ଜିଲାପାଳଙ୍କ ଅଚାନକ ଖରିଆରରୋଡ ହସ୍ପିଟାଲ ପରିଦର୍ଶନ

ନୂଆପଡା ଅଫିସ,୩୧ା୮ – ନୂଆପଡା ଭଳି ଉପାନ୍ତ ଜିଲାରେ ସ୍ବାସ୍ଥ୍ୟ ସମସ୍ୟା ଦିନକୁ ଦିନ ଗମ୍ଭୀର ହେବାକୁ ଲାଗିଛି । ଏହାକୁ ନେଇ ବିଭିନ୍ନ ସମୟରେ ଆନ୍ଦୋଳନ ହୋଇଥିଲେ ମଧ୍ୟ ତତକାଳୀନ ଅଧିକାରୀମାନେ କୌଣସି ଦୃଷ୍ଟି ଦେଇନାହାନ୍ତି। ହେଲେ ନୂତନ ଜିଲାପାଳ ମଧୁସ୍ମିତା ସାହୁ ଗୋଟିଏ ପାଦ ଆଗକୁ ଆସି ଅଚାନକ ଭାବେ ଭିନ୍ନ ଭିନ୍ନ ହସ୍ପିଟାଲ ବୁଲି ସମସ୍ୟା ପରଖୁଛନ୍ତି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ସନ୍ଧ୍ୟାରେ ଅଚାନକ ଭାବେ ଖରିଆରରୋଡ ହସ୍ପଟାଲ ଗସ୍ତ କରି ସବୁ ବୁଲି ଦେଖିଛନ୍ତି। ରୋଗୀଙ୍କୁ ଠିକ ଭାବେ ଚିକିତ୍ସାସେବା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିବାବେଳେ ହସ୍ପିଟାଲର ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ।
ଜିଲା ସଦର ମହକୁମାଠାରୁ ମାତ୍ର ୧୦ କି.ମି. ଦୂର ଖରିଆରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଜିଳାପାଳ ମଧୁସ୍ମିତା ସାହୁ ସାଢେ ୬ଟାରେ ଯାଇ ପହଞ୍ଚତ୍ଥିଲେ। ହସ୍ପିଟାଲର ବିଭିନ୍ନ ୱାର୍ଡକୁ ବୁଲି ଦେଖିଥିଲେ। ନିକଟରେ ଥିବା ମା’ ଗୃହକୁ ବୁଲି ଦେଖିଥିଲେ। ସେଠାରେ ଗର୍ଭବତୀଙ୍କୁ କିପରି ସ୍ବାସ୍ଥ୍ୟ ସେବା ମିଳୁଛି ସେ ଉପରେ ପଚାରି ବୁଝିଥିଲେ। ଜିଲାର ଉପାନ୍ତ ଗାଁଗୁଡ଼ିକରୁ ଯେପରି ସମସ୍ତ ଗର୍ଭବତୀ ଏଠାରେ ଆସି ଚିକିତ୍ସା ସେବା ଯେମିତି ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ମା’ ଗୃହରେ ପ୍ରତିମାସ ଅନ୍ତତଃ ୨୦ ଜଣ ମା’ଙ୍କୁ ଚିକିତ୍ସା ସେବା ନିଶ୍ଚିତ କରିବାକୁ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଦିନକୁ ଦିନ ମାତୃ ଏବଂ ଶିଶୁ ମୃତ୍ୟୁହାର ବଢୁଥିବାରୁ ଆନୁଷ୍ଠାନିକ ପ୍ରସୂତୀ ଉପରେ ଗୁରୁତ୍ୱ ଦେବାକୁ ଜିଲାପାଳ ସାହୁ କହିଥିଲେ। ପ୍ରସୂତୀମାନେ ଶିଶୁ ଜନ୍ମ କରିବା ପରେ ଅନ୍ତତଃ ୪୮ଘଣ୍ଟା ହସ୍ପିଟାଲରେ ରହିବାକୁ ଉତ୍ସାହିତ କରିବାକୁ କହିଥିଲେ। ଏହିଭଳି ବିଭିନ୍ନ ୱାର୍ଡକୁ ଯାଇ ରୋଗୀମାନଙ୍କର ସ୍ଥିତି ପଚାରି ବୁଝିଥିଲେ। କାଗଜାତ ଦେଖି ହସ୍ପିଟାଲ ଇନଚାର୍ଜ ଡା. ବୀରେନ୍ଦ୍ର କୁମାର ବାଗଙ୍କୁ ରୋଗୀ ସେବା ଉପରେ ବିଶେଷ ଗୁରୁତ୍ୱ ଦେବାକୁ ପରାମର୍ଶ କରିଥିଲେ । ଜିଲାପାଳଙ୍କ ପରିଦର୍ଶନ ବେଳେ ହସ୍ପିଟାଲରେ ନିୟୋଜିତ ବିଭିନ୍ନ ବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ। ଜିଲାପାଳଙ୍କ ଗସ୍ତକୁ ବିଭିନ୍ନ ମହଲରେ ସ୍ବାଗତ କରିଥିବା ବେଳେ ଏହା ଯେହେତୁ ଜିଲା ତଥା ରାଜ୍ୟର ସୀମାନ୍ତବର୍ତ୍ତୀ ହସ୍ପିଟାଲ ହୋଇଥିବାରୁ ଶତାଧିକ ସଂଖ୍ୟରେ ରୋଗୀମାନେ ଆସି ଚିକିତ୍ସା ସେବା ପାଇଥାନ୍ତି । ହେଲେ ସେହି ଅନୁପାତରେ ଅଭିଜ୍ଞ ଡାକ୍ତର ନ ଥିବା ବେଳେ ଆବଶ୍ୟକ କର୍ମଚାରୀ, ଔଷଧ ଆଦି ମିଳୁ ନ ଥିବାରୁ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ ବୋଲି ମତ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri