ଜୀବନ ସଂଗ୍ରାମରେ ଶତ୍ରୁଘ୍ନ: ୨ କିଡ୍‌ନୀ ନଷ୍ଟ, ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଜଗତ୍‌ସିଂହପୁର ଅଫିସ,୨ା୩: ମାତ୍ର ୩୬ ବର୍ଷ ବୟସରେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଜୀବନ ସହ ସଂଗ୍ରାମ କରୁଛନ୍ତି ଜଗତ୍‌ସିଂହପୁର ବ୍ଲକ ଅଧୀନ ଖଇରଙ୍ଗ ପଞ୍ଚାୟତ ନୂଆପାଟଣାର ଶତ୍ରୁଘ୍ନ ନାଥ। ମୁଲ ଲାଗି ପରିବାର ପୋଷଣ କରୁଥିବା ଶତ୍ରୁଘ୍ନ ୪ ମାସ ହେବ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଏକମାତ୍ର ରୋଜଗାରିଆ ପୁଅର ଏଭଳି ଦୁର୍ଦ୍ଦଷାରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ଏଣେ ଶତ୍ରୁଘ୍ନଙ୍କ ରୋଜଗାର ନ ଥିବାବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ଶତ୍ରୁଘ୍ନଙ୍କ ମା’ ମଞ୍ଜୁ ତାଙ୍କର ଗୋଟିଏ କିଡ୍‌ନୀ ପୁଅକୁ ଦେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି। କିନ୍ତୁ କିଡ୍‌ନୀ ପ୍ରତିରୋପଣ ପୂର୍ବ ଓ ପରବର୍ତ୍ତୀ ସମୟରେ ଆବଶ୍ୟକ ପାଖାପାଖି ୩ ଲକ୍ଷ ଟଙ୍କା ଯୋଗାଡ କରିବା ଏହି ପରିବାର ପାଇଁ ଚିନ୍ତାର କାରଣ ହୋଇଛି। ଡାକ୍ତରଙ୍କ ପରାମର୍ଶକ୍ରମେ କିଡ୍‌ନୀ ପ୍ରତିରୋପଣ ନ ହେଲେ ଶତ୍ରୁଘ୍ନଙ୍କ ଜୀବନ ପ୍ରତି ବିପଦ ବଢ଼ିବ। ଏକଥା ଶୁଣିବା ପରେ ପରିବାର ସଦସ୍ୟଙ୍କ ମୁଣ୍ଡରେ ଚଡକ ପଡିଯାଇଛି।
ଶତ୍ରୁଘ୍ନଙ୍କ ବାପା ପହଲି ଦୀର୍ଘ ବର୍ଷ ପୂର୍ବରୁ ସନ୍ନ୍ୟାସୀ ହୋଇ କୁଆଡେ ଚାଲି ଯାଇଛନ୍ତି। ମା‘ ମଞ୍ଜୁ ବହୁ କଷ୍ଟରେ ୩ ପୁଅଙ୍କୁ ବଡ କରିଛନ୍ତି। ବଡ଼ପୁଅ ଶତ୍ରୁଘ୍ନ ପାଖାପାଖି ୧୦ ବର୍ଷ ପୂର୍ବରୁ ବିବାହ କରିଥିବାବେଳେ ତାଙ୍କର ଏକ ୯ ବର୍ଷର ପୁଅ ଓ ୬ ବର୍ଷର ଝିଅ ଅଛି। ଶତ୍ରୁଘ୍ନ ଓ ତାଙ୍କ ତଳ ଭାଇ ପଞ୍ଚାନନ ମୂଲ ଲାଗି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଭରଣପୋଷଣ ହୋଇଯାଏ। ସବୁଠାରୁ ସାନଭାଇ ସ୍ଥାନୀୟ ଏକ ମହାବିଦ୍ୟାଳୟରେ ଯୁକ୍ତ ଦୁଇରେ ଶିକ୍ଷାଲାଭ କରୁଛନ୍ତି। କେବଳ ଢିଅ ଖଣ୍ଡିକୁ ବାଦ ଦେଲେ ଜମି ବୋଲି ଗୁଣ୍ଠେ ନାହିଁ। ମୁଣ୍ଡ ଗୁଞ୍ଜିବାକୁ ୨ ବଖରା ଚାଳଘର ଭରସା। ଛପର କରିବାକୁ ସମ୍ବଳ ହେଉ ନ ଥିବାରୁ ପଲିଥିନ ଖଣ୍ଡେ ପକାଇ ତା’ ଭିତରେ ରହିଯାଉଛନ୍ତି ଶତ୍ରୁଘ୍ନଙ୍କ ପରିବାର। ଦେହମୁଣ୍ଡ ଖରାପ ହେଲେ ଏହି ପରିବାର ପାଇଁ ଦୁଃଖ ବଢିଯାଏ। ତଥାପି ଶତ୍ରୁଘ୍ନଙ୍କ ମନରେ ଅନେକ ସ୍ବପ୍ନ ଥିଲା। ସ୍ତ୍ରୀ, ୨ ସନ୍ତାନ, ମା’, ଭାଇଙ୍କ ମନରେ କେବେ କଷ୍ଟ ଦେବାକୁ ଚାହୁଁ ନ ଥିଲେ। ହେଲେ ସେ କ’ଣ ଜାଣିଥିଲେ ଦଇବ ଦାଉ ସାଧିବ? ୪ ମାସ ପୂର୍ବରୁ ତାଙ୍କର ୨ଟି ଯାକ କିଡ୍‌ନୀ ଖରାପ ଥିବା ଜଣାଯାଇଥିଲା। ପରେ କାମ ବନ୍ଦ। କେବଳ ତାଙ୍କର ନୁହେଁ, ସାନଭାଇ ପଞ୍ଚାନନ ମଧ୍ୟ ଆଉ କାମ କରିପାରୁନାହାନ୍ତି। ସପ୍ତାହରେ ୨ ଥର କଟକ ବଡ ଡାକ୍ତରଖାନା ନବାଆଣିବାରେ ପଞ୍ଚାନନ ବ୍ୟସ୍ତ। ୨ ରୋଜଗାରିଆ ପୁଅଙ୍କ ରୋଜଗାର ବନ୍ଦ ହୋଇଯିବା ପରେ ଏହି ପରିବାରରେ ଖାଦ୍ୟ ଚିନ୍ତା ଉତ୍କଟ ହେଲାଣି। ଯେହେତୁ ଶତୃଘ୍ନଙ୍କ ୨ଟି ଯାକ କିଡ୍‌ନୀ ଖରାପ ହୋଇଯାଇଛି ତେଣୁ ତୁରନ୍ତ ଗୋଟିଏ ପ୍ରତିରୋପଣ ହେବା ଉପରେ ଡାକ୍ତର ପରାମର୍ଶ ଦେଇଛନ୍ତି। ଶତୃଘ୍ନଙ୍କ ମା’ ମଞ୍ଜୁ କହିଛନ୍ତି, ଯେଉଁ ପୁଅ ଭରସାରେ ଜୀବନର ଅବଶିଷ୍ଟ ସମୟ କାଟିଦେବେ ବୋଲି ଭାବୁଥିଲେ ସେ ଆଜି ଜୀବନ ସଂଗ୍ରାମରେ। ଏ ବୟସରେ ପୁଅ, ବୋହୂ, ନାତି, ନାତୁଣୀ ଆଦିଙ୍କ ଦାୟିତ୍ୱ ତାଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି। ତେଣୁ ଜିଲାପାଳ ସହାୟତା ଯୋଗାଇଦେବାକୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ବିଦ୍ୟୁତ୍‌ରେ ସମୁଦ୍ର ପାଣି ହେବ ପିଇବାଯୋଗ୍ୟ

ବେଜିଂ, ୨ା୭: ଚାଇନାର ଗବେଷକମାନେ ଏକ ଅଭିନବ ସୌରଶକ୍ତିଚାଳିତ ଜଳ ବିଶୋଧନ ପ୍ରଯୁକ୍ତି ପ୍ରସ୍ତୁତ କରିଛନ୍ତି, ଯାହା ସମୁଦ୍ରର ଲୁଣି ପାଣିକୁ ଅତି ସହଜରେ ପିଇବା ଯୋଗ୍ୟ…

୩ ପରେ ୪ର୍ଥ

ଭୁବନେଶ୍ୱର,୨।୭(ସୁନିତ୍‌ ମିଶ୍ର): ଭାଜପାର ରାଜ୍ୟ ସଭା ସଦସ୍ୟ ସୁଜିତ୍‌ କୁମାର ଗତ ୨୫ ତାରିଖରେ ଚୌଦ୍ୱାର ଥାନାରେ ଜେଲ ଡିଜିଙ୍କ ବିରୋଧରେ ଏକ ଲିଖିତ ଅଭିଯୋଗ ଦେଇଛନ୍ତି।…

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ମଣିଷଠାରୁ ମହାନ୍‌

ଓଡ଼ିଆ ସବୁଜ ସାହିତ୍ୟର ମହାରଥୀ କାଳିନ୍ଦୀଚରଣ ପାଣିଗ୍ରାହୀ ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ପ୍ରାବନ୍ଧିକ। କାଳଜୟୀ ଉପନ୍ୟାସ ‘ମାଟିର ମଣିଷ’ ପାଇଁ ସେ…

ଅକ୍ଟୋବର ସୁଦ୍ଧା ସରିବ ପୋଲିସ ଏସ୍‌ଆଇ ପରୀକ୍ଷା

ଭୁବନେଶ୍ୱର,୨ା୭(ସୁଚିସ୍ମିତା ସାହୁ): ପ୍ରଶ୍ନପତ୍ର ଲିକ୍‌ ଓ ନିଯୁକ୍ତି ଅନିୟମିତା ଯୋଗୁ ଦେଢ଼ବର୍ଷ ଧରି ପୋଲିସ ସବ୍‌-ଇନ୍ସପେକ୍ଟର (ଏସ୍‌ଆଇ) ପରୀକ୍ଷା ଅନିଶ୍ଚିତତା ଭିତରେ ରହିଥିବାବେଳେ ଇତିମଧ୍ୟରେ ବହୁ ଆବେଦନକାରୀଙ୍କ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri