ଜିଇଏମ୍‌କୁ ନେଇ ଆଶଙ୍କାରେ କ୍ଷୁଦ୍ର ଶିଳ୍ପ

ଭୁବନେଶ୍ୱର,୨୪-୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ (ଜିଇଏମ୍‌) ନୀତିକୁ ରାଜ୍ୟ ସରକାର ବିଧିବଦ୍ଧଭାବେ ପ୍ରଚଳନ କରିବାକୁ ସର୍କୁଲାର ଜାରି କରିଛନ୍ତି। ସର୍ବନିମ୍ନ ମୂଲ୍ୟରେ ସାମଗ୍ରୀ ଯୋଗାଇ ଦେଉଥିବା ସଂସ୍ଥାଠାରୁ କ୍ରୟ କରିବା ନେଇ ଯୋଜନା ଧାର୍ଯ୍ୟ ହୋଇଛି। ସମ୍ପୂର୍ଣ୍ଣ ଅର୍ଡର ଉକ୍ତ ବିଡର୍‌କୁ ମିଳିବ। ଏହାଦ୍ୱାରା ବଜାରରେ ଶସ୍ତା ପ୍ରତିଯୋଗିତା ଦେଖା ଦେବ। ଏହା ହେଲେ କ୍ଷୁଦ୍ର ଶିଳ୍ପଗୁଡିକ କ୍ଷତିଗ୍ରସ୍ତ ହେବେ ବୋଲି ରାଜ୍ୟର କ୍ଷୁଦ୍ର ଶିଳ୍ପଗୁଡିକ ପକ୍ଷରୁ ଆଶଙ୍କା କରାଯାଇଛି।
ସୋମବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଓଡ଼ିଶା ସ୍ମଲ୍‌ ସ୍କେଲ୍‌ ଇଣ୍ଡଷ୍ଟ୍ରି ଆସୋସିଶନ (ଓଏସ୍‌ଏସ୍‌ଆଇଏ)ର ସଭାପତି ସ୍ମରଜିତ ମହାନ୍ତି କହିଛନ୍ତି, ସରକାର ରାଜ୍ୟର ପ୍ରାୟ ୭୧୧ ପଞ୍ଜୀକୃତ ସଂସ୍ଥାଙ୍କଠାରୁ ବାର୍ଷିକ ପ୍ରାୟ ୫୦୦ରୁ ୮୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ କ୍ରୟ କରୁଛନ୍ତି। ଏହା ରେଟ୍‌ କଣ୍ଟ୍ରାକ୍ଟ ସିଷ୍ଟମ ବା ଚୁକ୍ତି ମୂଲ୍ୟ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେଉଛି। ମାତ୍ର ଜିଇଏମ୍‌ ଲାଗୁ ହେଲେ ଚୁକ୍ତି ବ୍ୟବସ୍ଥା ପୂର୍ବଭଳି କାର୍ଯ୍ୟ କରିବ ନାହିଁ। ଜିଇଏମ୍‌ ଦ୍ୱାରା ଶସ୍ତା ପ୍ରତିଯୋଗିତା ଦେଖା ଯିବାକୁ ଥିବା ବେଳେ ଯେ କୌଣସି ଖୁଚୁରା ବ୍ୟବସାୟୀ ପ୍ରତିଯୋଗିତାରେ ଭାଗ ନେଇ ସାମଗ୍ରୀ ଯୋଗାଇବେ। ଫଳରେ ଦୀର୍ଘ ଦିନ ଧରି ସରକାରଙ୍କୁ ଚୁକ୍ତି ଭିତ୍ତିରେ ସାମଗ୍ରୀ ଯୋଗାଣ କରୁଥିବା ରାଜ୍ୟର ଶିଳ୍ପ ସଂସ୍ଥାଗୁଡିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଛି। ଏହାଦ୍ୱାରା ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ରାଜ୍ୟରେ ୩ ଲକ୍ଷ ନିଯୁକ୍ତି ପ୍ରଭାବିତ ହେବ ବୋଲି ମହାନ୍ତି କହିଛନ୍ତି।
ସେ କହିଛନ୍ତି , ବାହାରୁ ସାମଗ୍ରୀ ଆମଦାନୀ କରି ଅନେକ ସଂସ୍ଥା ପ୍ରତିଯୋଗିତାରେ ଭାଗ ନେବା ପ୍ରସଙ୍ଗକୁ ଏଡାଇ ଦିଆଯାଇ ନ ପାରେ। ଶସ୍ତା ଦର ଯୋଗୁ ଯେ କେହି ବିଡ୍‌ ଜିତିବାର ସମ୍ଭାବନା ମଧ୍ୟ ରହିଛି। ଫଳରେ ଯୋଗାଣ ବ୍ୟବସ୍ଥା ଗୁଣାତ୍ମକ ମାନ ହରାଇବ। ଏହାଦ୍ୱାରା କ୍ଷୁଦ୍ର ଶିଳ୍ପଗୁଡିକ କ୍ଷତି ସହିବାକୁ ବାଧ୍ୟହେବେ। ନିଯୁକ୍ତି ବୃଦ୍ଧି ଯୋଜନା ମଧ୍ୟ ଠପ୍‌ ହୋଇଯିବ। ସେହିଭଳି କ୍ଷୁଦ୍ର ଶିଳ୍ପ ସାମଗ୍ରୀ ବିପଣନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ ଏନ୍‌ଏସ୍‌ଆଇସି ଏବଂ ରାଜ୍ୟର ଓଏସ୍‌ଆଇସି ଭୂମିକା ଆଉ ରହିବ ନାହିଁ। ରାଜ୍ୟର କ୍ଷୁଦ୍ର ସଂସ୍ଥାଗୁଡିକ ଜିଇଏମ୍‌ ବ୍ୟବସ୍ଥାକୁ ବିରୋଧ କରୁ ନ ଥିବା ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ପୂର୍ବରୁ ଲାଗୁ ହେଉଥିବା କଣ୍ଟ୍ରାକ୍ଟ ସିଷ୍ଟମ ବଜାୟ ରହୁ ବୋଲି ସଂଘ ପକ୍ଷରୁ ଦାବି ହୋଇଛି। ରାଜ୍ୟ ସରକାର କ୍ରୟ କରୁଥିବା ୮୩ ସହ ୩୭ ଅନ୍ୟ ସାମଗ୍ରୀ କଣ୍ଟ୍ରାଣ୍ଟ ସିଷ୍ଟମ ଦ୍ୱାରା ପୂର୍ବ ଭଳି କ୍ରୟ କଲେ ଏହାଦ୍ୱାରା ସଂସ୍ଥାଗୁଡିକ ଲାଭବାନ ହେବେ ବୋଲି ସେ ମତ ଦେଇଛନ୍ତି। ଏହା ହେଲେ ପୂର୍ବ ଭଳି ସରକାର ଏକାଧିକ ସଂସ୍ଥାଠାରୁ ସାମଗ୍ରୀ କ୍ରୟ କରିବା ଜାରି ରହିବ। ଏଭଳି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ମହାନ୍ତି ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ୧୯୬୫-୬୬ରୁ ରାଜ୍ୟ ସରକାର ରପ୍ତାନି ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ ଦ୍ୱାରା ରେଟ୍‌ କଣ୍ଟ୍ରାକ୍ଟ ସିଷ୍ଟମ(ଚୁକ୍ତି ମୂଲ୍ୟ ବ୍ୟବସ୍ଥା) ପ୍ରଚଳନ କରିଛନ୍ତି। କାର୍ଯ୍ୟକ୍ରମରେ ଉପସଭାପତି ହିମାଂଶୁ ଶେଖର ମିଶ୍ର, ସମ୍ପାଦକ ଚିରଞ୍ଜୟ ମହାପାତ୍ର, ଦୀପକ କାଜାରିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଲାଗୁ ହେଲା ସିଲିଣ୍ଡର ବୁକିଂ, ଡେଲିଭରିର ନୂଆ ସିଷ୍ଟମ, ଜାଣିରଖନ୍ତୁ ନଚେତ୍‌ ହେବେ ହଇରାଣ

ନୂଆଦିଲ୍ଲୀ,୧।୬: ଭାରତର ରନ୍ଧନ ଗ୍ୟାସ ଏବଂ ପାଇପ ଲାଇନ ଗ୍ୟାସ (PNG) ଗ୍ରାହକଙ୍କ ପାଇଁ ଆଜି ଏକ ନୂତନ ଡିଜିଟାଲ ଏବଂ ଆଇନଗତ ସକାଳ ଆସିଛି। କେନ୍ଦ୍ର…

କନଫର୍ମ ଟିକେଟ ଥାଇ ବି ମିଳିଲାନି ସିଟ୍‌: ଏବେ ରେଳବାଇ ଦେବ ୨୦,୦୦୦ କ୍ଷତିପୂରଣ

ନୂଆଦିଲ୍ଲୀ,୧।୬: ନିକଟରେ ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଅଧିକାର ସମ୍ପର୍କରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିହାରର ଏକ ଗ୍ରାହକ ଅଦାଲତ ଏକ ଐତିହାସିକ…

ଗୁଗଲକୁ ବଡ଼ ଝଟକା: ହାଇକୋର୍ଟ ଲଗାଇଲେ ୩୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ,୩୧।୫: ଗୁଗଲ (Google) ଏବେ ଭାରତରେ ବଡ଼ ଆଇନଗତ ଅସୁବିଧାରେ ପଡ଼ିଛି। ଟ୍ରେଡମାର୍କ ଉଲ୍ଲଂଘନ ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁଗଲ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା…

ଖୁସି ଖବର, ପେଟ୍ରୋଲ-ଡିଜେଲ ଉପରେ ଟିକସ ହ୍ରାସ କଲେ ସରକାର: ସାଧାରଣ ଲୋକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୩୧।୫: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ATF ରପ୍ତାନି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଶନିବାର, ୩୦ ମଇରେ ଜାରି ଏକ ବିବୃତ୍ତି ଅନୁଯାୟୀ,…

୨୫ ଦିନ ପୂର୍ବରୁ ସରିଯାଉଛି କି LPG ସିଲିଣ୍ଡର? ବ୍ୟସ୍ତ ନ ହୋଇ ଆପଣାନ୍ତୁ ଏହି ୩ ଉପାୟ, ବୁକିଂ ନିୟମ…

ନୂଆଦିଲ୍ଲୀ,୨୯।୫: ଘରୋଇ ଏଲ୍‌ପିଜି (LPG) ସିଲିଣ୍ଡର ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଏକ ଜରୁରୀ ଖବର। ସାଧାରଣତଃ ଏକ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ଏକ ମଧ୍ୟବିତ୍ତ ପରିବାରରେ…

ବନ୍ଦ ହୋଇଯିବ କାଗଜ ଟଙ୍କା! ଜାରି ହେବ ୫୦, ୧୦୦, ୫୦୦ ଟଙ୍କାର ନୂଆ ପ୍ଲାଷ୍ଟିକ ନୋଟ! ଜାଣନ୍ତୁ କଣ ରହିଛି RBIର ବଡ଼ ପ୍ଲାନ୍‌

ମୁମ୍ବାଇ,୨୯।୫: ଦେଶରେ କ୍ୟାଶ (ନଗଦ ଟଙ୍କା)ର ଚାହିଦା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ୟୁପିଆଇ (UPI) ପେମେଣ୍ଟ ଏବଂ ଅନଲାଇନ ଟ୍ରାଞ୍ଜାକସନ ପାଇଁ ମଧ୍ୟ କ୍ୟାଶର…

ଗ୍ୟାସ ଠାରୁ ବ୍ୟାଙ୍କିଙ୍ଗ ପର୍ଯ୍ୟନ୍ତ ବଦଳିବ ୭ ନିୟମ, ଆପଣଙ୍କ ଉପରେ ପଡିପାରେ ଅଧିକ ବୋଝ

ନୂଆଦିଲ୍ଲୀ,୨୯।୫: ମେ ମାସ ଶେଷ ହେବାକୁ ଯାଉଛି, ଏବଂ ଜୁନ 1, 2026 ଠାରୁ ସାରା ଦେଶରେ ଅନେକ ବଡ଼ ଆର୍ଥିକ ପରିବର୍ତ୍ତନ ଆସିବାକୁ ଯାଉଛି। ଏହି…

ATM ଟଙ୍କା ଉଠାଇବା ଫେଲ୍‌ ହେଲେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ: RBI ବଦଳାଇଲା ୫ଟି ବଡ଼ ନିୟମ

ମୁମ୍ବାଇ,୨୮।୫: ଯଦି ଆପଣ ବ୍ୟାଙ୍କ ଋଣର ଇଏମଆଇ (EMI) ପରିଶୋଧ କରୁଛନ୍ତି, ଏଟିଏମ (ATM) ବ୍ୟବହାର କରୁଛନ୍ତି କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଜରିଆରେ ଅନଲାଇନ କାରବାର କରୁଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri