁ ସୁପାରିସ ହୋଇଛି। ୨୧ ବର୍ଷୀୟ ଦାରୁବାଲା ଜଣେ ଇଣ୍ଡିଆନ ରେସ୍ରେ ଭାବେ ଏକାଧିକ ରେସ୍ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସୂଚନାଯୋଗ୍ୟ, ୩ ଥର ଉପେକ୍ଷା ପରେ ରାଲି ଡ୍ରାଇଭର ଗୌରବ ଗିଲ୍ ଗତବର୍ଷ ଅର୍ଜୁନ ପୁରସ୍କାର ପାଇଥିଲେ। ଜେହାନ ହେଉଛନ୍ତି ଭାରତୀୟ ମୋଟର ସ୍ପୋଟର୍ସ ଅନ୍ୟତମ ଷ୍ଟାର। ସୁପାରିସ ପୂର୍ବରୁ ଜେହାନଙ୍କ ନାମ ଆଲୋଚନା ହୋଇଥିଲା। ଯଦି ନିକଟରେ କୌଣସି ଭାରତୀୟ ଫର୍ମୁଲା ଓ୍ବାନ ରେସ୍ରେ ଭାଗନେବାର ସୌଭାଗ୍ୟ ଅର୍ଜନ କରନ୍ତି ସେ ହେଉଛନ୍ତି ଜେହାନ। ଯଦି ସମ୍ଭବ ହୁଏ ତେବେ ନାରାୟଣ କାର୍ତ୍ତିକେୟନ ଓ କରୁଣ ଚାଣ୍ଡୋକଙ୍କ ପରେ ସେ ଭାରତର ତୃତୀୟ ଫର୍ମୁଲା ଓ୍ବାନ୍ ଡ୍ରାଇଭର ବିବେଚିତ ହେବେ। ସ୍ବଳ୍ପ ବୟସରେ ଦାରୁବାଲା ଇତିମଧ୍ୟରେ ଅନେକ ସଫଳତା ହାସଲ କରି ସାରିଲେଣି। ୨୦୧୭ରେ ସେ ପ୍ରଥମ ଭାରତୀୟ ଭାବେ ନ୍ୟୁଜିଲାଣ୍ଡ ଗ୍ରାଁ ପ୍ରି ଟାଇଟଲ ହାସଲ କରିଥିଲେ। ଏଫ୍ଆଇଏ ଫର୍ମୁଲା ୩ ୟୁରୋପିଆନ ଚାମ୍ପିୟନଶିପ୍ର ଦୁଇଟି ସିଜନ (୨୦୧୭-୨୦୧୮)ରେ ଦୁଇଟି ରେସ୍ ଜିତିବା ବ୍ୟତୀତ ୮ଟିରେ ପୋଡିୟମ ଫିନିଶ କରିଥିଲେ। କୋଭିଡ୍-୧୯ ଯୋଗୁ ଫର୍ମୁଲା-୨ ସିଜନ ଜୁଲାଇକୁ ଘୁଞ୍ଚାଇ ଦିଆଯାଇଛି। ୪ଥର ବିଶ୍ୱ ଚାମ୍ପିୟନ ରେଡ୍ ବୁଲ୍ ଏହାର ଜୁନିୟର ଡ୍ରାଇଭର ପ୍ରୋଗ୍ରାମ ପାଇଁ ଦାରବାଲାଙ୍କୁ ଅନୁବନ୍ଧିତ କରିଛି।
ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!
ନୂଆଦିଲ୍ଲୀ,୧୪।୪: ଆଇପିଏଲ୍ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍ ମ୍ୟାନେଜମେଣ୍ଟ…
ଶେନ୍ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍ସନ
ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍ ସ୍ପିନର ଶେନ୍ ଓ୍ବର୍ନଙ୍କ ହଠାତ୍ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍ସନ ଓ୍ବର୍ନ ମୁହଁ…
ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ
ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…
ବିଶ୍ୱକପ୍ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍, ଜାଣନ୍ତୁ…
ଘାନା,୧୪ା୪: ଫିଫା ବିଶ୍ୱକପ୍କୁ ମାତ୍ର ଦୁଇ ମାସରୁ କମ୍ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍ବଲ ଦଳର ନୂଆ କୋଚ୍ ଭାବେ…
ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ
ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…
ଖରାପ ପାଗ ସତ୍ତ୍ୱେ ସଫଳ ହୋଇଥିଲା ମ୍ୟାଚ୍: ଗ୍ରାଉଣ୍ଡ ଷ୍ଟାଫ୍ଙ୍କୁ ମିଳିଲା ୨୫ଲକ୍ଷ ଟଙ୍କା ପୁରସ୍କାର
ଗୁଆହାଟୀ, ୧୪ା୪: ଖରାପ ପାଗ ସତ୍ତ୍ୱେ ଚଳିତ ସିଜନରେ ୩ଟି ଆଇପିଏଲ୍ ମ୍ୟାଚ ସଫଳତା ସହିତ ଆୟୋଜନ କରିପାରିଥିବାରୁ ଆସାମ କ୍ରିକେଟ ଆସୋସିଏଶନ (ଏସିଏ) ଗ୍ରାଉଣ୍ଡ ଷ୍ଟାଫ୍ଙ୍କ…
ସଞ୍ଜୁ ସାମସନଙ୍କୁ ICCର ସ୍ବତନ୍ତ୍ର ସମ୍ମାନ, ଜସପ୍ରିତ ବୁମରାହଙ୍କୁ ପଛରେ ପକାଇ ହାସଲ କଲେ ବଡ଼ ଉପଲବ୍ଧି
ନୂଆଦିଲ୍ଲୀ,୧୪।୪: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ ମାର୍ଚ୍ଚ ମାସ ପାଇଁ ସଞ୍ଜୁ ସାମସନଙ୍କୁ ପ୍ଲେୟର ଅଫ ଦ ମନ୍ଥ ଆଓ୍ବାର୍ଡରେ ସମ୍ମାନିତ କରିଛି। ୨୦୨୬ ଟି୨୦ ବିଶ୍ୱକପରେ ତାଙ୍କର…
IPL ମଧ୍ୟରେ ପ୍ରେମିକାଙ୍କ ସହ ଗୁରୁଦ୍ୱାର ପହଞ୍ଚିଲେ ଅର୍ଶଦୀପ, ଏହି ଅଭିନେତ୍ରୀଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା
ନୂଆଦିଲ୍ଲୀ,୧୪।୪: କ୍ରିକେଟର ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ସମ୍ପର୍କ ସାଧାରଣ, ଅନେକ ପୁରୁଷ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି। ସଦ୍ୟତମ ପ୍ରକାଶିତ ବ୍ୟକ୍ତି ହେଉଛନ୍ତି ଅର୍ଶଦୀପ ସିଂହ,…
Archives

