Posted inଜାତୀୟ

ଜେଏନ୍‌ୟୁ ଆକ୍ରମଣ: ଦେଶବ୍ୟାପୀ ନିନ୍ଦା

ନୂଆଦିଲ୍ଲୀ,୭ା୧(ପି.ଟି./ଆଇଏଏନ୍‌ଏସ୍‌): ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନ୍‌ୟୁ) ପରିସରରେ ରବିବାର ରାତିରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଉପରେ ହୋଇଥିବା ଆକ୍ରମଣକୁ ଦେଶବ୍ୟାପୀ ନିନ୍ଦା କରାଯାଇଛି। ଦିଲ୍ଲୀ ସମେତ ଓଡ଼ିଶା, ମହାରାଷ୍ଟ୍ର, କର୍ନାଟକ, ପଶ୍ଚିମବଙ୍ଗ, ବିହାର ସବୁଠାରେ ବିଭିନ୍ନ ଛାତ୍ର ସଂଗଠନ ଏବଂ ରାଜନୈତିକ ଦଳ ଆକ୍ରମଣକୁ ନିନ୍ଦା କରିଛନ୍ତି। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏକ ପବିତ୍ର ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରୀଛାତ୍ର, ଅଧ୍ୟାପିକାଅଧ୍ୟାପକଙ୍କୁ ଲୁହାରଡ଼ ଓ କାଠଫାଳିଆରେ ଆକ୍ରମଣ କରାଯିବା ଅମାନବୀୟ ବୋଲି ଜେଏନ୍‌ୟୁ ଛାତ୍ର ସଂଘ ପକ୍ଷରୁ କୁହାଯିବା ସହ ଏଭଳି ଆକ୍ରମଣ ପଛରେ ଅଖିଳଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)ର ହାତ ରହିଛି ବୋଲି ଅଭିଯୋଗ ହୋଇଛି। ହିଂସା ପାଇଁ କୁଳପତି ଏମ୍‌. ଜଗଦେଶ କୁମାରଙ୍କୁ ଦାୟୀ କରାଯାଇ ତାଙ୍କର ବହିଷ୍କାର ଦାବି କରାଯାଇଛି। କୁଳପତି ହିଂସାର ଷଡ଼ଯନ୍ତ୍ରକାରୀ ବୋଲି ଛାତ୍ରସଂଘ ଓ ଶିକ୍ଷକମାନେ ଅଭିଯୋଗ କରିଛନ୍ତି। କ୍ୟାମ୍ପସରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ଅସମର୍ଥ କୁଳପତି ତୁରନ୍ତ ଇସ୍ତଫା ଦେବା ଉଚିତ ବୋଲି ଜେଏନ୍‌ୟୁ ଛାତ୍ର ସଂଘ ସଭାନେତ୍ରୀ ଐଶ ଘୋଷ କହିଛନ୍ତି। ଅପରପକ୍ଷରେ ଆକ୍ରମଣ ପାଇଁ ବାମଦଳ ସମର୍ଥିତ ଛାତ୍ର ସଂଘକୁ ଦାୟୀ କରିଛି ଏବିଭିପି। ଏହି ଘଟଣାକୁ ମାନବ ସମ୍ବଳ ବିକାଶମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ଦୃଢ଼ ନିନ୍ଦା କରିବା ସହ ଆକ୍ରମଣରେ ସମ୍ପୃକ୍ତ ସମସ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
ଜେଏନ୍‌ୟୁ ହିଂସାର ତଦନ୍ତ ଦାୟିତ୍ୱ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ୍‌କୁ ହସ୍ତାନ୍ତର କରିଛି। ବିଶ୍ୱବିଦ୍ୟାଳୟର ଦୁଇ ପଦାଧିକାରୀ ଦିଲ୍ଲୀ ଉପରାଜ୍ୟପାଳ ଅନିଲ ବୈଜଲଙ୍କୁ ଭେଟି ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ପୋଲିସ ଅଧିକାରୀମାନେ ତଥ୍ୟପ୍ରମାଣ ସଂଗ୍ରହ ଆରମ୍ଭ କରିଛନ୍ତି। ଏମ୍ସ ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିତ୍ବା ୩୫ ଆହତ ଛାତ୍ରଙ୍କଠାରୁ ପୋଲିସ ବୟାନ ରେକର୍ଡ କରିଛି। ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ଶ୍ୱାତୀ ମାଲିଓ୍ବାଲ୍‌ ଜେଏନ୍‌ୟୁ ରେଜିଷ୍ଟ୍ରାରଙ୍କୁ ସମନ ଜାରି କରିଛନ୍ତି। ଆକ୍ରମଣ ପାଇଁ ଦିଲ୍ଲୀ ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ନିଜକୁ ଉତ୍ତରଦାୟୀ କରନ୍ତୁ ବୋଲି ସୋମବାର କଂଗ୍ରେସ ଦାବି କରିଛି। ୨୪ ଘଣ୍ଟା ମଧ୍ୟରେ ଅପରାଧୀମାନଙ୍କୁ ଚିହ୍ନଟ କରିବା ସହ ଛାତ୍ରୀଛାତ୍ରଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦଳ ପକ୍ଷରୁ ଦାବି ହୋଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆକ୍ରମଣକୁ ଭାଜପାର ଫାସୀବାଦୀ ସର୍ଜିକାଲ ଷ୍ଟ୍ରାଇକ୍‌ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ସିପିଏମ୍‌ ସାଧାରଣ ସମ୍ପାଦକ ତଥା ଜେଏନ୍‌ୟୁ ଛାତ୍ରସଂଘର ପୂର୍ବତନ ସଭାପତି ସୀତାରାମ ୟେଚୁରୀ କହିଛନ୍ତିି, ଆକ୍ରମଣ ପଛରେ କୁଳପତିଙ୍କର ସମ୍ପୃକ୍ତି ରହିଛି। ତାଙ୍କୁ ତୁରନ୍ତ ହଟାଯିବା ଆବଶ୍ୟକ ବୋଲି ସେ ଦାବି କରିଛନ୍ତି। ଭାଜପା ସହଯୋଗୀ ଜେଡିୟୁ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବହିଷ୍କାର ଦାବି କରିଛି। ଦିଲ୍ଲୀ ପୋଲିସ କର୍ତ୍ତବ୍ୟରେ ଅବହେଳା କରିଥିବାରୁ ସୁପ୍ରିମକୋର୍ଟର ଜଣେ ବିଚାରପତି ଏହାର ତଦନ୍ତ କରିବା ପାଇଁ ଜେଡିୟୁ ମୁଖପାତ୍ର କେ.ସି. ତ୍ୟାଗୀ ଦାବି କରିଛନ୍ତି। ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଜେଏନ୍‌ୟୁ କ୍ୟାମ୍ପସରେ ହୋଇଥିବା ଆକ୍ରମଣକୁ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ତୁଳନା କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଆକ୍ରମଣକୁ ନିନ୍ଦା କରିବା ସହ ପୋଲିସ ତୁରନ୍ତ ହିଂସା ବନ୍ଦ କରି କ୍ୟାମ୍ପସ୍‌ରେ ଶାନ୍ତି ଫେରାଇ ଆଣିବାକୁ ଦାବି କରିଛନ୍ତି। ବିଶ୍ୱବି୍ୟାଳୟ ପରିସରରେ ଯଦି ଛାତ୍ରୀଛାତ୍ର ସୁରକ୍ଷିତ ନ ରହିବେ ତେବେ ଦେଶ କିପରି ଉନ୍ନତି କରିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଜେଏନ୍‌ୟୁ ଆକ୍ରମଣ ଘଟଣାରେ ମର୍ମାହତ ବୋଲି କହିବା ସହ ଫାସୀବାଦୀମାନେ ଦେଶକୁ ନିୟନ୍ତ୍ରଣ କରୁଥିବା କହିଛନ୍ତି। ସେହିପରି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ବିଏସ୍‌ପି ନେତ୍ରୀ ମାୟାବତୀ ଆକ୍ରମଣକୁ ନିନ୍ଦା କରିଛନ୍ତି।
ରବିବାର ରାତିରେ ପ୍ରାୟ ୬୦ ରୁ ୭୦ ମୁଖାପିନ୍ଧା ବ୍ୟକ୍ତି ଜେଏନ୍‌ୟୁ କ୍ୟାମ୍ପସରେ ପ୍ରବେଶ କରି ଲାଠି ଓ ଲୁହାରଡ୍‌ରେ ଛାତ୍ର ଓ ଶିକ୍ଷକମାନଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଜେଏନ୍‌ୟୁ ଛାତ୍ରୀସଂଘ ସଭାନେତ୍ରୀ ଐଶ ଘୋଷଙ୍କ ସମେତ ୩୫ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। କ୍ୟାମ୍ପସ୍‌ରେ ହୋଇଥିବା ଏହି ଆକ୍ରମଣ ପ୍ରାୟୋଜିତ ଥିଲା ବୋଲି ଆହତ ସଭାନେତ୍ରୀ ଐଶ ଘୋଷ କହିଛନ୍ତି। ଏଥିରେ ଆକ୍ରମଣକାରୀଙ୍କ ସହ ସୁରକ୍ଷା କର୍ମୀଙ୍କ ବୁଝାମଣା ଥିଲା, ଯେଉଁଥିପାଇଁ ସେମାନେ ହିଂସାକୁ ଅଟକାଇଲେନି ବୋଲି ଘୋଷ ଅଭିଯୋଗ କରିଛନ୍ତି। ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ (ଏଚ୍‌ଆର୍‌ଡି)ର ଅଧିକାରୀମାନେ ସୋମବାର ଜେଏନ୍‌ୟୁ କର୍ତ୍ତୃପକ୍ଷଙ୍କୁ ଭେଟି ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଏହି ବୈଠକରୁ କୁଳପତି ଏମ୍‌. ଜଗଦେଶ କୁମାରଙ୍କୁ ଦୂରେଇ ରଖାଯାଇଥିଲା। ଏଚ୍‌ଆର୍‌ଡି ସଚିବ ଅମିତ ଖାରେଙ୍କ ସହ ବୈଠକରେ ଜେଏନ୍‌ୟୁ ରେଜିଷ୍ଟ୍ରାର, ପ୍ରୋକ୍ଟର ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିମିଶି କାମ କରିବାରୁ ସଫଳତା: ରାଜ୍ୟସ୍ତରରେ ଗଞ୍ଜାମ ପୁରସ୍କୃତ

ଗଞ୍ଜାମ,୩୧।୮(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ମହା ସମାରୋହରେ ସୋମବାର ପାଳିତ ହୋଇଯାଇଛି l ମୁଖ୍ୟ ଅତିଥି ବ୍ରହ୍ମପୁର ଲୋକସଭା…

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri