Posted inଖେଳ

ଜୁନ୍‌ରେ ଟେନିସ୍‌କୁ ଫେରିବେ ମୁରେ

 

ଲଣ୍ଡନ, ୩୦ା୫ (ଏଏଫ୍‌ପି)-ଇଞ୍ଜୁରି ସମସ୍ୟାରୁ ମୁକ୍ତି ପାଇଛନ୍ତି ବ୍ରିଟିଶ ଟେନିସ୍‌ ଖେଳାଳି ଆଣ୍ଡି ମୁରେ। ୟୁନାଇଟେଡ୍‌ କିଙ୍ଗଡମ୍‌ ନ୍ୟାଶନାଲ ହେଲ୍‌ଥ ସର୍ଭିସ ଚ୍ୟାରିଟି ପାଇଁ ତାଙ୍କ ଭାଇ ଜେମି ଜୁନ୍‌ ୨୩ରେ ଏକ ଟୁର୍ନାମେଣ୍ଟ ଆୟୋଜନ କରିଛନ୍ତି। ରୁଦ୍ଧଦ୍ୱାରରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟର ନାମ ‘ସ୍କୋଡର୍ସ ବ୍ୟାଟଲ ଅଫ୍‌ ବ୍ରିଟ୍ସ’ ରଖାଯାଇଛି। ଇଭେଣ୍ଟ ଟି ଜୁନ୍‌ ୨୩ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହେବ। ଏଥିରେ ମୁରେ ବ୍ରଦର୍ସଙ୍କ ବ୍ୟତୀତ ଅନ୍ୟ ବ୍ରିଟିଶ ଖେଳାଳି ଯଥା କାଇଲ ଏଡ୍‌ମଣ୍ଡ୍‌ ଓ ଡାନ୍‌ ଇଭାନ୍ସ ପ୍ରମୁଖ ଭାଗ ନେବେ। ଏହା ଲଣ୍ଡନସ୍ଥିତ ଲନ୍‌ ଟେନିସ ଆସୋସିଏଶନର ରୋହାମ୍ପଟନ ବେସ୍‌ଠାରେ ଖେଳାଯିବ। ଆମାଜନ ପ୍ରାଇମ୍‌ ଏହାର ସିଧାପ୍ରସାରଣ କରିବ। ୟୁନାଇଟେଡ୍‌ କିଙ୍ଗଡମ୍‌ ନ୍ୟାଶନାଲ ହେଲ୍‌ଥ ସର୍ଭିସ ଚ୍ୟାରିଟି ପାଇଁ ଟୁର୍ନାମେଣ୍ଟରୁ ଅତି କମ୍‌ରେ ୧,୦୦,୦୦୦ ପାଉଣ୍ଡ (୧,୨୨,୦୦୦ ଆମେରିକୀୟ ଡଲାର) ପାଣ୍ଠି ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କରୋନାଭାଇରସ୍‌ ଯୋଗୁ ଏଟିପି ଡବ୍ଲ୍ୟୁଟିଏ ସିଜନ ସ୍ଥଗିତ ରଖାଯାଇଛି। ନଭେମ୍ବରରେ ଡେଭିସ୍‌ କପ୍‌ ଫାଇନାଲ ପରେ ମୁରେ ପ୍ରଥମ ଥର ଏକ ଟେନିସ ଟୁର୍ନାମେଣ୍ଟରେ ଖେଳିବେ। ତାଙ୍କ ସମର୍ଥକଙ୍କ ଲାଗି ଏହା ଏକ ଖୁସିର ଖବର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିରଫ ହେଲେ ପୂର୍ବତନ କ୍ରିକେଟରଙ୍କ ଶଳା-ଶ୍ୱଶୁର

ମୁମ୍ବାଇ,୨୧।୪: ପୂର୍ବତନ ଭାରତୀୟ କ୍ରିକେଟର ଏବଂ ତୃଣମୂଳ କଂଗ୍ରେସ ଏମପି ୟୁସୁଫ ପଠାନଙ୍କ ଶ୍ୱଶୁର ଘର ଘରେ ଉତ୍ତେଜନା ଦେଖାଦେଇଛି। ମୁମ୍ବାଇ ପୋଲିସ ୟୁସୁଫ ପଠାନଙ୍କ ଶ୍ୱଶୁର…

୩୨୫ ଦିନ ପରେ ବୁମ୍‌ରା କଲେ ଏମିତି କାମ, ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ,୨୧।୪: IPL 2026ରେ ଜସପ୍ରୀତ ବୁମରା ଶେଷରେ ତାଙ୍କର ପ୍ରଥମ ସଫଳତା ହାସଲ କଲେ। ସେ ଇନିଂସର ପ୍ରଥମ ବଲରେ ସାଇ ସୁଦର୍ଶନଙ୍କୁ ଆଉଟ କଲେ। ଏହି…

ବିସ୍ଫୋରକ ଶତକ ମାରି ବଡ଼ ରେକର୍ଡ କଲେ ତିଲକ ବର୍ମା: ଆଇପିଏଲ ଇତିହାସରେ…

ମୁମ୍ବାଇ,୨୦।୩: ତିଲକ ବର୍ମାଙ୍କ ବିସ୍ଫୋରକ ଶତକ ଏବଂ ନମନ ଧୀରଙ୍କ ଦୃଢ଼ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ସୋମବାର ଅନୁଷ୍ଠିତ ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ…

ପୁଣି ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣରେ ବିରୁଷ୍କା: ୫ ମାସ ମଧ୍ୟରେ ତୃତୀୟଥର ପାଇଁ…

ନୂଆଦିଲ୍ଲୀ,୨୦।୪: IPL 2026ରେ ଚମତ୍କାର ପ୍ରଦର୍ଶନ କରୁଥିବା RCBର କିମ୍ବଦନ୍ତୀ ବ୍ୟାଟସମ୍ୟାନ ବିରାଟ କୋହଲି IPL ମଝିରୁ ସମୟ ବାହାର କରି କୋହଲି ସ୍ତ୍ରୀ ଅନୁଷ୍କାଙ୍କ ସହିତ…

ମୋତେ ଭାରତ ପକ୍ଷରୁ ଖେଳିବାକୁ ମିଳିଥିଲା ଅଫର୍‌: ସାଂଘାତିକ ଖୁଲାସା କଲେ ରଶିଦ ଖାନ

ନୂଆଦିଲ୍ଲୀ,୨୦।୪: ଆଫଗାନିସ୍ତାନର ଅଲରାଉଣ୍ଡର ରଶିଦ ଖାନ କ୍ରିକେଟ ଜଗତରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କୁ ବର୍ତ୍ତମାନ ବିଶ୍ୱର ଶ୍ରେଷ୍ଠ ସ୍ପିନରମାନଙ୍କ ମଧ୍ୟରୁ…

ଅବସର ନେବାକୁ ନେଇ ମୁହଁ ଖୋଲିଲେ ରିଜ୍‌ଓ୍ୱାନ

କରାଚୀ,୨୦ା୪: ପାକିସ୍ତାନ ସିନିୟର ଉଇକେଟ୍‌କିପର ବ୍ୟାଟର ମହମ୍ମଦ ରିଜ୍‌ଓ୍ୱାନ କହିଛନ୍ତି, ବର୍ତ୍ତମାନ ଯଦିଓ ସେ ଫର୍ମ ଫେରିପାଇବାକୁ ସଂଘର୍ଷ ଚଳାଇଛନ୍ତି, ନିକଟରେ ଟି୨୦ କ୍ରିକେଟରୁ ତାଙ୍କର ଅବସର…

ପଞ୍ଜାବର ପଞ୍ଚମ ବିଜୟ

ମୁଲାନପୁର,୧୯ା୪: ପ୍ରିୟାଂଶ ଆର୍ଯ୍ୟ ଓ କୁପର କନୋଲୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ରବିବାର ରାତିରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ…

କେକେଆର୍‌କୁ ଜିତାଇଲେ ରିଙ୍କୁ ସିଂ

କୋଲକାତା,୧୯ା୪: ସ୍ପିନରଙ୍କ ଯାଦୁଗରି ବୋଲିଂ ପରେ ରିଙ୍କୁ ସିଂଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri