ଜିଇଏମ୍‌କୁ ନେଇ ଆଶଙ୍କାରେ କ୍ଷୁଦ୍ର ଶିଳ୍ପ

ଭୁବନେଶ୍ୱର,୨୪-୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଗଭର୍ଣ୍ଣମେଣ୍ଟ ଇ-ମାର୍କେଟପ୍ଲେସ (ଜିଇଏମ୍‌) ନୀତିକୁ ରାଜ୍ୟ ସରକାର ବିଧିବଦ୍ଧଭାବେ ପ୍ରଚଳନ କରିବାକୁ ସର୍କୁଲାର ଜାରି କରିଛନ୍ତି। ସର୍ବନିମ୍ନ ମୂଲ୍ୟରେ ସାମଗ୍ରୀ ଯୋଗାଇ ଦେଉଥିବା ସଂସ୍ଥାଠାରୁ କ୍ରୟ କରିବା ନେଇ ଯୋଜନା ଧାର୍ଯ୍ୟ ହୋଇଛି। ସମ୍ପୂର୍ଣ୍ଣ ଅର୍ଡର ଉକ୍ତ ବିଡର୍‌କୁ ମିଳିବ। ଏହାଦ୍ୱାରା ବଜାରରେ ଶସ୍ତା ପ୍ରତିଯୋଗିତା ଦେଖା ଦେବ। ଏହା ହେଲେ କ୍ଷୁଦ୍ର ଶିଳ୍ପଗୁଡିକ କ୍ଷତିଗ୍ରସ୍ତ ହେବେ ବୋଲି ରାଜ୍ୟର କ୍ଷୁଦ୍ର ଶିଳ୍ପଗୁଡିକ ପକ୍ଷରୁ ଆଶଙ୍କା କରାଯାଇଛି।
ସୋମବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଖବରଦାତା କାର୍ଯ୍ୟକ୍ରମରେ ଓଡ଼ିଶା ସ୍ମଲ୍‌ ସ୍କେଲ୍‌ ଇଣ୍ଡଷ୍ଟ୍ରି ଆସୋସିଶନ (ଓଏସ୍‌ଏସ୍‌ଆଇଏ)ର ସଭାପତି ସ୍ମରଜିତ ମହାନ୍ତି କହିଛନ୍ତି, ସରକାର ରାଜ୍ୟର ପ୍ରାୟ ୭୧୧ ପଞ୍ଜୀକୃତ ସଂସ୍ଥାଙ୍କଠାରୁ ବାର୍ଷିକ ପ୍ରାୟ ୫୦୦ରୁ ୮୦୦ କୋଟି ଟଙ୍କା ମୂଲ୍ୟର ସାମଗ୍ରୀ କ୍ରୟ କରୁଛନ୍ତି। ଏହା ରେଟ୍‌ କଣ୍ଟ୍ରାକ୍ଟ ସିଷ୍ଟମ ବା ଚୁକ୍ତି ମୂଲ୍ୟ ବ୍ୟବସ୍ଥା ଦ୍ୱାରା ପରିଚାଳିତ ହେଉଛି। ମାତ୍ର ଜିଇଏମ୍‌ ଲାଗୁ ହେଲେ ଚୁକ୍ତି ବ୍ୟବସ୍ଥା ପୂର୍ବଭଳି କାର୍ଯ୍ୟ କରିବ ନାହିଁ। ଜିଇଏମ୍‌ ଦ୍ୱାରା ଶସ୍ତା ପ୍ରତିଯୋଗିତା ଦେଖା ଯିବାକୁ ଥିବା ବେଳେ ଯେ କୌଣସି ଖୁଚୁରା ବ୍ୟବସାୟୀ ପ୍ରତିଯୋଗିତାରେ ଭାଗ ନେଇ ସାମଗ୍ରୀ ଯୋଗାଇବେ। ଫଳରେ ଦୀର୍ଘ ଦିନ ଧରି ସରକାରଙ୍କୁ ଚୁକ୍ତି ଭିତ୍ତିରେ ସାମଗ୍ରୀ ଯୋଗାଣ କରୁଥିବା ରାଜ୍ୟର ଶିଳ୍ପ ସଂସ୍ଥାଗୁଡିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଉପୁଜିଛି। ଏହାଦ୍ୱାରା ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବେ ରାଜ୍ୟରେ ୩ ଲକ୍ଷ ନିଯୁକ୍ତି ପ୍ରଭାବିତ ହେବ ବୋଲି ମହାନ୍ତି କହିଛନ୍ତି।
ସେ କହିଛନ୍ତି , ବାହାରୁ ସାମଗ୍ରୀ ଆମଦାନୀ କରି ଅନେକ ସଂସ୍ଥା ପ୍ରତିଯୋଗିତାରେ ଭାଗ ନେବା ପ୍ରସଙ୍ଗକୁ ଏଡାଇ ଦିଆଯାଇ ନ ପାରେ। ଶସ୍ତା ଦର ଯୋଗୁ ଯେ କେହି ବିଡ୍‌ ଜିତିବାର ସମ୍ଭାବନା ମଧ୍ୟ ରହିଛି। ଫଳରେ ଯୋଗାଣ ବ୍ୟବସ୍ଥା ଗୁଣାତ୍ମକ ମାନ ହରାଇବ। ଏହାଦ୍ୱାରା କ୍ଷୁଦ୍ର ଶିଳ୍ପଗୁଡିକ କ୍ଷତି ସହିବାକୁ ବାଧ୍ୟହେବେ। ନିଯୁକ୍ତି ବୃଦ୍ଧି ଯୋଜନା ମଧ୍ୟ ଠପ୍‌ ହୋଇଯିବ। ସେହିଭଳି କ୍ଷୁଦ୍ର ଶିଳ୍ପ ସାମଗ୍ରୀ ବିପଣନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ ଏନ୍‌ଏସ୍‌ଆଇସି ଏବଂ ରାଜ୍ୟର ଓଏସ୍‌ଆଇସି ଭୂମିକା ଆଉ ରହିବ ନାହିଁ। ରାଜ୍ୟର କ୍ଷୁଦ୍ର ସଂସ୍ଥାଗୁଡିକ ଜିଇଏମ୍‌ ବ୍ୟବସ୍ଥାକୁ ବିରୋଧ କରୁ ନ ଥିବା ସେ ପ୍ରକାଶ କରିଛନ୍ତି। ଅପରପକ୍ଷରେ ପୂର୍ବରୁ ଲାଗୁ ହେଉଥିବା କଣ୍ଟ୍ରାକ୍ଟ ସିଷ୍ଟମ ବଜାୟ ରହୁ ବୋଲି ସଂଘ ପକ୍ଷରୁ ଦାବି ହୋଇଛି। ରାଜ୍ୟ ସରକାର କ୍ରୟ କରୁଥିବା ୮୩ ସହ ୩୭ ଅନ୍ୟ ସାମଗ୍ରୀ କଣ୍ଟ୍ରାଣ୍ଟ ସିଷ୍ଟମ ଦ୍ୱାରା ପୂର୍ବ ଭଳି କ୍ରୟ କଲେ ଏହାଦ୍ୱାରା ସଂସ୍ଥାଗୁଡିକ ଲାଭବାନ ହେବେ ବୋଲି ସେ ମତ ଦେଇଛନ୍ତି। ଏହା ହେଲେ ପୂର୍ବ ଭଳି ସରକାର ଏକାଧିକ ସଂସ୍ଥାଠାରୁ ସାମଗ୍ରୀ କ୍ରୟ କରିବା ଜାରି ରହିବ। ଏଭଳି ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ମହାନ୍ତି ପ୍ରକାଶ କରିଛନ୍ତି। ସୂଚନା ଯୋଗ୍ୟ ୧୯୬୫-୬୬ରୁ ରାଜ୍ୟ ସରକାର ରପ୍ତାନି ପ୍ରୋତ୍ସାହନ ଓ ବିପଣନ ନିର୍ଦ୍ଦେଶାଳୟ ଦ୍ୱାରା ରେଟ୍‌ କଣ୍ଟ୍ରାକ୍ଟ ସିଷ୍ଟମ(ଚୁକ୍ତି ମୂଲ୍ୟ ବ୍ୟବସ୍ଥା) ପ୍ରଚଳନ କରିଛନ୍ତି। କାର୍ଯ୍ୟକ୍ରମରେ ଉପସଭାପତି ହିମାଂଶୁ ଶେଖର ମିଶ୍ର, ସମ୍ପାଦକ ଚିରଞ୍ଜୟ ମହାପାତ୍ର, ଦୀପକ କାଜାରିଆ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା...

ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ଗତ ଆର୍ଥିକ ବର୍ଷ ଭଳି ଚଳିତ ଆର୍ଥିକ ବର୍ଷରେ ମଧ୍ୟ ପୂର୍ବତଟ ରେଳପଥ ପଣ୍ୟ ପରିବହନରେନୂତନ ରେକର୍ଡ ହାସଲ କରିଛି। ୨୦୨୩ ଏପ୍ରିଲ...

ଏପ୍ରିଲ ୩ ରୁ ପ୍ରଥମ ଏମ୍‌ପିସି ବୈଠକ

ଭୁବନେଶ୍ୱର,୨୮।୩(ଅନୁରାଧା ମହାରଣା): ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି କମିଟି (ମନିଟାରି ପଲିସି କମିଟି ବା ଏମ୍‌ପିସି) ବୈଠକ ଏପ୍ରିଲ ୩ରୁ ଆରମ୍ଭ ହେବ ବୋଲି...

ବାଲ୍‌କୋକୁ ଏଏସ୍‌ଆଇ ପ୍ରଦର୍ଶନ ମାନକ ଭି୩ ପ୍ରମାଣପତ୍ର

ଭୁବନେଶ୍ୱର, ୨୮।୩ (ଅଭୟ ଦାଶ): ଦେଶର ଆଇକନିକ୍‌ ଆଲୁମିନିୟମ ଉତ୍ପାଦକ ତଥା ବେଦାନ୍ତ ଆଲୁମିନିୟମର ପ୍ରମୁଖ ୟୁନିଟ୍‌ ଭାରତ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ ବା ବାଲ୍‌କୋକୁ...

ଓ୍ବିକେଣ୍ଡ ଥିବା ସତ୍ତ୍ୱେ ମାର୍ଚ୍ଚ ୩୦-୩୧ରେ ଖୋଲା ରହିବ ଏସବୁ ବ୍ୟାଙ୍କ, ଜାଣନ୍ତୁ କରିପାରିବେ କେଉଁ କାମ…

ନୂଆଦିଲ୍ଲୀ,୨୬।୩: ସରକାରୀ ବ୍ୟାଙ୍କ ରସିଦ ଏବଂ ଦେୟ ପରିଚାଳନା କରୁଥିବା ସମସ୍ତ ଏଜେନ୍ସି ବ୍ୟାଙ୍କ ମାର୍ଚ୍ଚ ୩୦(ଶନିବାର ଏବଂ ୩୧(ରବିବାର) ବ୍ୟବସାୟ ପାଇଁ ଖୋଲା ରହିବ।...

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨୫।୩(ଅଭୟ ଦାଶ): ପୂର୍ବତଟ ରେଳପଥ ୨୦୨୩-୨୪ ଆର୍ଥିକ ବର୍ଷରେ ପଣ୍ୟ ପରିବହନରେ ସମସ୍ତ ରେକର୍ଡ ଅତିକ୍ରମ କରିଛି। ୨୦୨୩ ଏପ୍ରିଲ ୧ରୁ ୨୦୨୪ ମାର୍ଚ୍ଚ ୨୫...

ସୁବ୍ରତଙ୍କୁ ଓଡ଼ିଶା ଉଦ୍ୟୋଗୀ ପୁରସ୍କାର

ଭୁବନେଶ୍ୱର,୨୫।୩: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଷ୍ଟଲଓ୍ବାର୍ଟ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡର ଏମ୍‌ଡି ସୁବ୍ରତ ଦାସଙ୍କୁ ନିକଟରେ ଆଉ ଏକ ସମ୍ମାନ ପ୍ରଦାନ କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri