ଜେଏମ୍‌ଏଫସି କୋର୍ଟ ସ୍ଥାନାନ୍ତରକୁ ବିରୋଧ

ଜଳେଶ୍ୱର, ୯ା୯-ବାଲେଶ୍ୱର ଜିଲା ଜଳେଶ୍ୱରରେ ଥିବା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ଜେଏମଏଫସି)ଙ୍କ କୋର୍ଟ ସ୍ଥାନାନ୍ତରକୁ ନେଇ ବୁଦ୍ଧିଜୀବୀ ମହଲରେ ବିରୋଧ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ବୁଦ୍ଧିଜୀବୀ ସଚେତନତା ସଙ୍ଗଠନ ପକ୍ଷରୁ ଏକ ବୈଠକ ରବିବାର ଜଳେଶ୍ୱର ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସିପିଏମ୍‌ ନେତା ସିତାଂଶୁ ସେନାପତି ସଭାପତିତ୍ୱ କରିଥିଲେ। ଏହି କୋର୍ଟ ଲକ୍ଷ୍ମଣନାଥ ନିକଟକୁ ସ୍ଥାନାନ୍ତର ହେଲେ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେବେ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ସ୍ଥାନ ବସ୍‌ଷ୍ଟାଣ୍ଡ, ରେଳଷ୍ଟେଶନ ଓ ଜଳେଶ୍ୱର ସହରଠାରୁ ବହୁ ଦୂରରେ ଅବସ୍ଥିତ। ତେଣୁ ସେଠାକୁ ଯିବା ଆସିବାରେ ଲୋକମାନେ ଅଧିକା ଖର୍ଚ୍ଚାନ୍ତ ହେବେ। ସେଠାରେ ହୋଟେଲ, ଜଳଖିଆ ଦୋକାନ, ବଜାର ନ ଥିବାରୁ ସେଠାକୁ ଯାଉଥିବା ଲୋକମାନେ ଅସୁବିଧାରେ ପଡିବେ। ନିକଟରେ ପଶ୍ଚିମବଙ୍ଗ ସୀମା ହୋଇଥିବାରୁ ଅପରାଧୀମାନେ ସହଜରେ ଖସିଯିବାର ସମ୍ଭାବନା ରହିଛି। ନିକଟରେ ୬୦ନଂ. ଜାତୀୟ ରାଜପଥ ଯାଇଥିବାରୁ ଦୁର୍ଘଟଣାର ଆଶଙ୍କା ଅଧିକ ରହିଛି ବୋଲି ମତ ପ୍ରକାଶ ପାଇଥିଲା। ଏଭଳି ବିଭିନ୍ନ ସମସ୍ୟା ଥିବାରୁ ସହର ମଧ୍ୟରେ କୋର୍ଟ ସ୍ଥାପନ କରିବା ପାଇଁ ସଙ୍ଗଠନ ସଦସ୍ୟମାନେ ଦୃଢ ଦାବି ଜଣାଇଥିଲେ। ଏଥିପ୍ରତି ଗୁରୁତ୍ୱ ଦିଆ ନ ଗଲେ ଆସନ୍ତା ୨୪ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଜଳେଶ୍ୱର ବନ୍ଦ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ବନ୍ଦ ସମୟରେ ଡାକ୍ତରଖାନା, ଔଷଧ ଦୋକାନ, ଆମ୍ବୁଲାନ୍ସ ସେବା, ଟ୍ରେନକୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଅନୁଷ୍ଠାନ, କୋର୍ଟ, କଚେରି, ସ୍କୁଲ, କଲେଜ ଆଦି ବନ୍ଦ ରହିବ ବୋଲି କୁହାଯାଇଛି। ବୈଠକରେ ବରିଷ୍ଠ ଆଇନଜୀବୀ ଜିତାଂଶୁ ନନ୍ଦୀ, ସିପିଏମ ନେତା ଦିଲୀପ ଗିରି, ଭାଜପା ନେତା ଅରୁଣ ବେଜ, ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ, ବିଜେଡି ନେତା ବାଣୀ ଦାସମହାପାତ୍ର, ଶ୍ରୀକୁମାର କୃଷ୍ଣ କର, ସୁବ୍ରତ ବେରା, ଅଶୋକ କୁମାର ଜେନା, ଭାସ୍କର ମିଶ୍ର, ସିଦ୍ଧେଶ୍ୱର ତ୍ରିପାଠୀ, ଗଣେଶ ଚନ୍ଦ୍ର ମାଇତି, ନିତ୍ୟାନନ୍ଦ ଦାସ, ବନଜା ଦାସ, ଦେବଯାନୀ ଅଣ୍ଡିଆ, ରୀତା ଭୋଇ, କାର୍ତ୍ତିକ ଚନ୍ଦ୍ର ଗିରି, ଖଗେନ୍ଦ୍ର ସାହୁ ଓ ଗଣେଶ ଜେନା ପ୍ରମୁଖ ବହୁ ବୁଦ୍ଧିଜୀବୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ରାଷ୍ଟ୍ରପତି କଲେ ଅନୁମୋଦନ: କଳାହାଣ୍ଡି ପୁଅ ପାଇବେ ବୀରତ୍ବ ସେନାପଦକ

ଭବାନୀପାଟଣା,୧୬।୮(ଉତ୍ତମ କୁମାର ଦାଶ): ସ୍ୱାଧୀନତା ଦିବସ ପୂର୍ବ ସଂନ୍ଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରତିରକ୍ଷା ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର କର୍ମଚାରୀମାନଙ୍କୁ ୧୩ ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri