ଜିଲା କାର୍ଯ୍ୟାଳୟ ଘେରିଲେ ସ୍ବୟଂ ସହାୟକ ଗୋଷ୍ଠୀ

ଅନୁଗୋଳ ଅଫିସ୍‌, ୧।୬- ସେସୁ ସହ ଏନ୍‌ଜେନ୍‌ର ଚୁକ୍ତି ଶେଷ ହେବା ଓ ସେସୁ ପରିଚାଳନା ଦାୟିତ୍ୱ ଟାଟା ପାଓ୍ବାର କମ୍ପାନୀ ଲିମିଟେଡ୍‌କୁ ଯିବା ପରେ ଠିକା କର୍ମଚାରୀଙ୍କ ଭଳି ମିଟର ରିଡିଂ ଓ ବିଲ୍‌ ଆଦାୟ ଦାୟିତ୍ୱ ତୁଲାଉଥିବା ଅନୁଗୋଳ ଜିଲାର ୯୦ଟି ଏସ୍‌ଏଚ୍‌ଜି ଓ ୧୧ଟି ଶକ୍ତି ସହାୟକ ଗୋଷ୍ଠୀର ମହିଳାମାନେ ଏବେ କାମ ହରାଇବା ଆଶଙ୍କାରେ ପଡ଼ିଛନ୍ତି। ତେଣୁ ସେମାନଙ୍କୁ ପୂର୍ବଭଳି କାମ କରିବାର ସୁଯୋଗ ଦେବା ପାଇଁ ସମ୍ପୃକ୍ତ ସଦସ୍ୟମାନେ ସୋମବାର ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପ୍ରଶାସନ ସେମାନଙ୍କ ବ୍ୟବସ୍ଥା ନ କଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ମୁତାବକ, ଅନୁଗୋଳ ଜିଲାର ବଅଁରପାଳ, ତାଳଚେର, କିଶୋରନଗର, ଛେଣ୍ଡିପଦା ଓ ଆଠମଲ୍ଲିକ ବ୍ଲକର ୯୦ଟି ଏସ୍‌ଏଚ୍‌ଜି ଓ ୧୧ଟି ଶକ୍ତି ସହାୟିକା ୨୦୦୯ରୁ ସେସୁ ସହ ଚୁକ୍ତି କରି ମିଟର ରିଡିଂ କରୁଥିଲେ। ୨୦୧୨ରେ ସେସୁ ବିଲ୍‌ ଆଦାୟ ଓ ମିଟର ରିଡିଂ ଦାୟିତ୍ୱ ଏନ୍‌ଜେନ୍‌କୁ ଦେଇଥିଲା। ଏହି ଏସ୍‌ଏଚ୍‌ଜି ଓ ଶକ୍ତି ସହାୟିକାମାନେ ଏନ୍‌ଜେନ୍‌ରେ ମଧ୍ୟ କାମ କରିଥିଲେ। କିନ୍ତୁ ସେସୁ ସହ ଏନ୍‌ଜେନ୍‌ର ଚୁକ୍ତି ଶେଷ ହୋଇସାରିଥିବାରୁ ଏବେ ସେମାନେ ଆଶଙ୍କାରେ ରହିଛନ୍ତି। ତୁରନ୍ତ ନିଯୁକ୍ତି ଦାବି ସହ ଯିଏ ଯେଉଁଠି ଯେତିକି ଟଙ୍କାରେ କାମ କରୁଥିଲେ ସେମିତି କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ଦାବି କିର ଜିଲାର ୧୦୧ଟି ଏସ୍‌ଏଚ୍‌ଜି ଓ ଶକ୍ତି ସହାୟିକା ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଶତାଧିକ ମହିଳା ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲାପାଳ ମନୋଜ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଦାବି ପୂରଣ ନ ହେଲେ ଉଠିବୁ ନାହିଁ ବୋଲି ମହିଳାମାନେ ଅଡ଼ି ବସିଥିଲେ। ଫଳରେ ଜିଲାପାଳ ଆସି ୭ ଦିନ ସମୟ ମାଗିଥିବା ଜଣାପଡ଼ିଛି। ୭ ଦିନ ମଧ୍ୟରେ ସେମାନଙ୍କ ସମସ୍ୟାର ସମାଧାନ ହେବ। ଏହି ସମୟ ମଧ୍ୟରେ ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ଜିଲାପାଳ କହିଥିଲେ। ବିକ୍ଷୋଭରେ ସବିତା ଦାସ, ଭାନୁମତି ଭୁଖା, ଟୁନି ସାହୁ, ସରସ୍ବତୀ ପ୍ରଧାନ, ଲଳିତ ନାଏକ, ଗୀତାଞ୍ଜଳି ସାହୁ, ବୈଜନ୍ତୀ ପ୍ରଧାନ, କବିତା ପ୍ରଧାନ, ରୁବି ପ୍ରଧାନ, ସୁଜାତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri